ଦ୍ବିତୀୟ ଥର ନରେନ୍ଦ୍ର ମୋଦି ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକରେ କୃଷକମାନଙ୍କ କଲ୍ୟାଣ ଏବଂ କୃଷି କ୍ଷେତ୍ର ଉପରେ ଉଲ୍ଲେଖନୀୟ ଏବଂ ଆକିଦୃଷିଆ ଗୁରୁତ୍ବ ଦେଇଛନ୍ତି। କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନା ଅନ୍ତର୍ଗତ ଦିଆଯିବାକୁ ଥିବା 6 ହଜାର ଟଙ୍କା ବାର୍ଷିକ ଅନୁଦାନକୁ ଦେଶର 145 ମିଲିୟନ କୃଷକମାନଙ୍କ ପାଇଁ ସଂପ୍ରସାରିତ କରାଯାଇଛି ।
ଏହା ବ୍ୟତିତ ଏକ କୋଟି କୃଷକମାନଙ୍କୁ 2 ହଜାର ଟଙ୍କା ଲେଖାଏଁ ଆର୍ଥିକ ସହଯୋଗ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । କ୍ଷୁଦ୍ର ଏବଂ ନାମମାତ୍ର କୃଷକମାନଙ୍କ ପାଇଁ ଏକ ନିଶ୍ଚିତ ରୋଜଗାର ସହଯୋଗ ବାବଦରେ ସରକାର ପ୍ରଧାନମନ୍ତ୍ରୀ ସମ୍ମାନ ନିଧି ଯୋଜନା ଆରମ୍ଭ କରିବାକୁ କୃଷି ମନ୍ତ୍ରଣାଳୟ କହିଛି । ଲୋକସଭା ନିର୍ବାଚନ 2019ର ଘୋଷଣା ପୂର୍ବରୁ ଗୋରଖପୁରରେ ଶୁଭାରମ୍ଭ ହୋଇଥିବା ଯୋଜନାର ଏହା ହେଉଛି ସଂପ୍ରସାରିତ ଅଂଶ ଯାହା ପାଇଁ ବାର୍ଷିକ 75 ହଜାର କୋଟି ଟଙ୍କା ବ୍ୟୟ କରାଯିବ।
ପିଏମ କିଷାନ ଯୋଜନା ଅନ୍ତର୍ଗତ କୃଷକମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଅର୍ଥ ପ୍ରେରଣ କରାଯିବ। ଏହି ଯୋଜନା ଅନ୍ତର୍ଗତ 120 ମିଲିୟନ କ୍ଷୁଦ୍ର ଏବଂ ନାମମାତ୍ର କୃଷକ ବର୍ଷକୁ 6 ହଜାର ଟଙ୍କାର ଆର୍ଥିକ ସହାୟତା ପାଇବେ। ଏହି ଯୋଜନା ଦେଶର କୃଷକମାନେ ସାମ୍ନା କରୁଥିବା କୃଷି ସମସ୍ୟାରୁ ନିଦାନ ପାଇବା ପାଇଁ ଅଭିପ୍ରେତ। କ୍ଷୁଦ୍ର ଏବଂ ନାମମାତ୍ର କୃଷକମାନେ ଅନେକାଂଶରେ ବ୍ୟାଙ୍କ ବ୍ୟବସ୍ଥା ଠାରୁ ଦରରେ ରହିଛନ୍ତି ଏଣୁ କୃଷି ଋଣ ଛାଡ ପରି ଯୋଜନା ଏହି କୃଷକମାନଙ୍କୁ ସାମାନ୍ୟ ସୁଫଳ ଦେଇଥାଏ । କୃଷି ଋଣ ଛାଡ ଦେଶର ଅର୍ଥ ବ୍ୟବସ୍ଥା ଉପରେ ବିପରିତ ପ୍ରଭାବ ପକାଇପାରେ। ପିଏମ-କିଷାନ ଯୋଜନା ଦ୍ବାରା ଖାଦ୍ୟ ଶସ୍ୟ, ଉଦ୍ୟାନ କୃଷି, ତୈଳବିଜ, କପା, ଆଖୁ ଆଦିର ବହୁଳ ଉତ୍ପାଦନର ସ୍ବଳ୍ପ ବିକ୍ରି ଜନିତ ସମସ୍ୟାରୁ କୃଷକମାନଙ୍କୁ ସହାୟତା କରିବ।
ସରକାରଙ୍କ ନୀତିରେ ଏବେ ନିଶ୍ଚିତ କର୍ମନିଯୁକ୍ତିରୁ ନିଶ୍ଚିତ ରୋଜଗାର ଆଡକୁ ପରିବର୍ତ୍ତନ ହୋଇଛି । ନିଶ୍ଚିତ ରୋଜଗାର ଅବହେଳିତ ତଥା କ୍ଷୁଦ୍ର ଓ ନାମମାତ୍ର କୃଷକମାନଙ୍କୁ ସମ୍ମାନ ତଥା ସଶକ୍ତିକରଣ ଆଡକୁ ନେଇଯିବ। ଅବଶ୍ୟ କୃଷି କ୍ଷେତ୍ର ପାଇଁ ଢାଞ୍ଚାଗତ ସମସ୍ୟାର ଏହା ଦୀର୍ଘକାଳିନ ସମାଧାନ ନୁହେଁ।
କୃଷି କ୍ଷେତ୍ରର ଅଭିବୃଦ୍ଧି ପାଇଁ ମୂଳଧନ ବୃଦ୍ଧିର ଆବଶ୍ୟକତା ରହିଛି। ଆକଳନରୁ ଜଣାପଡିଛି ଯେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଏହି କ୍ଷେତ୍ରରେ ଶତକଡା 14-15 ଭାଗ ଅଭିବୃଦ୍ଧି ଘଟି କୃଷକମାନଙ୍କ ଆୟ ଦ୍ବିଗୁଣିତ ହୋଇଯିବ। ଏବେ ମଧ୍ୟ କୃଷି ପାଇଁ ମୌସୁମି ଉପରେ ନିର୍ଭର କରାଯାଉଥିବାରୁ ଜଳସେଚନ ବ୍ୟବସ୍ଥା ଏକ ଗୁରୁତ୍ବପୂର୍ଣ୍ଣ ଦିଗ ରହିଛି। ପିଏମ-କିଷାନ ଯୋଜନାର ଫଳପ୍ରଦ କାର୍ଯ୍ୟାନ୍ବୟନ ପାଇଁ କରାଯାଇଥିବା ବଜେଟ ଏବଂ ପ୍ରକୃତ ଖର୍ଚ୍ଚ ମଧ୍ୟରେ ପ୍ରଭାବ ପଡିବା ନେଇ ବିଶ୍ଳଷଣ ମଧ୍ୟ କରାଯାଇଛି।
ପିଏମ-କିଷାନ ଯୋଜନାକୁ କାର୍ଯ୍ୟକାରି କରିବା ପାଇଁ ପାଣ୍ଠି ଉପଲବ୍ଧକୁ ନେଇ ଅର୍ଥନୀତିଜ୍ଞମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯେତେବେଳେ ବଜେଟ ଉପସ୍ଥାପନ କରିବେ ସେତେବେଳେ ଏହି ଯୋଜନାର ଖର୍ଚକୁ ନେଇ ରହିଥିବା ଆଶଙ୍କା ଦୂର ହେବ। ଆଶା କରାଯାଉଛି ବଜେଟରେ କୃଷି କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦିଆଯିବ।
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନା ସଂପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ଅନୁଦାନ ଉପରେ ନିର୍ଭରଶୀଳ। ସେ ଯାହାହେଉନା କାହିଁକି ଏହି ଯୋଜନା ମାନବ ବିକାଶ ଦିଗରେ ଏକ ଦୃଢ ପଦକ୍ଷେପ ଏବଂ ଯାହାକୁ ଦେଖି ଅନେକ ରାଜ୍ୟ କୃଷି ଋଣ ଛାଡ ପରିବର୍ତ୍ତେ ଏପରି କୃଷି କଲ୍ୟାଣ ଯୋଜନା ଆଡକୁ ଆକର୍ଷିତ ହେଉଛନ୍ତି।
ଅର୍ଥନୈତିକ ବିକାଶ ହେଲେ ଯେ ମାନବିକ ବିକାଶ ହେବ ତାହା ନୁହେଁ ଏଣୁ ଦେଶର ଅବହେଳିତ କୃଷକମାନଙ୍କ ଜୀବନ ଜୀବିକାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ପରି ନୀତିର ଆବଶ୍ୟକତା ରହିଛି। ଏହାହିଁ ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ମୂଳ ମନ୍ତ୍ର ଯେ କେହି ଯେପରି ପଛରେ ନରହିଯାଆନ୍ତି ଯାହା ଯୋଗୁଁ ସେ କହିଆସିଛନ୍ତି ଯେ ସମସ୍ତଙ୍କ ସହିତ ସମସ୍ତଙ୍କ ବିକାଶ ଏବଂ ସମସ୍ତଙ୍କ ବିଶ୍ବାସ। ଏହା ଦ୍ବାରା ଦେଶର ଅନଗ୍ରସର ଶ୍ରେଣୀ ଦେଶର ଅର୍ଥନୈତିକ କାର୍ଯ୍ୟକ୍ରମରେ ସକ୍ରିୟ ଭାଗିଦାରୀ ଗ୍ରହଣ କରିପାରିବେ।
ମୂଳ ଲେଖା : ଡକ୍ଟର ଲେଖା ଏସ୍. ଚକ୍ରବର୍ତ୍ତି
ଅନୁବାଦ : ରାମଚଂଦ୍ର ନାଥ

Comments
Post a Comment