ଏବେ ଭାରତ ସମେତ ବିଶ୍ବର ଅଧିକାଂଶ ଦେଶ ଅଂଶୁଘାତ ସମସ୍ୟା ଦେଇ ଗତି କରୁଛି | ରାଜସ୍ଥାନର ଚୁରୁ ଜିଲ୍ଲାରେ ତାପମାତ୍ରା 50 ଡିଗ୍ରୀ ସେଲସିୟସ ଉପରକୁ ଟପି ଯାଇଛି | ଯଦିଓ ଗତ କିଛି ଦିନ ହେଲା ଅନେକ ଅଞ୍ଚଳରେ ତାପମାତ୍ରାରେ ହ୍ରାସ ଘଟିଛି କିନ୍ତୁ ଅଧିକାଂଶ ଅଞ୍ଚଳରେ ଏବେ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି | ଭାରତରେ କେତେକ ଅଞ୍ଚଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ରହିଛି କିଛି ନୂଆ କଥା ନୁହେଁ କିନ୍ତୁ ଗତ କିଛି ବର୍ଷରେ ଏହା ଆହୁରି ଅଧିକ ଅଞ୍ଚଳକୁ ଯେପରି ଭାବେ ବଢି ଚାଲିଛି ଏବଂ ଅଧିକ ଦିନ ଧରି ବଳବତ୍ତର ରହୁଛି ତାହା ଜଳବାୟୁ ପରିବର୍ତ୍ତନର ସଂକେତ ବୋଲି ଧରା ଯାଉଛି |
ଅଷ୍ଟ୍ରେଲିଆର ପ୍ରତିଷ୍ଠିତ ସଂସ୍ଥା ନେସନାଲ ସେଣ୍ଟର ଫର କ୍ଲାଇମେଟ ସିଷ୍ଟୋରେସନର ରିପୋର୍ଟରେ ମାନବଜନିତ ଜଳବାୟୁ ପରିବର୍ତ୍ତନ ଦ୍ବାରା ପଶିମାନଙ୍କର ପ୍ରାୟ ଦଶ ଲକ୍ଷ ପ୍ରଜାତି ବିଲୁପ୍ତ ହେବାର ଆଶଙ୍କା କରାଯାଉଛି | ରିପୋର୍ଟରେ କୁହାଯାଇଛି ଯେ ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ ମଣିଷ ମଧ୍ୟ ବର୍ତ୍ତି ପାରିବ ନାହିଁ |
ଜଳବାୟୁ ପରିବର୍ତ୍ତନ ଯୋଗୁଁ କିଛି ବାଷ୍ପ ବାତାବରଣରେ ଉଷ୍ମତାକୁ ଅବରୋଧ କରୁଛି ଯାହାଯୋଗୁଁ ଜଳବାୟୁ ଚକ୍ରରେ ପରିବର୍ତ୍ତନ ଆସୁଛି | ନାସା ଅନୁଯାୟୀ ଜଳ ବାଷ୍ପ, କାର୍ବନଡାଇଅକସାଇଡ, ମିଥେନ, ନାଇଟ୍ରସ ଅକସାଇଡ ଏବଂ କ୍ଲୋରୋଫ୍ଲୋରୋ କାର୍ବନ, ଗ୍ରୀନହାଉସ ଗ୍ୟାସ ବୃଦ୍ଧି ପାଇବାରେ ଦାୟୀ ଏହି ଗ୍ୟାସ ଉଷ୍ମତାକୁ ରୋକି ଜଳବାୟୁ ପରିବର୍ତ୍ତନକୁ ପ୍ରଭାବିତ କରିଥାଏ |
ଜଳବାୟୁ ପରିବର୍ତ୍ତନ ଉପରେ ଆନ୍ତଃସରକାରୀ ପ୍ୟାନେଲ ଆଇ.ପି.ସି.ସି ଯେଉଁଥିରେ ବିଶ୍ବର ପ୍ରାୟ13 ଶହ ବୈଜ୍ଞାନିକ ସାମିଲ ଅଛନ୍ତି ସେମାନଙ୍କ କହିବା ଅନୁଯାୟୀ ଆଗାମୀ ଶତାବ୍ଦି ବେଳକୁ ତାପମାତ୍ରାରେ 2.5ରୁ 10 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ | ରିପୋର୍ଟରେ କୁହାଯାଇଛି ଯେ ତାପମାତ୍ରା ବୃଦ୍ଧି ଯୋଗୁଁ କେତେକ ଅଞ୍ଚଳରେ ପ୍ରଭାବ ଖରାପ ପଡିବା ବେଳେ କେତେକ ଅଞ୍ଚଳରେ ସକରାତ୍ମକ ମଧ୍ୟ ହୋଇପାରେ |
ଭାରତରେ ଜଳବାୟୁ ପରିବର୍ତ୍ତନର ନକରାତ୍ମକ ପ୍ରଭାବ ପୂର୍ବରୁ ହିଁ ଦେଖାଦେଲାଣି | ଏଠାରେ ଗ୍ରୀଷ୍ମର ପ୍ରଭାବ ବଢିବା ଏବଂ କେତେକ ନୂଆ କ୍ଷେତ୍ରକୁ ବ୍ୟାପିବା ଅନେକ ବର୍ଷରୁ ହେଲାଣି | ଏବାର ପ୍ରଭାବରେ ମୌସୁମୀର ଅନିୟମିତତା, ଗହମ ଉତ୍ପାଦନରେ ହ୍ରାସ, ଶସ୍ୟ ଉତ୍ପାଦନରେ ହ୍ରାସ ଏବଂ ଆଜୀବିକାରେ ହ୍ରାସ ଆଦି ଦେଖାଦେଉଛି | ଅନୁମାନ ମୁତାବକ ଶିତ ଦିନେ ତାପମାତ୍ରା 0.5 ଡିଗ୍ରୀ ସେଲସିୟସ କମ ହେବା ଯୋଗୁଁ ଗହମ ଉତ୍ପାଦନ ହେକ୍ଟର ପ୍ରତି 0.45 ମିଲିୟନ ଟନ ହ୍ରାସ ହୋଇପାରେ | ପ୍ରକାଶ ଥାଉକି ଭାରତରେ ଗହମ ହେକ୍ଟର ପ୍ରତି ଉତ୍ପାଦନ 2.6 ମିଲିୟନ ଟନ ହୋଇଥାଏ |
ତାପମାତ୍ରା ବୃଦ୍ଧିର ପ୍ରଭାବ ସମୁଦ୍ରତଟର ଉପର ଅଞ୍ଚଳରେ ଏବଂ ବନ୍ୟା ଭାବରେ ଦେଖାଦେଇପାରେ | ଏହାଦ୍ବାରା ଭାରତର ବ୍ରହ୍ମପୁତ୍ର ତ୍ରିକୋଣଭୂମିରେ ପ୍ରଭାବ ଦେଖାଦେବ ତଥା ଲାକ୍ଷାଦ୍ବୀପ ଏବଂ ମାଳଦ୍ବୀପର ଛୋଟଛୋଟ ଦ୍ବୀପର ଅସ୍ତିତ୍ବ ସମାପ୍ତ ହୋଇପାରେ |
ଜଳବାୟୁ ପରିବର୍ତ୍ତନ ସମସ୍ୟା ଏବେ ବିଶ୍ବ ଆଗରେ ସବୁଠୁ ଜଟିଳ ସମସ୍ୟା ମଧ୍ୟରୁ ଗୋଟିଏ | ଏଥିରେ ବିଜ୍ଞାନ, ଅର୍ଥବ୍ୟବସ୍ଥା, ସମାଜ, ରାଜନୀତି, ନୈତିକତା ଏବଂ ମୂଲ୍ୟ ସମେତ ଅନେକ କ୍ଷେତ୍ର ସାମିଲ | ଯଦିଓ ଏହା ଏକ ବିଶ୍ବବ୍ୟାପି ସମସ୍ୟା କିନ୍ତୁ ଏହାର ପ୍ରଭାବ ସ୍ଥାନୀୟ ସ୍ତରରେ ଅନୁଭବ କରାଯାଇ ପାରେ | ଆଗାମୀ ଦିନରେ ଜଳବାୟୁ ପରିବର୍ତ୍ତନ ସ୍ଥିତି ଆହୁରି ଗମ୍ଭିର ସମସ୍ୟା ସୃଷ୍ଟି କରିପାରେ | ଏଥିରୁ ମୁକ୍ତି ପାଇବା ପାଇଁ ଆମକୁ ଗ୍ରୀନହାଉସ ଗ୍ୟାସର ଉସର୍ଜନକୁ କମ କରିବାକୁ ପଡିବ | ଏଥିପାଇଁ ଅନେକ ନୀତି ପୂର୍ବରୁ ଚୁଡାନ୍ତ ହୋଇଥିଲେ ମଧ୍ୟ ଏହାକୁ ସବୁ ପକ୍ଷ ଦାୟିତ୍ବର ସହିତ ପାଳନ କଲେ ତେବେଯାଇ ଏହାର ଲାଭ ମିଳିପାରିବ |
ତାପମାତ୍ରା ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଭାରତ ପ୍ରତିବଦ୍ଧ ଅଛି | 2015ରେ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ସବୁ ଦେଶ ଏହା ଉପରେ କାର୍ଯ୍ୟ କରିବାକୁ ରାଜି ହୋଇଥିଲେ | ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ମେନ୍ୟୁଲ ମେକ୍ରାନ ଆନ୍ତର୍ଜାତୀୟ ସୌର ମେଣ୍ଟର ଆରମ୍ଭ କରିଛନ୍ତି | ଏହା ଅନ୍ତର୍ଗତ ଜୈବ ଇନ୍ଧନ ପରିବର୍ତ୍ତେ ସୌର ଶକ୍ତିର ବ୍ୟବହାରକୁ ପ୍ରାଧାନ୍ୟ ଦେବା ରହିଛି |
ଜଳବାୟୁ ପରିବର୍ତ୍ତନ କାଳ୍ପନିକ ନୁହେଁ ବରଂ ବାସ୍ତବିକ ଯାହା ଧିରେ ଧିରେ ପୁରା ଦୁନିଆକୁ ବ୍ୟାପି ଯାଇସାରିଛି | ଏଣୁ ବର୍ତ୍ତମାନ ସମୟ ଆସିଛି ଆମେ ସବୁ ଦେଶ ଏବଂ ନାଗରିକ ଏଥିପାଇଁ ଆଗେଇ ଆସି ପଦକ୍ଷେପ ନେବା ଏହା ନହେଲେ ମାନବର ଅସ୍ତିତ୍ବ ବିପଦରେ ପଡ଼ିଯିବ |
ମୂଳ ଲେଖା : ଏନ.ଭି ନାୟର
ଅନୁବାଦ : ରାମଚଂଦ୍ର ନାଥ
Comments
Post a Comment