ଭାରତରେ ବାଘ ସଂଖ୍ୟା ପୂର୍ବ ତୁଳନାରେ ଅତ୍ୟଧିକି ବୃଦ୍ଧି ପାଇଛି | ପ୍ରାୟ 3,000 ବାଘଙ୍କ ସହିତ ଭାରତ ଏବେ ସେମାନଙ୍କ ପାଇଁ ସର୍ବବୃହତ ଓ ସର୍ବାଧିକ ସୁରକ୍ଷିତ ବାସସ୍ଥଳୀ ପାଲଟିଛି | ଭାରତ ଏବେ ସମଗ୍ର ବିଶ୍ଵର ମୋଟ ବନ୍ୟ ବ୍ୟାଘ୍ର ର ଶତକଡା 75 ଭାଗ ବାଘର ବାସସ୍ଥଳୀ ପାଲଟିଛି | ଗତ ଚାରି ବର୍ଷ ମଧ୍ୟରେ ସେମାନଙ୍କ ସଂଖ୍ୟା ଶତକଡା 33 ଭାଗ ବୃଦ୍ଧି ପାଇଛି | 2014ରେ ବାଘ ସଂଖ୍ୟା 2,226 ଥିବା ବେଳେ 2018ରେ ଏହା ବୃଦ୍ଧି ପାଇ 2,967 ରେ ପହଞ୍ଚିଛି |
ଆଜି ମଧ୍ୟରେ ବାଘ ମାନଙ୍କ ସର୍ବାଧିକ ସଂଖ୍ୟା ରେକର୍ଡ କରାଯାଇଛି | 2006 ରୁ 2010 ମଧ୍ୟରେ ବାଘ ସଂଖ୍ୟା ଶତକଡା 21 ଭାଗ ବୃଦ୍ଧି ପାଇଥିବା ବେଳେ 2010 ରୁ 2014 ମଧ୍ୟରେ ଶତକଡା 30 ଭାଗ ବୃଦ୍ଧି ପାଇଥିଲା | ସର୍ବଭାରତୀୟ ବାଘ ଗଣନା -2018 ଶୀର୍ଷକ ରିପୋର୍ଟ ଅନୁଯାୟୀ ବାଘ ସଂଖ୍ୟା ବୃଦ୍ଧି ପାଇଥିବା ବିଷୟ ଜଣାପଡିଛି |
ମଧ୍ୟପ୍ରଦେଶରେ ବାଘ ମାନଙ୍କ ସଂଖ୍ୟା ସର୍ବାଧିକ 526 ରହିଥିବା ବେଳେ କର୍ଣ୍ଣାଟକ ରେ ବାଘ ସଂଖ୍ୟା 524 ଓ ଉତ୍ତରାଖଣ୍ଡରେ ବାଘ ସଂଖ୍ୟା 442 ରହିଛି | ଏହି ଜନଗଣନା ରିପୋର୍ଟ ଭାରତୀୟ ବନ୍ୟଜନ୍ତୁ ପ୍ରତିଷ୍ଠାନ ଦ୍ଵାରା ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନଟିସିଏ) ଓ ରାଜ୍ୟର ଜଙ୍ଗଲ ବିଭାଗ ସହ ମିଳିତ ଭାବେ ପ୍ରସ୍ତୁତ କରାଯାଇଛି | ଭାରତ ରେ ପ୍ରତି ଚାରି ବର୍ଷରେ ଥରେ ବ୍ୟାଘ୍ର ଗଣନା ରିପୋର୍ଟ ପ୍ରକାଶ ପାଇଥାଏ |ଏହା ବାଘ ଗଣନାର ଚତୁର୍ଥ ସଂସ୍କରଣ ଅଟେ | ଏହା ପୂର୍ବରୁ 2006, 2010 ଓ 2014 ଆଦି ତିନୋଟି ଚକ୍ର ରେ ବାଘ ମାନଙ୍କ ଆକଳନ କରାଯାଇଥିଲା |
ଭାରତ ଏକ ଦ୍ଵେତ ନମୁନା ଆଭିମୁଖ୍ଯ ଉପଯୋଗ କରି ଏହାର ବାଘ ସଂଖ୍ୟା ର ଆକଳନ କରିଥାଏ | ସେମାନଙ୍କ ପ୍ରକୃତ ସଂଖ୍ୟା ନିଶ୍ଚିତ କରିବା ଲାଗି ଏକ ମାର୍କ- ରିକେପଚର ଢାଞ୍ଚା ସାମିଲ କରାଯାଏ | ବାଘ ଗଣନା ପାଇଁ ଦେଶରେ 382,000 ବର୍ଗ କିଲୋମିଟର ଜଙ୍ଗଲରେ ସର୍ଭେ ହୋଇଥିଲା |ଏଥିମଧ୍ୟରୁ ପ୍ରାୟ 130,000 ବର୍ଗ କିଲୋମିଟର ଜଙ୍ଗଲରେ ଟ୍ରାପ କ୍ୟାମେରା ମାନ ଖଞ୍ଜା ଯାଇଥିଲା |
ଜନଗଣନା ପଦ୍ଧତି ଦୁଇଟି ଭାଗରେ କରାଯାଇଥିଲା |ପ୍ରଥମ ଭାଗରେ କ୍ଷେତ୍ରରୁ ଡାଟା ସଂଗ୍ରହ କରାଯାଇଥିଲା ଓ ପ୍ରାୟ 40ହଜାର ରୁ ଅଧିକ କର୍ମଚାରୀ 18ଟି ବ୍ୟାଘ୍ର ବହୁଳ ରାଜ୍ୟରେ ବ୍ୟାଘ୍ର ଗଣନା କାର୍ଯ୍ୟରେ ନିୟୋଜିତ ଥିଲେ | ସେମାନେ ବାଘ ମାନଙ୍କ ଉପସ୍ଥିତି, ବାସସ୍ଥାନ , ଶିକାରୀ ଆଧାରିତ ସଂଖ୍ୟା, ମାନବ ପ୍ରଭାବ ଆଦି ବିଷୟ ନେଇ ଆକଳନ କରିଥିଲେ |
ଦ୍ଵିତୀୟ ଭାଗରେ ପ୍ରଶିକ୍ଷିତ ବନ୍ୟଜନ୍ତୁ ଜୀବତତ୍ତ୍ଵବିଦ ମାନେ ସମଗ୍ର ଭୂଭାଗର ଦୃଶ୍ୟରେ ଟ୍ରାପ କ୍ୟାମେରା ମାନ ଖଞ୍ଜିଥିଲେ | ସେମାନେ ବାଘ ସଙ୍କ୍ରାନ୍ତରେ ତଥ୍ୟ ସଂଗ୍ରହ କରିଥିଲେ | ଡେହେରାଡୁନ ସ୍ଥିତ ଭାରତୀୟ ବନ୍ୟଜନ୍ତୁ ପ୍ରତିଷ୍ଠାନରେ ଡାଟା ଗୁଡିକୁ ମିଳାଇ ସଙ୍ଖ୍ଯାତ୍ମକ ଗଣନା କରାଯାଇଥିଲା |
2018 ଜନଗଣନା ଦେଶରେ ଆଜି ମଧ୍ୟରେ ବୈଷୟିକ ଭାବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବନ୍ୟଜନ୍ତୁ ଗଣନା ଥିଲା | ଏହା ପୂର୍ବ ଅପେକ୍ଷା ଅଧିକ ସଠିକ ଓ ନିର୍ଭୁଲ ଥିଲା | ଏହି ମୂଲ୍ୟାଙ୍କନରେ ଡାଟା ସଂଗ୍ରହ ଏବଂ ସଂଗ୍ରହ ଓ ବିଶ୍ଳେଷଣ ପାଇଁ ଏଣ୍ଡ୍ରୋଏଡ ଫୋନ ଆଧାରିତ ଏପ୍ଲିକେସନ ଓ ଏମ ଷ୍ଟ୍ରିପ୍ସ ( ବାଘ ମାନଙ୍କ ସୁରକ୍ଷା ଓ ପରିସ୍ଥିତି ଜନିତ ସ୍ଥିତି ପାଇଁ ତଦାରଖ ବ୍ୟବସ୍ଥା )ର ଡେସ୍କଟପ ସଂସ୍କରଣ ର ଉପଯୋଗ କରାଯାଇଥିଲା | ସଫ୍ଟୱେର ର ଉପଯୋଗ ଉଭୟ ଡାଟା ସଂଗ୍ରହ ଓ ବିଶ୍ଳେଷଣ ଲାଗି କରାଯାଇଥିଲା | ଫୋନ ଏପ୍ଲିକେସନ ସ୍ଵୟଂଚାଳିତ ଭାବେ ଲାଇନ ଟ୍ରାନ୍ସଏକ୍ଟ୍ସ ଓ ସର୍ବେକ୍ଷଣ ର ଟ୍ରାକ ଲଗ ରେକର୍ଡ କରିଥିଲା | ଏହା ଭୂ-ଟାଗ କରାଯାଇଥିବା ଫଟୋଚିତ୍ର ସହ ସଂକେତ ଓ ଜୀବଜନ୍ତୁ ଦୃଶ୍ୟମାନ ହେବାବେଳେ ରେକର୍ଡ କରାଯାଇଥିବା ଡାଟା କୁ ବି ପ୍ରମାଣିତ କରିଥାଏ | 2006 ରେ ନୂତନ ଜନଗଣନା ପୂର୍ବ ସଂସ୍କରଣରେ ପ୍ରାୟ 9,0000 କ୍ୟାମେରା ଖଞ୍ଜାଯାଇଥିବା ତୁଳନାରେ ଏଥର ପ୍ରାୟ 15,0000 କ୍ୟାମେରା ର ଉପଯୋଗ କରାଯାଇଥିଲା |
ବନ୍ୟଜନ୍ତୁ ଜୀବବିଜ୍ଞାନୀ ମାନଙ୍କ କହିବାନୁଯାୟୀ ଅଧିକ କ୍ୟାମେରା ଖଞ୍ଜାଯାଇଥିବା ସହ ଏଣ୍ଡରଏଡ ଜ୍ଞାନ କୌଶଳ ର ବ୍ୟବହାର ଯୋଗୁଁ ଏହାର ସଠିକ ଆକଳନ କରାଯାଇଛି | ପାଖାପାଖି 83 ପ୍ରତିଶତ ବାଘଙ୍କ ଗତିବିଧି ଉପରେ ଟ୍ରାପ କ୍ୟାମେରା ଦ୍ଵାରା ନଜର ରଖାଯାଇଥିଲା |
ବନ୍ୟଜନ୍ତୁ ବୈଜ୍ଞାନିକ ମାନେ କାର୍ଯ୍ୟପ୍ରଣାଳୀରେ କିଛି ପରିବର୍ତ୍ତନ ଆଣିଥିଲେ | ଏଥର ଗଣନାରେ ବାଘ ମାନଙ୍କ କ୍ୟାମେରାରେ ଉତ୍ତୋଳିତ ଫଟୋଚିତ୍ର ଉପରେ ଅଧିକ ନିର୍ଭର କରାଯାଇଥିଲା | ତେବେ ବୈଷୟିକ ଜ୍ଞାନ କୌଶଳ ବ୍ୟାଘ୍ର ଗଣନା ରେ ଯଥେଷ୍ଟ ସହାୟତା କରିଛି | କ୍ୟାମେରା ଖଞ୍ଜା ଯାଇଥିବା ସହ ଅନ୍ୟାନ୍ୟ ଅତ୍ୟାଧୁନିକ ପଦ୍ଧତି ଅବଲମ୍ବନ କରାଯାଇଥିବା ଯୋଗୁଁ ବ୍ୟକ୍ତିଗତ ବାଘ ମାନଙ୍କୁ ଚିହ୍ନଟ କରିବାରେ ସହଜ ହୋଇଥିଲା | ମନୁଷ୍ୟ ମାନଙ୍କ ଆଙ୍ଗୁଳି ଚିହ୍ନ ଭଳି ବାଘ ମାନଙ୍କ ମଧ୍ୟ ଏକ ଭିନ୍ନ ଢାଞ୍ଚା ଥାଏ|
ଭାରତର ବାଘ ଆକଳନ ଅଭ୍ଯାସ ଡାଟା ସଂଗ୍ରହ, ନମୁନା ସଂଗ୍ରହ ଓ କ୍ୟାମେରା ଖଞ୍ଜାଯାଇଥିବା ପରିପ୍ରେକ୍ଷୀରେ ବିଶ୍ଵର ସବୁଠୁ ବଡ ବନ୍ୟଜନ୍ତୁ ସର୍ବେକ୍ଷଣ ପ୍ରୟାସ ଅଟେ | ସେଣ୍ଟ ପିଟର୍ସବର୍ଗ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଶ୍ବରେ ବାଘଙ୍କ ସଂଖ୍ୟା 2022 ସୁଦ୍ଧା ଦୁଇ ଗୁଣ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା | ଭାରତ 2022 ର ସମୟସୀମା ର ଚାରି ବର୍ଷ ପୂର୍ବରୁ ସେଣ୍ଟ ପିଟର୍ସବର୍ଗ ଘୋଷଣାନାମା ଲାଗି ଏହାର ପ୍ରତିଶୃତିବଦ୍ଧତା ପାଳନ କରିଛି | ନୂଆଦିଲ୍ଲୀରେ ବିଶ୍ଵ ବ୍ୟାଘ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଭାରତୀୟ ବାଘ ଗଣନା-2018 ର ସର୍ବେକ୍ଷଣ ଫଳାଫଳ ଘୋଷଣା କରିଥିଲେ | ଏହି ଅବସରରେ ନିଜ ବକ୍ତବ୍ୟ ରଖି ଭାରତ ବିକାଶ ଓ ପରିବେଶ ମଧ୍ୟରେ ସନ୍ତୁଳନତା ରକ୍ଷା କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି | ସେ କହିଛନ୍ତି ଯେ “ଭାରତ ଆମ ନାଗରିକ ମାନଙ୍କ ପାଇଁ ବାସଗୃହ ନିର୍ମାଣ କରିବା ସହ ଜୀବଜନ୍ତୁ ମାନଙ୍କ ପାଇଁ ମଧ୍ୟ ଉଚ୍ଚ ମାନ ର ବାସସ୍ଥଳୀ ନିର୍ମାଣ କରିବ” |
ବାଘ ମାନଙ୍କ ସଂଖ୍ଯାରେ ବୃଦ୍ଧି ଘଟିଥିବା ଯୋଗୁଁ ବନ୍ୟଜନ୍ତୁ ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ବୃଦ୍ଧି ପାଇବା ଉଚିତ କାରଣ ଭାରତ ର ଅର୍ଥନିତୀକୁ ସୁଦୃଢ କରିବାରେ ଏହା ପ୍ରମୁଖ ଭୂମିକା ନିଭାଇପାରେ | ଏହା ବ୍ୟତିତ ପରିବେଶ ସଙ୍କ୍ରାନ୍ତୀୟ ପର୍ଯ୍ୟଟନ ସ୍ଥାନୀୟ ସମୁଦାୟ ଲାଗି ମଧ୍ୟ ଅତ୍ୟନ୍ତ ଲାଭକାରୀ ହେବ |
ମୂଳ ଲେଖା : କେ ଭି ଭେଙ୍କଟସୁବ୍ରମନିୟମ, ସାମ୍ବାଦିକ
ଅନୁବାଦ : ରୀତା ଯୋଶୀ

Comments
Post a Comment