ଦକ୍ଷିଣ ଚୀନ ସାଗରର ଜଳରାଶିକୁ ନେଇ ବିବାଦ ପୁଣି ଦେଖାଦେଇଛି। ଏହି ବିବାଦ ପ୍ରସଙ୍ଗ ବ୍ୟାଙ୍କକରେ ହେବାକୁ ଥିବା ନବମ ପୂର୍ବ ଏସିଆ ବୈଦେଶିକ ମନ୍ତ୍ରୀ ସମ୍ମିଳନୀ କାଳରେ ପ୍ରମୁଖ ଭାବେ ସ୍ଥାନ ପାଇବାର ସମ୍ଭାବନା ରହିଛି। ଏହି ସମ୍ମିଳନୀରେ ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଯୋଗଦେବେ।
2019 ଜୁଲାଇର ପ୍ରଥମ ସପ୍ତାହରେ ଭିଏତନାମର ଜଳରାଶିର 200 ନଟିକାଲ ମାଇଲ ଭିତରକୁ ସାମୁଦ୍ରିକ ଭୂବିଜ୍ଞାନ ସର୍ବେକ୍ଷଣ ପାଇଁ ଚୀନର ସର୍ଭେ ଜାହାଜ ହାଇୟାଙ୍ଗ ଡିଜି8କୁ ଚୀନର ଦୁଇଟି ତଟରକ୍ଷୀ ଜାହାଜ ବାଟ କଡେଇ ନେଇକି ଯିବା ପରେ ସମଗ୍ର ଅଞ୍ଚଳରେ ଏହାକୁ ନେଇ ବିବାଦ ମୁଣ୍ତ ଟେକିଛି।
ଦକ୍ଷିଣ ଚୀନ ସାଗର ଉପରେ ଚୀନ, ତାଇୱାନ ତଥା ଦକ୍ଷିଣ ପୂର୍ବ ଏସିୟ ଦେଶ ବ୍ରୁନେଇ, ମ୍ୟାଲେସିଆ, ଫିଲିପାଇନ୍ସ ଏବଂ ଭିଏତନାମର ଭିନ୍ନଭିନ୍ନ ସ୍ଥାନ ଉପରେ ଅଧିକାର ଥିବାବେଳେ ଚୀନ ସର୍ବଦା ଏହି ସାମୁଦ୍ରିକ ସୀମା ଲଂଘନ କରି ପ୍ରସଙ୍ଗକୁ ବିବାଦିତ କରିଆସିଛି। ଦକ୍ଷିଣ ଚୀନ ସାଗର ଉପରେ ଥିବା ଅନ୍ୟମାନଙ୍କ ଅଧିକାରକୁ ଚୀନ ସର୍ବଦା ଅଣଦେଖା କରିଆସିଛି। ଫିଲିପାଇନ୍ସ ଟିକେ ନରମ ଆଭିମୁଖ୍ୟ ଗ୍ରହଣ କରିଥିଲେ ମଧ୍ୟ ଭିଏତନାମ ନିଜର ସାମୁଦ୍ରିକ ସୀମାକୁ ନେଇ ସର୍ବଦା ସଜାଗ ରହିଆସିଛି । ଏହି ସାଗର ପ୍ରାକୃତିକ ସମ୍ବଳରେ ଭରପୁର। ଏଥିରେ ଅତିକମରେ 11 ବିଲିୟନ ବ୍ୟାରେଲ ତୈଳ ଏବଂ 190 ଟ୍ରିଲିୟନ ଘନ ଫୁଟର ପ୍ରାକୃତିକ ଗ୍ୟାସ ସାମୁଦ୍ରିକ ଶଯ୍ୟାରେ ରହିଛି ଏବଂ ଏହି ସାଗର ଦେଇ ଚୀନର ପ୍ରାୟ 80 ଭାଗ ତୈଳ ଆମଦାନି ହୋଇଥାଏ।
ଦୀର୍ଘ ଦିନ ଧରି ପ୍ରତିରୋଧ କରିଆସୁଥିବା ଭିଏତନାମ ଏଥର ଏହି ପ୍ରସଙ୍ଗକୁ ଆନ୍ତର୍ଜାତୀୟକରଣ କରିଛି। ଏହି ପ୍ରସଙ୍ଗରେ ଭିଏତନାମ ଏବେ ଆନ୍ତର୍ଜାତୀୟ ସହାୟତା ଲୋଡିଛି।
ଭାରତ ଏହି ବିବାଦରେ ଅଂଶୀଦାର ନାହିଁ କିମ୍ବା ଏହି ଅଞ୍ଚଳର କୌଣସି ଦେଶ ସହିତ ଏ କ୍ଷେତ୍ରରେ ଭାଗିଦାର ନାହିଁ କିନ୍ତୁ ସାଗର ଉପରେ ଭାରତର ପ୍ରମୁଖ ଭୂମିକା ରହିଛି।ଦକ୍ଷିଣ ଚୀନ ସାଗରରେ ଭାରତର ତୈଳ ଏବଂ ପ୍ରାକୃତିକ ଗ୍ୟାସ ନିଗମର ବାଣିଜ୍ୟିକ ଅଧିକାର ଥିବାରୁ ଏହା ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ। ଜାତିସଂଘର ସାମୁଦ୍ରିକ ଆଇନ 1982 ଅନ୍ତର୍ଗତ ଆନ୍ତର୍ଜାତୀକ ଆଇନ ଅନୁଯାୟୀ ଆନ୍ତର୍ଜାତୀୟ ଜଳରାଶିରେ ଆଇନଗତ ବାଣିଜ୍ୟିକ କାରବାର କରିବାର ସ୍ବାଧିନତାର ସୁରକ୍ଷା ଉପରେ ଭାରତ ସର୍ବଦା ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଆସିଛି।
ଦକ୍ଷିଣପୂର୍ବ ଏସୀୟ ଅଞ୍ଚଳରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ଭିଏତନାମ ସର୍ବଦା ସ୍ବାଗତ କରିଆସିଛି। ଭାରତ ଏବଂ ଭିଏତନାମ ମଧ୍ୟରେ ସୁସଂପର୍କ ରହିଛି ଏବଂ ଦୁଇ ଦେଶ ମଧ୍ୟରେ ଉଚ୍ଚ ସ୍ତରୀୟ ରାଜନୈତିକ ଆସ୍ଥା ମଧ୍ୟ ରହିଆସିଛି। ଦକ୍ଷିଣ ପୂର୍ବ ଏସୀୟ ଦେଶମାନଙ୍କ ମଧ୍ୟରେ ଭାରତ ଏକ ଦାୟିତ୍ବଶୀଳ କ୍ଷମତାପନ୍ନ ଦେଶ ଭାବରେ ବିବେଚିତ ଏବଂ ପୂର୍ବ ଏସିଆ ସମ୍ମିଳନୀ, ଆସିଆନ ଆଞ୍ଚଳିକ ଫୋରମ ଆଦିର ପ୍ରମୁଖ ଅଂଶ। ଭାରତର ସଂପର୍କ ଉଭୟ ଚୀନ ଏବଂ ଭିଏତନାମ ସହିତ ଥିବାରୁ ଯୋଗାଯୋଗ ପାଇଁ ଏହି ଗୁରୁତ୍ବପୂର୍ଣ୍ଣ ସମୁଦ୍ରପଥର ସୁରକ୍ଷା ନିମନ୍ତେ ଭିଏତନାମ ଭାରତର ସହାୟତା ଲୋଡିବା ସ୍ବାଭାବିକ।
ଚୀନ ସହିତ ବୁଝାମଣା ପାଇଁ ବହୁପକ୍ଷୀୟ ଆଲୋଚନାର ପନ୍ଥା ଗ୍ରହଣ କରିଥିବା ଫିଲିପାଇନ୍ସ ଏବଂ ଭିଏତନାମ ଏବେ ଦ୍ବିପକ୍ଷୀୟ ଆଲୋଚନା ପାଇଁ ମତବ୍ୟକ୍ତ କରୁଛନ୍ତି।
ଭାରତ ଭିଏତନାମ ସହିତ ରଣନୀତିକ ଭାଗିଦାରୀ ଥିବାବେଳେ ଚୀନ ସହିତ ଏହାର ସଂପର୍କରେ ସୁଧାର ଆଣୁଛି। ଦକ୍ଷିଣ ଚୀନ ସାଗର ଉପରେ ଏକ ଆଚାର ସଂହିତା ବ୍ୟବସ୍ଥା ନିମନ୍ତେ ସ୍ବାକ୍ଷର କରାଯିବା ପାଇଁ ଭାରତ ସର୍ବଦା ଗୁରୁତ୍ବ ଦେଇଆସିଛି। ଚୀନ ଏବଂ ଅନ୍ୟ ଦକ୍ଷିଣପୂର୍ବ ଏସୀୟ ଦେଶମାନଙ୍କ ମଧ୍ୟରେ ଆସ୍ଥାସୃଷ୍ଟିକାରୀ ପଦକ୍ଷେପ ଦ୍ବାରା ବିବାଦ ସମାଧାନ ଉପରେ ଭାରତ ଗୁରୁତ୍ବ ଦେଉଛି ଯାହାଦ୍ବାରା ସବୁପକ୍ଷର ମଙ୍ଗଳ ହେବ।
ମୂଳ ଲେଖା: ସାନା ହାସମି

ଭାବାନୁବାଦ: ରାମଚଂଦ୍ର ନାଥ
Comments
Post a Comment