Skip to main content

ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ହ୍ରାସ କରିବାର ସମୟ

ଏବେ ଭାରତ ସମେତ ବିଶ୍ବର ଅଧିକାଂଶ ଦେଶ ଅଂଶୁଘାତ ସମସ୍ୟା ଦେଇ ଗତି କରୁଛି | ରାଜସ୍ଥାନର ଚୁରୁ ଜିଲ୍ଲାରେ ତାପମାତ୍ରା 50 ଡିଗ୍ରୀ ସେଲସିୟସ ଉପରକୁ ଟପି ଯାଇଛି | ଯଦିଓ ଗତ କିଛି ଦିନ ହେଲା ଅନେକ ଅଞ୍ଚଳରେ ତାପମାତ୍ରାରେ ହ୍ରାସ ଘଟିଛି କିନ୍ତୁ ଅଧିକାଂଶ ଅଞ୍ଚଳରେ ଏବେ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି  | ଭାରତରେ କେତେକ ଅଞ୍ଚଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ରହିଛି କିଛି ନୂଆ କଥା ନୁହେଁ କିନ୍ତୁ ଗତ କିଛି ବର୍ଷରେ ଏହା ଆହୁରି ଅଧିକ ଅଞ୍ଚଳକୁ ଯେପରି ଭାବେ ବଢି ଚାଲିଛି ଏବଂ ଅଧିକ ଦିନ ଧରି ବଳବତ୍ତର ରହୁଛି ତାହା ଜଳବାୟୁ ପରିବର୍ତ୍ତନର ସଂକେତ ବୋଲି ଧରା ଯାଉଛି |
ଅଷ୍ଟ୍ରେଲିଆର ପ୍ରତିଷ୍ଠିତ ସଂସ୍ଥା ନେସନାଲ ସେଣ୍ଟର ଫର କ୍ଲାଇମେଟ ସିଷ୍ଟୋରେସନର ରିପୋର୍ଟରେ ମାନବଜନିତ ଜଳବାୟୁ ପରିବର୍ତ୍ତନ ଦ୍ବାରା ପଶିମାନଙ୍କର ପ୍ରାୟ ଦଶ ଲକ୍ଷ ପ୍ରଜାତି ବିଲୁପ୍ତ ହେବାର ଆଶଙ୍କା କରାଯାଉଛି  | ରିପୋର୍ଟରେ କୁହାଯାଇଛି ଯେ ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ ମଣିଷ ମଧ୍ୟ ବର୍ତ୍ତି ପାରିବ ନାହିଁ |
ଜଳବାୟୁ ପରିବର୍ତ୍ତନ ଯୋଗୁଁ କିଛି ବାଷ୍ପ ବାତାବରଣରେ ଉଷ୍ମତାକୁ ଅବରୋଧ କରୁଛି ଯାହାଯୋଗୁଁ ଜଳବାୟୁ ଚକ୍ରରେ ପରିବର୍ତ୍ତନ ଆସୁଛି | ନାସା ଅନୁଯାୟୀ ଜଳ ବାଷ୍ପ, କାର୍ବନଡାଇଅକସାଇଡ, ମିଥେନ, ନାଇଟ୍ରସ ଅକସାଇଡ ଏବଂ କ୍ଲୋରୋଫ୍ଲୋରୋ କାର୍ବନ, ଗ୍ରୀନହାଉସ ଗ୍ୟାସ ବୃଦ୍ଧି ପାଇବାରେ ଦାୟୀଏହି ଗ୍ୟାସ ଉଷ୍ମତାକୁ ରୋକି ଜଳବାୟୁ ପରିବର୍ତ୍ତନକୁ ପ୍ରଭାବିତ କରିଥାଏ |
ଜଳବାୟୁ ପରିବର୍ତ୍ତନ ଉପରେ ଆନ୍ତଃସରକାରୀ ପ୍ୟାନେଲ ଆଇ.ପି.ସି.ସି ଯେଉଁଥିରେ ବିଶ୍ବର ପ୍ରାୟ13 ଶହ ବୈଜ୍ଞାନିକ ସାମିଲ ଅଛନ୍ତି ସେମାନଙ୍କ କହିବା ଅନୁଯାୟୀ ଆଗାମୀ ଶତାବ୍ଦି ବେଳକୁ ତାପମାତ୍ରାରେ 2.5ରୁ 10 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ  | ରିପୋର୍ଟରେ କୁହାଯାଇଛି ଯେ ତାପମାତ୍ରା ବୃଦ୍ଧି ଯୋଗୁଁ କେତେକ ଅଞ୍ଚଳରେ ପ୍ରଭାବ ଖରାପ ପଡିବା ବେଳେ କେତେକ ଅଞ୍ଚଳରେ ସକରାତ୍ମକ ମଧ୍ୟ ହୋଇପାରେ |
ଭାରତରେ ଜଳବାୟୁ ପରିବର୍ତ୍ତନର ନକରାତ୍ମକ ପ୍ରଭାବ ପୂର୍ବରୁ ହିଁ ଦେଖାଦେଲାଣି  | ଏଠାରେ ଗ୍ରୀଷ୍ମର ପ୍ରଭାବ ବଢିବା ଏବଂ କେତେକ ନୂଆ କ୍ଷେତ୍ରକୁ ବ୍ୟାପିବା ଅନେକ ବର୍ଷରୁ ହେଲାଣି | ଏବାର ପ୍ରଭାବରେ ମୌସୁମୀର ଅନିୟମିତତା, ଗହମ ଉତ୍ପାଦନରେ ହ୍ରାସ, ଶସ୍ୟ ଉତ୍ପାଦନରେ ହ୍ରାସ ଏବଂ ଆଜୀବିକାରେ ହ୍ରାସ ଆଦି ଦେଖାଦେଉଛି | ଅନୁମାନ ମୁତାବକ ଶିତ ଦିନେ ତାପମାତ୍ରା 0.5 ଡିଗ୍ରୀ ସେଲସିୟସ କମ ହେବା ଯୋଗୁଁ ଗହମ ଉତ୍ପାଦନ ହେକ୍ଟର ପ୍ରତି 0.45 ମିଲିୟନ ଟନ ହ୍ରାସ ହୋଇପାରେ  | ପ୍ରକାଶ ଥାଉକି ଭାରତରେ ଗହମ ହେକ୍ଟର ପ୍ରତି ଉତ୍ପାଦନ 2.6 ମିଲିୟନ ଟନ ହୋଇଥାଏ |
ତାପମାତ୍ରା ବୃଦ୍ଧିର ପ୍ରଭାବ ସମୁଦ୍ରତଟର ଉପର ଅଞ୍ଚଳରେ ଏବଂ ବନ୍ୟା ଭାବରେ ଦେଖାଦେଇପାରେ  | ଏହାଦ୍ବାରା ଭାରତର ବ୍ରହ୍ମପୁତ୍ର ତ୍ରିକୋଣଭୂମିରେ ପ୍ରଭାବ ଦେଖାଦେବ ତଥା ଲାକ୍ଷାଦ୍ବୀପ ଏବଂ ମାଳଦ୍ବୀପର ଛୋଟଛୋଟ ଦ୍ବୀପର ଅସ୍ତିତ୍ବ ସମାପ୍ତ ହୋଇପାରେ |
ଜଳବାୟୁ ପରିବର୍ତ୍ତନ ସମସ୍ୟା ଏବେ ବିଶ୍ବ ଆଗରେ ସବୁଠୁ ଜଟିଳ ସମସ୍ୟା ମଧ୍ୟରୁ ଗୋଟିଏ | ଏଥିରେ ବିଜ୍ଞାନ, ଅର୍ଥବ୍ୟବସ୍ଥା, ସମାଜ, ରାଜନୀତି, ନୈତିକତା ଏବଂ ମୂଲ୍ୟ ସମେତ ଅନେକ କ୍ଷେତ୍ର ସାମିଲ | ଯଦିଓ ଏହା ଏକ ବିଶ୍ବବ୍ୟାପି ସମସ୍ୟା କିନ୍ତୁ ଏହାର ପ୍ରଭାବ ସ୍ଥାନୀୟ ସ୍ତରରେ ଅନୁଭବ କରାଯାଇ ପାରେ |  ଆଗାମୀ ଦିନରେ ଜଳବାୟୁ ପରିବର୍ତ୍ତନ ସ୍ଥିତି ଆହୁରି ଗମ୍ଭିର ସମସ୍ୟା ସୃଷ୍ଟି କରିପାରେ | ଏଥିରୁ ମୁକ୍ତି ପାଇବା ପାଇଁ ଆମକୁ ଗ୍ରୀନହାଉସ ଗ୍ୟାସର ଉସର୍ଜନକୁ କମ କରିବାକୁ ପଡିବ | ଏଥିପାଇଁ ଅନେକ ନୀତି ପୂର୍ବରୁ ଚୁଡାନ୍ତ ହୋଇଥିଲେ ମଧ୍ୟ ଏହାକୁ ସବୁ ପକ୍ଷ ଦାୟିତ୍ବର ସହିତ ପାଳନ କଲେ ତେବେଯାଇ ଏହାର ଲାଭ ମିଳିପାରିବ |
ତାପମାତ୍ରା ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଭାରତ ପ୍ରତିବଦ୍ଧ ଅଛି |  2015ରେ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ସବୁ ଦେଶ ଏହା ଉପରେ କାର୍ଯ୍ୟ କରିବାକୁ ରାଜି ହୋଇଥିଲେ | ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ମେନ୍ୟୁଲ ମେକ୍ରାନ ଆନ୍ତର୍ଜାତୀୟ ସୌର ମେଣ୍ଟର ଆରମ୍ଭ କରିଛନ୍ତି |  ଏହା ଅନ୍ତର୍ଗତ ଜୈବ ଇନ୍ଧନ ପରିବର୍ତ୍ତେ ସୌର ଶକ୍ତିର ବ୍ୟବହାରକୁ ପ୍ରାଧାନ୍ୟ ଦେବା ରହିଛି |
ଜଳବାୟୁ ପରିବର୍ତ୍ତନ କାଳ୍ପନିକ ନୁହେଁ ବରଂ ବାସ୍ତବିକ ଯାହା ଧିରେ ଧିରେ ପୁରା ଦୁନିଆକୁ ବ୍ୟାପି ଯାଇସାରିଛି |  ଏଣୁ ବର୍ତ୍ତମାନ ସମୟ ଆସିଛି ଆମେ ସବୁ ଦେଶ ଏବଂ ନାଗରିକ ଏଥିପାଇଁ ଆଗେଇ ଆସି ପଦକ୍ଷେପ ନେବା ଏହା ନହେଲେ ମାନବର ଅସ୍ତିତ୍ବ ବିପଦରେ ପଡ଼ିଯିବ |

ମୂଳ ଲେଖା : ଏନ.ଭି ନାୟର

ଅନୁବାଦ :  ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...