Skip to main content

କୃଷକମାନଙ୍କ ପାଇଁ ନୂଆ ସରକାରଙ୍କ ଦରଦ

ଦ୍ବିତୀୟ ଥର ନରେନ୍ଦ୍ର ମୋଦି ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକରେ କୃଷକମାନଙ୍କ କଲ୍ୟାଣ ଏବଂ କୃଷି କ୍ଷେତ୍ର ଉପରେ ଉଲ୍ଲେଖନୀୟ ଏବଂ ଆକିଦୃଷିଆ ଗୁରୁତ୍ବ ଦେଇଛନ୍ତି। କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନା ଅନ୍ତର୍ଗତ ଦିଆଯିବାକୁ ଥିବା 6 ହଜାର ଟଙ୍କା ବାର୍ଷିକ ଅନୁଦାନକୁ ଦେଶର 145 ମିଲିୟନ କୃଷକମାନଙ୍କ ପାଇଁ ସଂପ୍ରସାରିତ କରାଯାଇଛି ।

ଏହା ବ୍ୟତିତ ଏକ କୋଟି କୃଷକମାନଙ୍କୁ 2 ହଜାର ଟଙ୍କା ଲେଖାଏଁ ଆର୍ଥିକ ସହଯୋଗ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । କ୍ଷୁଦ୍ର ଏବଂ ନାମମାତ୍ର କୃଷକମାନଙ୍କ ପାଇଁ ଏକ ନିଶ୍ଚିତ ରୋଜଗାର ସହଯୋଗ ବାବଦରେ ସରକାର ପ୍ରଧାନମନ୍ତ୍ରୀ ସମ୍ମାନ ନିଧି ଯୋଜନା ଆରମ୍ଭ କରିବାକୁ କୃଷି ମନ୍ତ୍ରଣାଳୟ କହିଛି । ଲୋକସଭା ନିର୍ବାଚନ 2019ର ଘୋଷଣା ପୂର୍ବରୁ ଗୋରଖପୁରରେ ଶୁଭାରମ୍ଭ ହୋଇଥିବା ଯୋଜନାର ଏହା ହେଉଛି ସଂପ୍ରସାରିତ ଅଂଶ ଯାହା ପାଇଁ ବାର୍ଷିକ 75 ହଜାର କୋଟି ଟଙ୍କା ବ୍ୟୟ କରାଯିବ।

ପିଏମ କିଷାନ ଯୋଜନା ଅନ୍ତର୍ଗତ କୃଷକମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଅର୍ଥ ପ୍ରେରଣ କରାଯିବ। ଏହି ଯୋଜନା ଅନ୍ତର୍ଗତ 120 ମିଲିୟନ କ୍ଷୁଦ୍ର ଏବଂ ନାମମାତ୍ର କୃଷକ ବର୍ଷକୁ 6 ହଜାର ଟଙ୍କାର ଆର୍ଥିକ ସହାୟତା ପାଇବେ। ଏହି ଯୋଜନା ଦେଶର କୃଷକମାନେ ସାମ୍ନା କରୁଥିବା କୃଷି ସମସ୍ୟାରୁ ନିଦାନ ପାଇବା ପାଇଁ ଅଭିପ୍ରେତ। କ୍ଷୁଦ୍ର ଏବଂ ନାମମାତ୍ର କୃଷକମାନେ ଅନେକାଂଶରେ ବ୍ୟାଙ୍କ ବ୍ୟବସ୍ଥା ଠାରୁ ଦରରେ ରହିଛନ୍ତି ଏଣୁ କୃଷି ଋଣ ଛାଡ ପରି ଯୋଜନା ଏହି କୃଷକମାନଙ୍କୁ ସାମାନ୍ୟ ସୁଫଳ ଦେଇଥାଏ । କୃଷି ଋଣ ଛାଡ ଦେଶର ଅର୍ଥ ବ୍ୟବସ୍ଥା ଉପରେ ବିପରିତ ପ୍ରଭାବ ପକାଇପାରେ। ପିଏମ-କିଷାନ ଯୋଜନା ଦ୍ବାରା ଖାଦ୍ୟ ଶସ୍ୟ, ଉଦ୍ୟାନ କୃଷି, ତୈଳବିଜ, କପା, ଆଖୁ ଆଦିର ବହୁଳ ଉତ୍ପାଦନର ସ୍ବଳ୍ପ ବିକ୍ରି ଜନିତ ସମସ୍ୟାରୁ କୃଷକମାନଙ୍କୁ ସହାୟତା କରିବ।

ସରକାରଙ୍କ ନୀତିରେ ଏବେ ନିଶ୍ଚିତ କର୍ମନିଯୁକ୍ତିରୁ ନିଶ୍ଚିତ ରୋଜଗାର ଆଡକୁ ପରିବର୍ତ୍ତନ ହୋଇଛି । ନିଶ୍ଚିତ ରୋଜଗାର ଅବହେଳିତ ତଥା କ୍ଷୁଦ୍ର ଓ ନାମମାତ୍ର କୃଷକମାନଙ୍କୁ ସମ୍ମାନ ତଥା ସଶକ୍ତିକରଣ ଆଡକୁ ନେଇଯିବ। ଅବଶ୍ୟ କୃଷି କ୍ଷେତ୍ର ପାଇଁ ଢାଞ୍ଚାଗତ ସମସ୍ୟାର ଏହା ଦୀର୍ଘକାଳିନ ସମାଧାନ ନୁହେଁ।

କୃଷି କ୍ଷେତ୍ରର ଅଭିବୃଦ୍ଧି ପାଇଁ ମୂଳଧନ ବୃଦ୍ଧିର ଆବଶ୍ୟକତା ରହିଛି। ଆକଳନରୁ ଜଣାପଡିଛି ଯେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଏହି କ୍ଷେତ୍ରରେ ଶତକଡା 14-15 ଭାଗ ଅଭିବୃଦ୍ଧି ଘଟି କୃଷକମାନଙ୍କ ଆୟ ଦ୍ବିଗୁଣିତ ହୋଇଯିବ। ଏବେ ମଧ୍ୟ କୃଷି ପାଇଁ ମୌସୁମି ଉପରେ ନିର୍ଭର କରାଯାଉଥିବାରୁ ଜଳସେଚନ ବ୍ୟବସ୍ଥା ଏକ ଗୁରୁତ୍ବପୂର୍ଣ୍ଣ ଦିଗ ରହିଛି। ପିଏମ-କିଷାନ ଯୋଜନାର ଫଳପ୍ରଦ କାର୍ଯ୍ୟାନ୍ବୟନ ପାଇଁ କରାଯାଇଥିବା ବଜେଟ ଏବଂ ପ୍ରକୃତ ଖର୍ଚ୍ଚ ମଧ୍ୟରେ ପ୍ରଭାବ ପଡିବା ନେଇ ବିଶ୍ଳଷଣ ମଧ୍ୟ କରାଯାଇଛି।

ପିଏମ-କିଷାନ ଯୋଜନାକୁ କାର୍ଯ୍ୟକାରି କରିବା ପାଇଁ ପାଣ୍ଠି ଉପଲବ୍ଧକୁ ନେଇ ଅର୍ଥନୀତିଜ୍ଞମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯେତେବେଳେ ବଜେଟ ଉପସ୍ଥାପନ କରିବେ ସେତେବେଳେ ଏହି ଯୋଜନାର ଖର୍ଚକୁ ନେଇ ରହିଥିବା ଆଶଙ୍କା ଦୂର ହେବ। ଆଶା କରାଯାଉଛି ବଜେଟରେ କୃଷି କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦିଆଯିବ।

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନା ସଂପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ଅନୁଦାନ ଉପରେ ନିର୍ଭରଶୀଳ। ସେ ଯାହାହେଉନା କାହିଁକି ଏହି ଯୋଜନା ମାନବ ବିକାଶ ଦିଗରେ ଏକ ଦୃଢ ପଦକ୍ଷେପ ଏବଂ ଯାହାକୁ ଦେଖି ଅନେକ ରାଜ୍ୟ କୃଷି ଋଣ ଛାଡ ପରିବର୍ତ୍ତେ ଏପରି କୃଷି କଲ୍ୟାଣ ଯୋଜନା ଆଡକୁ ଆକର୍ଷିତ ହେଉଛନ୍ତି।

ଅର୍ଥନୈତିକ ବିକାଶ ହେଲେ ଯେ ମାନବିକ ବିକାଶ ହେବ ତାହା ନୁହେଁ ଏଣୁ ଦେଶର ଅବହେଳିତ କୃଷକମାନଙ୍କ ଜୀବନ ଜୀବିକାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ପରି ନୀତିର ଆବଶ୍ୟକତା ରହିଛି। ଏହାହିଁ ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ମୂଳ ମନ୍ତ୍ର ଯେ କେହି ଯେପରି ପଛରେ ନରହିଯାଆନ୍ତି ଯାହା ଯୋଗୁଁ ସେ କହିଆସିଛନ୍ତି ଯେ ସମସ୍ତଙ୍କ ସହିତ ସମସ୍ତଙ୍କ ବିକାଶ ଏବଂ ସମସ୍ତଙ୍କ ବିଶ୍ବାସ। ଏହା ଦ୍ବାରା ଦେଶର ଅନଗ୍ରସର ଶ୍ରେଣୀ ଦେଶର ଅର୍ଥନୈତିକ କାର୍ଯ୍ୟକ୍ରମରେ ସକ୍ରିୟ ଭାଗିଦାରୀ ଗ୍ରହଣ କରିପାରିବେ।

ମୂଳ ଲେଖା : ଡକ୍ଟର ଲେଖା ଏସ୍. ଚକ୍ରବର୍ତ୍ତି

ଅନୁବାଦ : ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...