Skip to main content

ଦକ୍ଷିଣ ଚୀନ ସାଗରରେ ଉତ୍ତେଜନା

ଦକ୍ଷିଣ ଚୀନ ସାଗରର ଜଳରାଶିକୁ ନେଇ ବିବାଦ ପୁଣି ଦେଖାଦେଇଛି। ଏହି ବିବାଦ ପ୍ରସଙ୍ଗ ବ୍ୟାଙ୍କକରେ ହେବାକୁ ଥିବା ନବମ ପୂର୍ବ ଏସିଆ ବୈଦେଶିକ ମନ୍ତ୍ରୀ ସମ୍ମିଳନୀ କାଳରେ ପ୍ରମୁଖ ଭାବେ ସ୍ଥାନ ପାଇବାର ସମ୍ଭାବନା ରହିଛି। ଏହି ସମ୍ମିଳନୀରେ ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଯୋଗଦେବେ।

2019 ଜୁଲାଇର ପ୍ରଥମ ସପ୍ତାହରେ ଭିଏତନାମର ଜଳରାଶିର 200 ନଟିକାଲ ମାଇଲ ଭିତରକୁ ସାମୁଦ୍ରିକ ଭୂବିଜ୍ଞାନ ସର୍ବେକ୍ଷଣ ପାଇଁ ଚୀନର ସର୍ଭେ ଜାହାଜ ହାଇୟାଙ୍ଗ ଡିଜି8କୁ ଚୀନର ଦୁଇଟି ତଟରକ୍ଷୀ ଜାହାଜ ବାଟ କଡେଇ ନେଇକି ଯିବା ପରେ ସମଗ୍ର ଅଞ୍ଚଳରେ ଏହାକୁ ନେଇ ବିବାଦ ମୁଣ୍ତ ଟେକିଛି।

ଦକ୍ଷିଣ ଚୀନ ସାଗର ଉପରେ ଚୀନ, ତାଇୱାନ ତଥା ଦକ୍ଷିଣ ପୂର୍ବ ଏସିୟ ଦେଶ ବ୍ରୁନେଇ, ମ୍ୟାଲେସିଆ, ଫିଲିପାଇନ୍ସ ଏବଂ ଭିଏତନାମର ଭିନ୍ନଭିନ୍ନ ସ୍ଥାନ ଉପରେ ଅଧିକାର ଥିବାବେଳେ ଚୀନ ସର୍ବଦା ଏହି ସାମୁଦ୍ରିକ ସୀମା ଲଂଘନ କରି ପ୍ରସଙ୍ଗକୁ ବିବାଦିତ କରିଆସିଛି। ଦକ୍ଷିଣ ଚୀନ ସାଗର ଉପରେ ଥିବା ଅନ୍ୟମାନଙ୍କ ଅଧିକାରକୁ ଚୀନ ସର୍ବଦା ଅଣଦେଖା କରିଆସିଛି। ଫିଲିପାଇନ୍ସ ଟିକେ ନରମ ଆଭିମୁଖ୍ୟ ଗ୍ରହଣ କରିଥିଲେ ମଧ୍ୟ ଭିଏତନାମ ନିଜର ସାମୁଦ୍ରିକ ସୀମାକୁ ନେଇ ସର୍ବଦା ସଜାଗ ରହିଆସିଛି । ଏହି ସାଗର ପ୍ରାକୃତିକ ସମ୍ବଳରେ ଭରପୁର। ଏଥିରେ ଅତିକମରେ 11 ବିଲିୟନ ବ୍ୟାରେଲ ତୈଳ ଏବଂ 190 ଟ୍ରିଲିୟନ ଘନ ଫୁଟର ପ୍ରାକୃତିକ ଗ୍ୟାସ ସାମୁଦ୍ରିକ ଶଯ୍ୟାରେ ରହିଛି ଏବଂ ଏହି ସାଗର ଦେଇ ଚୀନର ପ୍ରାୟ 80 ଭାଗ ତୈଳ ଆମଦାନି ହୋଇଥାଏ।

ଦୀର୍ଘ ଦିନ ଧରି ପ୍ରତିରୋଧ କରିଆସୁଥିବା ଭିଏତନାମ ଏଥର ଏହି ପ୍ରସଙ୍ଗକୁ ଆନ୍ତର୍ଜାତୀୟକରଣ କରିଛି। ଏହି ପ୍ରସଙ୍ଗରେ ଭିଏତନାମ ଏବେ ଆନ୍ତର୍ଜାତୀୟ ସହାୟତା ଲୋଡିଛି।

ଭାରତ ଏହି ବିବାଦରେ ଅଂଶୀଦାର ନାହିଁ କିମ୍ବା ଏହି ଅଞ୍ଚଳର କୌଣସି ଦେଶ ସହିତ ଏ କ୍ଷେତ୍ରରେ ଭାଗିଦାର ନାହିଁ କିନ୍ତୁ ସାଗର ଉପରେ ଭାରତର ପ୍ରମୁଖ ଭୂମିକା ରହିଛି।ଦକ୍ଷିଣ ଚୀନ ସାଗରରେ ଭାରତର ତୈଳ ଏବଂ ପ୍ରାକୃତିକ ଗ୍ୟାସ ନିଗମର ବାଣିଜ୍ୟିକ ଅଧିକାର ଥିବାରୁ ଏହା ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ। ଜାତିସଂଘର ସାମୁଦ୍ରିକ ଆଇନ 1982 ଅନ୍ତର୍ଗତ ଆନ୍ତର୍ଜାତୀକ ଆଇନ ଅନୁଯାୟୀ ଆନ୍ତର୍ଜାତୀୟ ଜଳରାଶିରେ ଆଇନଗତ ବାଣିଜ୍ୟିକ କାରବାର କରିବାର ସ୍ବାଧିନତାର ସୁରକ୍ଷା ଉପରେ ଭାରତ ସର୍ବଦା ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଆସିଛି।

ଦକ୍ଷିଣପୂର୍ବ ଏସୀୟ ଅଞ୍ଚଳରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ଭିଏତନାମ ସର୍ବଦା ସ୍ବାଗତ କରିଆସିଛି। ଭାରତ ଏବଂ ଭିଏତନାମ ମଧ୍ୟରେ ସୁସଂପର୍କ ରହିଛି ଏବଂ ଦୁଇ ଦେଶ ମଧ୍ୟରେ ଉଚ୍ଚ ସ୍ତରୀୟ ରାଜନୈତିକ ଆସ୍ଥା ମଧ୍ୟ ରହିଆସିଛି। ଦକ୍ଷିଣ ପୂର୍ବ ଏସୀୟ ଦେଶମାନଙ୍କ ମଧ୍ୟରେ ଭାରତ ଏକ ଦାୟିତ୍ବଶୀଳ କ୍ଷମତାପନ୍ନ ଦେଶ ଭାବରେ ବିବେଚିତ ଏବଂ ପୂର୍ବ ଏସିଆ ସମ୍ମିଳନୀ, ଆସିଆନ ଆଞ୍ଚଳିକ ଫୋରମ ଆଦିର ପ୍ରମୁଖ ଅଂଶ। ଭାରତର ସଂପର୍କ ଉଭୟ ଚୀନ ଏବଂ ଭିଏତନାମ ସହିତ ଥିବାରୁ ଯୋଗାଯୋଗ ପାଇଁ ଏହି ଗୁରୁତ୍ବପୂର୍ଣ୍ଣ ସମୁଦ୍ରପଥର ସୁରକ୍ଷା ନିମନ୍ତେ ଭିଏତନାମ ଭାରତର ସହାୟତା ଲୋଡିବା ସ୍ବାଭାବିକ।

ଚୀନ ସହିତ ବୁଝାମଣା ପାଇଁ ବହୁପକ୍ଷୀୟ ଆଲୋଚନାର ପନ୍ଥା ଗ୍ରହଣ କରିଥିବା ଫିଲିପାଇନ୍ସ ଏବଂ ଭିଏତନାମ ଏବେ ଦ୍ବିପକ୍ଷୀୟ ଆଲୋଚନା ପାଇଁ ମତବ୍ୟକ୍ତ କରୁଛନ୍ତି।

ଭାରତ ଭିଏତନାମ ସହିତ ରଣନୀତିକ ଭାଗିଦାରୀ ଥିବାବେଳେ ଚୀନ ସହିତ ଏହାର ସଂପର୍କରେ ସୁଧାର ଆଣୁଛି। ଦକ୍ଷିଣ ଚୀନ ସାଗର ଉପରେ ଏକ ଆଚାର ସଂହିତା ବ୍ୟବସ୍ଥା ନିମନ୍ତେ ସ୍ବାକ୍ଷର କରାଯିବା ପାଇଁ ଭାରତ ସର୍ବଦା ଗୁରୁତ୍ବ ଦେଇଆସିଛି। ଚୀନ ଏବଂ ଅନ୍ୟ ଦକ୍ଷିଣପୂର୍ବ ଏସୀୟ ଦେଶମାନଙ୍କ ମଧ୍ୟରେ ଆସ୍ଥାସୃଷ୍ଟିକାରୀ ପଦକ୍ଷେପ ଦ୍ବାରା ବିବାଦ ସମାଧାନ ଉପରେ ଭାରତ ଗୁରୁତ୍ବ ଦେଉଛି ଯାହାଦ୍ବାରା ସବୁପକ୍ଷର ମଙ୍ଗଳ ହେବ।

ମୂଳ ଲେଖା: ସାନା ହାସମି

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...