ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ଦ୍ବିତୀୟ ଥର ଶପଥ ନେବା ପରେ ମାଳଦ୍ବୀପ ଏବଂ ଶ୍ରୀଲଙ୍କାକୁ ପ୍ରଥମ ବିଦେଶ ଯାତ୍ରା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ଦୁଇଟି ସାମୁଦ୍ରିକ ପଡ଼ୋଶୀ ଦେଶକୁ ଗସ୍ତ ଭାରତର ପଡ଼ୋଶୀ ପ୍ରଥମେ ଏବଂ ସମସ୍ତ କ୍ଷେତ୍ରରେ ନିରାପତ୍ତା ଓ ସମୃଦ୍ଧି(ସାଗର) ନୀତିକୁ ସର୍ବାଧିକ ଗୁରୁତ୍ବ ଦେବା ପ୍ରତିଫଳିତ କରୁଛି ।
ପଡ଼ୋଶୀ ପ୍ରଥମେ ନୀତିକୁ ଗୁରୁତ୍ବ ଦିଆଯିବା ସତ୍ତ୍ବେ ପ୍ରଧାନମନ୍ତ୍ରୀ ତାଙ୍କର ପ୍ରଥମ କାର୍ଯ୍ୟକାଳ ସମୟରେ ମାଳଦ୍ବୀପ ଗସ୍ତ କରିନଥିଲେ କାରଣ ସେତେବେଳେ ସେଠାକାର ରାଜନୈତିକ ବାତାବରଣ ଉପଯୁକ୍ତ ନଥିଲା କିନ୍ତୁ 2018 ଅକ୍ଟୋବରରେ ଇବ୍ରାହିମ ମହମ୍ମଦ ସୋଲି ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ପରିସ୍ଥିତି ବଦଳିଥିଲା । 2018 ନଭେମ୍ବରରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଭାବେ ଇବ୍ରାହିମଙ୍କ ଶପଥ ଗ୍ରହଣରେ ଯୋଗଦେବାକୁ ମାଳଦ୍ବୀପ ଗସ୍ତ କରିଥିଲେ । ଶ୍ରୀ ମୋଦି ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ତାଙ୍କର ପ୍ରଥମ ବିଦେଶ ଗସ୍ତ ଭାବେ ମାଳଦ୍ବୀପକୁ ଯିବା ଏହା ପ୍ରମାଣିତ କରୁଛି ଯେ ଭାରତ ସୋଲି ସରକାରଙ୍କ ସହିତ ସଂପର୍କ ସୁଦୃଢ କରିବାକୁ ଚାହୁଁଛି।
ଦୁଇଦିନିଆ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମାଳଦ୍ବୀପର ସର୍ବୋଚ୍ଚ ବେସାମରିକ ସମ୍ମାନ ରୁଲ ଅଫ ଇଜୁଧିନରେ ସମ୍ମାନିତ କରାଯାଇ ଥିଲା । ଦୁଇ ଦେଶ ମଧ୍ୟରେ ସଂପର୍କ ବୃଦ୍ଧି ନିମନ୍ତେ କେତେକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିଲା । ସେସବୁ ହେଲା ଜଳ ବିଜ୍ଞାନ, ସ୍ବାସ୍ଥ୍ୟ, ସମୁଦ୍ର ପଥରେ ମାଲ ପରିବହନ ଏବଂ ଯାତ୍ରୀ ଗମନ, ଦକ୍ଷତା ବୃଦ୍ଧି ଉପରେ ସହଯୋଗ, ମାଳଦ୍ବୀପର ପ୍ରଶାସନିକ ଅଧିକାରୀମାନଙ୍କ ପ୍ରଶିକ୍ଷଣ ଏବଂ ଦକ୍ଷତା ବୃଦ୍ଧି ତଥା ଭାରତୀୟ ନୌବାହିନୀ ଏବଂ ମାଳଦ୍ବୀପର ଜାତୀୟ ପ୍ରତିରକ୍ଷା ବାହିନୀ ମଧ୍ୟରେ ଜାହାଜ ଗୁଡିକର ସୂଚନା ଇତ୍ୟାଦି।
ପ୍ରଧାନମନ୍ତ୍ରୀ ମୋଦି ସେଠାକାର ପାର୍ଲାମେଣ୍ଟରେ ଉଦବୋଧନ ମଧ୍ୟ ଦେଇଛନ୍ତି । ମାଳଦ୍ବୀପର 86 ବର୍ଷର ଇତିହାସରେ ଉଦବୋଧନ ଦେବାରେ ଶ୍ରୀ ମୋଦି ହେଉଛନ୍ତି ଦ୍ବିତୀୟ ବିଦେଶୀ ନେତା । ଶ୍ରୀ ମୋଦି ତାଙ୍କ ଉଦବୋଧନରେ ଭାରତ ମହାସାଗର ଅଞ୍ଚଳରେ ଶାନ୍ତି ଏବଂ ସମୃଦ୍ଧିର କାମନା କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତିଙ୍କ ବ୍ୟତିତ ବାଚସ୍ପତି ମହମ୍ମଦ ନସୀଦ, ଉପରାଷ୍ଟ୍ରପତି ଫୈଜଲ ନସିମ ତଥା ରାଜନୈତିକ ନେତା ମୌମୁନ ଅବଦ୍ଦୁଲ ଗୟୁମ, କାସୀମ ଇବ୍ରାହିମ ଏବଂ ଇମ୍ରାନ ଅବଦ୍ଦୁଲାଙ୍କୁ ସାକ୍ଷାତ କରିଥିଲେ। ମାଳଦ୍ବୀପରେ ଗଣତନ୍ତ୍ରକୁ ସୁଦୃଢ କରିବା ପାଇଁ ମୁଖ୍ୟତ ଆଲୋଚନା ହୋଇଥିଲା।
ଏହି ଗସ୍ତ ପ୍ରତିକାତ୍ମକ ଥିଲେ ମଧ୍ୟ ଦୁଇ ଦେଶ ମଧ୍ୟରେ ଏକ ସ୍ବତନ୍ତ୍ର ସଂପର୍କକୁ ପ୍ରତିଫଳିତ କରିଥିଲା । ଗସ୍ତ ସଫଳ ଥିଲା ଏବଂ ମିଳିତ ବିବୃତ୍ତିରେ ରାଷ୍ଟ୍ରପତି ସୋଲି ତାଙ୍କ ସରକାରଙ୍କ ଭାରତ ପ୍ରଥମେ ନୀତିକୁ ଦୋହରାଇଥିଲେ । ଏହା ସହିତ ବିଭିନ୍ନ କ୍ଷେତ୍ରରେ ଭାରତକୁ ପୂର୍ଣ୍ଣ ସମର୍ଥନ ଦେବାକୁ ଶ୍ରୀ ସୋଲି କହିଥିଲେ । ଜାତିସଂଘ ନିରାପତ୍ତା ପରିଷଦର ସଂପ୍ରସାରଣ କରି ଭାରତର ସ୍ଥାୟୀ ସଦସ୍ୟତା ଉପରେ ମତବ୍ୟକ୍ତ କରିଥିଲେ ଏବଂ 2020-2021 ବର୍ଷ ପାଇଁ ଭାରତକୁ ଅଣ ସ୍ଥାୟୀ ସଦସ୍ୟ ଭାବେ ସାମିଲ କରିବାକୁ ମଧ୍ୟ ମାଳଦ୍ବୀପ ସମର୍ଥନ କରିଥିଲା।
ମାଳଦ୍ବୀପରୁ ଭାରତ ଫେରିବା ବାଟରେ ଶ୍ରୀ ମୋଦି ଶ୍ରୀଲଙ୍କାକୁ ଯାଇଥିଲେ । ଚାରି ଘଣ୍ଟା ପାଇଁ କଲମ୍ବୋରେ ରହିବା ସମୟରେ ଶ୍ରୀ ମୋଦି ରାଷ୍ଟ୍ରପତି ମୈତ୍ରିପାଲ ସିରିସେନା, ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମ ସିଂଘେ, ବିରୋଧି ଦଳ ନେତା ମହିନ୍ଦା ରାଜପକ୍ଷେ ଏବଂ ତାମିଲ ନ୍ୟାସନାଲର ନେତାଙ୍କୁ ସାକ୍ଷାତ କରିଥିଲେ । ଶ୍ରୀ ମୋଦି ସେଣ୍ଟ ଆନ୍ଥୋନି ଚର୍ଚ୍ଚକୁ ଯାଇ ଇଷ୍ଟର ରବିବାର ଆକ୍ରମଣରେ ପ୍ରାଣ ହରାଇଥିବା ଲୋକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ସନ୍ତ୍ରାସବାଦର ଜଘଣ୍ୟ ଶିକାର ହୋଇଥିବା ଶ୍ରୀଲଙ୍କା ପ୍ରତି ସମବେଦନା ଜଣାଇବା ଶ୍ରୀ ମୋଦିଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଶ୍ରୀଲଙ୍କାରେ ହୋଇଥିବା ଆକ୍ରମଣ ପରେ ସେଠାକୁ ଗସ୍ତ କରିବାରେ ଶ୍ରୀ ମୋଦି ହେଉଛନ୍ତି ପ୍ରଥମ ବିଦେଶୀ ନେତା । ରାଷ୍ଟ୍ରପତି ସିରିସେନା ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପ୍ରତି ସମ୍ମାନ ଜଣାଇ କହିଥିଲେ ଯେ ଶ୍ରୀ ମୋଦିଙ୍କ ଗସ୍ତ ଶ୍ରୀଲଙ୍କାର ଅର୍ଥନୀତି, ବାଣିଜ୍ୟ ଏବଂ ପର୍ଯ୍ୟଟନକୁ ବିକଶିତ କରିବ। ଆଲୋଚନା କାଳରେ ଶ୍ରୀ ମୋଦି ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ସନ୍ତ୍ରାସବାଦ ଏବଂ ମୌଳବାଦର ମୁକାବିଲା ପାଇଁ ସହଯୋଗକୁ ସୁଦୃଢ କରିବାକୁ ସହମତ ହୋଇଥିଲେ। ପଡ଼ୋଶୀ ଦେଶମାନଙ୍କରେ ସନ୍ତ୍ରାସବାଦର ମୁକାବିଲା ଏବଂ ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ ସହଯୋଗ ସ୍ଥାପନ ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ପ୍ରତିଫଳିତ କରୁଛି।
ଆଲୋଖ୍ୟ: ଡକ୍ଟର ଗୁଲବିନ ସୁଲତାନା
ଅନୁବାଦ: ରାମଚଂଦ୍ର ନାଥ

Comments
Post a Comment