Skip to main content

କୋଭିଡ-19 ଟୀକା ଦୌଡରେ ଭାରତୀୟ ବୃତ୍ତାନ୍ତ

ଚୀନର ବୁହାନ ସହରରୁ ହଠାତ କରୋନା ଭୂତାଣୁର ଆବିର୍ଭାବ କାରଣରୁ ବିଶ୍ଵ ଯେପରି ଭାବେ ସଂକ୍ରମିତ ହୋଇଛି ସେଥିରୁ ବାହାରି ପାରୁ ନାହିଁ | ପ୍ରଥମେ ଏହା ସଂକ୍ରମକ କି ନୁହେଁ ତାହା ଜାଣିବା ପାଇଁ ସମୟ ଅତିବାହିତ ସହିତ ସଂକ୍ରମଣ ବଢି ଚାଲିଲା | ପୁଣି ଦ୍ଵିତୀୟରେ ଏହା ପାଇଁ କୌଣସି ଏଣ୍ଟିଜେନ ଅଛି କି ନାହିଁ ଜାଣିବାରେ ସମୟ ଗଲା |

ଭାରତ ଏକାଗ୍ରଚିତ ହୋଇ ପ୍ରାୟ ଜାନୁୟାରୀ ମଧ୍ୟାବଧି ବେଳକୁ ନିଜର ନାଗରୀକମାନଙ୍କୁ ସଂକ୍ରମଣରୁ ବଞ୍ଚାଇବା ପାଇଁ ଚୀନ ପାଇଁ ଏକ ଯାତ୍ରା ପରାମର୍ଶ ଜାରି କଲା | ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ବ୍ୟାପକ ଟେକନିକ ନିର୍ଦେଶାବଳି ଜାରି କଲା ତଥା ସେ ସମୟରେ ଭୂତାଣୁ ଉପରେ ମିଳିଥିବା ସୂଚନା ଅନୁଯାୟୀ ସବୁ ଦେଶକୁ ସମ୍ଭାବିତ ସଂକ୍ରମଣ ଉପରେ ଜାଣିବା ପାଇଁ, ପରୀକ୍ଷଣ କରିବା ପାଇଁ ତଥା ଏହାର ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦେଲା |ଏହି ପରାମର୍ଶ ପରେ ଚୀନ ତଥା ଙଙ୍ଗକଙ୍ଗରୁ ଆସୁଥିବା ଯାତ୍ରୀମାନଙ୍କର ଥର୍ମାଲ ସ୍କ୍ରିନିଙ୍ଗ ଆରମ୍ଭ ହେଲା |

ଏହି ଭୂତାଣୁ ଆହୁରି ଅଧିକ ଦେଶକୁ ବ୍ୟାପିବା ସହିତ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଏହାକୁ ଏକ ବିଶ୍ଵ ମହାମାରୀ ଘୋଷିତ କରିଦେଲା ଏବଂ କହିଲା ଏଥିରୁ ରକ୍ଷା ପାଇବା ବ୍ୟତିତ ବର୍ତ୍ତମାନ ଏହାର କୌଣସି ଉପଚାର ନାହିଁ | ଭାରତୀୟ ପ୍ରୟୋଗଶାଳାଗୁଡିକ କୋଭିଡ-19 ପାଇଁ ଏକ ପ୍ରବାବଶାଳି ଟୀକା ବାହାର କରିବା ସମ୍ଵନ୍ଧୀୟ ବିଶ୍ଵ ପ୍ରଚେଷ୍ଟାରେ ସାମିଲ ହେଲା |

କୋଭିଡ-19ର ବୋଝ ବଢିବା ସହିତ ଭାରତ ଦେଶ ବିଦେଶ ତଥା ଔଷଧ ପରୀକ୍ଷଣରେ ଟୀକାର ବିକାଶ କ୍ଷେତ୍ରରେ ହୋଇଥିବା ପ୍ରଗତିର ନିରୀକ୍ଷଣ କରିବା ପାଇଁ ଆଦେଶ ଦେବା ସହିତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର ବିଜୟ ରାଘବନ ଏବଂ ନୀତି ଆୟୋଗର ସ୍ଵାସ୍ଥ୍ୟ ସଦସ୍ୟ ଡକ୍ଟର ବିନୋଦ କୁମାର ପଲଙ୍କ ନେତୃତ୍ଵରେ ଏକ ଅନ୍ତଃଅନୁଶାସନାତ୍ମକ କାର୍ଯ୍ୟକାରୀ ଗୋଷ୍ଠି ଗଠନ କଲା |

ଏହି କାର୍ଯ୍ୟକାରୀ ଗୋଷ୍ଠିରେ ଭାରତୀୟ ଚିକିତ୍ସା ଅନୁସଂଧାନ ପରିଷଦ, ବିଜ୍ଞାନ ତଥା ଜ୍ଞାନକୌଶଳ ବିଭାଗ, ବୈଜ୍ଞାନିକ ତଥା ଉଦୌଗୀକ ପରିଷଦ, ଜୈବ ଜ୍ଞାନକୌଶଳ ବିଭାଗ, ପ୍ରତିରକ୍ଷା ଅନୁସଂଧାନ ତଥା ବିକାଶ ସଂଗଠନ, ସ୍ଵାସ୍ଥ୍ୟ ସେବା ମହାନିର୍ଦେଶକ ଏବଂ ଭାରତର ଔଷଧ ନିୟନ୍ତ୍ରକ ଜେନେରାଲର ବିଶେଷଜ୍ଞମାନେ ସାମିଲ ଅଛନ୍ତି |

ଏକ ପ୍ରଭାବଶାଳି ଔଷଧ ବିକାଶରେ ଭାରତର ଦୃଷ୍ଟିକୋଣ ତିନୋଟି ପର୍ଯ୍ୟାୟ ଉପରେ ଆଧାରିତ | ସବୁଠୁ ଆଗ ବର୍ତ୍ତମାନ ରହିଥିବା ଔଷଧର ରିପୋଜିସନିଙ୍ଗ କରିବା, ନୂଆ ଔଷଧ ତଥା ଅଣୁଗୁଡିକର ବିକାଶ କରିବା ଏବଂ ତୃତୀୟ ପର୍ଯ୍ୟାୟରେ ସାଧାରଣ ଭୂତାଣୁ ରୋଧି ଲକ୍ଷଣ ପାଇଁ ଚାରାର ଅର୍କ ଏବଂ ଉତ୍ପାଦର ପ୍ରୟୋଗ କରିବା ସାମିଲ ଅଛି |

କୋଭିଡ-19 ପାଇଁ ଏକ ପ୍ରବାବଶାଳି ଟୀକା ଅନ୍ଵେଷଣ ଗୋଟିଏ ସ୍ତରରେ ଅଦ୍ଭୁତପୂର୍ଣ୍ଣ ରହିଛି | ଯାହାର ଉଦାହରଣ ମାନବ ଜାତିର ଇତିହାସରେ ପୂର୍ବରୁ କେବେ ରହିନାହିଁ |ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଅନୁଯାୟୀ ପ୍ରାୟ 160 ଟୀକା ବିକାଶର ବିଭିନ୍ନ ପର୍ଯ୍ୟାୟରେ ରହିଛି |

ଏହି ଲଢାଇରେ ଭାରତରୁ ପ୍ରଥମେ ସାମିଲ ହୋଇଥିଲା ଜାଇଡସ କେଡିଲା ଔଷଧ କଂପାନୀ | ଯିଏକି ମାର୍ଚ୍ଚରେ ପଶୁମାନଙ୍କ ଠାରେ କ୍ଲିନିକଲ ପରୀକ୍ଷଣ ଆରମ୍ଭ କରିଥିଲା | ଏବେ ଜାଇଡସ ସମେତ ଭାରତର 7ଟି କଂପାନୀ ଟୀକା ବିକାଶର ବିଭିନ୍ନ ପର୍ଯ୍ୟାୟରେ କାମ କରୁଛି | ଦ୍ଵିତୀୟ ପ୍ରାର୍ଥୀ ଭାବେ କୋବେକ୍ସିନକୁ ମଣିଷ ଉପରେ ପରୀକ୍ଷଣ କରିବାକୁ ଭାରତର ଔଷଧ ନିୟନ୍ତ୍ରକ ଜେନେରାଲ ଅନୁମୋଦନ ଦେଇଛି ଯାହାକୁ ଆଇ.ସି.ଏମ.ଆର ଏବଂ ହାଇଦ୍ରାବାଦର ଭାରତ ବାୟୋଟେକ ଅନ୍ତର୍ଗତ ମିଳିତ ଭାବେ ବିକଶିତ କରାଯାଇଛି | କୋବେକ୍ସିନ ପାଇଁ ପରୀକ୍ଷଣର ଆରମ୍ଭ ନୂଆ ଦିଲ୍ଲୀର ଏମ୍ସ ତଥା ରୋହତକର ସ୍ନାତକତ୍ତୋର ଆୟୁର୍ବିଜ୍ଞାନ ପ୍ରତିଷ୍ଠାନରେ ହୋଇ ସାରିଛି |

ଏହି ସମୟରେ ବିଶ୍ଵର ସବୁଠୁ ବଡ ଟୀକା ନିର୍ମାତା ପୁନେର ସିରମ ପ୍ରତିଷ୍ଠାନ ଅକ୍ସଫୋର୍ଡ ବିଶ୍ଵ ବିଦ୍ୟାଳୟ ତଥା ଏସଟ୍ରାଜେନେକା ଦ୍ଵାରା ବିକଶିତ କୋଭିସିଲ୍ଡ ନାମକ ଏକ ଟୀକାର ଉତ୍ପାଦନ ପାଇଁ ବିଟ୍ରେନ ସ୍ଵଡେନ କଂପାନି ଏସଟ୍ରାଜେନେକା ସହିତ ହାତ ମିଳାଇଛି | ବର୍ତ୍ତମାନ ବ୍ରାଜିଲରେ ଏହି ଟୀକା ତୃତୀୟ ପର୍ଯ୍ୟାୟରେ ମାନବ ପରୀକ୍ଷଣରେ ରହିଛି |

କଂପାନୀ କହିଛି ଥରେ ନିୟାମକ ଅନୁମୋଦନ ମିଳିବା ପରେ ସିରମ ପ୍ରତିଷ୍ଠାନ 3ରୁ 4 କୋଟି ଖୁରାକର ଉତ୍ପାଦନ କରିବ ନିଜର ନିର୍ମାଣ କ୍ଷମତାରେ ପ୍ରତି ମାସ ଉତ୍ପାଦନକୁ 100 କୋଟିକୁ ବୃଦ୍ଧି କରିବ | କୋଭିଶିଲ୍ଡର ବିକାଶରେ ସାମିଲ ଅକ୍ସଫୋର୍ଡ ବିଶ୍ଵବିଦ୍ୟାଳୟର ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ଟୀକାର ଆଶାଜନକ ପରିଣାମ ମିଳିଛି ଏବଂ ଏହା ସୁରକ୍ଷିତ ବୋଲି ପ୍ରତୀୟମାନ ହେଉଛି |

କୋଭିଡ-19 ବିରୁଦ୍ଧରେ ଏକ ପ୍ରଭାବଶାଳି ଟୀକା ତିଆରି କରିବା ପାଇଁ ବିଶ୍ଵରେ ଅଦ୍ଭୁତପୂର୍ବ ଦୌଡ ଚାଲିଛି କିନ୍ତୁ ବିଶ୍ଵରେ ଏହି ରୋଗ ପ୍ରାୟ ଦେଢ କୋଟି ଲୋକଙ୍କୁ ସଂକ୍ରମିତ କରି ସାରିଛି ଏବଂ 6.32 ଲକ୍ଷ ଲୋକ ପ୍ରାଣ ହରାଇଲେଣି |

ଅନ୍ତଃ ଅନୁଶାସନାତ୍ମକ ଅନୁସନ୍ଧାନ ତତା ବିକାଶ କାର୍ଯ୍ୟକାରୀ ଗୋଷ୍ଠିର ପ୍ରମୁକ ଡକ୍ଟର ଭୁଷଣ ପଟ୍ଟବର୍ଦ୍ଧନ କହିଛନ୍ତି ଯେ ଆୟୁଷ ମନ୍ତ୍ରଣାଳୟ ଅନ୍ତର୍ଗତ କିଛି ପ୍ରୟୋଗଶାଳା ରୋଗନିରୋଧୀ ପରୀକ୍ଷଣ ଆରମ୍ଭ କରିବ | ସେ କହିଛନ୍ତି ଦିଲ୍ଲୀର 80 ହଜାର ପୁଲିସ କର୍ମୀଙ୍କୁ ଏହି ରୋଗ ନିରୋଧୀ ପରୀକ୍ଷଣରେ ସାମିଲ କରାଯାଇଚି |

ଏହାବ୍ୟତିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ କୋଭିଡ-19ର ପ୍ରଭାବଶାଳି ଉପଚାର ବିକାଶର ନିରୀକ୍ଷଣ କରୁଛନ୍ତି | ଯଦି ବର୍ତ୍ତମାନର ମାନବ ପରୀକ୍ଷଣ ସଫଳ ରୁହେ ତେବେ ଚଳିତ ବର୍, ଶେଷ ବେଳକୁ ଭାରତ ଏହି ବିଶ୍ଵ ମହାମାରୀରୁ ଜୀବନ ରକ୍ଷାକାରୀ ଟୀକା ତିଆରି କରିବାର ଆଶା କରାଯାଇ ପାରେ |


ଆଲେଖ୍ୟ : ଏନ. ଭଦ୍ରନ ନାୟର

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...