Skip to main content

ଭାରତର ସହାୟତାରେ ଶ୍ରୀଲଙ୍କାରେ ନିର୍ମିତ ପ୍ରଥମ ଆଦର୍ଶ ଗ୍ରାମ ଉଦଘାଟିତ

ଭାରତର ସହାୟତାରେ ଶ୍ରୀଲଙ୍କାର ଗମ୍ପାହା ଜିଲ୍ଲାରେ ଆଦର୍ଶ ଗ୍ରାମ ଯୋଜନା ଅଧୀନରେ ନିର୍ମିତ ପ୍ରଥମ ଆଦର୍ଶ ଗ୍ରାମକୁ ଉଦଘାଟନ କରାଯାଇଛି | ଶ୍ରୀଲଙ୍କା ସରକାରଙ୍କର ଆବାସ ଓ ନିର୍ମାଣ ଏବଂ ସାଂସ୍କୃତିକ ବ୍ୟାପାର ମନ୍ତ୍ରଣାଳୟର ଆଦର୍ଶ ଗ୍ରାମ ଯୋଜନା ଅଧୀନରେ ନିର୍ମିତ ଏହି ଆଦର୍ଶ ଗ୍ରାମକୁ 2019, ଜୁଲାଇ 6 ତାରିଖରେ ଉଦଘାଟନ କରାଯାଇଛି | ଉଦଘାଟନୀ ସମରୋହ ଅବସରରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ହିତାଧିକାରୀ ମାନଙ୍କୁ ସମ୍ପୁର୍ଣ୍ଣ ଭାବେ ନିର୍ମିତ ଘର ଗୁଡିକ ହସ୍ତାନ୍ତର କରଯାଇଥିଲା | ଶ୍ରୀଲଙ୍କା ସରକାରଙ୍କର ଆବାସ ଓ ନିର୍ମାଣ ଏବଂ ସାଂସ୍କୃତିକ ବ୍ୟାପାର ମନ୍ତ୍ରୀ ସଜିତ ପ୍ରେମଦାସା, ପୂର୍ବତନ ରାଷ୍ଟ୍ରପତି ଚନ୍ଦ୍ରିକା ବନ୍ଦରନାଇକେ କୁମାରତୁଙ୍ଗା ଏବଂ ଅସ୍ଥାୟୀ ଭାରତୀୟ ହାଇ କମିଶନର ଡକ୍ଟର ଶିପକ ଆମ୍ବୁଲେ ତଥା ଅନେକ ରାଜନେତା ଓ ବରିଷ୍ଠ ଅଧିକାରୀ ଗଣ ଉଦଘାଟନୀ ସମରୋହରେ ଯୋଗ ଦେଇଥିଲେ |

ଭାରତ ସରକାର, ଶ୍ରୀଲଙ୍କା ସରକାରଙ୍କର ଆବାସ ଓ ନିର୍ମାଣ ଏବଂ ସାଂସ୍କୃତିକ ବ୍ୟାପାର ମନ୍ତ୍ରଣାଳୟର ସହଭାଗୀତାରେ 1200 ମିଲିୟନ ଏସଏଲଆର ପାଣ୍ଠି ସହାୟତାରେ ସମଗ୍ର ଶ୍ରୀଲଙ୍କାରେ 2400 ଟି ଘରକୁ ନେଇ 100 ଟି ଆଦର୍ଶ ଗ୍ରାମ ନିର୍ମାଣ କରିବା ପ୍ରସ୍ତାବ ଥିଲା | ଏଥି ସକାସେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ 2017 ମସିହା ଅକ୍ଟୋବର 26 ତାରିଖରେ ଦୁଇଟି ବୁଝାମଣା ସ୍ମାରକୀ ପତ୍ର (MoU) ସ୍ବାକ୍ଷରିତ ହୋଇଥିଲା |

ଭାରତ ସରକାରଙ୍କର ଆର୍ଥକ ଓ ବୈଷୟିକ ସହାୟତାରେ ଏହି ଆଦର୍ଶ ଗ୍ରାମ ଗୁଡିକ ନିର୍ମାଣ କରାଯାଇଛି | କମ ଆୟ କରୁଥିବା, ଜମି ବିହୀନ ଏବଂ ଗୃହ ବିହୀନ ହିତାଧିକାରୀ ମାନଙ୍କୁ ପାଞ୍ଚୋଟି କିସ୍ତିରେ 5 ଲକ୍ଷ ଏସଏଲଆର ପ୍ରଦାନ କରାଯାଇଛି | ଗୃହ ନିର୍ମାଣର ବିଭିନ୍ନ ପର୍ଯ୍ୟାୟ ଅନୁଯାୟୀ ଏହି ସହାୟତା ରାଶି ପ୍ରଦାନ କରାଯାଇଛି | ଶ୍ରୀଲଙ୍କାର ଉତ୍ତର ଏବଂ ପୂର୍ବ ଭାଗରେ ଆଭ୍ଯନ୍ତରୀଣ ଭାବେ ବିସ୍ଥାପିତ ଲୋକମାନଙ୍କ ପାଇଁ 50000 ଘର ନିର୍ମାଣ ଏବଂ ବୃକ୍ଷରୋପଣ କ୍ଷେତ୍ରରେ 10000 ଗୃହ ନିର୍ମାଣ ପାଇଁ ଭାରତର ପ୍ରତିଶ୍ରୁତି ସମେତ ଭାରତ ଅନ୍ୟାନ୍ୟ ପ୍ରକଳ୍ପ ଅଧୀନରେ ଏହି ଘର ନିର୍ମାଣ କରୁଛି | ଏହି ଦୁଇଟି ପ୍ରକଳ୍ପ ସକାସେ ଦୁଇଟି MoU ଯଥାକ୍ରମେ ଜୁନ 2010 ଏବଂ ମେ 2017 ମସିହାରେ ସ୍ବାକ୍ଷରିତ ହୋଇଥିଲା |

ଶ୍ରୀଲଙ୍କାର ଅନୁରାଧାପୁର ସ୍ଥିତ ସୋବିତା ଥେରୋ ଗ୍ରାମରେ 300 ମିଲିୟନ ଏସଏଲଆର ଅନୁଦାନର ଭାରତୀୟ ସହାୟତାରେ 153 ଟି ଘର, କମ୍ୟୁନିଟି ସେଣ୍ଟର ଓ ପାଠାଗାର ନିର୍ମାଣ ସକାସେ ଉଭୟ ଦେଶର ସରକାର 2017 ମସିହା ଜୁଲାଇ 14 ତାରିଖରେ ଆଉ ଏକ ବୁଝାମଣା ସ୍ମାରକୀ ପତ୍ର (MoU) ମଧ୍ୟ ସ୍ବାକ୍ଷରିତ କରିଥିଲେ |

ଶ୍ରୀଲଙ୍କାକୁ ଭାରତୀୟ ହାଇ କମିଶନର ତରନଜୀତ ସିଂ ସାନ୍ଧୁଙ୍କ କହିବା ଅନୁଯାୟୀ ବିଦେଶରେ କୌଣସି ଦେଶରେ ଏତେ ସଂଖ୍ୟକ ଗୃହ ନିର୍ମାଣ ପାଇଁ ଭାରତ ଶ୍ରୀଲଙ୍କାକୁ ଏହା ସର୍ବାଧିକ ପରିମାଣର ଅନୁଦାନ ରାଶି ସହାୟତା କରିଛି |

ବର୍ତ୍ତମାନ ଚାଲିଥିବା ଗୃହ ନିର୍ମାଣ ପ୍ରକଳ୍ପ ସହ ସ୍ୱାସ୍ଥ୍ୟ, ଶିକ୍ଷା, କୁଶଳତା ବିକାଶ, ମୌଳିକ ଢାଞ୍ଚା, ବୃତିଗତ ପ୍ରଶିକ୍ଷଣ ଇତ୍ୟାଦି କ୍ଷେତ୍ରରେ ଭାରତ ଶ୍ରୀଲଙ୍କାରେ ଆହୁରି 70 ଟି ଜନ କଲ୍ୟାଣ ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛି | ଭାରତ ସରକାର ଶ୍ରୀଲଙ୍କାରେ ମୋଟ 3 ବିଲିୟନ ଆମେରିକୀୟ ଡଲାର ପରିମାଣର ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟ କରୁଛନ୍ତି ସେଥିମଧ୍ୟରୁ 560 ମିଲିୟନ ଆମେରିକୀୟ ଡଲାର ଅନୁଦାନ ଭାବେ ଦିଆଯାଇଛି |

ଦୀର୍ଘ ଦିନ ଧରି ଏହି ଧାରଣା ରହିଥିଲା ଯେ ଉତ୍ତର ଏବଂ ପୂର୍ବ ଭାଗରେ ଥିବା ତାମିଲ ମାନଙ୍କର କଲ୍ଯାଣ ଓ ବିକାଶ ନିମନ୍ତେ ଏହି ପ୍ରକଳ୍ପ ଗୁଡିକ ପାଇଁ ଭାରତୀୟ ସହାୟତା ଶ୍ରୀଲଙ୍କାକୁ ଦିଆଯାଉଛି | ତେବେ ହିଂସା କ୍ଷତିଗ୍ରସ୍ତ ଅଞ୍ଚଳ ଗୁଡିକର ବିକାଶ ନିମନ୍ତେ ଶ୍ରୀଲଙ୍କାକୁ ସହାୟତା ପ୍ରଦାନ କରିବାର ପ୍ରତିଜ୍ଞା ଅନୁଯାୟୀ ଭାରତ ସରକାର ଏହି ସହାୟତା ମୂଳକ କାର୍ଯ୍ୟ କରିଛନ୍ତି | ଏହି ପରିପ୍ରେକ୍ଷୀରେ 1990 ମସିହାରେ ଶ୍ରୀଲଙ୍କାରେ ଭାରତର ସହାୟତାରେ ମାଗଣା ଜରୁରୀକାଳିନ ଆମ୍ବୁଲାନ୍ସ ସେବା ବିଷୟ ମଧ୍ୟ ଉଲ୍ଲେଖ କରାଯାଇପାରେ | ପ୍ରଥମେ ଏହା ଦକ୍ଷିଣ ଏବଂ ପଶ୍ଚିମ ଭାଗରେ ଥିବା ପ୍ରଦେଶ ଗୁଡିକରେ ଆରମ୍ଭ କରଯାଇଥିଲା | ଏହି ସେବାର ବ୍ୟାପକ ସଫଳତା ପରେ ଶ୍ରୀଲଙ୍କା ସରକାର ସମଗ୍ର ଦେଶରେ ବିଭିନ୍ନ ସେବା ସକାସେ ଭାରତକୁ ନିବେଦନ କରିଥିଲେ ଏବଂ ଏହି ପ୍ରସ୍ତାବକୁ ଭାରତ ସରକାର ଗ୍ରହଣ କରିଥିଲେ | ଶ୍ରୀଲଙ୍କାରେ ରେଳ କ୍ଷେତ୍ରର ବିକାଶ ନିମନ୍ତେ ଭାରତ 1.3 ବିଲିୟନ ଆମେରିକୀୟ ଡଲାର ଋଣ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଛି |

ତେବେ ଠିକ ସମୟରେ ସମ୍ପୁର୍ଣ୍ଣ ହୋଇପାରିନଥିବାରୁ ସମୟ ସମୟରେ ଭାରତୀୟ ପ୍ରକଳ୍ପ ଗୁଡିକୁ ସମାଲୋଚନା ମଧ୍ୟ କରାଯାଇଛି | ଏହି ସମସ୍ଯାର ସମାଧାନ କରିବାକୁ ଭାରତର ସହାୟତାରେ କ୍ଷୁଦ୍ର ବିକାଶ ମୂଳକ ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତା ସକାସେ ଉଭୟ ଦେଶ ମଧ୍ୟରେ MoU ସ୍ବାକ୍ଷରିତ ହୋଇଛି | ଏହା ଦ୍ଵାରା ଅନେକ ପ୍ରକଳ୍ପ ସମୟାନୁସାରେ କାର୍ଯ୍ୟକାରୀ ହୋଇପାରୁଛି | ଭାରତ ସରକାରଙ୍କ ସହାୟତାରେ ଚାଲିଥିବା ବହୁ ସଂଖ୍ୟକ ପ୍ରକଳ୍ପ ବର୍ତ୍ତମାନ ଠିକ ସମୟରେ ସମ୍ପୁର୍ଣ୍ଣ ହେଉଛି ଏବଂ କିଛି ପ୍ରକଳ୍ପ ନିର୍ଦ୍ଧାରିତ ସମୟ ପୂର୍ବରୁ ମଧ୍ୟ ସମ୍ପୁର୍ଣ୍ଣ ହୋଇ କାର୍ଯ୍ୟକାରୀ କରାଯାଉଛି |


ମୂଳ ଲେଖା : ଡକ୍ଟର ଗୁଲବୀନ ସୁଲତାନା, IDSA
ଅନୁବାଦ : ଅନୀଲ କୁମାର ପଟ୍ଟନାୟକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...