Skip to main content

ଜିଏସପି ପ୍ରତ୍ୟାହାର ଏକ ବିଭେଦମୂଳକ ପଦକ୍ଷେପ

ଆମେରିକା ଭାରତ ପାଇଁ ସାଧାରଣ ଅଗ୍ରାଧିକାର ପ୍ରଣାଳୀ କିମ୍ବା ଜେନେରାଲଇଜଡ ସିଷ୍ଟମ ଅଫ ପ୍ରିଫରେନ୍ସ (GSP) 5 ଜୁନ 2019 ରୁ ପ୍ରତ୍ୟାହାର କରିନେଇଛି | ବିକଶିତ ରାଷ୍ଟ୍ର ଗୁଡିକ ବିକାଶମୁଖୀ ରାଷ୍ଟ୍ର ଗୁଡିକୁ ବିନା ପକ୍ଷପାତିତା ଏବଂ ଅଣ-ପାରସ୍ପରିକ ଭାବେ GSP ସୁବିଧା ଦେଇଥାଆନ୍ତି | ଏହି ଯୋଜନା ଅଧୀନରେ କିଛି ନିର୍ଦ୍ଦିଷ୍ଟ ସାମଗ୍ରୀ ଗୁଡିକୁ ନିଶୁଳ୍କ ଭାବେ ଆମେରିକୀୟ ବଜାରରେ ପ୍ରବେଶ ପାଇଁ ଅନୁମତି ମିଳିଥାଏ | ଏହା ଉଭୟ ଦେଶକୁ ଲାଭ ଦେବା ସହ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ଦୃଢ କରିଥାଏ | ଏହି ଯୋଜନା ଅଧୀନରେ ଭାରତକୁ ପ୍ରାୟ 3000 ସାମଗ୍ରୀକୁ ନିଶୁଳ୍କ ଭିତ୍ତିରେ ଆମେରିକାକୁ ରପ୍ତାନୀ କରିବାର ଅନୁମତି ମିଳିଥିଲା | GSP ଅଧୀନରେ ଭାରତ 2018 ମସିହାରେ 6.2 ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ସାମଗ୍ରୀ ଆମେରିକାକୁ ରପ୍ତାନୀ କରିଥିଲା | ତେବେ ଏହାର ପ୍ରତ୍ୟାହାର ଦ୍ୱାରା ଆମେରିକାକୁ ଭାରତର ମୋଟ ରପ୍ତାନୀରେ GSPର ଅଂଶ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି |

ଏପ୍ରିଲ 2018 ରେ ଆମେରିକୀୟ ଦୁଗ୍ଧ ଉତ୍ପାଦନ ଏବଂ ଭେଷଜ ଉଦ୍ୟୋଗ ଦ୍ୱାରା ଦିଆଯାଇଥିବା ଆବେଦନକୁ ଭିତ୍ତି କରି ଆମେରିକା, GSP ଯୋଜନା ଅଧୀନରେ ଲାଭ ସଂକ୍ରାନ୍ତୀୟ ସମୀକ୍ଷା ଆରମ୍ଭ କରିଥିଲା | ଭାରତୀୟ ଘରୋଇ ବଜାରରେ ଷ୍ଟେଣ୍ଟ ଭଳି କିଛି ଗୁରୁତ୍ତ୍ୱପୂର୍ଣ୍ଣ ଭେଷଜ ସାମଗ୍ରୀ ଓ ସରଞ୍ଜାମର ମୂଲ୍ୟ ଅତ୍ୟଧିକ ଥିଲା; ଯାହା ଉପରେ ଭାରତ ମୂଲ୍ୟ ବୃଦ୍ଧିର ନିୟନ୍ତ୍ରଣ କରିଥିଲା | ଏହି ପଦକ୍ଷେପ ଉପରେ ଆମେରିକୀୟ କମ୍ପାନୀ ଗୁଡିକ ଉଦବେଗ ପ୍ରକାଶ କରିଥିଲେ | ପରେ, ଆମେରିକା ମଧ୍ୟ ବିଭିନ୍ନ କୃଷି-ଉତ୍ପାଦ, ପଶୁ ପାଳନ ସାମଗ୍ରୀ ତଥା IT ଆଦି ସାମଗ୍ରୀ ଗୁଡିକ ଉପରେ ବିଭିନ୍ନ ବିଷୟ ସାମିଲ କରିଥିଲା | ଏହା ଅନେକ ବାଣିଜ୍ୟ ପ୍ରସଙ୍ଗ ଉପରେ ବ୍ୟାପକ ସମୀକ୍ଷା ସଦୃଶ ପଦକ୍ଷେପ ହୋଇଥିଲା |

ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ତାଙ୍କ ଘୋଷଣାରେ ମନ୍ତବ୍ୟ ଦେଇ କହିଛନ୍ତି 2019 ଜୁନ 5 ତାରିଖରୁ ଭାରତ ପାଇଁ GSP ଯୋଜନା ପ୍ରତ୍ୟାହାର ପଦକ୍ଷେପ ଯୁକ୍ତିଯୁକ୍ତ | ବିକାଶଶିଳ ରାଷ୍ଟ୍ର ଗୁଡିକର ତାଲିକାରୁ ଭାରତକୁ ବାଦ ଦେବା ବିଷୟ ମଧ୍ୟ ସେ ଉଲ୍ଲେଖ କରିଛନ୍ତି | ଭାରତୀୟ ଅଧିକାରୀ ମାନେ ସେମାନଙ୍କର ଆମେରିକୀୟ ପ୍ରତିପକ୍ଷ ମାନଙ୍କ ସହିତ କୃଷି ଓ ଦୁଗ୍ଧ ଉତ୍ପାଦନ ଏବଂ ମେଡିକାଲ ସରଞ୍ଜାମ କ୍ଷେତ୍ରରେ ଏକ ବାଣିଜ୍ୟ ପ୍ୟାକେଜ ଉପରେ କାର୍ଯ୍ୟ କରୁଛନ୍ତି |

ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଆମେରିକା, GSP ଯୋଜନା ପ୍ରତ୍ୟାହାର କରିନେବ, ନୂଆଦିଲ୍ଲୀ ଏହାର ବଜାରକୁ ଆମେରିକା ପାଇଁ ସମାନ ଏବଂ ଯଥାର୍ଥ ସୁବିଧା ଯୋଗାଇବା ପ୍ରତିଶୃତି ପାଳନ କରିବାରେ ବିଫଳ ହୋଇଛି | ଭାରତ ଏକ ବିକାଶଶୀଳ ରାଷ୍ଟ୍ର ହୋଇ ଆଉ ରହିନାହିଁ ଏବଂ ଏଥିପାଇଁ କେବଳ ବିକାଶଶୀଳ ରାଷ୍ଟ୍ର ଗୁଡିକୁ ଦିଆଯାଉଥିବା ସହଯୋଗ ତାଲିକାରୁ ଭାରତକୁ ଅପସାରଣ କରାଯାଇଥିବା ମଧ୍ୟ ସେ ମନ୍ତବ୍ୟ ଦେଇଛନ୍ତି |

ଆମେରିକାର ବାଣିଜ୍ୟ ମନ୍ତ୍ରୀ ୱିଲବୁର ରସ ଗତ ମାସରେ ତାଙ୍କର ଭାରତ ଗସ୍ତ ସମୟରେ ଭାରତ ଦ୍ୱାରା ଅସାଧୁ ବାଣିଜ୍ୟ କାରବାର ଅଭିଯୋଗ କରି ଏହାକୁ ତାଲିକାରୁ ହଟାଇ ଦେଇଥିଲେ | ବିଭିନ୍ନ ସାମଗ୍ରୀର ତଥ୍ୟ ନିରୂପଣ, ମେଡିକାଲ ଉପକରଣ ଗୁଡିକ ଉପରେ ମୂଲ୍ୟ ନିୟନ୍ତ୍ରଣ ଏବଂ ଟେଲିଯୋଗାଯୋଗ ସରଞ୍ଜାମ ଉପରେ ଅଧିକ ଶୁକ୍ଳ ଲାଗୁ ଇତ୍ୟାଦି ବିଷୟ ଉପରେ ଆମେରିକା ଚିନ୍ତିତ ଥିବା ସେ ମତବ୍ୟକ୍ତ କରିଥିଲେ |

ଆମେରିକାର ଏହି ନିଷ୍ପତିକୁ ଅନେକ ବିଶ୍ଳେଷକ 'ସଂରକ୍ଷଣବାଦ' ଭାବେ ବର୍ଣ୍ଣନା କରିଛନ୍ତି | ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ପ୍ରଶାସନ, ଆନ୍ତର୍ଜାତୀୟ ବାଣିଜ୍ୟ ଉପରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି ଯାହା ନିର୍ଦ୍ଧାରିତ ନିୟମାବଳୀ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିଛି | ଚୀନ-ଆମେରିକା ବାଣିଜ୍ୟ ବିବାଦ ସ୍ୱରୂପ ଏହି ପଦକ୍ଷେପ ଅନ୍ୟ ଦେଶ ସହ ମଧ୍ୟ ବାଣିଜ୍ୟ-ବିବାଦ ସୃଷ୍ଟି କରାଇପାରେ | ଆମେରିକାର ଏହି ପଦକ୍ଷେପ ଅଣ-ଭେଦଭାବ ନୀତି ବିରୁଦ୍ଧରେ ଯାଇଛି କାରଣ ଏହା ବିକାଶଶୀଳ ରାଷ୍ଟ୍ର ଗୁଡିକ ମଧ୍ୟରେ ଭେଦଭାବ ସୃଷ୍ଟି କରିଛି | ଆମେରିକାର ଏହି ନିଷ୍ପତି ବିଶ୍ୱ ବାଣିଜ୍ୟ ସଙ୍ଗଠନ (WTO)ର ନୀତି ନିର୍ଦ୍ଦେଶ ଗୁଡିକର ମଧ୍ୟ ଅଣଦେଖାକରିଛି |

ଏହି ନିଷ୍ପତି ତରବରିଆ ଭାବେ ନିଆଯାଇଛି ଏବଂ ଏହା ଘରୋଇ ରପ୍ତାନୀକାରୀ ମାନଙ୍କ ପାଇଁ ହାନିକାରକ ଥିବା ଭାରତୀୟ ଉଦ୍ୟୋଗ ମହାସଂଘ କହିଛି | ଉଭୟ ଆମେରିକା ଏବଂ ଭାରତ ଏହି ପ୍ରସଙ୍ଗ ଉପରେ ଆଲୋଚନା କରି ଏକ ଆପୋଷମୂଳକ ସମାଧାନ ଖୋଜି ବାହାର କରିବା ନେଇ ମହାସଂଘ ଆଶାପ୍ରକଟ କରିଛି |

ଭାରତ ପାଇଁ ଆମେରିକା ଦ୍ୱାରା GSP ମାନ୍ୟତା ପ୍ରତ୍ୟାହାର କରିନିଆଯାଇଥିବା ନିଷ୍ପତିକୁ ଭାରତ 'ଦୁର୍ଭାଗ୍ୟଜନକ' ଭାବେ ବର୍ଣ୍ଣନା କରିଛି | ଏହା ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଉପରେ ପ୍ରଭାବ ପକାଇବ ବୋଲି କୁହାଯାଇଛି | ଇତିମଧ୍ୟରେ ଭାରତ ରପ୍ତାନି କରୁଥିବା ଚମଡା ନିର୍ମିତ ସାମଗ୍ରୀ (ଜୋତା ଚପଲ ବ୍ୟତୀତ), ଅଳଙ୍କାର, ରସାୟନ ଓ ପ୍ଲାଷ୍ଟିକ, କୃଷି, ଔଷଧପତ୍ର ଏବଂ ଶଲ୍ୟଚିକିତ୍ସା ଉପକରଣ ଗୁଡିକ ଉପରେ ଆମେରିକାର ଏହି ନିଷ୍ପତିର ପ୍ରତିକୂଳ ପ୍ରଭାବ ପଡିପାରେ |

ରପ୍ତାନୀକାରୀ ମାନେ, ସେମାନଙ୍କର ବ୍ୟବସାୟ ଯେଭଳି ବିପଦ ଓ କ୍ଷତିଗ୍ରସ୍ତ ନହୁଏ ସେଥିପାଇଁ ଅନ୍ୟ ଦେଶର ବଜାର ଉପରେ ମଧ୍ୟ କାରବାରକୁ ପ୍ରୋତ୍ସାହନ ଦେବା ଉଚିତ | ଆମେରିକୀୟ ସାମଗ୍ରୀ ଗୁଡିକ ଉପରେ ମଧ୍ୟ ପ୍ରତ୍ୟୁତ୍ତରମୂଳକ ଶୁଳ୍କ ଲାଗୁ କରାଯାଇପାରେ | ତେବେ ଦ୍ବିପକ୍ଷୀୟ ସମ୍ପର୍କରେ ହାନି ଘଟିଲା ଭଳି କୌଣସି ପଦକ୍ଷେପ ଭାରତ ଗ୍ରହଣ କରେ ନାହିଁ | ଭାରତର ଆବଶ୍ୟକତା ପୂରଣ କରିବାକୁ ଏବଂ ଆମେରିକାର ଉଦ୍ୟୋଗ ଗୁଡିକର ଆବଶ୍ୟକତା ପୂରଣ ସକାଶେ ନୂଆଦିଲ୍ଲୀ ଆମେରିକା ସହ ମିଳିମିଶି କାମ କରିବା ଜାରୀ ରଖିବା ଆଶା ରଖିଛି |

ମୂଳ ଲେଖା : ଡକ୍ଟର ସ୍ତୁତି ବାନାର୍ଜୀ, ଆମେରିକୀୟ ବ୍ୟାପାର ଉପରେ ସାମରିକ ବିଶ୍ଳେଷକ

ଅନୁବାଦ : ଅନୀଲ କୁମାର ପଟ୍ଟନାୟକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...