Skip to main content

ଆଫଗାନିସ୍ଥାନ ପୁନଃନିର୍ମାଣ ପ୍ରକ୍ରିୟାରେ ଭାରତର ପ୍ରମୁଖ ଭୂମିକା

ପାକିସ୍ତାନର ନେତୃତ୍ଵ ସହ ଆଫଗାନ ଶାନ୍ତି ପ୍ରକ୍ରିୟା ନେଇ ଆଲୋଚନା କରିବା ଲାଗି ଦୋହାରେ ଥିବା ଆଫଗାନିସ୍ତାନ ତାଲିବାନର ରାଜନୈତିକ କାର୍ଯ୍ୟଳୟର ମୁଖ୍ୟ ମଲ୍ଲିକା ଅବଦୁଲ ଘାନି ବାରାଦରଙ୍କୁ ନେଇ ଗଠିତ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ଚଳିତ ସପ୍ତାହରେ ପାକିସ୍ତାନରେ ପହଞ୍ଚିଛନ୍ତି | ଗତ 10 ମାସ ମଧ୍ୟରେ ପାକିସ୍ତାନକୁ ମୁଲଲା ବାରଦରଙ୍କ ଏହା ଦ୍ଵିତୀୟ ଗସ୍ତ ଥିଲା | ଆଫଗାନିସ୍ତାନରେ ଆମେରିକା ନେତୃତ୍ଵାଧୀନ ବାହିନୀ ବିରୁଦ୍ଧରେ ସନ୍ତ୍ରାସବାଦୀ ଗୋଷ୍ଠୀର ଆକ୍ରମଣ ଜାରି ରହିଥିବା କଥା ଦର୍ଶାଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ତାଲିବାନ ସହ ଶାନ୍ତି କଥାବାର୍ତ୍ତା ହଠାତ ବନ୍ଦ କରିଦେବା ପରେ ପରେ ଅକ୍ଟୋବର 2019ରେ ବରାଦର ଇସଲାମାବାଦ ଗସ୍ତ କରିଥିଲେ | ଇସଲାମାବାଦରେ ଅନୁଷ୍ଠିତ କଥାବାର୍ତ୍ତାରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା (ଆଇଏସଆଇ) ର ମୁଖ୍ୟ ଲେଫ୍ଟେନେଣ୍ଟ ଜେନେରାଲ ଫାଏଜ ହେମିଦ ମଧ୍ୟ ଯୋଗ ଦେଇଥିଲେ | 1980 ମସିହାରେ ପୂର୍ବତନ ସୋଭିଏତ ସଂଘ, ଆଫଗାନିସ୍ତାନରେ ଦଖଲ କରିବା ପରଠାରୁ ପାକିସ୍ତାନର ଗୁପ୍ତଚର ସଂସ୍ଥା ଏହାର ଉପଦେଷ୍ଟା ତଥା ଆଫଗାନିସ୍ତାନ ସଶସ୍ତ୍ର ଗୋଷ୍ଠୀ ବିଶେଷ କରି ତାଲିବାନ ସହ ନିବିଡ ସମ୍ପର୍କ ପାଇଁ ସର୍ବବିଦିତ | ପାକିସ୍ତାନ ଗୁପ୍ତଚର ସଂସ୍ଥା ଏହାର ତାଲିବାନ ଉପରେ ପ୍ରଭାବ ବଳରେ ସେମାନଙ୍କୁ କଥାବାର୍ତ୍ତା କରିବାକୁ ରାଜି କରାଇଥିଲା ଏବଂ ପରିଶେଷରେ ଆମେରିକା ସହ ଫେବୃଆରିରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା | 




ଆନ୍ତଃ-ଆଫଗାନ କଥାବାର୍ତ୍ତା ପୂର୍ବରୁ ହିଁ .ଆଶରଫ ଘାନି ସରକାରକୁ ବୈଧ ନୁହେଁ ବୋଲି ତାଲିବାନ କହିଥିଲା | ତାଲିବାନ ଆହୁରି ମଧ୍ୟ କହିଥିଲା ଆଫଗାନିସ୍ତାନ ସରକାର ହେଉଛି ଏକ ‘ପାଶ୍ଚାତ୍ୟ ଅନୁକରଣୀୟ ଢାଞ୍ଚା’ ଓ ଏହା ତାଙ୍କ ଦେଶରେ ଆମେରିକୀୟ ଉପସ୍ଥିତି ଜାରି ରଖିବା ପାଇଁ କାର୍ଯ୍ୟ କରୁଛି |





ସବୁଠୁ ଉଲ୍ଲେଖନୀୟ କଥା ହେଲା ଯେ ଆତଙ୍କବାଦୀ କାର୍ଯ୍ୟକଳାପକୁ ସମର୍ଥନ ତଥା ଆର୍ଥିକ ସହାୟତା କରୁଥିବା ଇସଲାମାବାଦ 88 ଜଣ ବ୍ୟକ୍ତି ବିଶେଷ ତଥା ଗୋଷ୍ଠୀର ତାଲିକାରେ ଆଫଗାନିସ୍ତାନର ଏହି ଆତଙ୍କବାଦୀ ଗୋଷ୍ଠୀକୁ ମଧ୍ୟ ସାମିଲ କରିଥିଲା ଏବଂ ଏହା ପରେ ପରେ ହିଁ ତାଲିବାନ ଓ ପାକିସ୍ତାନ ମଧ୍ୟରେ କଥାବାର୍ତ୍ତା ହୋଇଥିଲା | ଏହା ଏକ ନିରାଟ ସତ୍ୟ କଥା ଯେ ତାଲିବାନକୁ ପାକିସ୍ତାନ ନିଜ ନିୟନ୍ତ୍ରଣରେ ରଖି କାର୍ଯ୍ୟ ଚଳେଇଛି | ତେବେ ଏହା ଦେଖିବା କୌତୁହଳପ୍ରଦ ହେବ ଯେ ନିଜେ ଅବୈଧ ଘୋଷଣା କରିଥିବା ତାଲିବାନ ସହ ପାକିସ୍ତାନ କିପରି ସମ୍ପର୍କ ରଖୁଛି |




ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଏକ ଦୃଢ ଐତିହାସିକ ଓ ସାଂସ୍କୃତିକ ସମ୍ପର୍କ ରହିଛି | ଆଫଗାନିସ୍ତାନର ପୁନଃନିର୍ମାଣ ଓ ପୁନର୍ଥଇଥାନରେ ଭାରତ ଏକ ପ୍ରମୁଖ ଭୂମିକା ନିଭାଇଛି | ଆଫଗାନିସ୍ତାନକୁ ଆଞ୍ଚଳିକ ସ୍ଥିରତାର ଏକ ଉତ୍ସ ଭାବେ ପରିଣତ କରିବା ଲାଗି ଗଣତନ୍ତ୍ର ଓ ବିକାଶ ହେଉଛି ପ୍ରମୁଖ ଆୟୁଧ ବୋଲି ନୂଆଦିଲ୍ଲୀ ବିଶ୍ଵାସ କରେ | 2011 ଅକ୍ଟୋବରରେ ଆଫଗାନିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ହାମିଦ କାରଜାଇଙ୍କ ଭାରତ ଗସ୍ତ ସମୟରେ ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ରଣନୀତିକ ଭାଗୀଦାରୀତା ଚୁକ୍ତିରେ ଏହା ସ୍ପଷ୍ଟ ପ୍ରତିଫଳିତ ହୋଇଛି | ଏହା ଦୁଇ ଦେଶ ମଧ୍ୟରେ ଏକ ବଳିଷ୍ଠ, ପ୍ରାଣବନ୍ତ ତଥା ବହୁମୂଖୀ ସମ୍ପର୍କକୁ ଆହୁରି ମଜବୁତ କରିଥିଲା ଏବଂ ଏଥି ସହିତ ରାଜନୈତିକ ଓ ସୁରକ୍ଷା ସହଯୋଗ; ବାଣିଜ୍ୟ ଅର୍ଥନୈତିକ ସହଯୋଗ; ଦକ୍ଷତା ବିକାଶ ଓ ଶିକ୍ଷା; ତଥା ସାମାଜିକ, ସାଂସ୍କୃତିକ, ସଭ୍ୟ ସମାଜ ଓ ଜନ ସମ୍ପର୍କ ଆଦି ବିଭିନ୍ନ କ୍ଷେତ୍ରରେ ସହଯୋଗ ପାଇଁ ଆନୁଷ୍ଠାନିକ ଭାବେ ଏକ ଢାଞ୍ଚା ପ୍ରସ୍ତୁତ କରାଯାଇଥିଲା | ଏହି ରାଜିନାମା, ସୁରକ୍ଷା ଓ ଶାସନ ବ୍ୟବସ୍ଥାର ଘଡିସନ୍ଧି ମୁହୂର୍ତ୍ତରେ ଆଫଗାନିସ୍ତାନରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧତା ପ୍ରତି ଆମ ପ୍ରତିବଦ୍ଧତା ର ଏକ ଦୃଢ ସଂକେତ ଅଟେ |




ଭାରତ 2003 ମସିହା ପରଠୁ ଆଫଗାନିସ୍ତାନର ପୁନଃନିର୍ମାଣ କାର୍ଯ୍ୟରେ ଜଡିତ ଅଛି | ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ସଡକ, ବିଦ୍ୟାଳୟ, ହସ୍ପିଟାଲ ଆଦି ଭିତ୍ତିଭୂମି ନିର୍ମାଣରେ 2 ବିଲିଅନ ଆମେରିକୀୟ ଡଲାର ରୁ ଅଧିକ ଅର୍ଥ ବିନିଯୋଗ କରିସାରିଛି | ଭାରତ ମଧ୍ୟ ଆଫଗାନିସ୍ତାନରେ ସବୁଠୁ ବଡ ଡ୍ୟାମ, ହରି ନଦୀ ଉପରେ ‘ଭାରତ ଆଫଗାନିସ୍ତାନ ବନ୍ଧୁତ୍ଵ ଡ୍ୟାମ’ ସଲମା ଡ୍ୟାମ ନିର୍ମାଣ କରିଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଆଶରଫ ଘନୀ ମିଳିତ ଭାବେ ଏହାକୁ ଉଦଘାଟନ କରିଥିଲେ | ଏହି ଡ୍ୟାମର ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର 42 ମେଗାୱାଟ ଶକ୍ତି ଉତ୍ପାଦନ କରିଥିବା ସହିତ 75,000 ହେକ୍ଟର ଚାଷ ଜମି ପାଇଁ ଜଳସେଚନ ଯୋଗାଉଛି | ଭାରତ ମଧ୍ୟ ଆଫଗାନିସ୍ତାନ ଲୋକଙ୍କ ଶିକ୍ଷାଗତ ଓ ଦକ୍ଷତା ବିକାଶ କାର୍ଯ୍ୟରେ ମଧ୍ୟ ସଂଶ୍ଳିଷ୍ଟ ଅଛି |




ଭାରତ, ଆଫଗାନିସ୍ତାନ ଘଟଣାକ୍ରମ ଉପରେ ତୀକ୍ଷଣ ନଜର ରଖିଛି | ତରବାରିଆ ଭାବେ କୌଣସି ପ୍ରକାରର ଚୁକ୍ତିନାମା ଉପରେ ସନ୍ଦେହ ଥିବା ସତ୍ତ୍ୱେ, ଆମେରିକା ଓ ତାଲିବାନ ମଧ୍ୟରେ ହୋଇଥିବା ଚୁକ୍ତିକୁ ଭାରତ ସ୍ଵାଗତ ଜଣାଇଥିଲା | ନୂଆଦିଲ୍ଲୀ ଘାନି ସରକାରଙ୍କୁ ସମର୍ଥନ କରିଛି ଏବଂ ଆଫଗାନିସ୍ଥାନରେ ଗଣତାନ୍ତ୍ରିକ ରାଜନୈତିକ ଢାଞ୍ଚାକୁ ତାଲିବାନ ମାନ୍ୟତା ଦେଉ ବୋଲି ଚାହେଁ | ବର୍ତ୍ତମାନ ଉଭା ହୋଇଥିବା ସଙ୍କଟଜନକ ମହାମାରୀ କାଳରେ ଭାରତ, ଆଫାଗାନିସ୍ତାନର ସାଧାରଣ ନାଗରିକଙ୍କୁ ସହାୟତା କରିବାର ଏହାର ନୀତି ଅନୁକରଣ କରି ଆଫଗାନିସ୍ତାନକୁ ରୀତିମତ ଚିକିତ୍ସା ସାମଗ୍ରୀ ଓ ଖାଦ୍ୟ ଯୋଗାଇ ଆସୁଛି |




ସମଗ୍ର ବିଶ୍ଵ କୋଭିଡ-19 ବିରୁଦ୍ଧରେ ସଂଗ୍ରାମ ଚଳେଇଥିବା ବେଳେ ଆଫଗାନିସ୍ତାନ ଉଭୟ ମହାମାରୀ ଏବଂ ଅସ୍ଥିର ଶାନ୍ତି ପ୍ରକ୍ରିୟା ବିରୁଦ୍ଧରେ ମୁକାବିଲା କରୁଛି | ବହୁ ଦଶନ୍ଧି ଧରି ଚାଲିଥିବା ଯୁଦ୍ଧର ପରିସମାପ୍ତି ଘଟାଇବା ଲାଗି ଶାନ୍ତି ପ୍ରୟାସ ଏକ ସର୍ବୋତ୍ତମ ପନ୍ଥା ବୋଲି ଅଧିକାଂଶ ଆଫଗାନବାସୀ ବିଶ୍ଵାସ କରୁଥିବା ବେଳେ ଆମେରିକା ବାହିନୀର ପ୍ରତ୍ୟାହାର ପରେ ଆତଙ୍କବାଦୀ ଗୋଷ୍ଠୀ ପୁନଃସ୍ଥାପନା ପାଇଁ କେତେ ପ୍ରତିବଦ୍ଧତା ପ୍ରକଟ କରିବ ତାହା ଦେଖିବାକୁ ବାକି ଅଛି | 




ମୂଳ ଲେଖା : ଡଃ ସ୍ମିତା , ଆଫଗାନିସ୍ତାନ- ପାକିସ୍ତାନ ବ୍ୟାପାରୀୟ ରଣନୀତିକ ବିଶ୍ଳେଷକ 

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...