Skip to main content

ରୁଷ-ଭାରତ-ଚୀନ ତ୍ରିପକ୍ଷୀୟ ବୈଠକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନର ଓସାକାରେ ଜି-20 ସମ୍ମିଳନୀ କାଳରେ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ବ୍ଲାଦିମୀର ପୁତିନଙ୍କୁ ନେଇ ତ୍ରିପକ୍ଷୀୟ ବୈଠକର ଆୟୋଜନ କରିଥିଲେ। ରୁଷ ଭାରତ ଏବଂ ଚୀନ(ଆରଆଇସି) ତ୍ରିପକ୍ଷୀୟ ବୈଠକରେ ଭାରତର ଗୁରୁତ୍ବ ପରିଲକ୍ଷିତ ହୋଇଥିଲା। ରୁଷ ଉପରେ ଆମେରିକାର କଟକଣା ସାଙ୍ଗକୁ ଚୀନ ବିରୁଦ୍ଧରେ ଆମେରିକାର ଟିକସ ବୋଝ ଦୃଷ୍ଟିରୁ ଏହି ବୈଠକ ଗୁରୁତ୍ବପୂର୍ଣ୍ଣ ମନେକରାଯାଏ। ସାଂପ୍ରତିକ ବୈଦେଶିକ ଘଟଣାକ୍ରମକୁ ଦେଖି ଏହି ତିନୋଟି ଦେଶର ମୁଖ୍ୟଙ୍କ ମଧ୍ୟରେ ହୋଇଥିବା ବୈଠକ ପରସ୍ପରର ସ୍ବାର୍ଥ ଦୃଷ୍ଟିରୁ ମହତ୍ବପୂର୍ଣ୍ଣ ଭୂମିକା ରହିଛି।

ଆରଆଇସି ଦେଶର ବୈଦେଶିକ ମନ୍ତ୍ରୀମାନଙ୍କ ମଧ୍ୟରେ ବୈଠକ 2003ରୁ ହୋଇ ଆସୁଛି। 2006ରେ ତିନୋଟି ଦେଶର ମୁଖ୍ୟ ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ। ରୁଷର ସେଣ୍ଟ ପିଟସବର୍ଗରେ ଜି-8 ସମ୍ମିଳନୀର ଉଦଯାପନୀ ପରେ ଚୀନର ତତ୍କାଳିନ ରାଷ୍ଟ୍ରପତି ହୁ ଜିଣ୍ଟାଉ, ରୁଷ ରାଷ୍ଟ୍ରପତି ବ୍ଲାଦିମୀର ପୁତିନ ଏବଂ ଭାରତର ତତ୍କାଳିନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏକତ୍ର ସମ୍ମିଳିତ ହୋଇ ଆଲୋଚନା କରିଥିଲେ।

ଗତ 2018 ନଭେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷ ରାଷ୍ଟ୍ରପତି ପୁତିନ ଏହି ବୈଠକକୁ ପରବର୍ତ୍ତି ସ୍ତରକୁ ନେବାକୁ ନିଷ୍ପତ୍ତି ନେଇଥିଲେ। ଏହି ତିନି ନେତା 2019 ସେପ୍ଟେମ୍ବରରେ ରୁଷର ଭ୍ଲାଦିଭୋଷ୍ଟକ ଠାରେ ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମ କାଳରେ ପୁଣି ଥରେ ସାକ୍ଷାତ କରିବାର ସମ୍ଭାବନା ରହିଛି। ବିଶ୍ବରେ ଆଜି ଯେପରି ପରିସ୍ଥିତି ସୃଷ୍ଟି ହୋଇଛି, ଅର୍ଥନୀତି ଯେପରି ମାନ୍ଦା ଅବସ୍ଥାକୁ ଗତି କରୁଛି ଏବଂ ବିକାଶଶୀଳ ଦେଶମାନଙ୍କର ବଜାରରେ ଯେପରି ନକରାତ୍ମକ ପ୍ରଭାବ ପରିଲଖିତ ହେଉଛି ସେ ଦୃଷ୍ଟିରୁ ଆରଆଇସି ବୈଠକର ଅନେକ ପ୍ରାସଙ୍ଗିକତା ରହିଛି। ଅନ୍ୟ ପକ୍ଷରେ ଏହି ବୈଠକ ଦ୍ବାରା ତିନୋଟି ରାଷ୍ଟ୍ର ମୁଖ୍ୟ ପରସ୍ପର ମଧ୍ୟରେ ବିଶ୍ବାସ ଆସ୍ଥା ଏବଂ ଉତ୍ତମ ବୁଝାମଣା ସ୍ଥାପନ କରିବାର ସୁଯୋଗ ପାଉଛନ୍ତି ତଥା ପରସ୍ପର ମଧ୍ୟରେ ସଂପର୍କକୁ ସୁଦୃଢ କରିବାର ଅବସର ପାଉଛନ୍ତି ।

ଓସାକା ବୈଠକରେ ଆନ୍ତର୍ଜାତୀୟ ସନ୍ତ୍ରାସବାଦର କୁପ୍ରଭାବକୁ ସାମ୍ନା କରିବା ତଥା ତିନି ଦେଶ ମଧ୍ୟରେ ବାଣିଜ୍ୟିକ ସଂପର୍କକୁ ସୁଦୃଢ କରିବା ଏବଂ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ଉପରେ ଆଲୋଚନା ହୋଇଛି। ସନ୍ତ୍ରାସବାଦ ଉପରେ ଏକ ବିଶ୍ବ ସମ୍ମିଳନୀ ଆୟୋଜନ କରିବାରେ ଶ୍ରୀ ମୋଦି ଜିନପିଙ୍ଗ ଏବଂ ପୁତିନଙ୍କ ସହାୟତା ଲୋଡିଛନ୍ତି। ଆଜି ପର୍ଯ୍ୟନ୍ତ ବିଶ୍ବ ସ୍ତରରେ ସନ୍ତ୍ରାସବାଦକୁ ନେଇ କୌଣସି ସମ୍ମିଳନୀ ହୋଇନାହିଁ। ସନ୍ତ୍ରାସବାଦକୁ ନେଇ ଉପୁଜିଥିବା ଚ୍ୟାଲେଞ୍ଜ ଉପରେ ସାଂଘାଇ ସହଯୋଗ ସଂଗଠନରେ ଆଲୋଚନା ହୋଇଛି। ସନ୍ତ୍ରାସବଦାର ମୂଳୋତ୍ପାଟନ ପାଇଁ ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଟାସ୍କ ଫୋର୍ସ ପାକିସ୍ତାନ ଉପରେ ଚାପ ପକାଇବ ବୋଲି ଭାରତ ଆଶା କରୁଛି। ପାକିସ୍ତାନର ସନ୍ତ୍ରାସବାଦି ସଂଗଠନକୁ ମିଳୁଥିବା ଅର୍ଥ କେମିତି ବିଶ୍ବ ସନ୍ତ୍ରାସବାଦକୁ ଖୁରାକ ଯୋଗାଉଛି ସେନେଇ ଏହି ସଂଗଠନ ନିକଟରେ ଆଲୋକପାତ କରିଛି।

ଏହି ବୈଠକ ପରିପ୍ରେକ୍ଷିରେ ଚୀନର ସହକାରୀ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଚୀନର ସଂପର୍କ ରୁଷ ଏବଂ ଭାରତ ସହିତ ମଜବୁତ ହେଉଛି ଏବଂ ଏହି ତିନୋଟି ଦେଶର ନେତାମାନଙ୍କ ମଧ୍ୟରେ ଘନିଷ୍ଠତା ବଢିଛି। ବିଶ୍ବ ଶାନ୍ତି ପାଇଁ ଏବଂ ବର୍ତ୍ତମାନ ବିଶ୍ବରେ ଦେଖାଦେଇଥିବା ପରିସ୍ଥିତି ପାଇଁ ଏହି ତିନୋଟି ଦେଶ ମଧ୍ୟରେ ତାଳମେଳ ରହିବା ଏବଂ ସଂପର୍କ ସୁଦୃଢ ହେବାର ଗୁରୁତ୍ବ ରହିଛି। ଏହି ବୈଠକ ଦ୍ବାରା ରୁଷର ବିଶ୍ବ ରାଜନୀତି ସଂପ୍ରସାରିତ ହେଇପାରିବ। ଚୀନ ପୂର୍ବରୁ ରୁଷକୁ ପଛରେ ପକାଇଦେଇଥିବା ବେଳେ ଭାରତ ସବୁ ସମ୍ଭାବନା ସହିତ ଅଗ୍ରସର ହେଉଛି ଏମିତିରେ ଏହି ବୈଠକ ରୁଷ ପାଇଁ ମଧ୍ୟ ଉପାଦେୟ ହେଉଛି। ଏଠାରେ ଏହି ସନ୍ଦେଶ ଯାଉଛି ଯେ ରୁଷ ଏବଂ ଚୀନ ଭାରତ ଠାରୁ ଆଶା କରୁଛନ୍ତି ଯେ ସେ ଆନ୍ତର୍ଜାତିକ ଭୂ ରାଜନୀତି ଏବଂ ଭୂ ଅର୍ଥବ୍ୟବସ୍ଥାରେ ଆମେରିକା ଠାରୁ ଅଲଗା ହୋଇ ସ୍ବାଧୀନ ଭାବରେ କାର୍ଯ୍ୟ କରୁ।

ଏହି ତ୍ରିପକ୍ଷୀୟ ବୈଠକ ବିଶ୍ବରେ ଦେଖାଦେଇଥିବା ଉତ୍ଥାନ ପତ୍ତନକୁ ସଠିକ ଦୀଗଦର୍ଶନ ଦେବା ପାଇଁ ଭାରତର ବହୁବିଧ ସାଂଗଠନିକ ସାମରିକ ନୀତିର ଅଂଶବିଶେଷ ଭାବେ ଦେଖାଯାଇପାରେ।


ମୂଳ ଲେଖା: ଡକ୍ଟର ରାଜଦୀପ ପକନତି

ଅନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...