ଏସିଆର ସଂଘତି ଏବଂ ଆତ୍ମବିଶ୍ବାସ ପ୍ରତିଷ୍ଠା, ସିଆଇସିଏ ସଂକ୍ରାନ୍ତିୟ ପଞ୍ଚମ ସମ୍ମିଳନୀ ତାଜିକିସ୍ଥାନରେ ଗତ ସପ୍ତାହରେ ଅନୁଷ୍ଠିତ ହୋଇଯାଇଛି । ସିଆଇସିଏର ପ୍ରତିଷ୍ଠାତା କୋଜାକସ୍ଥାନର ପ୍ରଥମ ରାଷ୍ଟ୍ରପତି ନୁରସୁଲସ୍ତାନ ନଜରବୟେ 1992ରେ ଜାତିସଂଘ ସାଧାରଣ ପରିଷଦରେ ସିଆଇସିଏ ରୂପରେଖର ପ୍ରସ୍ତାବ ଦେଇଥିଲେ । ସିଆଇସିଏର ସଚିବାଳୟ 2006ରେ ନୁରସୁଲତାନ ନାମରେ ପ୍ରସିଦ୍ଧ କାଜାକସ୍ଥାନର ରାଜଧାନୀ ଆସ୍ଥାନାରେ ପ୍ରତିଷ୍ଠା ହୋଇଥିଲା । ସିଆଇସିଏରେ ଏସିଆର 30ରୁ ଅଧିକ ଦେଶ ସଦସ୍ୟ ଅଛନ୍ତି ଏବଂ ବହୁ ଆନ୍ତର୍ଜାତୀକ ସଂଗଠନ ଏଥିରେ ପର୍ଯ୍ୟବେକ୍ଷକ ଭାବେ ପ୍ରତିନିଧିତ୍ବ କରୁଛନ୍ତି। ଏପର୍ଯ୍ୟନ୍ତ ଏହି ସଂଗଠନରେ କାଜକସ୍ଥାନ, ଚୀନ ଏବଂ ତାଜିକସ୍ଥାନ ଅଧ୍ୟକ୍ଷତା କରିସାରିଛନ୍ତି।
ସିଆଇସିଏର ପ୍ରଥମ ସମ୍ମିଳନୀ 2002ରେ କାଜକସ୍ଥାନର ଅଲମାଟିରେ ଅନୁଷ୍ଠିତ ହୋଇଥିଲା ଯେଉଁଠି ଏହାର ସନନ୍ଦ ଘୋଷଣା ହୋଇଥିଲା ଯାହାକୁ ଅଲମାଟି ଆଇନ ବୋଲି କୁହାଯାଉଛି। ତତ୍କାଳିନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପ୍ରଥମ ସମ୍ମିଳନୀରେ ଯୋଗ ଦେଇଥିଲେ। ଭାରତର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଅଲମାଟିରେ 2006ରେ ହୋଇଥିବା ଦ୍ବିତୀୟ ସମ୍ମିଳନୀରେ ଯୋଗ ଦେଇଥିଲେ। 2010 ଜୁନରେ ଇସ୍ତାନବୁଲରେ ହୋଇଥିବା ତୃତୀୟ ସମ୍ମିଳନୀରେ ଭାରତର ପୂର୍ବତନ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ଯୋଗ ଦେଇଥିଲେ । 2014ରେ ଏହାର ଚତୁର୍ଥ ସମ୍ମିଳନୀ ଚୀନର ସାଂଘାଇରେ ହୋଇଥିଲା ସେହିସମୟରେ ଭାରତରେ ସାଧାରଣ ନିର୍ବାଚନ ସଂପନ୍ନ ହେବାର ମାତ୍ର କିଛି ଦିନ ହୋଇଥିବାରୁ ଭାରତର ବୈଦେଶିକ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ସେଥିରେ ଯୋଗ ଦେଇଥିଲେ।
ସିଆଇସିଏର ଉଦ୍ଦେଶ୍ୟ ହେଉଛି ସମଗ୍ର ଉପମହାଦେଶ ତଥା ଏହା ବାହାରେ ସହଯୋଗ ବୃଦ୍ଧି ସହିତ ସ୍ଥିରତା, ସୁରକ୍ଷା ଏବଂ ଶାନ୍ତି ସ୍ଥାପନ କରିବା।ଏସିଆର ସାମଗ୍ରୀକ ସୁରକ୍ଷା ଦିଗରେ ପର୍ଯ୍ୟାୟକ୍ରମେ ଏହା ପଦକ୍ଷେପ ନେଇଛି। ଏଥିପାଇଁ ସିଆଇସିଏ ଆସ୍ଥା ପ୍ରତିଷ୍ଠା ପଦକ୍ଷେପ ନିମନ୍ତେ ଏକ ଉପାୟ ଗ୍ରହଣ କରିଛି। ଏହି ଉପାୟକୁ ପାଞ୍ଚଟି ଭାଗରେ ବିଭକ୍ତ କରାଯାଇଛି ଯଥା ନୂଆ ସମସ୍ୟା ଏବଂ ବିପଦର ମୁକାବିଲା, ଅର୍ଥନୀତି, ପରିବେଶ, ମାନବିକ କ୍ଷେତ୍ର ଏବଂ ସାମରିକ ରାଜନୈତିକ ଦିଗ। ଭାରତ ଆସ୍ଥାପ୍ତିଷ୍ଠା, ପରିବହନ ଏବଂ ଶକ୍ତି ସୁରକ୍ଷା କ୍ଷେତ୍ରରେ ସହ ସହଯୋଗୀ ରହିଛି।
ସିଆଇସିଏ ସମ୍ମିଳନୀ ପ୍ରତି ଚାରି ବର୍ଷରେ ଥରେ ହୋଇଥାଏ। ତାଜକିସ୍ଥାନରେ ହୋଇଥିବା ପଞ୍ଚମ ସମ୍ମିଳନୀର ବିଷୟବସ୍ତୁ ହେଉଛି ସିଆଇସିଏ ଅଞ୍ଚଳର ସମୃଦ୍ଧି ଏବଂ ସୁରକ୍ଷା ପାଇଁ ଦୂରଦୃଷ୍ଟି ସେୟାର କରିବା। ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ପ୍ରତିନିଧିତ୍ବ କରିଥିଲେ ।
ସିଆଇସିଏର ବିଭିନ୍ନ କାର୍ଯ୍ୟକ୍ରମରେ ଭାରତ ସକ୍ରୀୟ ଅଂଶ ଗ୍ରହଣ କରିଛି। ଭାରତ ଚାହୁଁଛି ଯେ ଏସିଆର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗୋଟିଏ ପରେ ଗୋଟିଏ ବିକାଶ ପଦକ୍ଷେପ ନିଆଯାଉ। ସମ୍ମିଳନୀରେ ଉଦବୋଧନ ଦେଇ ଶ୍ରୀ ଜୟଶଙ୍କର କହିଥିଲେ ଯେ ଏକବିଂଶ ଶତାବ୍ଧି ହେଉଛି ଏସିଆଇ ଶତାବ୍ଧି ଏବଂ ଶାନ୍ତି, ସୁରକ୍ଷା ଏବଂ ବିକାଶ ଦିଗରେ ସିଆଇସିଏ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ସେ କହିଛନ୍ତି ଯେ ବର୍ତ୍ତମାନ ଏସିଆ ସନ୍ତ୍ରାସବାଦର କରାଳ ସମସ୍ୟାରେ ଗତି କରୁଛି ଏଣୁ ଏହାର ଅବସାନ ହେବା ଦରକାର। ଆଫଗାନିସ୍ଥାନର ବିକାଶକୁ ନେଇ ସେ କହିଛନ୍ତି ଯେ ଆଫଗାନିସ୍ଥାନର ପୁନଃଗଠନ ଆଫଗାନିସ୍ଥାନର ଇଛା ଅନୁଯାୟୀ ହେବା ଦରକାର।
ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଶକ୍ତି ସୁରକ୍ଷାର ଅଭାବ ମୁଖ୍ୟ ବିକାଶମୂଳକ ଚ୍ୟାଲେଞ୍ଚ ଭାବେ ଉଭା ହୋଇଛି। ଖାଉଟି ଏବଂ ଉତ୍ପାଦକ ମଧ୍ୟରେ ଆଲୋଚନା ଏକ ସ୍ଥିର ଶକ୍ତି ବଜାର ସୃଷ୍ଟି କରିପାରିବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏସିଆ ହେଉଛି ବିଶ୍ବର ସର୍ବବୃହତ୍ତ ଉତ୍ପାଦକ ଏବଂ ଉପଭୋକ୍ତା। ନବୀକରଣୀୟ ଶକ୍ତି ଉତ୍ସ କ୍ଷେତ୍ରରେ ଭାରତର ଆନ୍ତର୍ଜାତୀୟ ସୌର ମେଣ୍ଟରେ ସାମିଲ ହେବାକୁ ସିଆଇସିଏର ସଦସ୍ୟମାନଙ୍କୁ ଆମନ୍ତ୍ରୀତ କରିଛନ୍ତି।
ପଞ୍ଚମ ସିଆଇସିଏ ବୈଠକରେ ଭାରତ ଉଠାଇଥିବା ସନ୍ତ୍ରାସବାଦ ସମେତ ଅନ୍ୟ କେତେକ ଚିନ୍ତାକୁ ଘୋଷଣାନାମାରେ ସ୍ଥାନିତ କରାଯାଇଛି। ସମ୍ମିଳନୀରେ ସାଂସ୍କୃତିକ ସହଯୋଗ, ବାଣିଜ୍ୟ ଏବଂ ଯାତାୟତ ପାଇଁ ସଂଯୋଗ ବୃଦ୍ଧି ଉପରେ ସମ୍ମିଳନୀରେ ଗୁରୁତ୍ବ ଦିଆଯାଇଛି। 2022ରେ ସିଆଇସିଏର ଷଷ୍ଠ ସମ୍ମିଳନୀ ହେବ।
ମୂଳ ଲେଖା: ଡକ୍ଟର ଅଥର ଜାଫର
ଅନୁବାଦ: ରାମଚଂଦ୍ର ନାଥ
Comments
Post a Comment