ଦୋହାରେ ଏବେ ଏବେ ଶେଷ ହୋଇଥିବା ଆଫଗାନ ସମ୍ମିଳନୀ ପରେ ଅଶାନ୍ତ ଆଫଗାନିସ୍ଥାନରେ ଶାନ୍ତିର ଆଶା ଉଜ୍ଜିବିତ ହୋଇଛି। ଏହି ସମ୍ମିଳନୀରେ ଆଫଗାନିସ୍ଥାନର ରାଜନୈତିକ ପ୍ରତିନିଧି ଏବଂ ତାଲିବାନ ପ୍ରତିନିଧି ପ୍ରଥମ ଥର ପାଇଁ ଏକତ୍ର ବସି ଆଲୋଚନା କରିଥିଲେ ଯାହାକୁ ଆନ୍ଃ ଆଫଗାନ ଆଲୋଚନା କୁହାଯାଉଛି। ଏହି ଆଲୋଚନା ପରେ ପ୍ରାୟ 18 ବର୍ଷ ଧରି ଲାଗିରହିଥିବା ଆଭ୍ୟନ୍ତରୀଣ ଯୁଦ୍ଧର ଅବଶାନ ଘଟାଇ ଶାନ୍ତି ଫେରାଇଆଣିବା ପାଇଁ ମିଳିତ ବିବୃତ୍ତିରେ ଇଙ୍ଗିତ କରାଯାଇଛି।
ସାଧାରଣ ଲୋକମାନଙ୍କର ଜୀବନ ଏବଂ ସମ୍ପତ୍ତିର ସୁରକ୍ଷା ସହିତ ପ୍ରାଣହାନୀକୁ ବନ୍ଦ କରାଯିବା ପାଇଁ ଦୋହାରେ ଏକ ମିଳିତ ବିବୃତ୍ତିରେ ପ୍ରତିଶ୍ରୁତି ଦିଆଯାଇଛି। ଜର୍ମାନ ଏବଂ କତ୍ତାରର ସହଯୋଗରେ ହୋଇଥିବା ଏହି ବୈଠକରେ 70 ଜଣ ରାଜନେତା, ସମାଜ କର୍ମୀ ଏବଂ ମହିଳା ପ୍ରତିନିଧି ମାନେ ତାଲିବାନର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହି ବୈଠକରେ ତାଲିବାନର ଇଛା ଅନୁଯାୟୀ ଆଫଗାନ ସରକାର ବିଶେଷ କରି ଅସରଫ ଘନିଙ୍କ ସରକାରଙ୍କ ସହିତ ସିଧାସଳଖ ଆଲୋଚନା ହୋଇନାହିଁ।
ଏହି ପ୍ରସଙ୍ଗକୁ ନେଇ ରାଜନୀତି ମଧ୍ୟ କରାଯାଉଛି। ଆଫଗାନିସ୍ଥାନରୁ ନିଜର ସୈନ୍ୟ ପ୍ରତ୍ୟାହାର ସହିତ ସେଠାରେ ଶାନ୍ତି ସ୍ଥାପନ ପାଇଁ ଆମେରିକା ମଧ୍ୟ ବ୍ୟଗ୍ର ଅଛି। ଗତ ସେପ୍ଟେମ୍ବରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଫଗାନିସ୍ଥାନର ପୁନ୍ଃଗଠନ ପାଇଁ ଜାଲମୟ ଖାଲିଜାଦଙ୍କୁ ସ୍ବତନ୍ତ୍ର ରାଷ୍ଟ୍ରଦୂତ ଭାବେ ଆଫଗାନିସ୍ଥାନ ପଠାଇଥିଲେ। ଖାଲିଜାଦ ଦୋହାରେ ତାଲିବାନ ସହିତ ସାତଟି ପର୍ଯ୍ୟାୟରେ ଆଲୋଚନା କରିଥିଲେ। ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଥିଲା ଆଫଗାନିସ୍ଥାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର, ସନ୍ତ୍ରାସବାଦ ମୁକାବିଲାର ପ୍ରତିଶ୍ତୁତି, ଆନ୍ତଃ ଆଫଗାନ ଆଲୋଚନା ଏବଂ ଯୁଦ୍ଧବିରତି ରାଜିନାମା।
ଯଦିଓ ଖାଲିଜାଦ ଶାନ୍ତି ପାଇଁ କାବୁଲର ଗୁରୁତ୍ବ ରହିଥିବା କହିଥିଲେ ତାହାକୁ ଅର୍ଦ୍ଧ ସତ୍ୟ ବୋଲି ଆଫଗାନିସ୍ଥାନର ପୂର୍ବତନ ଗୁଇନ୍ଦା ମୁଖ୍ୟ ଅମରୁଲ୍ଲା ସଲେହ ଅବିହିତ କରିବା ସହ ଶାନ୍ତି ଆଲୋଚନାର ମୁଖ୍ୟ ବାଧକ ପାକିସ୍ତାନ ବୋଲି କହିଥିଲେ। ସେ କହିଥିଲେ ଯଦିଓ ଶାନ୍ତି ସ୍ଥାପନ କାବୁଲ ଉପରେ ନିର୍ଭର କରୁଛି କିନ୍ତୁ ଏହାକୁ ଭଣ୍ତୁର କରିବାରେ ପାକିସ୍ତାନର ହାତ ରହିଥିବା ସେ କିଛି ଦିନ ତଳେ କହିଥିଲେ।
ବିଶେଷଜ୍ଞମାନଙ୍କ ମତରେ ଆମେରିକାର ସୈନ୍ୟ ପ୍ରତ୍ୟାହାର ପରେ ତାଲିବାନର ପ୍ରଭାବ ବୃଦ୍ଧି ପାଇବ କାରଣ ତାଲିବାନରେ ସମସ୍ତେ ପସ୍ତୁନ ନୁହନ୍ତି ବରଂ ଏଥିରେ ଅଧିକାଂଶତଃ ପାକିସ୍ତାନୀ ଅଛନ୍ତି। ଆମେରିକା ଭାବୁଛି ସେପ୍ଟେମ୍ବର ସୁଦ୍ଧା ଆମେରିକା ଏବଂ ନାଟୋ ସୈନ୍ୟ ପ୍ରତ୍ୟାହାର ଉପରେ ଖସଡ଼ା ପ୍ରସ୍ତୁତ କରିବା ଉପରେ ଚୁଡ଼ାନ୍ତ ନିଷ୍ପତ୍ତି ନିଆଯିବ।
ଅପରପକ୍ଷେ ନିକଟରେ ଶେଷ ହୋଇଥିବା ଦୋହା ବୈଠକରେ ନିରାପତ୍ତା ବାହିନୀ ଏବଂ ସାଧାରଣ ଲୋକମାନଙ୍କ ବିରୁଦ୍ଧରେ ତାଲିବାନର 18 ବର୍ଷ ବ୍ୟାପୀ ଯୁଦ୍ଧକୁ ଜେହାଦ ଭାବେ ବର୍ଣ୍ଣନା କରାଯାଇଛି ଯାହାକୁ ନେଇ ଆଫଗାନିସ୍ଥାନରେ ରାଜନୈତିକ ଝଡ ସୃଷ୍ଟି ହୋଇଛି। ଆଫଗାନ ସିନେଟରେ ଏହି କଥାକୁ ବିରୋଧ କରାଯାଇଛି ଏବଂ କୁହାଯାଇଛି ଯେ 1989ରେ ସୋଭିଏତ ସୈନ୍ୟ ପ୍ରତ୍ୟାହାର ପରେ ଜେହାଦ ଶେଷ ହୋଇଛି। ଯାହା ଜଣାପଡୁଛି ଶାନ୍ତି କ୍ଷେତ୍ରରେ ଅନେକ ବାଧା ଉପୁଜିବ କିନ୍ତୁ ଆଫଗାନିସ୍ଥାନରେ ଶାନ୍ତି ପ୍ରତିଷ୍ଠା ପାଇଁ ଇଛା କରାଯାଇଛି ତାହାହିଁ ଆଶ୍ବସ୍ତିର କଥା।
ପୂର୍ବତନ ରାଷ୍ଟ୍ରପତି ହମିଦ କର୍ଜାଇ ଶାନ୍ତି ଆଲୋଚନାର ସକରାତ୍ମକ ଫଳାଫଳକୁ ସ୍ବାଗତ କରିଛନ୍ତି। ଆଫଗାନିସ୍ଥାନରେ ସେବେଯାଇ ଶାନ୍ତି ଆସି ପାରିବ ଯେତେବେଳେ ଆଫଗାନିସ୍ଥାନ ଆନ୍ତଃ ଆଫଗାନ ଆଲୋଚନା ମାଧ୍ୟମରେ ଭବିଷ୍ୟତ ଉପରେ ନିଷ୍ପତ୍ତି ନେବେ। ଗତ ମାସ ଏସସିଓ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଯୁକ୍ତ, ଶାନ୍ତିପୂର୍ଣ୍ଣ ଏବଂ ସ୍ଥିର ଆଫଗାନିସ୍ଥାନ ପାଇଁ ମତ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଫଗାନିସ୍ଥାନ ସରକାର ଏବଂ ଜନସାଧାରଣଙ୍କ ପଦକ୍ଷେପକୁ ଶାନ୍ତି ପ୍ରକ୍ରିୟାରେ ସାମିଲ ପାଇଁ ସମର୍ଥନ କରିବେ।
ମୋଟ ଉପରେ କଥା ହେଉଛି ଯେ ଆଫଗାନିସ୍ଥାନକୁ ନେଇ ଅନେକ ଦେଶ ଖେଳ ଖେଳୁଛନ୍ତି ଏବଂ ଏହାକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି। ଆଫଗାନିସ୍ଥାନର ଏକ ବର୍ଗଙ୍କ ମତରେ ପାକିସ୍ତାନର ହୀନ ଭାବନା ତାଲିବାନ ମାଧ୍ୟମରେ ଆଫଗାନିସ୍ଥାନକୁ ଭୋଗିବାକୁ ନପଡୁ।
ମୂଳ ଲେଖା: ସୁନିଲ ଗଟାଡେ
ଅନୁବାଦ : ରାମଚଂଦ୍ର ନାଥ

Comments
Post a Comment