Skip to main content

ଭାରତ ଆସିଆନ ସଂପର୍କ

ଭାରତର ଆକ୍ଟ ଇଷ୍ଟ ନୀତି ଏବଂ ଇଣ୍ତୋ ପେସିଫିକ ଦୃଷ୍ଟିକୋଣକୁ ଆଗକୁ ବଢାଇବାକୁ ଯାଇ ଆସିଆନ ଇଣ୍ତିଆ ନେଟୱାର୍କ ଅଫ ଥିଙ୍କ ଟାଙ୍କ (ଏଆଇଏନଟିଟି)ର ଷଷ୍ଠ ରାଉଣ୍ତ ଟେବୁଲ ବୈଠକ ଗତ ସପ୍ତାହରେ ହୋଇଥିଲା | ଚଳିତ ବର୍ଷ ବୈଠକର ବିଷୟବସ୍ତୁ ଥିଲା କୋଭିଡ ପରବର୍ତ୍ତି ସମୟରେ ଆସିଆନ-ଭାରତ ସୁଦୃଢିକରଣ ଭାଗିଦାରୀ | 2009ରେ ଭାରତ ଏଆଇଏନଟିଟି ଆରମ୍ଭ କରିଥିଲା ଏବଂ ଏହାର ଉଦ୍ଧେଶ୍ୟ ଥିଲା ଆସିଆନ ଭାରତ ସାମରିକ ସହଯୋଗକୁ ମଜବୁତ କରିବା ଏବଂ ସହଯୋଗର ସମ୍ଭାବିତ କ୍ଷେତ୍ରରେ ନୀତିଗତ ସୁପାରିସ କରିବା | ଚଳିତ ବର୍ଷ ସମାରୋହରେ ବିଦେଶ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର, ଥାଇଲ୍ୟାଣ୍ତର ଉପ ପ୍ରଧାନମନ୍ତ୍ରୀ ଏବଂ ବିଦେଶ ମନ୍ତ୍ରୀ ଡନ ପ୍ରମୁଦୁଇନାଇ ତଥା ଆସିଆନର ସେକ୍ରେଟାରୀ ଜେନେରାଲ ଦାତୋ ଲିମ ଜକ ହୋଇ ଭାଗ ନେଇଥିଲେ |

ଶ୍ରୀ ଜୟଶଙ୍କର କହିଥିଲେ ଯେ ମହାମାରୀ ଆନ୍ତର୍ଜାତୀକ ରାଜନୀତିକୁ ପ୍ରଭାବିତ କରିଛି ଏବଂ ବହୁପକ୍ଷବାଦ ଉପରେ ଚାପ ପକାଇଛି | ବର୍ତ୍ତମାନ ପ୍ରଥମ ପ୍ରଶ୍ନ ହେଉଛି ଯେ କୋଭିଡ-19 କିପରି ବିଶ୍ଵ ବ୍ୟବସ୍ଥାକୁ ସଂପାଦନ କରିବ | ଭାରତ ଏବଂ ଦକ୍ଷିଣ ପୂର୍ବ ଏସିଆ ବିଶ୍ଵକରଣ ଉପରେ ଗୁରୁତ୍ଵ ଦେଉଛନ୍ତି | ଏହା ସହିତ ବୈଦେଶିକ ମନ୍ତ୍ରୀ କହିଥିଲେ ଯେ କୋଭିଡ-19 ବିଶ୍ଵ ଅର୍ଥ ବ୍ୟବସ୍ଥା କ୍ଷେତ୍ରରେ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି | ବିଶ୍ଵ ଜିଡିପି ଏହି ମହାମାରୀ ଯୋଗୁଁ ପ୍ରାୟ 5.8ରୁ 8.8 ଟ୍ରିଲିୟନ ଡଲାର ଯାହାକି ପ୍ରାୟ 6.5 ଭାଗରୁ 9.7 ଭାଗ ପର୍ଯ୍ୟନ୍ତ କ୍ଷତି କରିଛି | ଏସବୁ ଚ୍ୟାଲେଞ୍ଜର ମୁକାବିଲା ସାମଗ୍ରୀକ ଭାବେ ହେବା ଉଚିତ ବୋଲି ଜୟଶଙ୍କର କହିଛନ୍ତି |

କୋଭିଡ-19 ଯୋଗାଣ ବ୍ୟବସ୍ଥାକୁ ବ୍ୟାପକ କ୍ଷତିଗ୍ରସ୍ତ କରିଛି ଆର୍ଥିକ ସୁରକ୍ଷା ହେଉଛି ରାଷ୍ଟ୍ରୀୟ ସୁରକ୍ଷାର ଅଂଶବିଶେଷ | ଏହି ପରିପ୍ରେକ୍ଷିରେ ଡକ୍ଟର ଜୟଶଙ୍କର କହିଛନ୍ତି ଯେ ବିଶ୍ଵ ଯୋଗାଣ ଶୃଙ୍ଖଳାରେ କୌଶଳଗତ ସ୍ଵାୟତତା ହେଉଛି ଗୁରୁତ୍ଵପୂର୍ଣ୍ଣ ଏବଂ ଏକ ବ୍ୟାପକ ବିଶ୍ଵକରଣ ସକାଶେ ମହତ୍ଵପୂର୍ଣ୍ଣ ସ୍ଵାସ୍ଥ୍ୟକୁ ବିପଦମୁକ୍ତ କରିବା ଏବଂ ଆତ୍ମ ନିର୍ଭରଶୀଳତା ହେଉଛି ଭାରତର ପ୍ରାଥମିକତା | ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣ ବିଚ୍ଛିନ୍ନତାବାଦ କିମ୍ଵା ସଂରକ୍ଷଣବାଦର ପକ୍ଷଧର ନୁହେଁ ବରଂ ବିଶ୍ଵ ପାଇଁ ଏହା ଅଧିକ ସୁଯୋଗ ପ୍ରଦାନ କରୁଛି | କୋଭିଡ ପରବର୍ତ୍ତି ବିଶ୍ଵରେ ଏସିଆର ଉଜ୍ଵଳ ଭବିଷ୍ୟତ ପାଇଁ ଭାରତ ଏବଂ ଆସିଆନ ଦେଶକୁ ଆର୍ଥିକ ରୂପେ ମଜବୁତ ହେବାକୁ ପଡିବ ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି |

ଥାଇଲ୍ୟାଣ୍ଡର ଉପମୁଖ୍ୟମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଏସିଆ-ଭାରତ କୌଶଳନୀତିର ଭାଗିଦାରୀରେ ଅଂଶୀଦାରର ମୂଲ୍ୟ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଭାରତ-ମିଆଁମାର-ଥାଇଲ୍ୟାଣ୍ଡ ତ୍ରିପାକ୍ଷିକ ରାଜପଥ ପ୍ରକଳ୍ପ ସହିତ ଯୋଗାଣ ଶୃଙ୍ଖଳା, ମାନବ ପୁଞ୍ଜି ବିକାଶ, ଆଞ୍ଚଳିକ ସଂଯୋଗ ଏବଂ ଭିତ୍ତିଭୂମି ସହିତ ସହଯୋଗର ପାଞ୍ଚଟି ପ୍ରମୁଖ କ୍ଷେତ୍ର ପାଇଁ ସେ ପରାମର୍ଶ ଦେଇଛନ୍ତି ଉଦାହରଣ ସ୍ୱରୂପ, ଆଞ୍ଚଳିକତା ଏବଂ ଉପ-ଆଞ୍ଚଳିକ ସହଯୋଗ, ଆୟାୱାଡି-ଚୋପ୍ରା-ମେକୋଙ୍ଗ ଅର୍ଥନୈତିକ ସହଯୋଗ କୌଶଳ ଏବଂ ମେକୋଙ୍ଗ-ଗଙ୍ଗା ସହଯୋଗ, ସାମୁଦ୍ରିକ ପରିବେଶ ଏବଂ ବିପର୍ଯ୍ୟୟ ପରିଚାଳନା; ଏବଂ ଆଣ୍ଟି-ଭାଇରାଲ୍ ଔଷଧ ଏବଂ ଟିକା ଗବେଷଣା ଏବଂ ବିକାଶ |

ଚଳିତ ବର୍ଷର ବୈଠକ ଭର୍ଚୁଆଲ ଥିବାବେଳେ ଗତ ପାଞ୍ଚଟି ରାଉଣ୍ତ ଟେବୁଲ ବୈଠକ ନୂଆ ଦିଲ୍ଲୀ, ଭିଏତିଆନ, ହାନୋଇ, କୁଆଲଲମପୁର ଏବଂ ଜାକର୍ତାରେ ହୋଇଥିଲା | ଏହି ବୈଠକ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଥାଇଲ୍ୟାଣ୍ତର ବୈଦେଶିକ ମନ୍ତ୍ରଣାଳୟ ଦ୍ଵାରା ମିଳିତ ଭାବେ ଆୟୋଜନ କରାଯାଇଥିଲା | ବିଶ୍ଵର ପରିବର୍ତ୍ତିତ ପରିଦୃଶ୍ୟ ଏବଂ କୋଭିଡ ପରବର୍ତ୍ତି ଭାରତ-ଆସିଆନ ସଂପର୍କ ଉପରେ ମୁଖ୍ୟତ ଏହି ବୈଠକରେ ଆଲୋଚନା ହୋଇଥିଲା |

ଦକ୍ଷିଣ ପୂର୍ବ ଏସିଆ ଭାରତର ଆକ୍ଟ ଇଷ୍ଟ ନୀତିର ଏକ ପ୍ରମୁଖ ସ୍ତମ୍ଭ । ଏକ ସ୍ଵାଧୀନ, ଖୋଲା ଏବଂ ନିୟମ-ଆଧାରିତ ଇଣ୍ଡୋ-ପାସିଫିକ୍ ବ୍ୟବସ୍ଥା ହାସଲ କରିବାରେ ଆଗ୍ରହର ପାରସ୍ପରିକ ସହଯୋଗର ଆବଶ୍ୟକତା ରହିଛି | ସାଧାରଣ ନୀତିଗୁଡିକ ସହିତ ଏହାର ସମ୍ମିଶ୍ରଣ ରହିଛି ଯେପରିକି ସାମୁଦ୍ରିକ ସହଯୋଗ, ଶାରୀରିକ ଏବଂ ଡିଜିଟାଲ୍ ସଂଯୋଗ, ନୀଳ ଅର୍ଥନୀତି ଏବଂ ମାନବିକ ସହାୟତା ପାଇଁ ଉଭୟ ପକ୍ଷ ନିରନ୍ତର କାର୍ଯ୍ୟ କରୁଛନ୍ତି | ଦକ୍ଷିଣ ପୂର୍ବ ଏସିଆ ସହିତ ଭାରତର କୌଶଳଗତ ନୀତିର ଯୋଗଦାନ 3C - ବାଣିଜ୍ୟ, ସଂଯୋଗୀକରଣ ଏବଂ ସଂସ୍କୃତି ଉପରେ ଆଧାରିତ ଏବଂ ଭାରତ ଆସିଆନ ଦେଶମାନଙ୍କ ସହିତ ଭାଗିଦାରୀକୁ ନୂତନ ଉଚ୍ଚତାକୁ ଆଣିବା ଲକ୍ଷ୍ୟ ଜାରି ରଖିବ |



ଆଲେଖ୍ୟ : ଡକ୍ଟର ତିତଲି ବସୁ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...