Skip to main content

ଭାରତ “ପଡ଼ୋଶୀ ପ୍ରଥମେ” ଏବଂ “ସାଗର” ନୀତିକୁ ଦୋହରାଇଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ଦ୍ବିତୀୟ ଥର ଶପଥ ନେବା ପରେ ମାଳଦ୍ବୀପ ଏବଂ ଶ୍ରୀଲଙ୍କାକୁ ପ୍ରଥମ ବିଦେଶ ଯାତ୍ରା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ଦୁଇଟି ସାମୁଦ୍ରିକ ପଡ଼ୋଶୀ ଦେଶକୁ ଗସ୍ତ ଭାରତର ପଡ଼ୋଶୀ ପ୍ରଥମେ ଏବଂ ସମସ୍ତ କ୍ଷେତ୍ରରେ ନିରାପତ୍ତା ଓ ସମୃଦ୍ଧି(ସାଗର) ନୀତିକୁ ସର୍ବାଧିକ ଗୁରୁତ୍ବ ଦେବା ପ୍ରତିଫଳିତ କରୁଛି ।

ପଡ଼ୋଶୀ ପ୍ରଥମେ ନୀତିକୁ ଗୁରୁତ୍ବ ଦିଆଯିବା ସତ୍ତ୍ବେ ପ୍ରଧାନମନ୍ତ୍ରୀ ତାଙ୍କର ପ୍ରଥମ କାର୍ଯ୍ୟକାଳ ସମୟରେ ମାଳଦ୍ବୀପ ଗସ୍ତ କରିନଥିଲେ କାରଣ ସେତେବେଳେ ସେଠାକାର ରାଜନୈତିକ ବାତାବରଣ ଉପଯୁକ୍ତ ନଥିଲା କିନ୍ତୁ 2018 ଅକ୍ଟୋବରରେ ଇବ୍ରାହିମ ମହମ୍ମଦ ସୋଲି ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ପରିସ୍ଥିତି ବଦଳିଥିଲା । 2018 ନଭେମ୍ବରରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଭାବେ ଇବ୍ରାହିମଙ୍କ ଶପଥ ଗ୍ରହଣରେ ଯୋଗଦେବାକୁ ମାଳଦ୍ବୀପ ଗସ୍ତ କରିଥିଲେ । ଶ୍ରୀ ମୋଦି ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ତାଙ୍କର ପ୍ରଥମ ବିଦେଶ ଗସ୍ତ ଭାବେ ମାଳଦ୍ବୀପକୁ ଯିବା ଏହା ପ୍ରମାଣିତ କରୁଛି ଯେ ଭାରତ ସୋଲି ସରକାରଙ୍କ ସହିତ ସଂପର୍କ ସୁଦୃଢ କରିବାକୁ ଚାହୁଁଛି।

ଦୁଇଦିନିଆ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମାଳଦ୍ବୀପର ସର୍ବୋଚ୍ଚ ବେସାମରିକ ସମ୍ମାନ ରୁଲ ଅଫ ଇଜୁଧିନରେ ସମ୍ମାନିତ କରାଯାଇ ଥିଲା । ଦୁଇ ଦେଶ ମଧ୍ୟରେ ସଂପର୍କ ବୃଦ୍ଧି ନିମନ୍ତେ କେତେକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିଲା । ସେସବୁ ହେଲା ଜଳ ବିଜ୍ଞାନ, ସ୍ବାସ୍ଥ୍ୟ, ସମୁଦ୍ର ପଥରେ ମାଲ ପରିବହନ ଏବଂ ଯାତ୍ରୀ ଗମନ, ଦକ୍ଷତା ବୃଦ୍ଧି ଉପରେ ସହଯୋଗ, ମାଳଦ୍ବୀପର ପ୍ରଶାସନିକ ଅଧିକାରୀମାନଙ୍କ ପ୍ରଶିକ୍ଷଣ ଏବଂ ଦକ୍ଷତା ବୃଦ୍ଧି ତଥା ଭାରତୀୟ ନୌବାହିନୀ ଏବଂ ମାଳଦ୍ବୀପର ଜାତୀୟ ପ୍ରତିରକ୍ଷା ବାହିନୀ ମଧ୍ୟରେ ଜାହାଜ ଗୁଡିକର ସୂଚନା ଇତ୍ୟାଦି।

ପ୍ରଧାନମନ୍ତ୍ରୀ ମୋଦି ସେଠାକାର ପାର୍ଲାମେଣ୍ଟରେ ଉଦବୋଧନ ମଧ୍ୟ ଦେଇଛନ୍ତି । ମାଳଦ୍ବୀପର 86 ବର୍ଷର ଇତିହାସରେ ଉଦବୋଧନ ଦେବାରେ ଶ୍ରୀ ମୋଦି ହେଉଛନ୍ତି ଦ୍ବିତୀୟ ବିଦେଶୀ ନେତା । ଶ୍ରୀ ମୋଦି ତାଙ୍କ ଉଦବୋଧନରେ ଭାରତ ମହାସାଗର ଅଞ୍ଚଳରେ ଶାନ୍ତି ଏବଂ ସମୃଦ୍ଧିର କାମନା କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତିଙ୍କ ବ୍ୟତିତ ବାଚସ୍ପତି ମହମ୍ମଦ ନସୀଦ, ଉପରାଷ୍ଟ୍ରପତି ଫୈଜଲ ନସିମ ତଥା ରାଜନୈତିକ ନେତା ମୌମୁନ ଅବଦ୍ଦୁଲ ଗୟୁମ, କାସୀମ ଇବ୍ରାହିମ ଏବଂ ଇମ୍ରାନ ଅବଦ୍ଦୁଲାଙ୍କୁ ସାକ୍ଷାତ କରିଥିଲେ। ମାଳଦ୍ବୀପରେ ଗଣତନ୍ତ୍ରକୁ ସୁଦୃଢ କରିବା ପାଇଁ ମୁଖ୍ୟତ ଆଲୋଚନା ହୋଇଥିଲା।

ଏହି ଗସ୍ତ ପ୍ରତିକାତ୍ମକ ଥିଲେ ମଧ୍ୟ ଦୁଇ ଦେଶ ମଧ୍ୟରେ ଏକ ସ୍ବତନ୍ତ୍ର ସଂପର୍କକୁ ପ୍ରତିଫଳିତ କରିଥିଲା । ଗସ୍ତ ସଫଳ ଥିଲା ଏବଂ ମିଳିତ ବିବୃତ୍ତିରେ ରାଷ୍ଟ୍ରପତି ସୋଲି ତାଙ୍କ ସରକାରଙ୍କ ଭାରତ ପ୍ରଥମେ ନୀତିକୁ ଦୋହରାଇଥିଲେ । ଏହା ସହିତ ବିଭିନ୍ନ କ୍ଷେତ୍ରରେ ଭାରତକୁ ପୂର୍ଣ୍ଣ ସମର୍ଥନ ଦେବାକୁ ଶ୍ରୀ ସୋଲି କହିଥିଲେ । ଜାତିସଂଘ ନିରାପତ୍ତା ପରିଷଦର ସଂପ୍ରସାରଣ କରି ଭାରତର ସ୍ଥାୟୀ ସଦସ୍ୟତା ଉପରେ ମତବ୍ୟକ୍ତ କରିଥିଲେ ଏବଂ 2020-2021 ବର୍ଷ ପାଇଁ ଭାରତକୁ ଅଣ ସ୍ଥାୟୀ ସଦସ୍ୟ ଭାବେ ସାମିଲ କରିବାକୁ ମଧ୍ୟ ମାଳଦ୍ବୀପ ସମର୍ଥନ କରିଥିଲା।

ମାଳଦ୍ବୀପରୁ ଭାରତ ଫେରିବା ବାଟରେ ଶ୍ରୀ ମୋଦି ଶ୍ରୀଲଙ୍କାକୁ ଯାଇଥିଲେ । ଚାରି ଘଣ୍ଟା ପାଇଁ କଲମ୍ବୋରେ ରହିବା ସମୟରେ ଶ୍ରୀ ମୋଦି ରାଷ୍ଟ୍ରପତି ମୈତ୍ରିପାଲ ସିରିସେନା, ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମ ସିଂଘେ, ବିରୋଧି ଦଳ ନେତା ମହିନ୍ଦା ରାଜପକ୍ଷେ ଏବଂ ତାମିଲ ନ୍ୟାସନାଲର ନେତାଙ୍କୁ ସାକ୍ଷାତ କରିଥିଲେ । ଶ୍ରୀ ମୋଦି ସେଣ୍ଟ ଆନ୍ଥୋନି ଚର୍ଚ୍ଚକୁ ଯାଇ ଇଷ୍ଟର ରବିବାର ଆକ୍ରମଣରେ ପ୍ରାଣ ହରାଇଥିବା ଲୋକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସନ୍ତ୍ରାସବାଦର ଜଘଣ୍ୟ ଶିକାର ହୋଇଥିବା ଶ୍ରୀଲଙ୍କା ପ୍ରତି ସମବେଦନା ଜଣାଇବା ଶ୍ରୀ ମୋଦିଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଶ୍ରୀଲଙ୍କାରେ ହୋଇଥିବା ଆକ୍ରମଣ ପରେ ସେଠାକୁ ଗସ୍ତ କରିବାରେ ଶ୍ରୀ ମୋଦି ହେଉଛନ୍ତି ପ୍ରଥମ ବିଦେଶୀ ନେତା । ରାଷ୍ଟ୍ରପତି ସିରିସେନା ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପ୍ରତି ସମ୍ମାନ ଜଣାଇ କହିଥିଲେ ଯେ ଶ୍ରୀ ମୋଦିଙ୍କ ଗସ୍ତ ଶ୍ରୀଲଙ୍କାର ଅର୍ଥନୀତି, ବାଣିଜ୍ୟ ଏବଂ ପର୍ଯ୍ୟଟନକୁ ବିକଶିତ କରିବ। ଆଲୋଚନା କାଳରେ ଶ୍ରୀ ମୋଦି ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ସନ୍ତ୍ରାସବାଦ ଏବଂ ମୌଳବାଦର ମୁକାବିଲା ପାଇଁ ସହଯୋଗକୁ ସୁଦୃଢ କରିବାକୁ ସହମତ ହୋଇଥିଲେ। ପଡ଼ୋଶୀ ଦେଶମାନଙ୍କରେ ସନ୍ତ୍ରାସବାଦର ମୁକାବିଲା ଏବଂ ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ ସହଯୋଗ ସ୍ଥାପନ ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ପ୍ରତିଫଳିତ କରୁଛି।

ଆଲୋଖ୍ୟ: ଡକ୍ଟର ଗୁଲବିନ ସୁଲତାନା

ଅନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...