ଭାରତୀୟ ସମ୍ବିଧାନର ଧାରା 370କୁ ସଂଶୋଧନ କରି ରାଷ୍ଟ୍ରପତିଙ୍କ ଏକ ଐତିହାସିକ ଆଦେଶ କ୍ରମେ 2019 ଅଗଷ୍ଟ 5 ତାରିଖରେ ଲାଗୁ କରାଯାଇଛି। ଏହି ଧାରା ଅନୁଯାୟୀ ଜମ୍ମୁ କଶ୍ମୀର ପାଇଁ ରହିଥିବା ଏକ ଅସ୍ଥାୟୀ ମାନ୍ୟତାକୁ ଅପସାରଣ କରାଯାଇ ଭାରତର ଅନ୍ୟ ରାଜ୍ୟ ସହିତ ସମକକ୍ଷ କରାଯାଇଛି। ଏବେ ଅନ୍ୟ ରାଜ୍ୟ ପରି ଭାରତୀୟ ସଂବିଧାନ ଜମ୍ମୁକଶ୍ମୀରରେ ସଂପୂର୍ଣ୍ଣ ଭାବେ ଲାଗୁ ହେବ। ଜମ୍ମୁ କଶ୍ମୀରର ସ୍ଥାୟୀ ବାସିନ୍ଦାଙ୍କ ପାଇଁ କେବଳ ଉଦ୍ଧିଷ୍ଟ ଥିବା ସଂପତ୍ତି ଅଧିକାର ଆଇନ ଧାରା 35 ଏ ଯାହାକି 1954ରୁ କାର୍ଯ୍ୟକାରୀ ହୋଇଆସୁଛି ତାହା ମଧ୍ୟ ରାଷ୍ଟ୍ରପତିଙ୍କ ଆଦେଶକ୍ରମେ ନିଷ୍କ୍ରିୟ ହୋଇଛି। ରାଜ୍ୟ ସଭାରେ ଅଗଷ୍ଟ 5 ତାରିଖ ଦିନ ପୁନଃର୍ଗଠନ ବିଲ ପାସ ହୋଇଛି ଯାହାଦ୍ବାରା ଜମ୍ମୁ କଶ୍ମୀର ଆଉ ରାଜ୍ୟ ନରହି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ହୋଇଛି। ବିଧାନ ସଭା ଥାଇ ଜମ୍ମୁ କଶ୍ମୀର ଗୋଟିଏ ଏବଂ ବିନା ବିଧାନ ସଭାରେ ଲଦାଖ ଅନ୍ୟ ଏକ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପାଇଛି । ଦିଲ୍ଲୀ ପରି ଜମ୍ମୁ କଶ୍ମୀରରେ ଉପରାଜ୍ୟପାଳ ରହିବେ।
ରାଜ୍ୟ ସଭାରେ ବିତର୍କ ସମୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତ ଯେ ପାର୍ଲାମେଣ୍ଟ ଦ୍ବାରା ଗୃହୀତ ଭାରତର ସମସ୍ତ ଆଇନ ଏବେ ଜମ୍ମୁ କଶ୍ମୀର ପାଇଁ ଗ୍ରହଣୀୟ ହେବ। ଏବେ ଶିକ୍ଷା ଅଧିକାର ଏବଂ ମହିଳାମାନଙ୍କୁ ସମାନ ଅଧିକାର ଯାହା ପୂର୍ବରୁ ନଥିଲା ଏବେ ସେଠାରେ ଲାଗୁ ହେବ। ଏହା ବ୍ୟତିତ ଜମି ଅଧିକାର ଅନ୍ୟ ରାଜ୍ୟ ପରି ସେଠାରେ ମଧ୍ୟ କାର୍ଯ୍ୟକାରୀ ହେବ। ଜମ୍ମୁ କଶ୍ମୀର ବିଧାନ ସଭାର କାର୍ଯ୍ୟକାଳ 6 ବର୍ଷରୁ ହ୍ରାସ କରାଯାଇ 5 ବର୍ଷ କରାଯାଇଛି ଏବଂ ସେଠାରେ ଭିନ୍ନ ପତାକା କିମ୍ବା ଭିନ୍ନ ସମ୍ବିଧାନ ରହିବ ନାହିଁ। ଭାରତୀୟ ପିଙ୍ଗଳ ଆଇନ ସେଠାରେ ଲାଗୁ ହେବ ଏବଂ ଅସ୍ଥାୟୀ ବାସିନ୍ଦା ଏବେ ସେଠାରେ ସ୍ଥାୟୀ ବାସିନ୍ଦା ହୋଇପାରିବେ।
ସ୍ବରାଷ୍ଟ୍ର ମନ୍ତ୍ରୀ ଅମୀତ ଶାହ କହିଛନ୍ତି ଯେ ଏହି ପରିବର୍ତ୍ତନ ଜମ୍ମୁ କଶ୍ମୀରର ଲୋକମାନଙ୍କ ଉପରେ ସକରାତ୍ମକ ପରିବର୍ତ୍ତନ ଆଣିବ। ବିଗତ 70 ବର୍ଷ ଧରି ରାଜ୍ୟ ଯେଇଁ ସ୍ବତନ୍ତ୍ର ମାନ୍ୟତା ପାଇଆସୁଥିଲା ତାହାଦ୍ବାରା ସାଧାରଣ ଲୋକମାନେ ନୁହନ୍ତି ବରଂ କେତେକ ନିର୍ଦ୍ଧିଷ୍ଟ ପରିବାର ଲାଭବାନ ହେଉଥିଲେ । ତଥ୍ୟ କହୁଛି ଯେ ଦେଶର ଅନ୍ୟ ରାଜ୍ୟ ତୁଳନାରେ 4 ଗୁଣା ଅଧିକ ପାଣ୍ଠି ଜମ୍ମୁ କଶ୍ମୀରକୁ ଦିଆଯାଉଥିଲେ ମଧ୍ୟ ଏହା କେତେକ ରାଜନୈତିକ ଅର୍ଥନୈତିକ ପରିବାର ମାଲାମାଲ ହେଉଥିଲେ କିନ୍ତୁ ସାଧାରଣ ଲୋକମାନଙ୍କ ନିକଟକୁ ଏଯାଏଁ ଏହାର ସୁଫଳ ପହଞ୍ଚି ନାହିଁ କାରଣ ଏଠାରେ ଦୁର୍ନୀତି ଚରମସୀମାରେ ରହିଛି। ସ୍ବତନ୍ତ୍ର ମାନ୍ୟତା ହଟିଲା ପରେ ଏବେ ସେଠାରେ ସାଧାରଣ ଲୋକମାନେ ଉପକୃତ ହେବେ ଏବଂ ଏହି ଅଞ୍ଚଳରେ ଦୃତ ବିକାଶ ହୋଇପାରିବ। ପର୍ଯ୍ୟଟନ, ଶିକ୍ଷା ଏବଂ କର୍ମନିଯୁକ୍ତି କ୍ଷେତ୍ରରେ ବିକାଶ କରିବ।
ଐତିହାସିକ ଦୃଷ୍ଟିରୁ ଜମ୍ମୁ କଶ୍ମୀର 1947ରେ ଅନ୍ୟ ରାଜକୀୟ ଅଞ୍ଚଳ ହାଇଦ୍ରାବାଦ, ମୈଶୂର ଏବଂ ଜୁନାଗଡ ପରି ଭାରତରେ ବିଲୟ ହୋଇଥିଲେ ମଧ୍ୟ ସମୟକ୍ରମେ ଜମ୍ମୁ କଶ୍ମୀରକ ବ୍ୟତିତ ଅନ୍ୟ ସବୁ ରାଜକୀୟ ଅଞ୍ଚଳ ଭାରତ ସହ ସଂପୂର୍ଣ୍ଣ ବିଲୟ ହୋଇସାରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ପୁନଃର୍ଗଠନ ଦ୍ବାରା ସେଠାରେ ସନ୍ତ୍ରାସବାଦର ବିଲୋପ ହେବ । ଜମ୍ମୁ କଶ୍ମୀରରେ ସନ୍ତ୍ରାସବାଦ ଯୋଗୁଁ ଯୁବକମାନେ ଅନେକ ସୁବିଧା ସୁଯୋଗରୁ ବଂଚିତ ହେଉଥିଲେ । ସେଠାରେ ମୌଳବାଦି ଏବଂ ସନ୍ତ୍ରାସବାଦିମାନେ ରାଜନୈତିକ ପୃଷ୍ଠପୋଷକତା ପାଇ ଖୋଲାଖୋଲି ହିଂସା ଏବଂ ତୁଟତରାଜ ଚଳାଇଥିଲେ।
ରାଷ୍ଟ୍ରପତିଙ୍କ ଆଦେଶ ଏବଂ ସାମ୍ବିଧାନିକ ସଂଶୋଧନକୁ କେତେକ ବିରୋଧି ଦଳ ବିରୋଧ କରିଛନ୍ତି କିନ୍ତୁ ଆଗାମି ଦିନରେ ସେମାନଙ୍କ ଏହି ବିରୋଧର କେତେ ତାତ୍ପର୍ଯ୍ୟ ରହିଛି ତାହା ଜଣା ପଡ଼ିବ କିନ୍ତୁ ସରକାରଙ୍କ ଏହି ପଦକ୍ଷେପ ସମଗ୍ର ଦେଶରେ ଆନନ୍ଦର ବାତାବରଣ ସୃଷ୍ଟି କରିଛି।
ମୂଳ ଲେଖା: ଶିଲକାନ୍ତ ଶର୍ମା
ଭାବନୁବାଦ: ରାମଚଂଦ୍ର ନାଥ

Comments
Post a Comment