Skip to main content

ଭାରତ-ଆସିଆନ ସମ୍ପର୍କ : ଏକ ସ୍ଥାୟୀ ଭାଗିଦାରୀତା ଦିଗରେ ଅଗ୍ରସର

ଭାରତର ଆକ୍ଟ ଇଷ୍ଟ ନୀତି ଓ ଏହାର ଭାରତ-ପ୍ରଶାନ୍ତ ଦୃଷ୍ଟିକୋଣକୁ ଆଉ ପାଦେ ଆଗକୁ ବଢାଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏସୀୟ-ଭାରତ ମନ୍ତ୍ରୀସ୍ତରୀୟ ବୈଠକ, ନବମ ପୂର୍ବ ଏସିଆ ଶିଖର ସମ୍ମିଳନୀର ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ (ଇଏଏସ ଏଫଏମଏମ), 26 ତମ ଆଞ୍ଚଳିକ ଫୋରମ (ଏଆରଏଫ) ଓ ଦଶମ ମେକଙ୍ଗ ଗଙ୍ଗା ସହଯୋଗ ମନ୍ତ୍ରୀସ୍ତରୀୟ ବୈଠକ (ଏମଜିସି ଏମଏମ) ଆଦିରେ ଯୋଗ ଦେବା ଲାଗି ବେଙ୍ଗକକ ଗସ୍ତରେ ଯାଇଥିଲେ | ଏସୀୟ-ଭାରତ ମନ୍ତ୍ରୀସ୍ତରୀୟ ବୈଠକରେ ସ୍ଵାଧୀନ, ଉନ୍ମୁକ୍ତ, ସମନ୍ଵିତ ଓ ନିୟମ ଉପରେ ଆଧାରିତ ଭାରତ-ପ୍ରଶାନ୍ତ ବ୍ୟବସ୍ଥା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମନ୍ତ୍ରୀଙ୍କ ଦୂରଦୃଷ୍ଟି ବିଷୟ ଦୋହୋରାଇ ବୈଦେଶିକ ମନ୍ତ୍ରୀ ଆସିଆନର ସମ୍ପ୍ରତ୍ତି ‘ଭାରତ-ପ୍ରଶାନ୍ତ ଉପରେ ପରିକଳ୍ପନା’ ର ସ୍ଵାଗତ କରିଥିଲେ ଓ ସାଧାରଣ ସିଦ୍ଧାନ୍ତ ଓ ଦୃଷ୍ଟିକୋଣର ଏକାଭିମୁଖତା ଉପରେ ପ୍ରାଧାନ୍ୟ ଦେଇଥିଲେ | ମନ୍ତ୍ରୀସ୍ତରୀୟ ବୈଠକରେ ଡଃ ଜୟଶଙ୍କର ଭାରତ – ପ୍ରଶାନ୍ତ କ୍ଷେତ୍ରରେ ଏସୀୟ- ଭାରତ ସାମରିକ ଭାଗୀଦାରୀ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ସାମୁଦ୍ରିକ ସହଯୋଗ, ଯୋଗାଯୋଗ ଓ ନିରନ୍ତର ବିକାଶ ଲକ୍ଷ ହାସଲ ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଇଥିଲେ | ଏଥିସହିତ ମନ୍ତ୍ରୀ ମହୋଦୟ ଆସିଆନକୁ ଭାରତୀୟ ମହାସାଗର ରିମ ସଂଘ (ଆଇଓଆରଏ) ଓ ବଙ୍ଗୋପସାଗର ରେ ବହୁ-କ୍ଷେତ୍ରୀୟ ବୈଷୟିକ ଜ୍ଞାନ କୌଶଳ ଓ ଅର୍ଥନୈତିକ ସହଯୋଗ (ବିମଷ୍ଟେକ) ସମେତ ଅନ୍ୟ ଆଞ୍ଚଳିକ ଢାଞ୍ଚା ଗୁଡିକ ସହ ସହଯୋଗ ବିସ୍ତାର କରିବା ଲାଗି ନିବେଦନ କରିଛନ୍ତି |

ସେ ମଧ୍ୟ ଉପ ପ୍ରଧାନମନ୍ତ୍ରୀ ତଥା ସୋସିଆଲିଷ୍ଟ ରିପବ୍ଲିକ ଭିଏତନାମ ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀ ଫାମ ବିନ ମୀନ ଙ୍କ ସହ ଏମଜିସି ଏମଏମ ବୈଠକରେ ସହ ଅଧ୍ୟକ୍ଷତା କରିଥିଲେ | 2019-2022 ପାଇଁ ନୂତନ ଏମଜିସି କ୍ରିୟାନ୍ଵୟନ ଯୋଜନା ଲାଗୁ କରାଯାଇଛି | ଏହି ଯୋଜନାରେ ସଂସ୍କୃତି, ଶିକ୍ଷା, ସର୍ବସାଧାରଣ ସ୍ୱାସ୍ଥ୍ୟ ଓ ପାରମ୍ପରିକ ଚିକିତ୍ସା, କୃଷି ଓ ତତସଙ୍କ୍ରାନ୍ତୀୟ କ୍ଷେତ୍ର, ପରିବହନ ଓ ଯୋଗାଯୋଗ ତଥା ଏମଏସଏମଇ ସହ ଜଳ ସମ୍ବଳ ପରିଚାଳନା, ବିଜ୍ଞାନ ଓ ଜ୍ଞାନ କୌଶଳ , କୌଶଳ ବିକାଶ ତଥା ଦକ୍ଷତା ବିକାଶ ଆଦି ତିନୋଟି ନୂତନ କ୍ଷେତ୍ରରେ ପ୍ରକଳ୍ପ ଭିତ୍ତିକ ସହଯୋଗ ଉପରେ ଯଥେଷ୍ଟ ଧ୍ୟାନ ଦିଆଯାଇଛି | ଏହି କ୍ଷେତ୍ର ପ୍ରତି ଭାରତର ପ୍ରତିଶୃତିବଦ୍ଧତାକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀ ଏମଜିସି ତ୍ଵରିତ ପ୍ରଭାବ ପ୍ରକଳ୍ପ (କିଉଆଇପି) ଯୋଜନା ଅନ୍ତର୍ଗତ କାମ୍ବୋଡିଆ, ଲାଓ ପିଡ଼ିଆର, ମିଆଁମାର ଓ ଭିଏତନାମକୁ ସହଯୋଗ ପ୍ରଦାନ କରିଛି | 2014 ରେ ଏହାର ଆରମ୍ଭ ହେବା ପରେ 24ଟି ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇସରିଛି | 2019ରେ 900,000 ଆମେରିକୀୟ ଡଲାର ବିଶିଷ୍ଟ ଋଣ ରେ କାମ୍ବୋଡିଆ, ଭିଏତନାମ ଓ ଲାଓ ପିଡ଼ିଆ ରେ 18ର ଆରମ୍ଭ କରାଯିବ | ମିଆଁମାର କିଉଆଇପି ଯୋଜନା ଅନ୍ତର୍ଗତ ଆପୋଷ ସ୍ଵାର୍ଥ ବିଜଡିତ ପ୍ରକଳ୍ପ ଗୁଡିକର ଚିହ୍ନଟ କରିବା ପାଇଁ ନିବେଦନ କରିଛି | ଭାରତ ଏକ ବିକାଶ ଭାଗୀଦାର ଭାବେ ଆଏୟାରୱାଡି- ଚାଓ ଫ୍ରାୟା-ମେକଙ୍ଗ ଅର୍ଥନୈତିକ ସହଯୋଗ ରଣନୀତି (ଏସିଏମଇସିଏସ)ରେ ସାମିଲ ହୋଇଛି |

ଯୋଗାଯୋଗ 2025 (ଏମପିଏସି 2025) ଉପରେ ଆସିୟାନ ମାଷ୍ଟର ଯୋଜନା ସହ ଏମଜିସି ର ତାଳମେଳ ସ୍ଥାପନା କରିବାର ଆବଶ୍ୟକତା ରହିଛି | ବୈଠକରେ ଭରତ- ମିଆଁମାର-ଥାଇଲାଣ୍ଡ ମୋଟର ଯାନ ରାଜିନାମା (ଆଇଏମଟି ଏମଭିଏ) ର ପ୍ରଗତି ତଥା ଏହାକୁ ତୁରନ୍ତ ଚୁଡାନ୍ତ କରିବା ଉପରେ ମୁଖ୍ଯତଃ ଆଲୋଚନା ହୋଇଥିଲା | | କାମ୍ବୋଡିଆ, ଲାଓ ପିଡ଼ିଆର ଓ ଭିଏତନାମକୁ ଭାରତ- ମିଆଁମାର-ଥାଇଲାଣ୍ଡ ତ୍ରିପକ୍ଷୀୟ ରାଜପଥର ସମ୍ଭାବ୍ୟ ସମ୍ପ୍ରସାରଣ ନେଇ ମଧ୍ୟ ବ୍ୟାପକ ଆଲୋଚନା ହୋଇଛି | ମାର୍ଚ୍ଚ 2019 ରେ ଏକ ଅର୍ଥନୈତିକ ବିକାଶ କୋରିଡର ଭାବେ ରାଜପଥର ବିକାଶ ର ବ୍ୟବହାରିକତା ର ବିଶ୍ଳେଷଣ କରିବା ଲାଗି ଏକ ଅଧ୍ୟୟନର ଆରମ୍ଭ ହୋଇଯାଇଛି | ଭାରତ ଆସିଆନ ରେ ଯୋଗାଯୋଗ ପ୍ରକଳ୍ପ ଗୁଡିକ ପାଇଁ 1 ବିଲୟାନ ଆମେରିକୀୟ ଡଲାରର ଋଣ ସୀମା ରଖିଛି ଓ ଏହା ପ୍ରକଳ୍ପ ଗୁଡିକର ଚିହ୍ନଟ କରି ଏଲଓସି ର ଉପଯୋଗ କରିବା ପାଇଁ ରଣକୌଶଳ ପ୍ରସ୍ତୁତ କରିବା ଉପରେ ବିଚାର ବିମର୍ଶ ଚଳେଇଛି |.

ନଭେମ୍ବରରେ ହେବାକୁ ଥିବା ପୂର୍ବ ଏସିଆ ଶିଖର ସମ୍ମିଳନୀ ଲାଗି ଇଏଏସ ଏଫଏମଏମ ର ଆୟୋଜନ କରାଯାଇଛି | ନେତାମାନେ ଆଞ୍ଚଳିକ ଓ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ନିଜ ନିଜର ବିଚାରଧାରା ଆଦାନ ପ୍ରଦାନ କରିବା ସହିତ ବୈଶ୍ଵିକ ରାଜନୈତିକ- ସୁରକ୍ଷା ତଥା ଅର୍ଥନୈତିକ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଅଞ୍ଚଳ ର ପ୍ରମୁଖ ନେତା ଙ୍କ ନେତୃତ୍ଵାଧୀନ ଫୋରମ ଭାବେ ଇଏଏସକୁ ସହଯୋଗ କରିବା ଲାଗି ଆଲୋଚନା ହୋଇଥିଲା | ଇଏଏସ ଏଫଏମଏମରେ 2018-2022 ର ମନିଲା କ୍ରିୟାନ୍ଵୟନ ଯୋଜନା ଓ ଇଏଏସ ବିକାଶ ପଦକ୍ଷେପ ଉପରେ ନୋମ ପେନହ ଘୋଷଣାନାମା ଉପରେ ମଧ୍ୟ ଚର୍ଚ୍ଚା ହୋଇଥିଲା |ଏହା ବ୍ଯତୀତ 26 ତମ ଏଆରଏଫ ବୈଠକରେ ଅଞ୍ଚଳରେ ରଣନୀତିକ ବିଶ୍ଵାସ ପ୍ରତିଷ୍ଠା ଉପରେ ଗୁରୁତ୍ଵ ଦିଆଯାଇଥିଲା | ମାର୍ଚ୍ଚ ପହିଲାରେ ଭାରତ ଓ ମିଆଁମାର ଆସିୟାନ ପ୍ରତିରକ୍ଷା ମନ୍ତ୍ରୀ ମାନଙ୍କ ପ୍ଲସ (ଏଡ଼ିଏମଏମ +) ଯୁକ୍ତ ଦେଶ ମାନଙ୍କ ପାଇଁ ଲକ୍ଷ୍ନୌ ରେ ସାମରିକ ଔଷଧ ଉପରେ ଏକ ଫିଲ୍ଡ ପ୍ରଶିକ୍ଷଣ ଅଭ୍ୟାସର ଆୟୋଜନ କରିଥିଲେ |

ଭାରତର ପୂର୍ବାନ୍ମୁଖ ନୀତିର କେନ୍ଦ୍ରରେ ଦକ୍ଷିଣ ପୂର୍ବ ଏସିଆ ଥିବା କାରଣରୁ ଭାରତ ରଣନୀତିକ ଭାଗୀଦାରୀ କୁ ନୂତନ ଶିଖର ଯାଏଁ ପହଞ୍ଚାଉଥିବା ଆସିଆନରେ ନିବେଶ କରିବା ଜାରି ରଖିବ | ଦକ୍ଷିଣ ପୂର୍ବ ଏସିଆ ସହ ଭାରତର ରଣନୀତିକ ସମ୍ପର୍କ ତିନି ସି – କମର୍ଶ, କନେକ୍ଟିଭିଟି ଓ କଲଚର ଉପରେ ପର୍ଯ୍ୟବେଶିତ ଅଟେ | ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ସାମିଲ କରି ଭାରତ ତଥା ଆସିଆନ ମଧ୍ୟରେ ପ୍ରାୟ 30 ଡାଇଲଗ ତନ୍ତ୍ର ରହିଛି | ଦକ୍ଷିଣ-ପୂର୍ବ ଏସିଆ ଏକ ପ୍ରମୁଖ ପ୍ରବେଶ ଦ୍ଵାର ଅଟେ ଓ ଗୋଟିଏ ପଟେ ଏହା ଭାରତ-ମହାସାଗର ଅଞ୍ଚଳ ବାହାରେ ଥିବା ବେଳେ ଅନ୍ୟ ପଟେ ବୈଶ୍ଵିକ ଅର୍ଥନୀତିରେ ଦ୍ରୁତ ବିକାଶଶୀଳ ଅଞ୍ଚଳ ମଧ୍ୟରେ ରହିଛି | ଏପରିସ୍ଥଳେ ଭାରତ-ପ୍ରଶାନ୍ତ ର ଉଭା ହୋଇଥିବା ଗତିଶୀଳତାରେ ଏକ ସଶକ୍ତ, ଏକୀକୃତ ତଥା ସମୃଦ୍ଧ ଆସିଆନ ଏକ ପ୍ରମୁଖ ଭୂମିକା ନିଭାଉଛି ଓ ଭାରତ ଏହାର ସମର୍ଥନ କରୁଛି |

ମୂଳ ଲେଖା : ଡଃ ତିତଲୀ ବାସୁ, ପୂର୍ବ ଓ ଦକ୍ଷିଣ-ପୂର୍ବ ଏସିଆ ଉପରେ ରଣନୀତିକ ବିଶ୍ଳେଷକ

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...