Skip to main content

କୋଭିଡ-19 ବିରୁଦ୍ଧରେ ଭାରତର ସଂଗ୍ରାମ ଜାରୀ

ନୋଭେଲ କରୋନାଭାଇରସ ମହାମାରୀ ବିଶ୍ୱବ୍ୟାପି ବ୍ୟାପିବାର ଛ ମାସ ପରେ ଭାରତ କେବଳ ଏହାର ସଂକ୍ରମଣକୁ ବ୍ୟାପିବାରେ ରୋକିନାହିଁ ବରଂ ଏହାର ମାରାତ୍ମକ ପ୍ରଭାବକୁ ହ୍ରାସ କରିବା ଲାଗି ସଂଗ୍ରାମ ଜାରୀ ରଖିଛି | ଦେଶରେ କରୋନା ମାମଲାର ଦୈନିକ ବୃଦ୍ଧି ହାର ହ୍ରାସ ପାଇଚାଲିଥିବା ବେଳେ ଆରୋଗ୍ୟ ହାର 63 ପ୍ରତିଶତରେ ପହଞ୍ଚିଛି | ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ ଭାରତ ଭଳି ଜନସଂଖ୍ୟା ବହୁଳ ଦେଶରେ ଲୋକମାନଙ୍କ କିପରି ଉପଯୁକ୍ତ ଯତ୍ନ ନିଆଯାଉଛି | 

ପ୍ରଧାନମନ୍ତ୍ରୀ ଉଚିତ ସମୟରେ ଲକଡାଉନ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଥିବାରୁ ଅନ୍ୟାନ୍ୟ ବ୍ୟବସ୍ଥା ତଥା ଭିତ୍ତିଭୂମି ବୃଦ୍ଧି କାର୍ଯ୍ୟ ତ୍ୱରାନ୍ୱିତ ଲାଗି ସରକାରଙ୍କୁ ଯଥେଷ୍ଟ ସମୟ ମିଳିଥିଲା | ଜାନୁଆରୀରେ ଭାରତରେ କୋଭିଡ-19ର ନମୁନା ପରୀକ୍ଷଣ ଲାଗି ମାତ୍ର ଗୋଟିଏ ପ୍ରୟୋଗଶାଳା ଥିଲା ହେଲେ ବର୍ତ୍ତମାନ ଦେଶବ୍ୟାପୀ 1200ରୁ ଅଧିକ ପ୍ରୟୋଗଶାଳା ଅଛି ଓ ଅଧିକ ମାତ୍ରାରେ ପରୀକ୍ଷଣ କରାଯାଉଛି | ଭାରତରେ ଏଯାବତ 12 ନିୟୁତରୁ ଅଧିକ ନମୁନା ପରୀକ୍ଷା କରାଯାଇସାରିଲାଣି | ପରୀକ୍ଷଣ, ଚିହ୍ନଟ ଓ ଉପଯୁକ୍ତ ଚିକିତ୍ସା କରାଯାଉଥିବାରୁ ଅବଶ୍ୟ ଏହା ଉପରେ ଭଲ ପ୍ରଭାବ ପକାଉଛି |

ଭାରତରେ କୋଭିଡ-19 ମହାମାରୀରେ 9 ଲକ୍ଷରୁ ଅଧିକ ଜଣ ସଂକ୍ରମିତ ହୋଇଥିବା ବେଳେ 63 ପ୍ରତିଶତ ଲୋକ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି | ଏବେ ଦେଶୀୟ ଜ୍ଞାନକୌଶଳରେ ନିର୍ମିତ ଦୁଇଟି ଟିକାର ମାନବ ପରୀକ୍ଷଣ କରିବାକୁ ଯାଉଥିବା ସମୟରେ ମୁମ୍ବାଇ ଓ ଦିଲ୍ଲୀ ଭଳି ଦୁଇଟି ଅତ୍ୟଧିକ ପ୍ରଭାବିତ ସହରରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଭାରତକୁ ଟିକିଏ ଆଶ୍ଵସ୍ତି ମିଳିଛି | ଭାରତର କୋଡିଏଟି ରାଜ୍ୟ, ବିଶ୍ଵସ୍ଵାସ୍ଥ୍ୟ ସଂଗଠନର ପ୍ରତି ନିୟୁତରେ ପ୍ରତି ଦିନ 140ଟି ପରୀକ୍ଷଣ କରିବାର ମାନକକୁ ପାଳନ କରି ପରୀକ୍ଷଣ କରୁଛି | ଭାରତ ପ୍ରତି ନିୟୁତ ଜନସଂଖ୍ୟାରେ 8762.7 ଜଣଙ୍କ ପରୀକ୍ଷା କରୁଛି | ପଜିଟିଭ ମାମଲା 38 ପ୍ରତିଶତ ହାରରେ ବୃଦ୍ଧି ପାଉଥିବା ବେଳେ ଦେଶବ୍ୟାପୀ ଲକଡାଉନ କରାଯାଇଥିଲା ଯାହାକି ଏବେ ମାତ୍ର 3.24 ପ୍ରତିଶତ ହାରକୁ ହ୍ରାସ ପାଇଛି | 

ଏଥିସହିତ ଭାରତରେ ପ୍ରତି ନିୟୁତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ସମଗ୍ର ବିଶ୍ଵ ତୁଳନାରେ କମ ରହିଛି | ଭାରତରେ ମୃତ୍ୟୁ ହାର 2.62 ପ୍ରତିଶତ ରହିଛି ଯାହାକି ଏକ ବଡ ଆଶ୍ବସ୍ତିକର ବିଷୟ | ଆହୁରି ଏକ ବଡ କଥା ହେଲା ଯେ ହସ୍ପିଟାଲ ଗୁଡିକରେ କରୋନା ପାଇଁ ଉତ୍ସର୍ଗୀକୃତ ଶଯ୍ୟା ଗୁଡିକ ଖାଲି ରହିଛି | ଭାରତୀୟ ଫାର୍ମା କମ୍ପାନୀ ଗୁଡିକ ମଧ୍ୟ କୋଭିଡ 19 ଉପଯୋଗୀ ଔଷଧ ଗୁଡିକର ଉତ୍ପାଦନ ବଢେଇବାରେ ସକ୍ଷମ ହୋଇଛନ୍ତି | ଭେଣ୍ଟିଲେଟରର ଉପଲବ୍ଧତା ଓ ପିଏମ କେଆର୍ସ ପାଣ୍ଠି ଜରିଆରେ କିଣା ଯାଇଥିବା ଚିକିତ୍ସା ସଙ୍କ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ ଉପକରଣ ମେଡିକାଲ ପେଷାଦାର ମାନଙ୍କୁ ଏହି କୋଭିଡ ଚାଲେଞ୍ଜକୁ ସଫଳତାର ସହ ମୁକାବିଲା ଲାଗି କରିବାରେ ସହାୟତା କରିଛି |ଭୂତାଣୁର ସଂକ୍ରମଣକୁ ରୋକିବା ଲାଗି ପରୀକ୍ଷଣ ଓ ଚିହ୍ନଟ ପ୍ରକ୍ରିୟାର ଦକ୍ଷତା ବୃଦ୍ଧି ପାଇଁ ନାଗରିକ ସମାଜ, ଏନଜିଓ ଓ ସ୍ଵେଚ୍ଛାସେବୀ ମାନେ ଘର ଘର ବୁଲି ଯେଉଁ ସର୍ଭେ କରିଛନ୍ତି ତାହା ମଧ୍ୟ ଅତ୍ୟନ୍ତ ପ୍ରଶଂସନୀୟ |

ବିଗତ ଶତାବ୍ଦୀର ମହାମାରୀ ଭଳି ଏହି ମହାମାରୀ ମଧ୍ୟ ଅର୍ଥବ୍ୟବସ୍ଥା ଏବଂ ଜୀବିକା ନିର୍ବାହ ଉପରେ ଅଧିକ ପ୍ରଭାବ ପକାଇଛି | କରୋନା ଯୋଗୁଁ ବର୍ତ୍ତମାନ ଉଭା ହୋଇଥିବା ଘଡିସନ୍ଧି ମୁହୂର୍ତ୍ତରେ ସରକାର ଗରିବ ଓ ଅସହାୟ ମାନଙ୍କ ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଇ ବିଶ୍ଵର ବୃହତ ମାଗଣା ଖାଦ୍ୟଶସ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି | ଏହି କାର୍ଯ୍ୟକ୍ରମ ଅଧୀନରେ ଦେଶର 800 ନିୟୁତ ଗରିବ ତଥା ଅସହାୟ ଲୋକଙ୍କୁ ପ୍ରାୟ 1.5 ଲକ୍ଷ କୋଟି ଟଙ୍କାର ମାଗଣା ଖାଦ୍ୟଶସ୍ୟ ପ୍ରଦାନ କରାଯାଉଛି | ଲକଡାଉନ ଯୋଗୁଁ ପ୍ରବାସୀ ଶ୍ରମିକମାନେ ପଳାୟନ କରିବାରେ ବାଧ୍ୟ ହେଲେ | ଏଥି ଯୋଗୁଁ ଅତ୍ୟଧିକ ପ୍ରଭାବିତ ହୋଇଥିବା ଛ ଟି ରାଜ୍ୟରେ ସରକାର ଏକ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ 50,000 କୋଟି ଟଙ୍କାର ରୋଜଗାର ଯୋଜନା ଆରମ୍ଭ କରିଛନ୍ତି |

ଅର୍ଥନୀତି କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଲାଗି ସରକାର ପ୍ରାୟ ସବୁ କ୍ଷେତ୍ରକୁ ସମ୍ମିଳିତ କରି 20 ଲକ୍ଷ କୋଟି ଟଙ୍କାର ଅର୍ଥନୈତିକ ରିଲିଫ ପ୍ୟାକେଜ ବିଷୟ ଘୋଷଣା କରିବା ସହ ଭାରତକୁ ଏକ ଆକର୍ଷଣୀୟ ନିବେଶ ସ୍ଥଳୀରେ ପରିଣତ କରିବା ଲାଗି ଅନେକ ଢାଞ୍ଚାଗତ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି | ସରକାର ଦେଶର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଉପରେ ମଧ୍ୟ ଅଧିକ ଧ୍ୟାନ ଦେଇଛନ୍ତି ଓ ଆର୍ଥିକ ପ୍ରୋତ୍ସାହନ, ସୁଲଭ ମୂଲ୍ୟରେ ଋଣ ସହାୟତା ତଥା ଅନ୍ୟାନ୍ୟ ସଂସ୍ଥାଗତ ସୁଧାର ପାଇଁ 3 ଲକ୍ଷ କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଛନ୍ତି |

ସେହିପରି କୃଷି କ୍ଷେତ୍ରରେ ମଧ୍ୟ ସରକାର ବହୁ ବଳିଷ୍ଠ ପଦକ୍ଷେପ ନେଇଛନ୍ତି | କୃଷକ ମାନଙ୍କୁ ସ୍ଥାନୀୟ କୃଷି ବଜାର କମିଟି ନିୟନ୍ତ୍ରଣରୁ ମୁକ୍ତ କରିଛନ୍ତି ଓ ସେମାନେ ନିଜ ନିଜର କୃଷି ଉତ୍ପାଦକୁ କୌଣସି ସ୍ଥାନରେ କାହାକୁ ହେଲେ ବିକ୍ରି କରିପାରିବେ ବୋଲି ଅନୁମତି ଦେଇଛନ୍ତି | ଆତ୍ମନିର୍ଭର ପ୍ୟାକେଜ ଭଳି ଏକ ସହାୟତା ପ୍ୟାକେଜ କରୋନା ସଙ୍କଟ କାଳରେ ଭାରତକୁ ଆତ୍ମନିର୍ଭରଶୀଳ ଭାବେ ଗଢିତୋଳିବାରେ ଏକ ଅବସର ପ୍ରଦାନ କରିବ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ | ଭାରତୀୟ ଅର୍ଥବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଟିଡ଼ିଏସ ଓ ଟିସିଏସ ରେ ଟିକସ ହ୍ରାସ କରି 50,000 କୋଟି ଟଙ୍କା ସମେତ ନଗଦ ପ୍ରବାହର ବ୍ୟବସ୍ଥା ଉପରେ ପ୍ରାଧାନ୍ୟ ଦିଆଯାଇଛି | 

ମୂଳଲେଖା :ମନିଷ ଆନନ୍ଦ, ବରିଷ୍ଠ ସ୍ଵତନ୍ତ୍ର ସମ୍ବାଦଦାତା, ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...