Skip to main content

ସଂସଦରେ ଚଳିତ ସପ୍ତାହର କାର୍ଯ୍ୟଧାରା

ସପ୍ତଦଶ ଲୋକସଭାର  ପ୍ରଥମ ଅଧିବେଶନ ଜାରିରହିଛି | ଏହି ଅଧିବେଶନରେ ଜାମ୍ମୁ ଓ କାଶ୍ମୀର ସଂରକ୍ଷଣ ବିଲ ସମେତ ଅନେକ ବିଧେୟକ ପାରିତ ହୋଇଛି | ଏହି ବିଲରେ  ଆନ୍ତର୍ଜାତୀୟ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀଙ୍କୁ ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନ ଗୁଡିକରେ 3 ପ୍ରତିଶତ କୋଟା ପ୍ରଦାନ କରିବାର ବ୍ୟବସ୍ଥା ରହିଛି | ନିମ୍ନ ସଦନ(ଲୋକସଭା) ଓ ଉଚ୍ଚ ସଦନ (ରାଜ୍ୟସଭା)ରେ ଜାମ୍ମୁ ଓ କାଶ୍ମୀର ରେ ରାଷ୍ଟ୍ରପତି ଶାସନର ଅବଧିକୁ ଆଉ ଛ ମାସ ଲାଗି ସମ୍ପ୍ରସାରଣ କରିବା ପାଇଁ ଏକ ପ୍ରସ୍ତାବ ଗୃହିତ ହୋଇଛି | ଜାମ୍ମୁ କାଶ୍ମୀର ସଂରକ୍ଷଣ ଆଇନ 2004 ରେ ସଂଶୋଧନ ଲାଗି ଏକ ବିଲ ଆଗତ  ଲାଗି ମଧ୍ୟ ନିଷ୍ପତ୍ତି ନିଆଯାଇଛି | ଉଭୟ ପ୍ରସଙ୍ଗ ପୂର୍ବରୁ ଲୋକସଭାରେ ପାସ ହେବାପରେ ରାଜ୍ୟସଭାରେ ଏହା ଉପରେ ଆଲୋଚନା ହୋଇଥିଲା | ବର୍ତ୍ତମାନ ଜାମ୍ମୁ ଓ କାଶ୍ମୀର ସଂରକ୍ଷଣ ଆଇନ ରାଜ୍ୟର ସୀମା ସଂଲଗ୍ନ ଅଞ୍ଚଳରେ ରହୁଥିବା ବ୍ୟକ୍ତି ମାନଙ୍କୁ ଶିକ୍ଷା ଓ ଚାକିରିରେ 3 ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରଦାନ କରିଥାଏ କିନ୍ତୁ ଏହାର ଫାଇଦା ଆନ୍ତର୍ଜାତୀୟ ସୀମା ନିକଟରେ ରହୁଥିବା ଲୋକମାନଙ୍କୁ ମିଳୁ ନଥିଲା | ଏହି ଆଲୋଚନାରେ ଭାଗ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଥିଲେ ଯେ ସରକାର ଏହି ଅଧିନିୟମ ଅନ୍ତର୍ଗତ ସ୍ଥାନ ସଂରକ୍ଷଣର ସୀମାକୁ ଆଉ 4 ପ୍ରତିଶତ ବୃଦ୍ଧି ଲାଗି ବିବେଚନା କରିବେ | ସେ କହିଥିଲେ ଯେ ମୋଦୀ ସରକାର ଜାମ୍ମୁ ଓ କାଶ୍ମୀରରେ ଉପୁଜିଥିବା ଜଟିଳ ପରିସ୍ଥିତିର ସମାଧାନ କରିବା ଲାଗି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଙ୍କ “ଇନସାନିୟତ, ଜାମୁରିୟତ ଓ କାଶ୍ମିରୀୟତ” ସିଦ୍ଧାନ୍ତର ଅନୁସରଣ କରୁଛନ୍ତି | 
ଶ୍ରୀ ଶାହ ସନ୍ତ୍ରାସବାଦକୁ  ଆଦୌ ବରଦାସ୍ତ ନକରିବା ବା ଜିରୋ ଟୋଲେରାନ୍ସ ନେଇ ସରକାରଙ୍କ ନୀତି ବିଷୟ ଦୋହୋରାଇଥିଲେ ଓ ଏହାର ପରିଣାମ ସ୍ପଷ୍ଟ ଦେଖିବାକୁ ମିଳିଛି ବୋଲି ସେ କହିଥିଲେ | ମନ୍ତ୍ରୀ ମହୋଦୟ  କହିଥିଲେ ଯେ ପଞ୍ଚାୟତ ଓ ପୌରପରିଷଦ ନିର୍ବାଚନ କରାଇ କେନ୍ଦ୍ରସରକାର ଜାମୁରିୟତକୁ କରିଥିବା ନିଜର ପ୍ରତିଶୃତି ପାଳନ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି | ଲଦାଖକୁ ଏକ ପୃଥକ ଡିଭିଜନ ଭାବେ ଗଠନ କରିବା ଓ ପାର୍ବତ୍ୟ ପରିଷଦ କୁ ଅଧିକ କ୍ଷମତା ପ୍ରଦାନ କରିବା ସରକାରଙ୍କ ଦ୍ଵାରା ଗଣତନ୍ତ୍ର କୁ ମଜବୁତ କରିବା ଦିଗରେ ଏକ ଦୃଢ ପଦକ୍ଷେପ ବୋଲି ସେ ଦର୍ଶାଇଥିଲେ |
ଦଳମତ ନିର୍ବିଶେଷରେ ରାଜ୍ୟସଭାରେ ଏକ ବିଲକୁ ସମର୍ଥନ କରାଯାଇଥିଲା ଯାହାକି କେନ୍ଦ୍ରିୟ ଶିକ୍ଷା ପ୍ରତିଷ୍ଠାନ ଗୁଡିକରେ ଶିକ୍ଷା ପଦବୀ ଲାଗି ତଫସିଲଭୁକ୍ତ ଜାତି ଓ ଜନଜାତି ଏବଂ ଆର୍ଥିକ ଭାବେ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ  10 ପ୍ରତିଶତ ସଂରକ୍ଷଣ ଦେବା ଲାଗି ଜାରି କରାଯାଇଥିବା ଅଧ୍ୟାଦେଶର ସ୍ଥାନ ନେବ | କେନ୍ଦ୍ରୀୟ ଶିକ୍ଷା ପ୍ରତିଷ୍ଠାନ (ଶିକ୍ଷକ କ୍ୟାଡର ରେ ସଂରକ୍ଷଣ ) ବିଲ 2019 , ଅନୁଯାୟୀ 41ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା 8,000 ପଦବୀ  ଲାଗି ଆବେଦନ ପାଇଁ ଅନୁମତି ମିଳିବ ଓ ଏହା ଅନ୍ତର୍ଗତ ସାଧାରଣ ବର୍ଗର ଆର୍ଥିକ ରୂପେ ଦୁର୍ବଳ ଶ୍ରେଣୀ ଲୋକ ମାନଙ୍କୁ ମଧ୍ୟ 10 ପ୍ରତିଶତ ସ୍ଥାନ ସଂରକ୍ଷଣ ମିଳିବ | ଏହି ବିଧେୟକ ଚଳିତ ବର୍ଷ ମାର୍ଚ୍ଚ ମାସରେ ଜାରି ଏକ ଅଧ୍ୟାଦେଶର ସ୍ଥାନ ନେବ  |
ଲୋକସଭାରେ ଦନ୍ତଚିକିତ୍ସକ ସଂଶୋଧନ ବିଲ 2019 କୁ ମଧ୍ୟ ଅନୁମୋଦନ ମିଳିଛି | ଦନ୍ତଚିକିତ୍ସକ ପରିଷଦରେ ଉପଯୁକ୍ତ ଯୋଗ୍ୟତା ବିନା ଦନ୍ତଚିକିତ୍ସକଙ୍କ ବାଧ୍ୟତାମୂଳକ ପ୍ରତିନିଧିତ୍ଵକୁ ହଟାଇନେବା ହେଉଛି ଏହି ବିଲ ର ମୂଳ ଉଦ୍ଦେଶ୍ୟ | ଦନ୍ତଚିକିତ୍ସକ ଆଇନ, 1948 କୁ ସଂଶୋଧନ କରିବାଲାଗି  ଏହି ବିଲରେ ପ୍ରସ୍ତାବ ରହିଛି | ଏହି ଅଧିନିୟମ ରାଜ୍ୟ ଦନ୍ତଚିକିତ୍ସା ପରିଷଦ ଓ ଯୁଗ୍ମ ରାଜ୍ୟ ଦନ୍ତଚିକିତ୍ସା ପରିଷଦ ସମେତ ଦନ୍ତଚିକିତ୍ସା ପେଷାରେ ଜଡିତ ସବୁ ଲୋକଙ୍କ ଉପରେ ନିୟନ୍ତ୍ରଣ କରିଥାଏ | ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ କହିଛନ୍ତି ଯେ ‘ବାଧ୍ୟତାମୂଳକ’ ଶବ୍ଦ ହଟେଇବା ହେଉଛି ଏହି ସଂଶୋଧନର ମୂଳ ଲକ୍ଷ | ଏହି ବିଲକୁ  ସର୍ବସମ୍ମତି କ୍ରମେ ସମର୍ଥନ କରାଯାଇଥିଲା | ଲୋକସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ମେଡିକାଲ ଶିକ୍ଷା କ୍ଷେତ୍ରରେ ବ୍ୟାପାକ ସଂସ୍କାର ଆଣିବା ଲାଗି ସରକାର ଏକ ଜାତୀୟ ମେଡିକାଲ କମିଶନ (ଏନଏମସି) ବିଲ ଆଗତ କରିବେ | 
ଭାରତୀୟ ମେଡିକାଲ ପରିଷଦ (ସଂଶୋଧନ) ବିଲ, 2019 ଉପରେ ଏକ ବିତର୍କ ସମୟରେ ଉତ୍ତର ଦେବା ବେଳେ ଶ୍ରୀ ହର୍ଷବର୍ଦ୍ଧନ ଏକଥା କହିଥିଲେ  | ତେବେ ଏହା ପରେ ଏହି ବିଲ ସଭାଗୃହରେ ବାଚନିକ ଭୋଟରେ ପାସ ହୋଇଯାଇଥିଲା | ଏହି ବିଧେୟକରେ 26 ସେପ୍ଟେମ୍ବର 2018 ରୁ ଦୁଇ ବର୍ଷ ର ଅବଧି ପାଇଁ  ଭାରତୀୟ ଭେଷଜ ପରିଷଦର ଅଧିକ୍ରମଣ କରିବା ଲାଗି ବ୍ୟବସ୍ଥା ଅଛି । ଏହା ଫେବୃୟାରୀ 21 ରେ ଜାରିକରାଯାଇଥିବା ଅଧ୍ୟାଦେଶ ର ସ୍ଥାନ ନେବ |
ସଂସ୍ଥାଗତ ଦେଶୀୟ ଓ ଆନ୍ତର୍ଜାତୀୟ ମଧ୍ୟସ୍ଥତା ପାଇଁ ଏକ ସ୍ଵତନ୍ତ୍ର ଓ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ସ୍ଥାପିତ କରିବା ଲାଗି ଏକ ବିଧେୟକ ଲୋକସଭାରେ ଆଗତ କରାଯାଇଥିଲା |  ନୂଆଦିଲ୍ଲୀ ଆନ୍ତର୍ଜାତୀୟ ମଧ୍ୟସ୍ଥତା କେନ୍ଦ୍ର (ଏନଡ଼ିଏଆଇସି) ବିଲ 2019 ପୂର୍ବ ସରକାରଙ୍କ ଦ୍ଵାରା ଚଳିତ ବର୍ଷ ମାର୍ଚ୍ଚ ରେ ଜାରି କରାଯାଇଥିବା ଅଧ୍ୟାଦେଶର ସ୍ଥାନ ନେବ | ଏହି ବିଲରେ ସଂସ୍ଥାଗତ ମଧ୍ୟସ୍ଥତା ପାଇଁ ଏକ ସ୍ଵାଧୀନ ଓ ସ୍ୱାୟତ୍ତ ସଂସ୍ଥାର ସ୍ଥାପନ ଏବଂ 2019-20 ରେ ବିଶ୍ଵରେ ଅର୍ଥବ୍ୟବସ୍ଥାର ସଂସ୍ଥା ଗୁଡିକର ଅଧିଗ୍ରହଣ ଓ ହସ୍ତାନ୍ତରଣ ଲାଗି ବ୍ୟବସ୍ଥା ରହିଛି |
କେନ୍ଦ୍ର ଅର୍ଥ ତଥା କର୍ପୋରେଟ ବ୍ୟାପାର  ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସିଥାରମଣ ଗତ 4 ତାରିଖରେ  ପାର୍ଲିଆମେଣ୍ଟରେ 2018-19ର ଅର୍ଥନୈତିକ ସର୍ଭେ ଉପସ୍ଥାପନା କରିଥିଲେ | ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ 2019-20 ରେ ସରକାରଙ୍କୁ ମିଳିଥିବା ବିଶାଳ ରାଜନୈତିକ ଜନସମର୍ଥନ, ଭାରତକୁ  ବିଶ୍ଵର ପ୍ରମୁଖ ଦ୍ରୁତ ପ୍ରଗତିଶୀଳ ଅର୍ଥନୀତି ଭାବେ ଉଚ୍ଚ ସ୍ତରରେ ପହଞ୍ଚାଇବାର ଅଧିକ ସମ୍ଭାବନା ରହିଛି । ଅର୍ଥମନ୍ତ୍ରୀ ଶ୍ରୀମତୀ ସିଥାରମଣ ଶୁକ୍ରବାର ଦିନ ମୋଦୀ ସରକାରଙ୍କ ଦ୍ଵିତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ ଉପସ୍ଥାପିତ କରିଥିଲେ | ମୋଟାମୋଟି ଭାବେ କହିବାକୁ ଗଲେ,  ସରକାରଙ୍କ ଏକ ବୃହତ ତଥା ଦୃଢ ନୀତିଗତ ପଦକ୍ଷେପ ଦେଶକୁ ନିଶ୍ଚିତ ରୂପେ ଏକ ଉଚ୍ଚ ଅଭିବୃଦ୍ଧି ବିକାଶ ଦିଗରେ ଆଗେଇନେବ |
ମୂଳ ଲେଖା : ଯୋଗେଶ ସୂଦ, ସାମ୍ବାଦିକ 

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...