ଭାରତର ଆକ୍ଟ ଇଷ୍ଟ ନୀତି ଓ ଏହାର ଭାରତ-ପ୍ରଶାନ୍ତ ଦୃଷ୍ଟିକୋଣକୁ ଆଉ ପାଦେ ଆଗକୁ ବଢାଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏସୀୟ-ଭାରତ ମନ୍ତ୍ରୀସ୍ତରୀୟ ବୈଠକ, ନବମ ପୂର୍ବ ଏସିଆ ଶିଖର ସମ୍ମିଳନୀର ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ (ଇଏଏସ ଏଫଏମଏମ), 26 ତମ ଆଞ୍ଚଳିକ ଫୋରମ (ଏଆରଏଫ) ଓ ଦଶମ ମେକଙ୍ଗ ଗଙ୍ଗା ସହଯୋଗ ମନ୍ତ୍ରୀସ୍ତରୀୟ ବୈଠକ (ଏମଜିସି ଏମଏମ) ଆଦିରେ ଯୋଗ ଦେବା ଲାଗି ବେଙ୍ଗକକ ଗସ୍ତରେ ଯାଇଥିଲେ | ଏସୀୟ-ଭାରତ ମନ୍ତ୍ରୀସ୍ତରୀୟ ବୈଠକରେ ସ୍ଵାଧୀନ, ଉନ୍ମୁକ୍ତ, ସମନ୍ଵିତ ଓ ନିୟମ ଉପରେ ଆଧାରିତ ଭାରତ-ପ୍ରଶାନ୍ତ ବ୍ୟବସ୍ଥା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମନ୍ତ୍ରୀଙ୍କ ଦୂରଦୃଷ୍ଟି ବିଷୟ ଦୋହୋରାଇ ବୈଦେଶିକ ମନ୍ତ୍ରୀ ଆସିଆନର ସମ୍ପ୍ରତ୍ତି ‘ଭାରତ-ପ୍ରଶାନ୍ତ ଉପରେ ପରିକଳ୍ପନା’ ର ସ୍ଵାଗତ କରିଥିଲେ ଓ ସାଧାରଣ ସିଦ୍ଧାନ୍ତ ଓ ଦୃଷ୍ଟିକୋଣର ଏକାଭିମୁଖତା ଉପରେ ପ୍ରାଧାନ୍ୟ ଦେଇଥିଲେ | ମନ୍ତ୍ରୀସ୍ତରୀୟ ବୈଠକରେ ଡଃ ଜୟଶଙ୍କର ଭାରତ – ପ୍ରଶାନ୍ତ କ୍ଷେତ୍ରରେ ଏସୀୟ- ଭାରତ ସାମରିକ ଭାଗୀଦାରୀ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ସାମୁଦ୍ରିକ ସହଯୋଗ, ଯୋଗାଯୋଗ ଓ ନିରନ୍ତର ବିକାଶ ଲକ୍ଷ ହାସଲ ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଇଥିଲେ | ଏଥିସହିତ ମନ୍ତ୍ରୀ ମହୋଦୟ ଆସିଆନକୁ ଭାରତୀୟ ମହାସାଗର ରିମ ସଂଘ (ଆଇଓଆରଏ) ଓ ବଙ୍ଗୋପସାଗର ରେ ବହୁ-କ୍ଷେତ୍ରୀୟ ବୈଷୟିକ ଜ୍ଞାନ କୌଶଳ ଓ ଅର୍ଥନୈତିକ ସହଯୋଗ (ବିମଷ୍ଟେକ) ସମେତ ଅନ୍ୟ ଆଞ୍ଚଳିକ ଢାଞ୍ଚା ଗୁଡିକ ସହ ସହଯୋଗ ବିସ୍ତାର କରିବା ଲାଗି ନିବେଦନ କରିଛନ୍ତି |
ସେ ମଧ୍ୟ ଉପ ପ୍ରଧାନମନ୍ତ୍ରୀ ତଥା ସୋସିଆଲିଷ୍ଟ ରିପବ୍ଲିକ ଭିଏତନାମ ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀ ଫାମ ବିନ ମୀନ ଙ୍କ ସହ ଏମଜିସି ଏମଏମ ବୈଠକରେ ସହ ଅଧ୍ୟକ୍ଷତା କରିଥିଲେ | 2019-2022 ପାଇଁ ନୂତନ ଏମଜିସି କ୍ରିୟାନ୍ଵୟନ ଯୋଜନା ଲାଗୁ କରାଯାଇଛି | ଏହି ଯୋଜନାରେ ସଂସ୍କୃତି, ଶିକ୍ଷା, ସର୍ବସାଧାରଣ ସ୍ୱାସ୍ଥ୍ୟ ଓ ପାରମ୍ପରିକ ଚିକିତ୍ସା, କୃଷି ଓ ତତସଙ୍କ୍ରାନ୍ତୀୟ କ୍ଷେତ୍ର, ପରିବହନ ଓ ଯୋଗାଯୋଗ ତଥା ଏମଏସଏମଇ ସହ ଜଳ ସମ୍ବଳ ପରିଚାଳନା, ବିଜ୍ଞାନ ଓ ଜ୍ଞାନ କୌଶଳ , କୌଶଳ ବିକାଶ ତଥା ଦକ୍ଷତା ବିକାଶ ଆଦି ତିନୋଟି ନୂତନ କ୍ଷେତ୍ରରେ ପ୍ରକଳ୍ପ ଭିତ୍ତିକ ସହଯୋଗ ଉପରେ ଯଥେଷ୍ଟ ଧ୍ୟାନ ଦିଆଯାଇଛି | ଏହି କ୍ଷେତ୍ର ପ୍ରତି ଭାରତର ପ୍ରତିଶୃତିବଦ୍ଧତାକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀ ଏମଜିସି ତ୍ଵରିତ ପ୍ରଭାବ ପ୍ରକଳ୍ପ (କିଉଆଇପି) ଯୋଜନା ଅନ୍ତର୍ଗତ କାମ୍ବୋଡିଆ, ଲାଓ ପିଡ଼ିଆର, ମିଆଁମାର ଓ ଭିଏତନାମକୁ ସହଯୋଗ ପ୍ରଦାନ କରିଛି | 2014 ରେ ଏହାର ଆରମ୍ଭ ହେବା ପରେ 24ଟି ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇସରିଛି | 2019ରେ 900,000 ଆମେରିକୀୟ ଡଲାର ବିଶିଷ୍ଟ ଋଣ ରେ କାମ୍ବୋଡିଆ, ଭିଏତନାମ ଓ ଲାଓ ପିଡ଼ିଆ ରେ 18ର ଆରମ୍ଭ କରାଯିବ | ମିଆଁମାର କିଉଆଇପି ଯୋଜନା ଅନ୍ତର୍ଗତ ଆପୋଷ ସ୍ଵାର୍ଥ ବିଜଡିତ ପ୍ରକଳ୍ପ ଗୁଡିକର ଚିହ୍ନଟ କରିବା ପାଇଁ ନିବେଦନ କରିଛି | ଭାରତ ଏକ ବିକାଶ ଭାଗୀଦାର ଭାବେ ଆଏୟାରୱାଡି- ଚାଓ ଫ୍ରାୟା-ମେକଙ୍ଗ ଅର୍ଥନୈତିକ ସହଯୋଗ ରଣନୀତି (ଏସିଏମଇସିଏସ)ରେ ସାମିଲ ହୋଇଛି |
ଯୋଗାଯୋଗ 2025 (ଏମପିଏସି 2025) ଉପରେ ଆସିୟାନ ମାଷ୍ଟର ଯୋଜନା ସହ ଏମଜିସି ର ତାଳମେଳ ସ୍ଥାପନା କରିବାର ଆବଶ୍ୟକତା ରହିଛି | ବୈଠକରେ ଭରତ- ମିଆଁମାର-ଥାଇଲାଣ୍ଡ ମୋଟର ଯାନ ରାଜିନାମା (ଆଇଏମଟି ଏମଭିଏ) ର ପ୍ରଗତି ତଥା ଏହାକୁ ତୁରନ୍ତ ଚୁଡାନ୍ତ କରିବା ଉପରେ ମୁଖ୍ଯତଃ ଆଲୋଚନା ହୋଇଥିଲା | | କାମ୍ବୋଡିଆ, ଲାଓ ପିଡ଼ିଆର ଓ ଭିଏତନାମକୁ ଭାରତ- ମିଆଁମାର-ଥାଇଲାଣ୍ଡ ତ୍ରିପକ୍ଷୀୟ ରାଜପଥର ସମ୍ଭାବ୍ୟ ସମ୍ପ୍ରସାରଣ ନେଇ ମଧ୍ୟ ବ୍ୟାପକ ଆଲୋଚନା ହୋଇଛି | ମାର୍ଚ୍ଚ 2019 ରେ ଏକ ଅର୍ଥନୈତିକ ବିକାଶ କୋରିଡର ଭାବେ ରାଜପଥର ବିକାଶ ର ବ୍ୟବହାରିକତା ର ବିଶ୍ଳେଷଣ କରିବା ଲାଗି ଏକ ଅଧ୍ୟୟନର ଆରମ୍ଭ ହୋଇଯାଇଛି | ଭାରତ ଆସିଆନ ରେ ଯୋଗାଯୋଗ ପ୍ରକଳ୍ପ ଗୁଡିକ ପାଇଁ 1 ବିଲୟାନ ଆମେରିକୀୟ ଡଲାରର ଋଣ ସୀମା ରଖିଛି ଓ ଏହା ପ୍ରକଳ୍ପ ଗୁଡିକର ଚିହ୍ନଟ କରି ଏଲଓସି ର ଉପଯୋଗ କରିବା ପାଇଁ ରଣକୌଶଳ ପ୍ରସ୍ତୁତ କରିବା ଉପରେ ବିଚାର ବିମର୍ଶ ଚଳେଇଛି |.
ନଭେମ୍ବରରେ ହେବାକୁ ଥିବା ପୂର୍ବ ଏସିଆ ଶିଖର ସମ୍ମିଳନୀ ଲାଗି ଇଏଏସ ଏଫଏମଏମ ର ଆୟୋଜନ କରାଯାଇଛି | ନେତାମାନେ ଆଞ୍ଚଳିକ ଓ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ନିଜ ନିଜର ବିଚାରଧାରା ଆଦାନ ପ୍ରଦାନ କରିବା ସହିତ ବୈଶ୍ଵିକ ରାଜନୈତିକ- ସୁରକ୍ଷା ତଥା ଅର୍ଥନୈତିକ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଅଞ୍ଚଳ ର ପ୍ରମୁଖ ନେତା ଙ୍କ ନେତୃତ୍ଵାଧୀନ ଫୋରମ ଭାବେ ଇଏଏସକୁ ସହଯୋଗ କରିବା ଲାଗି ଆଲୋଚନା ହୋଇଥିଲା | ଇଏଏସ ଏଫଏମଏମରେ 2018-2022 ର ମନିଲା କ୍ରିୟାନ୍ଵୟନ ଯୋଜନା ଓ ଇଏଏସ ବିକାଶ ପଦକ୍ଷେପ ଉପରେ ନୋମ ପେନହ ଘୋଷଣାନାମା ଉପରେ ମଧ୍ୟ ଚର୍ଚ୍ଚା ହୋଇଥିଲା |ଏହା ବ୍ଯତୀତ 26 ତମ ଏଆରଏଫ ବୈଠକରେ ଅଞ୍ଚଳରେ ରଣନୀତିକ ବିଶ୍ଵାସ ପ୍ରତିଷ୍ଠା ଉପରେ ଗୁରୁତ୍ଵ ଦିଆଯାଇଥିଲା | ମାର୍ଚ୍ଚ ପହିଲାରେ ଭାରତ ଓ ମିଆଁମାର ଆସିୟାନ ପ୍ରତିରକ୍ଷା ମନ୍ତ୍ରୀ ମାନଙ୍କ ପ୍ଲସ (ଏଡ଼ିଏମଏମ +) ଯୁକ୍ତ ଦେଶ ମାନଙ୍କ ପାଇଁ ଲକ୍ଷ୍ନୌ ରେ ସାମରିକ ଔଷଧ ଉପରେ ଏକ ଫିଲ୍ଡ ପ୍ରଶିକ୍ଷଣ ଅଭ୍ୟାସର ଆୟୋଜନ କରିଥିଲେ |
ଭାରତର ପୂର୍ବାନ୍ମୁଖ ନୀତିର କେନ୍ଦ୍ରରେ ଦକ୍ଷିଣ ପୂର୍ବ ଏସିଆ ଥିବା କାରଣରୁ ଭାରତ ରଣନୀତିକ ଭାଗୀଦାରୀ କୁ ନୂତନ ଶିଖର ଯାଏଁ ପହଞ୍ଚାଉଥିବା ଆସିଆନରେ ନିବେଶ କରିବା ଜାରି ରଖିବ | ଦକ୍ଷିଣ ପୂର୍ବ ଏସିଆ ସହ ଭାରତର ରଣନୀତିକ ସମ୍ପର୍କ ତିନି ସି – କମର୍ଶ, କନେକ୍ଟିଭିଟି ଓ କଲଚର ଉପରେ ପର୍ଯ୍ୟବେଶିତ ଅଟେ | ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ସାମିଲ କରି ଭାରତ ତଥା ଆସିଆନ ମଧ୍ୟରେ ପ୍ରାୟ 30 ଡାଇଲଗ ତନ୍ତ୍ର ରହିଛି | ଦକ୍ଷିଣ-ପୂର୍ବ ଏସିଆ ଏକ ପ୍ରମୁଖ ପ୍ରବେଶ ଦ୍ଵାର ଅଟେ ଓ ଗୋଟିଏ ପଟେ ଏହା ଭାରତ-ମହାସାଗର ଅଞ୍ଚଳ ବାହାରେ ଥିବା ବେଳେ ଅନ୍ୟ ପଟେ ବୈଶ୍ଵିକ ଅର୍ଥନୀତିରେ ଦ୍ରୁତ ବିକାଶଶୀଳ ଅଞ୍ଚଳ ମଧ୍ୟରେ ରହିଛି | ଏପରିସ୍ଥଳେ ଭାରତ-ପ୍ରଶାନ୍ତ ର ଉଭା ହୋଇଥିବା ଗତିଶୀଳତାରେ ଏକ ସଶକ୍ତ, ଏକୀକୃତ ତଥା ସମୃଦ୍ଧ ଆସିଆନ ଏକ ପ୍ରମୁଖ ଭୂମିକା ନିଭାଉଛି ଓ ଭାରତ ଏହାର ସମର୍ଥନ କରୁଛି |
ମୂଳ ଲେଖା : ଡଃ ତିତଲୀ ବାସୁ, ପୂର୍ବ ଓ ଦକ୍ଷିଣ-ପୂର୍ବ ଏସିଆ ଉପରେ ରଣନୀତିକ ବିଶ୍ଳେଷକ
ଅନୁବାଦ : ରୀତା ଯୋଶୀ

Comments
Post a Comment