Skip to main content

ଜମ୍ମୁ ଓ କଶ୍ମୀରରେ ଐତିହାସିକ ପରିବର୍ତ୍ତନ

ଭାରତୀୟ ସମ୍ବିଧାନର ଧାରା 370କୁ ସଂଶୋଧନ କରି ରାଷ୍ଟ୍ରପତିଙ୍କ ଏକ ଐତିହାସିକ ଆଦେଶ କ୍ରମେ 2019 ଅଗଷ୍ଟ 5 ତାରିଖରେ ଲାଗୁ କରାଯାଇଛି। ଏହି ଧାରା ଅନୁଯାୟୀ ଜମ୍ମୁ କଶ୍ମୀର ପାଇଁ ରହିଥିବା ଏକ ଅସ୍ଥାୟୀ ମାନ୍ୟତାକୁ ଅପସାରଣ କରାଯାଇ ଭାରତର ଅନ୍ୟ ରାଜ୍ୟ ସହିତ ସମକକ୍ଷ କରାଯାଇଛି। ଏବେ ଅନ୍ୟ ରାଜ୍ୟ ପରି ଭାରତୀୟ ସଂବିଧାନ ଜମ୍ମୁକଶ୍ମୀରରେ ସଂପୂର୍ଣ୍ଣ ଭାବେ ଲାଗୁ ହେବ। ଜମ୍ମୁ କଶ୍ମୀରର ସ୍ଥାୟୀ ବାସିନ୍ଦାଙ୍କ ପାଇଁ କେବଳ ଉଦ୍ଧିଷ୍ଟ ଥିବା ସଂପତ୍ତି ଅଧିକାର ଆଇନ ଧାରା 35 ଏ ଯାହାକି 1954ରୁ କାର୍ଯ୍ୟକାରୀ ହୋଇଆସୁଛି ତାହା ମଧ୍ୟ ରାଷ୍ଟ୍ରପତିଙ୍କ ଆଦେଶକ୍ରମେ ନିଷ୍କ୍ରିୟ ହୋଇଛି। ରାଜ୍ୟ ସଭାରେ ଅଗଷ୍ଟ 5 ତାରିଖ ଦିନ ପୁନଃର୍ଗଠନ ବିଲ ପାସ ହୋଇଛି ଯାହାଦ୍ବାରା ଜମ୍ମୁ କଶ୍ମୀର ଆଉ ରାଜ୍ୟ ନରହି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ହୋଇଛି। ବିଧାନ ସଭା ଥାଇ ଜମ୍ମୁ କଶ୍ମୀର ଗୋଟିଏ ଏବଂ ବିନା ବିଧାନ ସଭାରେ ଲଦାଖ ଅନ୍ୟ ଏକ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପାଇଛି । ଦିଲ୍ଲୀ ପରି ଜମ୍ମୁ କଶ୍ମୀରରେ ଉପରାଜ୍ୟପାଳ ରହିବେ।

ରାଜ୍ୟ ସଭାରେ ବିତର୍କ ସମୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତ ଯେ ପାର୍ଲାମେଣ୍ଟ ଦ୍ବାରା ଗୃହୀତ ଭାରତର ସମସ୍ତ ଆଇନ ଏବେ ଜମ୍ମୁ କଶ୍ମୀର ପାଇଁ ଗ୍ରହଣୀୟ ହେବ। ଏବେ ଶିକ୍ଷା ଅଧିକାର ଏବଂ ମହିଳାମାନଙ୍କୁ ସମାନ ଅଧିକାର ଯାହା ପୂର୍ବରୁ ନଥିଲା ଏବେ ସେଠାରେ ଲାଗୁ ହେବ। ଏହା ବ୍ୟତିତ ଜମି ଅଧିକାର ଅନ୍ୟ ରାଜ୍ୟ ପରି ସେଠାରେ ମଧ୍ୟ କାର୍ଯ୍ୟକାରୀ ହେବ। ଜମ୍ମୁ କଶ୍ମୀର ବିଧାନ ସଭାର କାର୍ଯ୍ୟକାଳ 6 ବର୍ଷରୁ ହ୍ରାସ କରାଯାଇ 5 ବର୍ଷ କରାଯାଇଛି ଏବଂ ସେଠାରେ ଭିନ୍ନ ପତାକା କିମ୍ବା ଭିନ୍ନ ସମ୍ବିଧାନ ରହିବ ନାହିଁ। ଭାରତୀୟ ପିଙ୍ଗଳ ଆଇନ ସେଠାରେ ଲାଗୁ ହେବ ଏବଂ ଅସ୍ଥାୟୀ ବାସିନ୍ଦା ଏବେ ସେଠାରେ ସ୍ଥାୟୀ ବାସିନ୍ଦା ହୋଇପାରିବେ।

ସ୍ବରାଷ୍ଟ୍ର ମନ୍ତ୍ରୀ ଅମୀତ ଶାହ କହିଛନ୍ତି ଯେ ଏହି ପରିବର୍ତ୍ତନ ଜମ୍ମୁ କଶ୍ମୀରର ଲୋକମାନଙ୍କ ଉପରେ ସକରାତ୍ମକ ପରିବର୍ତ୍ତନ ଆଣିବ। ବିଗତ 70 ବର୍ଷ ଧରି ରାଜ୍ୟ ଯେଇଁ ସ୍ବତନ୍ତ୍ର ମାନ୍ୟତା ପାଇଆସୁଥିଲା ତାହାଦ୍ବାରା ସାଧାରଣ ଲୋକମାନେ ନୁହନ୍ତି ବରଂ କେତେକ ନିର୍ଦ୍ଧିଷ୍ଟ ପରିବାର ଲାଭବାନ ହେଉଥିଲେ । ତଥ୍ୟ କହୁଛି ଯେ ଦେଶର ଅନ୍ୟ ରାଜ୍ୟ ତୁଳନାରେ 4 ଗୁଣା ଅଧିକ ପାଣ୍ଠି ଜମ୍ମୁ କଶ୍ମୀରକୁ ଦିଆଯାଉଥିଲେ ମଧ୍ୟ ଏହା କେତେକ ରାଜନୈତିକ ଅର୍ଥନୈତିକ ପରିବାର ମାଲାମାଲ ହେଉଥିଲେ କିନ୍ତୁ ସାଧାରଣ ଲୋକମାନଙ୍କ ନିକଟକୁ ଏଯାଏଁ ଏହାର ସୁଫଳ ପହଞ୍ଚି ନାହିଁ କାରଣ ଏଠାରେ ଦୁର୍ନୀତି ଚରମସୀମାରେ ରହିଛି। ସ୍ବତନ୍ତ୍ର ମାନ୍ୟତା ହଟିଲା ପରେ ଏବେ ସେଠାରେ ସାଧାରଣ ଲୋକମାନେ ଉପକୃତ ହେବେ ଏବଂ ଏହି ଅଞ୍ଚଳରେ ଦୃତ ବିକାଶ ହୋଇପାରିବ। ପର୍ଯ୍ୟଟନ, ଶିକ୍ଷା ଏବଂ କର୍ମନିଯୁକ୍ତି କ୍ଷେତ୍ରରେ ବିକାଶ କରିବ।

ଐତିହାସିକ ଦୃଷ୍ଟିରୁ ଜମ୍ମୁ କଶ୍ମୀର 1947ରେ ଅନ୍ୟ ରାଜକୀୟ ଅଞ୍ଚଳ ହାଇଦ୍ରାବାଦ, ମୈଶୂର ଏବଂ ଜୁନାଗଡ ପରି ଭାରତରେ ବିଲୟ ହୋଇଥିଲେ ମଧ୍ୟ ସମୟକ୍ରମେ ଜମ୍ମୁ କଶ୍ମୀରକ ବ୍ୟତିତ ଅନ୍ୟ ସବୁ ରାଜକୀୟ ଅଞ୍ଚଳ ଭାରତ ସହ ସଂପୂର୍ଣ୍ଣ ବିଲୟ ହୋଇସାରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ପୁନଃର୍ଗଠନ ଦ୍ବାରା ସେଠାରେ ସନ୍ତ୍ରାସବାଦର ବିଲୋପ ହେବ । ଜମ୍ମୁ କଶ୍ମୀରରେ ସନ୍ତ୍ରାସବାଦ ଯୋଗୁଁ ଯୁବକମାନେ ଅନେକ ସୁବିଧା ସୁଯୋଗରୁ ବଂଚିତ ହେଉଥିଲେ । ସେଠାରେ ମୌଳବାଦି ଏବଂ ସନ୍ତ୍ରାସବାଦିମାନେ ରାଜନୈତିକ ପୃଷ୍ଠପୋଷକତା ପାଇ ଖୋଲାଖୋଲି ହିଂସା ଏବଂ ତୁଟତରାଜ ଚଳାଇଥିଲେ।

ରାଷ୍ଟ୍ରପତିଙ୍କ ଆଦେଶ ଏବଂ ସାମ୍ବିଧାନିକ ସଂଶୋଧନକୁ କେତେକ ବିରୋଧି ଦଳ ବିରୋଧ କରିଛନ୍ତି କିନ୍ତୁ ଆଗାମି ଦିନରେ ସେମାନଙ୍କ ଏହି ବିରୋଧର କେତେ ତାତ୍ପର୍ଯ୍ୟ ରହିଛି ତାହା ଜଣା ପଡ଼ିବ କିନ୍ତୁ ସରକାରଙ୍କ ଏହି ପଦକ୍ଷେପ ସମଗ୍ର ଦେଶରେ ଆନନ୍ଦର ବାତାବରଣ ସୃଷ୍ଟି କରିଛି।

ମୂଳ ଲେଖା: ଶିଲକାନ୍ତ ଶର୍ମା

ଭାବନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...