Skip to main content

ଭାରତରେ ବାଘ ସଂଖ୍ୟା ଉଲ୍ଲେଖନୀୟ ଭାବେ ବୃଦ୍ଧି ଘଟିଛି

ଭାରତରେ ବାଘ ସଂଖ୍ୟା ପୂର୍ବ ତୁଳନାରେ ଅତ୍ୟଧିକି ବୃଦ୍ଧି ପାଇଛି | ପ୍ରାୟ 3,000 ବାଘଙ୍କ ସହିତ ଭାରତ ଏବେ ସେମାନଙ୍କ ପାଇଁ ସର୍ବବୃହତ ଓ ସର୍ବାଧିକ ସୁରକ୍ଷିତ ବାସସ୍ଥଳୀ ପାଲଟିଛି | ଭାରତ ଏବେ ସମଗ୍ର ବିଶ୍ଵର ମୋଟ ବନ୍ୟ ବ୍ୟାଘ୍ର ର ଶତକଡା 75 ଭାଗ ବାଘର ବାସସ୍ଥଳୀ ପାଲଟିଛି | ଗତ ଚାରି ବର୍ଷ ମଧ୍ୟରେ ସେମାନଙ୍କ ସଂଖ୍ୟା ଶତକଡା 33 ଭାଗ ବୃଦ୍ଧି ପାଇଛି | 2014ରେ ବାଘ ସଂଖ୍ୟା 2,226 ଥିବା ବେଳେ 2018ରେ ଏହା ବୃଦ୍ଧି ପାଇ 2,967 ରେ ପହଞ୍ଚିଛି |

ଆଜି ମଧ୍ୟରେ ବାଘ ମାନଙ୍କ ସର୍ବାଧିକ ସଂଖ୍ୟା ରେକର୍ଡ କରାଯାଇଛି | 2006 ରୁ 2010 ମଧ୍ୟରେ ବାଘ ସଂଖ୍ୟା ଶତକଡା 21 ଭାଗ ବୃଦ୍ଧି ପାଇଥିବା ବେଳେ 2010 ରୁ 2014 ମଧ୍ୟରେ ଶତକଡା 30 ଭାଗ ବୃଦ୍ଧି ପାଇଥିଲା | ସର୍ବଭାରତୀୟ ବାଘ ଗଣନା -2018 ଶୀର୍ଷକ ରିପୋର୍ଟ ଅନୁଯାୟୀ ବାଘ ସଂଖ୍ୟା ବୃଦ୍ଧି ପାଇଥିବା ବିଷୟ ଜଣାପଡିଛି |

ମଧ୍ୟପ୍ରଦେଶରେ ବାଘ ମାନଙ୍କ ସଂଖ୍ୟା ସର୍ବାଧିକ 526 ରହିଥିବା ବେଳେ କର୍ଣ୍ଣାଟକ ରେ ବାଘ ସଂଖ୍ୟା 524 ଓ ଉତ୍ତରାଖଣ୍ଡରେ ବାଘ ସଂଖ୍ୟା 442 ରହିଛି | ଏହି ଜନଗଣନା ରିପୋର୍ଟ ଭାରତୀୟ ବନ୍ୟଜନ୍ତୁ ପ୍ରତିଷ୍ଠାନ ଦ୍ଵାରା ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନଟିସିଏ) ଓ ରାଜ୍ୟର ଜଙ୍ଗଲ ବିଭାଗ ସହ ମିଳିତ ଭାବେ ପ୍ରସ୍ତୁତ କରାଯାଇଛି | ଭାରତ ରେ ପ୍ରତି ଚାରି ବର୍ଷରେ ଥରେ ବ୍ୟାଘ୍ର ଗଣନା ରିପୋର୍ଟ ପ୍ରକାଶ ପାଇଥାଏ |ଏହା ବାଘ ଗଣନାର ଚତୁର୍ଥ ସଂସ୍କରଣ ଅଟେ | ଏହା ପୂର୍ବରୁ 2006, 2010 ଓ 2014 ଆଦି ତିନୋଟି ଚକ୍ର ରେ ବାଘ ମାନଙ୍କ ଆକଳନ କରାଯାଇଥିଲା |

ଭାରତ ଏକ ଦ୍ଵେତ ନମୁନା ଆଭିମୁଖ୍ଯ ଉପଯୋଗ କରି ଏହାର ବାଘ ସଂଖ୍ୟା ର ଆକଳନ କରିଥାଏ | ସେମାନଙ୍କ ପ୍ରକୃତ ସଂଖ୍ୟା ନିଶ୍ଚିତ କରିବା ଲାଗି ଏକ ମାର୍କ- ରିକେପଚର ଢାଞ୍ଚା ସାମିଲ କରାଯାଏ | ବାଘ ଗଣନା ପାଇଁ ଦେଶରେ 382,000 ବର୍ଗ କିଲୋମିଟର ଜଙ୍ଗଲରେ ସର୍ଭେ ହୋଇଥିଲା |ଏଥିମଧ୍ୟରୁ ପ୍ରାୟ 130,000 ବର୍ଗ କିଲୋମିଟର ଜଙ୍ଗଲରେ ଟ୍ରାପ କ୍ୟାମେରା ମାନ ଖଞ୍ଜା ଯାଇଥିଲା |

ଜନଗଣନା ପଦ୍ଧତି ଦୁଇଟି ଭାଗରେ କରାଯାଇଥିଲା |ପ୍ରଥମ ଭାଗରେ କ୍ଷେତ୍ରରୁ ଡାଟା ସଂଗ୍ରହ କରାଯାଇଥିଲା ଓ ପ୍ରାୟ 40ହଜାର ରୁ ଅଧିକ କର୍ମଚାରୀ 18ଟି ବ୍ୟାଘ୍ର ବହୁଳ ରାଜ୍ୟରେ ବ୍ୟାଘ୍ର ଗଣନା କାର୍ଯ୍ୟରେ ନିୟୋଜିତ ଥିଲେ | ସେମାନେ ବାଘ ମାନଙ୍କ ଉପସ୍ଥିତି, ବାସସ୍ଥାନ , ଶିକାରୀ ଆଧାରିତ ସଂଖ୍ୟା, ମାନବ ପ୍ରଭାବ ଆଦି ବିଷୟ ନେଇ ଆକଳନ କରିଥିଲେ |

ଦ୍ଵିତୀୟ ଭାଗରେ ପ୍ରଶିକ୍ଷିତ ବନ୍ୟଜନ୍ତୁ ଜୀବତତ୍ତ୍ଵବିଦ ମାନେ ସମଗ୍ର ଭୂଭାଗର ଦୃଶ୍ୟରେ ଟ୍ରାପ କ୍ୟାମେରା ମାନ ଖଞ୍ଜିଥିଲେ | ସେମାନେ ବାଘ ସଙ୍କ୍ରାନ୍ତରେ ତଥ୍ୟ ସଂଗ୍ରହ କରିଥିଲେ | ଡେହେରାଡୁନ ସ୍ଥିତ ଭାରତୀୟ ବନ୍ୟଜନ୍ତୁ ପ୍ରତିଷ୍ଠାନରେ ଡାଟା ଗୁଡିକୁ ମିଳାଇ ସଙ୍ଖ୍ଯାତ୍ମକ ଗଣନା କରାଯାଇଥିଲା |

2018 ଜନଗଣନା ଦେଶରେ ଆଜି ମଧ୍ୟରେ ବୈଷୟିକ ଭାବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବନ୍ୟଜନ୍ତୁ ଗଣନା ଥିଲା | ଏହା ପୂର୍ବ ଅପେକ୍ଷା ଅଧିକ ସଠିକ ଓ ନିର୍ଭୁଲ ଥିଲା | ଏହି ମୂଲ୍ୟାଙ୍କନରେ ଡାଟା ସଂଗ୍ରହ ଏବଂ ସଂଗ୍ରହ ଓ ବିଶ୍ଳେଷଣ ପାଇଁ ଏଣ୍ଡ୍ରୋଏଡ ଫୋନ ଆଧାରିତ ଏପ୍ଲିକେସନ ଓ ଏମ ଷ୍ଟ୍ରିପ୍ସ ( ବାଘ ମାନଙ୍କ ସୁରକ୍ଷା ଓ ପରିସ୍ଥିତି ଜନିତ ସ୍ଥିତି ପାଇଁ ତଦାରଖ ବ୍ୟବସ୍ଥା )ର ଡେସ୍କଟପ ସଂସ୍କରଣ ର ଉପଯୋଗ କରାଯାଇଥିଲା | ସଫ୍ଟୱେର ର ଉପଯୋଗ ଉଭୟ ଡାଟା ସଂଗ୍ରହ ଓ ବିଶ୍ଳେଷଣ ଲାଗି କରାଯାଇଥିଲା | ଫୋନ ଏପ୍ଲିକେସନ ସ୍ଵୟଂଚାଳିତ ଭାବେ ଲାଇନ ଟ୍ରାନ୍ସଏକ୍ଟ୍ସ ଓ ସର୍ବେକ୍ଷଣ ର ଟ୍ରାକ ଲଗ ରେକର୍ଡ କରିଥିଲା | ଏହା ଭୂ-ଟାଗ କରାଯାଇଥିବା ଫଟୋଚିତ୍ର ସହ ସଂକେତ ଓ ଜୀବଜନ୍ତୁ ଦୃଶ୍ୟମାନ ହେବାବେଳେ ରେକର୍ଡ କରାଯାଇଥିବା ଡାଟା କୁ ବି ପ୍ରମାଣିତ କରିଥାଏ | 2006 ରେ ନୂତନ ଜନଗଣନା ପୂର୍ବ ସଂସ୍କରଣରେ ପ୍ରାୟ 9,0000 କ୍ୟାମେରା ଖଞ୍ଜାଯାଇଥିବା ତୁଳନାରେ ଏଥର ପ୍ରାୟ 15,0000 କ୍ୟାମେରା ର ଉପଯୋଗ କରାଯାଇଥିଲା |

ବନ୍ୟଜନ୍ତୁ ଜୀବବିଜ୍ଞାନୀ ମାନଙ୍କ କହିବାନୁଯାୟୀ ଅଧିକ କ୍ୟାମେରା ଖଞ୍ଜାଯାଇଥିବା ସହ ଏଣ୍ଡରଏଡ ଜ୍ଞାନ କୌଶଳ ର ବ୍ୟବହାର ଯୋଗୁଁ ଏହାର ସଠିକ ଆକଳନ କରାଯାଇଛି | ପାଖାପାଖି 83 ପ୍ରତିଶତ ବାଘଙ୍କ ଗତିବିଧି ଉପରେ ଟ୍ରାପ କ୍ୟାମେରା ଦ୍ଵାରା ନଜର ରଖାଯାଇଥିଲା |

ବନ୍ୟଜନ୍ତୁ ବୈଜ୍ଞାନିକ ମାନେ କାର୍ଯ୍ୟପ୍ରଣାଳୀରେ କିଛି ପରିବର୍ତ୍ତନ ଆଣିଥିଲେ | ଏଥର ଗଣନାରେ ବାଘ ମାନଙ୍କ କ୍ୟାମେରାରେ ଉତ୍ତୋଳିତ ଫଟୋଚିତ୍ର ଉପରେ ଅଧିକ ନିର୍ଭର କରାଯାଇଥିଲା | ତେବେ ବୈଷୟିକ ଜ୍ଞାନ କୌଶଳ ବ୍ୟାଘ୍ର ଗଣନା ରେ ଯଥେଷ୍ଟ ସହାୟତା କରିଛି | କ୍ୟାମେରା ଖଞ୍ଜା ଯାଇଥିବା ସହ ଅନ୍ୟାନ୍ୟ ଅତ୍ୟାଧୁନିକ ପଦ୍ଧତି ଅବଲମ୍ବନ କରାଯାଇଥିବା ଯୋଗୁଁ ବ୍ୟକ୍ତିଗତ ବାଘ ମାନଙ୍କୁ ଚିହ୍ନଟ କରିବାରେ ସହଜ ହୋଇଥିଲା | ମନୁଷ୍ୟ ମାନଙ୍କ ଆଙ୍ଗୁଳି ଚିହ୍ନ ଭଳି ବାଘ ମାନଙ୍କ ମଧ୍ୟ ଏକ ଭିନ୍ନ ଢାଞ୍ଚା ଥାଏ|

ଭାରତର ବାଘ ଆକଳନ ଅଭ୍ଯାସ ଡାଟା ସଂଗ୍ରହ, ନମୁନା ସଂଗ୍ରହ ଓ କ୍ୟାମେରା ଖଞ୍ଜାଯାଇଥିବା ପରିପ୍ରେକ୍ଷୀରେ ବିଶ୍ଵର ସବୁଠୁ ବଡ ବନ୍ୟଜନ୍ତୁ ସର୍ବେକ୍ଷଣ ପ୍ରୟାସ ଅଟେ | ସେଣ୍ଟ ପିଟର୍ସବର୍ଗ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଶ୍ବରେ ବାଘଙ୍କ ସଂଖ୍ୟା 2022 ସୁଦ୍ଧା ଦୁଇ ଗୁଣ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା | ଭାରତ 2022 ର ସମୟସୀମା ର ଚାରି ବର୍ଷ ପୂର୍ବରୁ ସେଣ୍ଟ ପିଟର୍ସବର୍ଗ ଘୋଷଣାନାମା ଲାଗି ଏହାର ପ୍ରତିଶୃତିବଦ୍ଧତା ପାଳନ କରିଛି | ନୂଆଦିଲ୍ଲୀରେ ବିଶ୍ଵ ବ୍ୟାଘ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଭାରତୀୟ ବାଘ ଗଣନା-2018 ର ସର୍ବେକ୍ଷଣ ଫଳାଫଳ ଘୋଷଣା କରିଥିଲେ | ଏହି ଅବସରରେ ନିଜ ବକ୍ତବ୍ୟ ରଖି ଭାରତ ବିକାଶ ଓ ପରିବେଶ ମଧ୍ୟରେ ସନ୍ତୁଳନତା ରକ୍ଷା କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି | ସେ କହିଛନ୍ତି ଯେ “ଭାରତ ଆମ ନାଗରିକ ମାନଙ୍କ ପାଇଁ ବାସଗୃହ ନିର୍ମାଣ କରିବା ସହ ଜୀବଜନ୍ତୁ ମାନଙ୍କ ପାଇଁ ମଧ୍ୟ ଉଚ୍ଚ ମାନ ର ବାସସ୍ଥଳୀ ନିର୍ମାଣ କରିବ” |

ବାଘ ମାନଙ୍କ ସଂଖ୍ଯାରେ ବୃଦ୍ଧି ଘଟିଥିବା ଯୋଗୁଁ ବନ୍ୟଜନ୍ତୁ ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ବୃଦ୍ଧି ପାଇବା ଉଚିତ କାରଣ ଭାରତ ର ଅର୍ଥନିତୀକୁ ସୁଦୃଢ କରିବାରେ ଏହା ପ୍ରମୁଖ ଭୂମିକା ନିଭାଇପାରେ | ଏହା ବ୍ୟତିତ ପରିବେଶ ସଙ୍କ୍ରାନ୍ତୀୟ ପର୍ଯ୍ୟଟନ ସ୍ଥାନୀୟ ସମୁଦାୟ ଲାଗି ମଧ୍ୟ ଅତ୍ୟନ୍ତ ଲାଭକାରୀ ହେବ |

ମୂଳ ଲେଖା : କେ ଭି ଭେଙ୍କଟସୁବ୍ରମନିୟମ, ସାମ୍ବାଦିକ

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...