ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନର ଓସାକାରେ ଜି-20 ସମ୍ମିଳନୀ କାଳରେ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ବ୍ଲାଦିମୀର ପୁତିନଙ୍କୁ ନେଇ ତ୍ରିପକ୍ଷୀୟ ବୈଠକର ଆୟୋଜନ କରିଥିଲେ। ରୁଷ ଭାରତ ଏବଂ ଚୀନ(ଆରଆଇସି) ତ୍ରିପକ୍ଷୀୟ ବୈଠକରେ ଭାରତର ଗୁରୁତ୍ବ ପରିଲକ୍ଷିତ ହୋଇଥିଲା। ରୁଷ ଉପରେ ଆମେରିକାର କଟକଣା ସାଙ୍ଗକୁ ଚୀନ ବିରୁଦ୍ଧରେ ଆମେରିକାର ଟିକସ ବୋଝ ଦୃଷ୍ଟିରୁ ଏହି ବୈଠକ ଗୁରୁତ୍ବପୂର୍ଣ୍ଣ ମନେକରାଯାଏ। ସାଂପ୍ରତିକ ବୈଦେଶିକ ଘଟଣାକ୍ରମକୁ ଦେଖି ଏହି ତିନୋଟି ଦେଶର ମୁଖ୍ୟଙ୍କ ମଧ୍ୟରେ ହୋଇଥିବା ବୈଠକ ପରସ୍ପରର ସ୍ବାର୍ଥ ଦୃଷ୍ଟିରୁ ମହତ୍ବପୂର୍ଣ୍ଣ ଭୂମିକା ରହିଛି।
ଆରଆଇସି ଦେଶର ବୈଦେଶିକ ମନ୍ତ୍ରୀମାନଙ୍କ ମଧ୍ୟରେ ବୈଠକ 2003ରୁ ହୋଇ ଆସୁଛି। 2006ରେ ତିନୋଟି ଦେଶର ମୁଖ୍ୟ ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ। ରୁଷର ସେଣ୍ଟ ପିଟସବର୍ଗରେ ଜି-8 ସମ୍ମିଳନୀର ଉଦଯାପନୀ ପରେ ଚୀନର ତତ୍କାଳିନ ରାଷ୍ଟ୍ରପତି ହୁ ଜିଣ୍ଟାଉ, ରୁଷ ରାଷ୍ଟ୍ରପତି ବ୍ଲାଦିମୀର ପୁତିନ ଏବଂ ଭାରତର ତତ୍କାଳିନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏକତ୍ର ସମ୍ମିଳିତ ହୋଇ ଆଲୋଚନା କରିଥିଲେ।
ଗତ 2018 ନଭେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷ ରାଷ୍ଟ୍ରପତି ପୁତିନ ଏହି ବୈଠକକୁ ପରବର୍ତ୍ତି ସ୍ତରକୁ ନେବାକୁ ନିଷ୍ପତ୍ତି ନେଇଥିଲେ। ଏହି ତିନି ନେତା 2019 ସେପ୍ଟେମ୍ବରରେ ରୁଷର ଭ୍ଲାଦିଭୋଷ୍ଟକ ଠାରେ ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମ କାଳରେ ପୁଣି ଥରେ ସାକ୍ଷାତ କରିବାର ସମ୍ଭାବନା ରହିଛି। ବିଶ୍ବରେ ଆଜି ଯେପରି ପରିସ୍ଥିତି ସୃଷ୍ଟି ହୋଇଛି, ଅର୍ଥନୀତି ଯେପରି ମାନ୍ଦା ଅବସ୍ଥାକୁ ଗତି କରୁଛି ଏବଂ ବିକାଶଶୀଳ ଦେଶମାନଙ୍କର ବଜାରରେ ଯେପରି ନକରାତ୍ମକ ପ୍ରଭାବ ପରିଲଖିତ ହେଉଛି ସେ ଦୃଷ୍ଟିରୁ ଆରଆଇସି ବୈଠକର ଅନେକ ପ୍ରାସଙ୍ଗିକତା ରହିଛି। ଅନ୍ୟ ପକ୍ଷରେ ଏହି ବୈଠକ ଦ୍ବାରା ତିନୋଟି ରାଷ୍ଟ୍ର ମୁଖ୍ୟ ପରସ୍ପର ମଧ୍ୟରେ ବିଶ୍ବାସ ଆସ୍ଥା ଏବଂ ଉତ୍ତମ ବୁଝାମଣା ସ୍ଥାପନ କରିବାର ସୁଯୋଗ ପାଉଛନ୍ତି ତଥା ପରସ୍ପର ମଧ୍ୟରେ ସଂପର୍କକୁ ସୁଦୃଢ କରିବାର ଅବସର ପାଉଛନ୍ତି ।
ଓସାକା ବୈଠକରେ ଆନ୍ତର୍ଜାତୀୟ ସନ୍ତ୍ରାସବାଦର କୁପ୍ରଭାବକୁ ସାମ୍ନା କରିବା ତଥା ତିନି ଦେଶ ମଧ୍ୟରେ ବାଣିଜ୍ୟିକ ସଂପର୍କକୁ ସୁଦୃଢ କରିବା ଏବଂ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ଉପରେ ଆଲୋଚନା ହୋଇଛି। ସନ୍ତ୍ରାସବାଦ ଉପରେ ଏକ ବିଶ୍ବ ସମ୍ମିଳନୀ ଆୟୋଜନ କରିବାରେ ଶ୍ରୀ ମୋଦି ଜିନପିଙ୍ଗ ଏବଂ ପୁତିନଙ୍କ ସହାୟତା ଲୋଡିଛନ୍ତି। ଆଜି ପର୍ଯ୍ୟନ୍ତ ବିଶ୍ବ ସ୍ତରରେ ସନ୍ତ୍ରାସବାଦକୁ ନେଇ କୌଣସି ସମ୍ମିଳନୀ ହୋଇନାହିଁ। ସନ୍ତ୍ରାସବାଦକୁ ନେଇ ଉପୁଜିଥିବା ଚ୍ୟାଲେଞ୍ଜ ଉପରେ ସାଂଘାଇ ସହଯୋଗ ସଂଗଠନରେ ଆଲୋଚନା ହୋଇଛି। ସନ୍ତ୍ରାସବଦାର ମୂଳୋତ୍ପାଟନ ପାଇଁ ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଟାସ୍କ ଫୋର୍ସ ପାକିସ୍ତାନ ଉପରେ ଚାପ ପକାଇବ ବୋଲି ଭାରତ ଆଶା କରୁଛି। ପାକିସ୍ତାନର ସନ୍ତ୍ରାସବାଦି ସଂଗଠନକୁ ମିଳୁଥିବା ଅର୍ଥ କେମିତି ବିଶ୍ବ ସନ୍ତ୍ରାସବାଦକୁ ଖୁରାକ ଯୋଗାଉଛି ସେନେଇ ଏହି ସଂଗଠନ ନିକଟରେ ଆଲୋକପାତ କରିଛି।
ଏହି ବୈଠକ ପରିପ୍ରେକ୍ଷିରେ ଚୀନର ସହକାରୀ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଚୀନର ସଂପର୍କ ରୁଷ ଏବଂ ଭାରତ ସହିତ ମଜବୁତ ହେଉଛି ଏବଂ ଏହି ତିନୋଟି ଦେଶର ନେତାମାନଙ୍କ ମଧ୍ୟରେ ଘନିଷ୍ଠତା ବଢିଛି। ବିଶ୍ବ ଶାନ୍ତି ପାଇଁ ଏବଂ ବର୍ତ୍ତମାନ ବିଶ୍ବରେ ଦେଖାଦେଇଥିବା ପରିସ୍ଥିତି ପାଇଁ ଏହି ତିନୋଟି ଦେଶ ମଧ୍ୟରେ ତାଳମେଳ ରହିବା ଏବଂ ସଂପର୍କ ସୁଦୃଢ ହେବାର ଗୁରୁତ୍ବ ରହିଛି। ଏହି ବୈଠକ ଦ୍ବାରା ରୁଷର ବିଶ୍ବ ରାଜନୀତି ସଂପ୍ରସାରିତ ହେଇପାରିବ। ଚୀନ ପୂର୍ବରୁ ରୁଷକୁ ପଛରେ ପକାଇଦେଇଥିବା ବେଳେ ଭାରତ ସବୁ ସମ୍ଭାବନା ସହିତ ଅଗ୍ରସର ହେଉଛି ଏମିତିରେ ଏହି ବୈଠକ ରୁଷ ପାଇଁ ମଧ୍ୟ ଉପାଦେୟ ହେଉଛି। ଏଠାରେ ଏହି ସନ୍ଦେଶ ଯାଉଛି ଯେ ରୁଷ ଏବଂ ଚୀନ ଭାରତ ଠାରୁ ଆଶା କରୁଛନ୍ତି ଯେ ସେ ଆନ୍ତର୍ଜାତିକ ଭୂ ରାଜନୀତି ଏବଂ ଭୂ ଅର୍ଥବ୍ୟବସ୍ଥାରେ ଆମେରିକା ଠାରୁ ଅଲଗା ହୋଇ ସ୍ବାଧୀନ ଭାବରେ କାର୍ଯ୍ୟ କରୁ।
ଏହି ତ୍ରିପକ୍ଷୀୟ ବୈଠକ ବିଶ୍ବରେ ଦେଖାଦେଇଥିବା ଉତ୍ଥାନ ପତ୍ତନକୁ ସଠିକ ଦୀଗଦର୍ଶନ ଦେବା ପାଇଁ ଭାରତର ବହୁବିଧ ସାଂଗଠନିକ ସାମରିକ ନୀତିର ଅଂଶବିଶେଷ ଭାବେ ଦେଖାଯାଇପାରେ।
ମୂଳ ଲେଖା: ଡକ୍ଟର ରାଜଦୀପ ପକନତି
ଅନୁବାଦ: ରାମଚଂଦ୍ର ନାଥ

Comments
Post a Comment