Skip to main content

ପଞ୍ଚମ ସିଆଇସିଏ ସମ୍ମିଳନୀ ଏବଂ ଭାରତ

ଏସିଆର ସଂଘତି ଏବଂ ଆତ୍ମବିଶ୍ବାସ ପ୍ରତିଷ୍ଠା, ସିଆଇସିଏ ସଂକ୍ରାନ୍ତିୟ ପଞ୍ଚମ ସମ୍ମିଳନୀ ତାଜିକିସ୍ଥାନରେ ଗତ ସପ୍ତାହରେ ଅନୁଷ୍ଠିତ ହୋଇଯାଇଛି । ସିଆଇସିଏର ପ୍ରତିଷ୍ଠାତା କୋଜାକସ୍ଥାନର ପ୍ରଥମ ରାଷ୍ଟ୍ରପତି ନୁରସୁଲସ୍ତାନ ନଜରବୟେ 1992ରେ ଜାତିସଂଘ ସାଧାରଣ ପରିଷଦରେ ସିଆଇସିଏ ରୂପରେଖର ପ୍ରସ୍ତାବ ଦେଇଥିଲେ । ସିଆଇସିଏର ସଚିବାଳୟ 2006ରେ ନୁରସୁଲତାନ ନାମରେ ପ୍ରସିଦ୍ଧ କାଜାକସ୍ଥାନର ରାଜଧାନୀ ଆସ୍ଥାନାରେ ପ୍ରତିଷ୍ଠା ହୋଇଥିଲା । ସିଆଇସିଏରେ ଏସିଆର 30ରୁ ଅଧିକ ଦେଶ ସଦସ୍ୟ ଅଛନ୍ତି ଏବଂ ବହୁ ଆନ୍ତର୍ଜାତୀକ ସଂଗଠନ ଏଥିରେ ପର୍ଯ୍ୟବେକ୍ଷକ ଭାବେ ପ୍ରତିନିଧିତ୍ବ କରୁଛନ୍ତି। ଏପର୍ଯ୍ୟନ୍ତ ଏହି ସଂଗଠନରେ କାଜକସ୍ଥାନ, ଚୀନ ଏବଂ ତାଜିକସ୍ଥାନ ଅଧ୍ୟକ୍ଷତା କରିସାରିଛନ୍ତି।

ସିଆଇସିଏର ପ୍ରଥମ ସମ୍ମିଳନୀ 2002ରେ କାଜକସ୍ଥାନର ଅଲମାଟିରେ ଅନୁଷ୍ଠିତ ହୋଇଥିଲା ଯେଉଁଠି ଏହାର ସନନ୍ଦ ଘୋଷଣା ହୋଇଥିଲା ଯାହାକୁ ଅଲମାଟି ଆଇନ ବୋଲି କୁହାଯାଉଛି। ତତ୍କାଳିନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପ୍ରଥମ ସମ୍ମିଳନୀରେ ଯୋଗ ଦେଇଥିଲେ। ଭାରତର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଅଲମାଟିରେ 2006ରେ ହୋଇଥିବା ଦ୍ବିତୀୟ ସମ୍ମିଳନୀରେ ଯୋଗ ଦେଇଥିଲେ। 2010 ଜୁନରେ ଇସ୍ତାନବୁଲରେ ହୋଇଥିବା ତୃତୀୟ ସମ୍ମିଳନୀରେ ଭାରତର ପୂର୍ବତନ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ଯୋଗ ଦେଇଥିଲେ । 2014ରେ ଏହାର ଚତୁର୍ଥ ସମ୍ମିଳନୀ ଚୀନର ସାଂଘାଇରେ ହୋଇଥିଲା ସେହିସମୟରେ ଭାରତରେ ସାଧାରଣ ନିର୍ବାଚନ ସଂପନ୍ନ ହେବାର ମାତ୍ର କିଛି ଦିନ ହୋଇଥିବାରୁ ଭାରତର ବୈଦେଶିକ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ସେଥିରେ ଯୋଗ ଦେଇଥିଲେ।

ସିଆଇସିଏର ଉଦ୍ଦେଶ୍ୟ ହେଉଛି ସମଗ୍ର ଉପମହାଦେଶ ତଥା ଏହା ବାହାରେ ସହଯୋଗ ବୃଦ୍ଧି ସହିତ ସ୍ଥିରତା, ସୁରକ୍ଷା ଏବଂ ଶାନ୍ତି ସ୍ଥାପନ କରିବା।ଏସିଆର ସାମଗ୍ରୀକ ସୁରକ୍ଷା ଦିଗରେ ପର୍ଯ୍ୟାୟକ୍ରମେ ଏହା ପଦକ୍ଷେପ ନେଇଛି। ଏଥିପାଇଁ ସିଆଇସିଏ ଆସ୍ଥା ପ୍ରତିଷ୍ଠା ପଦକ୍ଷେପ ନିମନ୍ତେ ଏକ ଉପାୟ ଗ୍ରହଣ କରିଛି। ଏହି ଉପାୟକୁ ପାଞ୍ଚଟି ଭାଗରେ ବିଭକ୍ତ କରାଯାଇଛି ଯଥା ନୂଆ ସମସ୍ୟା ଏବଂ ବିପଦର ମୁକାବିଲା, ଅର୍ଥନୀତି, ପରିବେଶ, ମାନବିକ କ୍ଷେତ୍ର ଏବଂ ସାମରିକ ରାଜନୈତିକ ଦିଗ। ଭାରତ ଆସ୍ଥାପ୍ତିଷ୍ଠା, ପରିବହନ ଏବଂ ଶକ୍ତି ସୁରକ୍ଷା କ୍ଷେତ୍ରରେ ସହ ସହଯୋଗୀ ରହିଛି। 

ସିଆଇସିଏ ସମ୍ମିଳନୀ ପ୍ରତି ଚାରି ବର୍ଷରେ ଥରେ ହୋଇଥାଏ। ତାଜକିସ୍ଥାନରେ ହୋଇଥିବା ପଞ୍ଚମ ସମ୍ମିଳନୀର ବିଷୟବସ୍ତୁ ହେଉଛି ସିଆଇସିଏ ଅଞ୍ଚଳର ସମୃଦ୍ଧି ଏବଂ ସୁରକ୍ଷା ପାଇଁ ଦୂରଦୃଷ୍ଟି ସେୟାର କରିବା। ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ପ୍ରତିନିଧିତ୍ବ କରିଥିଲେ ।

ସିଆଇସିଏର ବିଭିନ୍ନ କାର୍ଯ୍ୟକ୍ରମରେ ଭାରତ ସକ୍ରୀୟ ଅଂଶ ଗ୍ରହଣ କରିଛି। ଭାରତ ଚାହୁଁଛି ଯେ ଏସିଆର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗୋଟିଏ ପରେ ଗୋଟିଏ ବିକାଶ ପଦକ୍ଷେପ ନିଆଯାଉ। ସମ୍ମିଳନୀରେ ଉଦବୋଧନ ଦେଇ ଶ୍ରୀ ଜୟଶଙ୍କର କହିଥିଲେ ଯେ ଏକବିଂଶ ଶତାବ୍ଧି ହେଉଛି ଏସିଆଇ ଶତାବ୍ଧି ଏବଂ ଶାନ୍ତି, ସୁରକ୍ଷା ଏବଂ ବିକାଶ ଦିଗରେ ସିଆଇସିଏ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ସେ କହିଛନ୍ତି ଯେ ବର୍ତ୍ତମାନ ଏସିଆ ସନ୍ତ୍ରାସବାଦର କରାଳ ସମସ୍ୟାରେ ଗତି କରୁଛି ଏଣୁ ଏହାର ଅବସାନ ହେବା ଦରକାର। ଆଫଗାନିସ୍ଥାନର ବିକାଶକୁ ନେଇ ସେ କହିଛନ୍ତି ଯେ ଆଫଗାନିସ୍ଥାନର ପୁନଃଗଠନ ଆଫଗାନିସ୍ଥାନର ଇଛା ଅନୁଯାୟୀ ହେବା ଦରକାର।

ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଶକ୍ତି ସୁରକ୍ଷାର ଅଭାବ ମୁଖ୍ୟ ବିକାଶମୂଳକ ଚ୍ୟାଲେଞ୍ଚ ଭାବେ ଉଭା ହୋଇଛି। ଖାଉଟି ଏବଂ ଉତ୍ପାଦକ ମଧ୍ୟରେ ଆଲୋଚନା ଏକ ସ୍ଥିର ଶକ୍ତି ବଜାର ସୃଷ୍ଟି କରିପାରିବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏସିଆ ହେଉଛି ବିଶ୍ବର ସର୍ବବୃହତ୍ତ ଉତ୍ପାଦକ ଏବଂ ଉପଭୋକ୍ତା। ନବୀକରଣୀୟ ଶକ୍ତି ଉତ୍ସ କ୍ଷେତ୍ରରେ ଭାରତର ଆନ୍ତର୍ଜାତୀୟ ସୌର ମେଣ୍ଟରେ ସାମିଲ ହେବାକୁ ସିଆଇସିଏର ସଦସ୍ୟମାନଙ୍କୁ ଆମନ୍ତ୍ରୀତ କରିଛନ୍ତି।

ପଞ୍ଚମ ସିଆଇସିଏ ବୈଠକରେ ଭାରତ ଉଠାଇଥିବା ସନ୍ତ୍ରାସବାଦ ସମେତ ଅନ୍ୟ କେତେକ ଚିନ୍ତାକୁ ଘୋଷଣାନାମାରେ ସ୍ଥାନିତ କରାଯାଇଛି। ସମ୍ମିଳନୀରେ ସାଂସ୍କୃତିକ ସହଯୋଗ, ବାଣିଜ୍ୟ ଏବଂ ଯାତାୟତ ପାଇଁ ସଂଯୋଗ ବୃଦ୍ଧି ଉପରେ ସମ୍ମିଳନୀରେ ଗୁରୁତ୍ବ ଦିଆଯାଇଛି। 2022ରେ ସିଆଇସିଏର ଷଷ୍ଠ ସମ୍ମିଳନୀ ହେବ।


ମୂଳ ଲେଖା: ଡକ୍ଟର ଅଥର ଜାଫର

ଅନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...