Skip to main content

ଦୋହାରେ ଆନ୍ତଃ ଆଫଗାନ ଆଲୋଚନା

ଦୋହାରେ ଏବେ ଏବେ ଶେଷ ହୋଇଥିବା ଆଫଗାନ ସମ୍ମିଳନୀ ପରେ ଅଶାନ୍ତ ଆଫଗାନିସ୍ଥାନରେ ଶାନ୍ତିର ଆଶା ଉଜ୍ଜିବିତ ହୋଇଛି। ଏହି ସମ୍ମିଳନୀରେ ଆଫଗାନିସ୍ଥାନର ରାଜନୈତିକ ପ୍ରତିନିଧି ଏବଂ ତାଲିବାନ ପ୍ରତିନିଧି ପ୍ରଥମ ଥର ପାଇଁ ଏକତ୍ର ବସି ଆଲୋଚନା କରିଥିଲେ ଯାହାକୁ ଆନ୍ଃ ଆଫଗାନ ଆଲୋଚନା କୁହାଯାଉଛି। ଏହି ଆଲୋଚନା ପରେ ପ୍ରାୟ 18 ବର୍ଷ ଧରି ଲାଗିରହିଥିବା ଆଭ୍ୟନ୍ତରୀଣ ଯୁଦ୍ଧର ଅବଶାନ ଘଟାଇ ଶାନ୍ତି ଫେରାଇଆଣିବା ପାଇଁ ମିଳିତ ବିବୃତ୍ତିରେ ଇଙ୍ଗିତ କରାଯାଇଛି।

ସାଧାରଣ ଲୋକମାନଙ୍କର ଜୀବନ ଏବଂ ସମ୍ପତ୍ତିର ସୁରକ୍ଷା ସହିତ ପ୍ରାଣହାନୀକୁ ବନ୍ଦ କରାଯିବା ପାଇଁ ଦୋହାରେ ଏକ ମିଳିତ ବିବୃତ୍ତିରେ ପ୍ରତିଶ୍ରୁତି ଦିଆଯାଇଛି। ଜର୍ମାନ ଏବଂ କତ୍ତାରର ସହଯୋଗରେ ହୋଇଥିବା ଏହି ବୈଠକରେ 70 ଜଣ ରାଜନେତା, ସମାଜ କର୍ମୀ ଏବଂ ମହିଳା ପ୍ରତିନିଧି ମାନେ ତାଲିବାନର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହି ବୈଠକରେ ତାଲିବାନର ଇଛା ଅନୁଯାୟୀ ଆଫଗାନ ସରକାର ବିଶେଷ କରି ଅସରଫ ଘନିଙ୍କ ସରକାରଙ୍କ ସହିତ ସିଧାସଳଖ ଆଲୋଚନା ହୋଇନାହିଁ।

ଏହି ପ୍ରସଙ୍ଗକୁ ନେଇ ରାଜନୀତି ମଧ୍ୟ କରାଯାଉଛି। ଆଫଗାନିସ୍ଥାନରୁ ନିଜର ସୈନ୍ୟ ପ୍ରତ୍ୟାହାର ସହିତ ସେଠାରେ ଶାନ୍ତି ସ୍ଥାପନ ପାଇଁ ଆମେରିକା ମଧ୍ୟ ବ୍ୟଗ୍ର ଅଛି। ଗତ ସେପ୍ଟେମ୍ବରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଫଗାନିସ୍ଥାନର ପୁନ୍ଃଗଠନ ପାଇଁ ଜାଲମୟ ଖାଲିଜାଦଙ୍କୁ ସ୍ବତନ୍ତ୍ର ରାଷ୍ଟ୍ରଦୂତ ଭାବେ ଆଫଗାନିସ୍ଥାନ ପଠାଇଥିଲେ। ଖାଲିଜାଦ ଦୋହାରେ ତାଲିବାନ ସହିତ ସାତଟି ପର୍ଯ୍ୟାୟରେ ଆଲୋଚନା କରିଥିଲେ। ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଥିଲା ଆଫଗାନିସ୍ଥାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର, ସନ୍ତ୍ରାସବାଦ ମୁକାବିଲାର ପ୍ରତିଶ୍ତୁତି, ଆନ୍ତଃ ଆଫଗାନ ଆଲୋଚନା ଏବଂ ଯୁଦ୍ଧବିରତି ରାଜିନାମା।

ଯଦିଓ ଖାଲିଜାଦ ଶାନ୍ତି ପାଇଁ କାବୁଲର ଗୁରୁତ୍ବ ରହିଥିବା କହିଥିଲେ ତାହାକୁ ଅର୍ଦ୍ଧ ସତ୍ୟ ବୋଲି ଆଫଗାନିସ୍ଥାନର ପୂର୍ବତନ ଗୁଇନ୍ଦା ମୁଖ୍ୟ ଅମରୁଲ୍ଲା ସଲେହ ଅବିହିତ କରିବା ସହ ଶାନ୍ତି ଆଲୋଚନାର ମୁଖ୍ୟ ବାଧକ ପାକିସ୍ତାନ ବୋଲି କହିଥିଲେ। ସେ କହିଥିଲେ ଯଦିଓ ଶାନ୍ତି ସ୍ଥାପନ କାବୁଲ ଉପରେ ନିର୍ଭର କରୁଛି କିନ୍ତୁ ଏହାକୁ ଭଣ୍ତୁର କରିବାରେ ପାକିସ୍ତାନର ହାତ ରହିଥିବା ସେ କିଛି ଦିନ ତଳେ କହିଥିଲେ।

ବିଶେଷଜ୍ଞମାନଙ୍କ ମତରେ ଆମେରିକାର ସୈନ୍ୟ ପ୍ରତ୍ୟାହାର ପରେ ତାଲିବାନର ପ୍ରଭାବ ବୃଦ୍ଧି ପାଇବ କାରଣ ତାଲିବାନରେ ସମସ୍ତେ ପସ୍ତୁନ ନୁହନ୍ତି ବରଂ ଏଥିରେ ଅଧିକାଂଶତଃ ପାକିସ୍ତାନୀ ଅଛନ୍ତି। ଆମେରିକା ଭାବୁଛି ସେପ୍ଟେମ୍ବର ସୁଦ୍ଧା ଆମେରିକା ଏବଂ ନାଟୋ ସୈନ୍ୟ ପ୍ରତ୍ୟାହାର ଉପରେ ଖସଡ଼ା ପ୍ରସ୍ତୁତ କରିବା ଉପରେ ଚୁଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ଅପରପକ୍ଷେ ନିକଟରେ ଶେଷ ହୋଇଥିବା ଦୋହା ବୈଠକରେ ନିରାପତ୍ତା ବାହିନୀ ଏବଂ ସାଧାରଣ ଲୋକମାନଙ୍କ ବିରୁଦ୍ଧରେ ତାଲିବାନର 18 ବର୍ଷ ବ୍ୟାପୀ ଯୁଦ୍ଧକୁ ଜେହାଦ ଭାବେ ବର୍ଣ୍ଣନା କରାଯାଇଛି ଯାହାକୁ ନେଇ ଆଫଗାନିସ୍ଥାନରେ ରାଜନୈତିକ ଝଡ ସୃଷ୍ଟି ହୋଇଛି। ଆଫଗାନ ସିନେଟରେ ଏହି କଥାକୁ ବିରୋଧ କରାଯାଇଛି ଏବଂ କୁହାଯାଇଛି ଯେ 1989ରେ ସୋଭିଏତ ସୈନ୍ୟ ପ୍ରତ୍ୟାହାର ପରେ ଜେହାଦ ଶେଷ ହୋଇଛି। ଯାହା ଜଣାପଡୁଛି ଶାନ୍ତି କ୍ଷେତ୍ରରେ ଅନେକ ବାଧା ଉପୁଜିବ କିନ୍ତୁ ଆଫଗାନିସ୍ଥାନରେ ଶାନ୍ତି ପ୍ରତିଷ୍ଠା ପାଇଁ ଇଛା କରାଯାଇଛି ତାହାହିଁ ଆଶ୍ବସ୍ତିର କଥା।

ପୂର୍ବତନ ରାଷ୍ଟ୍ରପତି ହମିଦ କର୍ଜାଇ ଶାନ୍ତି ଆଲୋଚନାର ସକରାତ୍ମକ ଫଳାଫଳକୁ ସ୍ବାଗତ କରିଛନ୍ତି। ଆଫଗାନିସ୍ଥାନରେ ସେବେଯାଇ ଶାନ୍ତି ଆସି ପାରିବ ଯେତେବେଳେ ଆଫଗାନିସ୍ଥାନ ଆନ୍ତଃ ଆଫଗାନ ଆଲୋଚନା ମାଧ୍ୟମରେ ଭବିଷ୍ୟତ ଉପରେ ନିଷ୍ପତ୍ତି ନେବେ। ଗତ ମାସ ଏସସିଓ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଯୁକ୍ତ, ଶାନ୍ତିପୂର୍ଣ୍ଣ ଏବଂ ସ୍ଥିର ଆଫଗାନିସ୍ଥାନ ପାଇଁ ମତ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଫଗାନିସ୍ଥାନ ସରକାର ଏବଂ ଜନସାଧାରଣଙ୍କ ପଦକ୍ଷେପକୁ ଶାନ୍ତି ପ୍ରକ୍ରିୟାରେ ସାମିଲ ପାଇଁ ସମର୍ଥନ କରିବେ।

ମୋଟ ଉପରେ କଥା ହେଉଛି ଯେ ଆଫଗାନିସ୍ଥାନକୁ ନେଇ ଅନେକ ଦେଶ ଖେଳ ଖେଳୁଛନ୍ତି ଏବଂ ଏହାକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି। ଆଫଗାନିସ୍ଥାନର ଏକ ବର୍ଗଙ୍କ ମତରେ ପାକିସ୍ତାନର ହୀନ ଭାବନା ତାଲିବାନ ମାଧ୍ୟମରେ ଆଫଗାନିସ୍ଥାନକୁ ଭୋଗିବାକୁ ନପଡୁ।


ମୂଳ ଲେଖା: ସୁନିଲ ଗଟାଡେ
ଅନୁବାଦ : ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...