Skip to main content

ଭାରତ-ଚୀନ ମଧ୍ୟରେ ବୃଦ୍ଧି ପାଉଥିବା ସୌଜନ୍ୟତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁନର୍ନିର୍ବାଚିତ ହେବା ସହ; ଚୀନ ପ୍ରତି ଭାରତର ନୀତି ପ୍ରାୟତଃ ନିରନ୍ତର ରହିବା ଆଶା କରାଯାଉଛି | ଆମେରିକା-ଚୀନ ମଧ୍ୟରେ ବାଣିଜ୍ୟ ବିବାଦକୁ ନେଇ ବିଶ୍ଵ ସ୍ତରୀୟ ରାଜନୀତିରେ ଅସମତୁଲତା ଦେଖାଦେଇଥିଲେ ସୁଦ୍ଧା ଭାରତର ନୀତି ନିରନ୍ତର ରହିବା ଆଶା କରାଯାଉଛି | 2017 ମସିହାରେ ଡୋକଲାମ ଅଚଳାବସ୍ଥା ପରେ, ଉଭୟ ଦେଶ ସେମାନଙ୍କ ର ମତଭେଦକୁ ନିୟନ୍ତ୍ରଣ କରି ସମ୍ବଳର ଉପଯୋଗ କରିଛନ୍ତି | 2018 ମସିହାରେ ଉହାନରେ ଅନୁଷ୍ଠିତ ଅଣଆନୁଷ୍ଠାନିକ ସମ୍ମିଳନୀ ଏହାର ଜ୍ଵଳନ୍ତ ଉଦାହରଣ | ଉହାନ ସମ୍ମିଳନୀ ଏବଂ ଅଣଆନୁଷ୍ଠାନିକ କଥାବାର୍ତ୍ତା ଏକ ଆସ୍ଥା ସୂଚକ ପଦକ୍ଷେପ ଗଠନ କରିବା ଭୂମିକା ନିଭାଇଛି | ଭାରତ-ଚୀନ ସମ୍ପର୍କରେ ସକାରାତ୍ମକ ପ୍ରଗତି ପରିଲକ୍ଷିତ ହୋଇଆସୁଛି | ଜାତିସଂଘ ନିରାପତ୍ତା ପରିଷଦରେ ଜୈଶେ ମହମ୍ମଦ (JeM) ମୁଖ୍ୟ ମସୁଦ ଆଝାରକୁ ଏକ ଆନ୍ତର୍ଜାତୀୟ ସନ୍ତ୍ରାସବାଦୀ ଘୋଷଣା କରିବାକୁ ଚୀନ ରାଜିହେବା ନିଷ୍ପତି ଏବଂ ଉହାନ ସମ୍ମିଳନୀର ପରିଣାମର କାର୍ଯ୍ୟକାରିତା ଏଥିରୁ ସ୍ପଷ୍ଟ ହେଉଛି | ପୂର୍ବରୁ ଚାରିଥର ଚୀନ ମସୁଦ ଆଝାରକୁ ଆନ୍ତର୍ଜାତୀୟ ସନ୍ତ୍ରାସବାଦୀ ଘୋଷଣା କରିବା ନିଷ୍ପତିକୁ ବିରୋଧ କରିଥିଲା | କ୍ଷମତାକୁ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ ରାଷ୍ଟ୍ରପତି ସି ଜିନ ଫିଙ୍ଗଙ୍କ ସହ କିର୍ଗିଜସ୍ତାନର ବିଶକେକ ଠାରେ ସାଙ୍ଘାଇ ସହଯୋଗ ସଙ୍ଗଠନ (SCO) ସମ୍ମିଳନୀ ଅବସରରେ ଦ୍ଵିପକ୍ଷୀୟ ବୈଠକ କରିଥିଲେ | ଉଭୟ ନେତାଙ୍କ ମଧ୍ୟରେ ଜୁନ 28-29 ତାରିଖରେ ଓସାକାରେ ଅନୁଷ୍ଠିତ ହେବାକୁ ଥିବା G20 ସମ୍ମିଳନୀରେ ପୁଣିଥରେ ସାକ୍ଷାତ ଆଲୋଚନା ହେବ | ଚଳିତ ବର୍ଷର ଶେଷ ଆଡକୁ ଥାଇଲ୍ୟାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ଚତୁର୍ଦ୍ଦଶ ପୂର୍ବ ଏସିଆ ସମ୍ମିଳନୀ ଏବଂ ବ୍ରାଜିଲରେ BRICS ସମ୍ମିଳନୀରେ ଉଭୟ ନେତା ପୁଣି ସାକ୍ଷାତ କରିବା ଆଶା କରାଯାଉଛି | 

ସାମ୍ପ୍ରତିକ ଆବେଗକୁ ଦୃଷ୍ଟିରେ ରଖି, ଉଭୟ ନେତା ପୁଣି ଥରେ ଏକ ଅଣ-ଆନୁଷ୍ଠାନିକ ବୈଠକରେ ଏକତ୍ରିତ ହେବାକୁ ରାଜି ହୋଇଛନ୍ତି | ବାରଣାସୀରେ ଅକ୍ଟୋବର 11 ତାରିଖରେ ଦ୍ଵିତୀୟ ଅଣ-ଆନୁଷ୍ଠାନିକ ବୈଠକ ଅନୁଷ୍ଠିତ ହେବାର ଆଶା କରାଯାଉଛି | ଉଭୟ ଦେଶ ମଧ୍ୟରେ ସମ୍ପର୍କରେ ଉଲ୍ଲେଖନୀୟ ପ୍ରଗତି ଘଟିଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ ଉଭୟ, ସେମାନଙ୍କର ସହଭାଗୀତାକୁ ଆହୁରି ଉନ୍ନତ କରିବା ଦିଗରେ କାର୍ଯ୍ୟ କରୁଛନ୍ତି ଓ ଉଭୟଙ୍କ ମଧ୍ୟରେ ବ୍ୟକ୍ତିଗତ ସମ୍ପର୍କ ମଧ୍ୟ ଖୁବ ଭଲ ରହିଛି | ତେବେ ସମ୍ପର୍କରେ ପ୍ରଗତି, ମତଭେଦ ଯେ ଦୂର କରିବ ତାହା ଦର୍ଶାଏ ନାହିଁ | ବିଶକେକ ଠାରେ 2019 ସାଙ୍ଘାଇ ସହଯୋଗ ସଙ୍ଗଠନ (SCO) ସମ୍ମିଳନୀରେ ନେତୃବୃନ୍ଦଙ୍କ ମିଳିତ ବିବୃତିରେ ଭାରତ ଦ୍ଵିତୀୟ ଥର ପାଇଁ ବେଲ୍ଟ ଓ ସଡକ ପଦକ୍ଷେପ (BRI)କୁ ସ୍ୱୀକୃତି ଦେଇନାହିଁ | ଭାରତ ଏକମାତ୍ର ଦେଶ ଭାବେ ଚୀନର ଦୁଇଟି ବେଲ୍ଟ ଓ ସଡକ ଫୋରମକୁ ବର୍ଜ୍ଜନ କରିଛି | ପାକିସ୍ତାନକୁ ଚୀନର ସମର୍ଥନ ଏବଂ ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର (CPEC) ଏବେ ମଧ୍ୟ ପ୍ରମୁଖ କ୍ଷୋଭଜନକ ବିଷୟ ବସ୍ତୁ ରହିଛି | 

ସ୍ୱତନ୍ତ୍ର ପ୍ରତିନିଧି ସ୍ତରୀୟ କଥାବାର୍ତ୍ତା ଏବଂ ଅନେକ ପର୍ଯ୍ୟାୟର ବୁଝାମଣା ସତ୍ତ୍ୱେ ସାଧାରଣ ସୀମା ପ୍ରସଙ୍ଗ ଜନିତ ବିବାଦ ଏବେ ମଧ୍ୟ ରହିଛି | ପରମାଣୁ ଯୋଗାଣକାରୀ ଗୋଷ୍ଠୀରେ ଭାରତର ସଦସ୍ୟତାକୁ ଚୀନର ପ୍ରତିରୋଧ ମଧ୍ୟ ଆଉ ଏକ ପ୍ରସଙ୍ଗ ରହିଛି | ତେବେ ଉଭୟ ପକ୍ଷ ମଧ୍ୟରେ ମତଭେଦ ଗୁଡିକ ଯେଭଳି ବିବାଦରେ ପରିଣତ ନହୁଏ ସେଥିନେଇ ଦୁଇ ଦେଶ ଏହା ଉପରେ ସହମତ ହୋଇଛନ୍ତି | 

ଚୀନ ପ୍ରତି ଭାରତର ଆଭିମୁଖ୍ୟ ସକାରାତ୍ମକ ରହିଛି, ତେବେ କିଛି ବିବାଦାସ୍ପଦ ପ୍ରସଙ୍ଗ ଉପରେ ନୂଆଦିଲ୍ଲୀ ଏହାର ଆଭିମୁଖ୍ୟକୁ ନିରନ୍ତର ଭାବେ ସ୍ପଷ୍ଟ ରଖିଛି | ତେବେ ଉଚ୍ଚ ସ୍ତରରେ ରୀତିମତ କଥାବାର୍ତ୍ତାର ଫଳସ୍ୱରୂପ ମତଭେଦ ଗୁଡିକ ବିବାଦରେ ପରିଣତ ହୋଇପାରିନାହିଁ | ଉଭୟ ଦେଶ ନିଜର ସ୍ୱାର୍ଥ ସମ୍ବଳିତ ବିଷୟ ଗୁଡିକ ଉପରେ ପ୍ରାଧାନ୍ୟ ଦେଉଛନ୍ତି ଏବଂ ବ୍ୟକ୍ତିଗତ ସ୍ୱାର୍ଥ ପରିବର୍ତ୍ତେ ସାମୁହିକ ହିତ ସାଧନ ଉପଲକ୍ଷେ ସହଯୋଗ ବୃଦ୍ଧି କରୁଛନ୍ତି | ସାଙ୍ଘାଇ ସହଯୋଗ ସଙ୍ଗଠନ (SCO) ସମ୍ମିଳନୀରେ ଉଭୟ ଦେଶ ସନ୍ତ୍ରାସବାଦର ମୁକାବିଲା ପ୍ରସଙ୍ଗ ଉପରେ ଗୁରୁତ୍ତ୍ଵ ପ୍ରଦାନ କରିଛନ୍ତି | ଚୀନ ପାଇଁ, ଆମେରିକା ପ୍ରସଙ୍ଗ ମଧ୍ୟ ଚିନ୍ତାର ବିଷୟ ହୋଇଛି | ଆମେରିକା-ଚୀନ ବାଣିଜ୍ୟ ବିବାଦ ଏବଂ BRI ବିବାଦ ପ୍ରସଙ୍ଗ ମଧ୍ୟରେ ଚୀନ ଅନ୍ୟାନ୍ୟ ଦେଶ ଗୁଡିକ ସହ ସମ୍ପର୍କରେ ଉନ୍ନତି ଆଣିବାକୁ ଚାହୁଁଛି | ଭାରତର ଅଂଶ ଗ୍ରହଣ ବିନା, ଚୀନର BRI କାର୍ଯ୍ୟକ୍ରମ ସମଗ୍ର ଏସିଆରେ ଗ୍ରହଣୀୟ ହେବା ଆଶା କ୍ଷୀଣ ଦେଖାଯାଉଛି |

ଚଳିତ ବର୍ଷ ଶେଷ ଆଡକୁ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗଙ୍କ ମଧ୍ୟରେ ବାରଣାସୀରେ ବୈଠକ ଅନୁଷ୍ଠିତ ହେବ, ସେତେବେଳେ ଉଭୟ ଦେଶ ମଧ୍ୟରେ ଦ୍ବିପକ୍ଷୀୟ ସମ୍ପର୍କ ଆହୁରି ଉନ୍ନତ ହେବାର ଆଶା କରାଯାଉଛି | ଭାରତ-ଚୀନ ସୀମା ବିବାଦ ପ୍ରସଙ୍ଗ ଉପରେ ଅଗ୍ରଗତି ହେଉଥିବାବେଳେ, ଉଭୟ ନେତା ସେମାନଙ୍କର ମଧ୍ୟସ୍ଥି ମାନଙ୍କୁ ଏହି ପ୍ରସଙ୍ଗର ସମାଧାନ ସକାଶେ ପ୍ରାଧାନ୍ୟ ଦେବାର ଆବଶ୍ୟକତା ରହିଛି | 2018-19 ରେ ଭାରତର, ଚୀନ ସହ 53.37 ବିଲିୟନ ଆମେରିକୀୟ ଡଲାର ବାଣିଜ୍ୟ ନିଅଣ୍ଟ ରହିଛି | ଉଭୟ ନେତାଙ୍କ ମଧ୍ୟରେ କଥାବାର୍ତ୍ତାରେ ସଂଯୋଗ ପ୍ରକଳ୍ପ, ମୌଳିକ ଢାଞ୍ଚା କ୍ଷେତ୍ରରେ ଅଗ୍ରଗତି ଇତ୍ୟାଦି ପ୍ରସଙ୍ଗ ସମେତ ଚୀନ-ଆମେରିକା ବାଣିଜ୍ୟ ବିବାଦ ଏବଂ ଅନ୍ୟାନ୍ୟ ଆପୋଷ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ପ୍ରସଙ୍ଗ ଗୁଡିକ ସ୍ଥାନ ପାଇବାର ଆଶା କରାଯାଉଛି | 

ଭାରତ ଏବଂ ଚୀନ 2020 ମସିହାରେ କୂଟନୈତିକ ସମ୍ପର୍କର 70 ବର୍ଷ ପୂରଣ କରିବାକୁ ଯାଉଛନ୍ତି | ଏସିଆର ଏହି ଦୁଇଟି ବୃହତ ରାଷ୍ଟ୍ରର ନେତୃବୃନ୍ଦଙ୍କ ବ୍ୟକ୍ତିଗତ ସମ୍ପର୍କ ମଧ୍ୟ ଉଭୟ ଦେଶର ଦ୍ବିପକ୍ଷୀୟ ସମ୍ପର୍କକୁ ସୁଦୃଢ କରିବାରେ ସହାୟକ ହେବା ଆଶା କରାଯାଉଛି | ଏହା ଉଭୟ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗର ସମାଧାନ କରିବା ସହ ସମ୍ପର୍କକୁ ଆହୁରି ସୁଦୃଢ କରାଇବାରେ ସହାୟକ ହେବାର ମଧ୍ୟ ଆଶା କରାଯାଉଛି |


ମୂଳ ଲେଖା : ସନା ହାଶମୀ, ପୂର୍ବ ଏସିଆ ଏବଂ ୟୁରୋସୀୟ ବ୍ୟାପାର ଉପରେ ବିଶ୍ଳେଷକ 

ଅନୁବାଦ : ଅନୀଲ କୁମାର ପଟ୍ଟନାୟକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...