Skip to main content

ଭାରତ-ରୁଷ ସାମରିକ ସହଯୋଗରେ ଅଗ୍ରଗତି



ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନ ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ 25 ଜୁନ୍ ରୁ 1 ଜୁଲାଇ 2020ର ସାମ୍ବିଧାନିକ ସଂଶୋଧନ ଉପରେ ଉପନିର୍ବାଚନର ସଫଳ ସମାପ୍ତି ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଉପନିର୍ବାଚନରେ ​​ବିଜୟ ଶ୍ରୀ ପୁଟିନଙ୍କୁ 2024 ରେ ତାଙ୍କର କାର୍ଯ୍ୟକାଳ ଶେଷ କରିବା ପରେ ରାଷ୍ଟ୍ରପତି ଭାବରେ 2036 ପର୍ଯ୍ୟନ୍ତ ଅତିରିକ୍ତ ଛଅ ବର୍ଷର କାର୍ଯ୍ୟକାଳର ଅନୁମତି ଦେଇଛି । ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ପ୍ରଥମ ବିଶ୍ୱ ନେତା ଯିଏକି ପୁଟିନଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି।

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବିଜୟର 75 ତମ ବାର୍ଷିକୀ ପାଳନ ଉତ୍ସବକୁ ପ୍ରଶଂସା କରି ଶ୍ରୀ ମୋଦୀ ଜୁନ୍ 24 ରେ ବିଜୟ ଦିବସ ପରେଡରେ ଭାରତୀୟ ସେନାର ଅଂଶଗ୍ରହଣକୁ ଭାରତ ଏବଂ ରୁଷ ମଧ୍ୟରେ ବନ୍ଧୁତ୍ୱର ପ୍ରତୀକ ବୋଲି କହିଛନ୍ତି।

COVID-19 ମହାମାରୀର ନକାରାତ୍ମକ ପରିଣାମକୁ ଦୂର କରିବା ପାଇଁ ଦୁଇ ଦେଶ ନେଇଥିବା ପ୍ରଭାବଶାଳୀ ପଦକ୍ଷେପ ଉପରେ ଏମାନେ ଆଲୋଚନା କରିଥିଲେ । COVID ପରବର୍ତ୍ତୀ ଆହ୍ବାନର ମିଳିତ ମୁକାବିଲାରେ ଭାରତ-ରୁଷ ଏକତ୍ର ହେବାକୁ ରାଜି ହୋଇଥିଲେ | ଭାରତରେ ହେବାକୁ ଥିବା 2020 ବାର୍ଷିକ ଦ୍ୱିପାକ୍ଷିକ ସମ୍ମିଳନୀକୁ ରାଷ୍ଟ୍ରପତି ପୁଟିନଙ୍କ ସ୍ୱାଗତ ପାଇଁ ପ୍ରଧାନମନ୍ତ୍ରୀ ନିଜର ଉତ୍ସୁକତା ପ୍ରକାଶ କରିଥିଲେ । ମତ ବିନିମୟ ଅବସରରେ ରୁଷ ରାଷ୍ଟ୍ରପତି ଦୁଇ ଦେଶ ମଧ୍ୟରେ ସ୍ବତନ୍ତ୍ର ତଥା ଅଗ୍ରାଧିକାର ଭିତ୍ତିରେ ସାମରିକ କୌଶଳ ସହଭାଗିତା ଦୃଢ଼ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

1991ରେ ଏକ ସ୍ବାଧୀନ ଦେଶ ଭାବରେ ରୁଷିଆ ଫେଡେରେସନର ଆବିର୍ଭାବ ପୂର୍ବରୁ ଭାରତ ଏବଂ ତତ୍କାଳୀନ ସୋଭିଏତ୍ ୟୁନିଅନ୍ ଏକ ନିଆରା ତଥା ଦୃଢ଼ ସହଭାଗିତା ଉପଭୋଗ କରିଥିଲେ ଯାହା ଶାନ୍ତି, ବନ୍ଧୁତା ଏବଂ ସହଯୋଗ ଚୁକ୍ତିନାମା ସ୍ୱାକ୍ଷର ହେବା ସହିତ 1971ରେ ଶିଖର ଛୁଇଁଥିଲା । ଫଳରେ ଉଭୟ ଆମେରିକା ଏବଂ ଚୀନ୍‌ର ଦୃଢ଼ ବିରୋଧ ସତ୍ତ୍ବେ ଭାରତ-ପାକିସ୍ତାନ ଯୁଦ୍ଧରେ ବାଂଲାଦେଶର ମୁକ୍ତି ସୁନିଶ୍ଚିତ ହୋଇଥିଲା ।

1991 ରେ ସୋଭିଏତ୍ ୟୁନିଅନ ବିଭକ୍ତ ହେବା ପରେ, ରୁଷ ଏବଂ ଭାରତ 2000ରେ ସାମରିକ ସହଭାଗୀ ହେଲେ, ଯାହା 2010ରେ ଏକ ସ୍ବତନ୍ତ୍ର ତଥା ଅଗ୍ରାଧିକାରଯୁକ୍ତ ସାମରିକ ଭାଗିଦାରୀକୁ ଉନ୍ନୀତ ହୋଇଥିଲା। 2000ରେ ରାଷ୍ଟ୍ରପତି ପୁଟିନଙ୍କ ଭାରତକୁ ପ୍ରଥମ ଗସ୍ତ ସମୟରୁ ଦୁଇ ଦେଶର ନେତାଙ୍କ ମଧ୍ୟରେ ବାର୍ଷିକ ସମ୍ମିଳନୀ ସମ୍ପର୍କ ଆରମ୍ଭ ହୋଇଥିଲା। ଗତ 20 ବର୍ଷ ମଧ୍ୟରେ ବାର୍ଷିକ ସମ୍ମିଳନୀ ଆୟୋଜନ ଉଭୟ ଦେଶ ପରସ୍ପର ସହିତ ରହିବାପାଇଁ ଏକ ଗୁରୁତ୍ବପୂର୍ଣ୍ଣ ତଥା ପ୍ରମୁଖ ମାଧ୍ୟମ ପାଲଟିଛି।

ଗତ 20 ବର୍ଷ ମଧ୍ୟରେ ଏକାଧିକ କ୍ଷେତ୍ରରେ ସମ୍ପର୍କର ଦ୍ରୁତ ଅଭିବୃଦ୍ଧି ଏବଂ ବିସ୍ତାର ଦେଖିବାକୁ ମିଳିଛି | ଏହିପରି ସହଯୋଗର ଅନ୍ୟତମ ପ୍ରମୁଖ କ୍ଷେତ୍ର ହେଉଛି ପ୍ରତିରକ୍ଷା | ଯଦିଓ ଆମେରିକା, ଫ୍ରାନ୍ସ ଏବଂ ଇସ୍ରାଏଲ୍ ପରି ଅନ୍ୟ ଦେଶକୁ କ୍ଷେତ୍ର​‌େ​‌ର ଅନ୍ତର୍ଭୁକ୍ତ କରିବା ପାଇଁ ଭାରତ ଏହାର ପ୍ରତିରକ୍ଷା କ୍ରୟକୁ ବିବିଧ କରିଛି, ତଥାପି ରୁଷ ଭାରତର ପ୍ରତିରକ୍ଷା ଉପକରଣ ଓ ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ 60% ଅଂଶ ଗ୍ରହଣ କରୁଛି।

ଚୀନ୍ ସହିତ ଲଦାଖରେ ମୁହାଁମୁହିଁ ହୋଇଥିବା ବର୍ତ୍ତମାନର ପରିସ୍ଥିତିରେ ସୁରକ୍ଷା ଦୃଷ୍ଟିକୋଣରୁ, MIG ଏବଂ ସୁଖୋଇ ଏୟାରକ୍ରାଫ୍ଟ, S-400 କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ, କାମୋଭ 226 ଟି ହେଲିକପ୍ଟର, ଟି -90 ଟ୍ୟାଙ୍କ ଇତ୍ୟାଦି ରୁଷରୁ ଭାରତ କ୍ରୟ ପ୍ରସ୍ତାବ ଦେଇଥିବା ସମସ୍ତ ପ୍ରତିରକ୍ଷା ସାମଗ୍ରୀ ଅତ୍ୟନ୍ତ ଜରୁରୀ । ଭାରତକୁ ଆବଶ୍ୟକ ସ୍ପେୟାର୍ ଶୀଘ୍ର ଯୋଗାଇ ଦିଆଯାଉଛି | 24 ଜୁନ୍ ମସ୍କୋରେ ନାଜିଜିମ୍ ଉପରେ ବିଜୟର 75 ତମ ବାର୍ଷିକୀ ପାଳନ ଉତ୍ସବରେ ଅଂଶଗ୍ରହଣ କରିଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଭାରତର ପ୍ରତିରକ୍ଷା ଆବଶ୍ୟକତାର ତୁରନ୍ତ ଯୋଗାଣ ଉପରେ ଆଲୋଚନା କରିଥିଲେ । ଏହାକୁ ପୂରା କରିବା କରିବାକୁ ରୁଷ ପୂର୍ଣ୍ଣ ପ୍ରତିଶୃତି ଦେଇଛି ।

ଚୀନ୍ ସହିତ ରୁଷର ବଢ଼ୁଥିବା ସମ୍ପର୍କ ଏବଂ ଆମେରିକା ଭାରତ ସମ୍ପର୍କ ବୃଦ୍ଧି ସତ୍ତ୍ବେ ଭାରତ-ରୁଷ ସମ୍ପର୍କ ପରିପୁଷ୍ଟ ହେବାରେ ଲାଗିଛି। ରୁଷରୁ S-400 କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଆମଦାନି କରିବା ପାଇଁ ଭାରତ ଏହାର CAATSA (କାଉଣ୍ଟରିଂ ଆମେରିକାଜ୍‌ ଆଡଭର୍ସାରୀ ଥ୍ରୁ ସାଙ୍କ୍‌ସନ୍‌ସ ଆକ୍ଟ) ଅନୁଯାୟୀ ଆମେରିକାର ପ୍ରତିବନ୍ଧକକୁ ଖଣ୍ଡନ କରିବାକୁ ନିଷ୍ପତ୍ତି ନେଇଛି।

ଆଣବିକ ଶକ୍ତି, ତୈଳ, ଗ୍ୟାସ, କୋଇଲା ତଥା ଅନ୍ୟାନ୍ୟ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ଗତିଶୀଳ ଭାବରେ ବିସ୍ତାର ଲାଭ କରୁଛି | ଦ୍ୱିପାକ୍ଷିକ ବାଣିଜ୍ୟ ହେଉଛି ଏକମାତ୍ର କ୍ଷେତ୍ର ଯେଉଁଠାରେ ସହଯୋଗ ସର୍ବୋତ୍କୃଷ୍ଟ ଠାରୁ କମ୍ ରହିଥାଏ | 2025 ସୁଦ୍ଧା 30 ବିଲିୟନ ଆମେରିକୀୟ ଡଲାରର ଦ୍ୱିପାକ୍ଷିକ ବାଣିଜ୍ୟର ଲକ୍ଷ୍ୟ ହାସଲ କରିବାକୁ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କରାଯାଉଛି ।

ରାଷ୍ଟ୍ରପତି ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟେଲିଫୋନ ବାର୍ତ୍ତାଳାପ ଦ୍ୱିପାକ୍ଷିକ ସହଭାଗିତାକୁ ମହତ୍ତ୍ବପୂର୍ଣ୍ଣ ପ୍ରେତ୍ସାହନ ପ୍ରଦାନ କରିଛି । ଦ୍ରୁତ ପରିବର୍ତ୍ତନଶୀଳବୈଶ୍ବିକ-ରାଜନୈତିକ ଦୃଷ୍ଟିକୋଣରେ, ଭାରତ-ରୁଷ ସମ୍ପର୍କ କେବଳ ପାରସ୍ପରିକ ଲାଭଦାୟକ ନୁହେଁ ବରଂ ଆଞ୍ଚଳିକ ତଥା ବିଶ୍ୱ ସୁରକ୍ଷା, ସ୍ଥିରତା ଏବଂ ସମୃଦ୍ଧିର ଉତ୍ସ ମଧ୍ୟ ।

ଆଲେଖ୍ୟ: ଅଶୋକ ସାଜ୍ଜନହର, ପୂର୍ବତନ ଭାରତୀୟ କୂଟନୀତିଜ୍ଞ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...