Skip to main content

ବିକାଶକୁ ପ୍ରୋତ୍ସାହନ ଦେବ ନୂତନ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ନୀତି

ଭାରତ ସରକାର ଅର୍ଥନୈତିକ ଅଭିବୃଦ୍ଧି ଓ ରୋଜଗାର ବୃଦ୍ଧି କରିବା ଲକ୍ଷ୍ୟରେ ବିଭିନ୍ନ କ୍ଷେତ୍ରରେ ଏକ ନୂତନ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ(ଏଫଡ଼ିଆଇ) ନୀତି ଘୋଷଣା କରିଛନ୍ତି | ଏଫଡ଼ିଆଇ ଅଣ-ଋଣ ବିତ୍ତୀୟ ବ୍ୟବସ୍ଥା ର ଏକ ସ୍ରୋତ ଅଟେ | ଏଫଡ଼ିଆଇ ନୀତିକୁ ଉଦାରିକରଣ ଓ ସରଳୀକରଣ କରିବା ଲାଗି ଏଫଡ଼ିଆଇ ନୀତିରେ ଏହି ସଂଶୋଧନ କରାଯାଇଛି | ଏହା ଭାରତରେ “ବ୍ୟବସାୟ ସୁଗମତା” ପ୍ରଦାନ କରିବ |

ଭାରତର ବାହ୍ୟ କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ ଓ ବିଦେଶୀ ପୋର୍ଟଫୋଲିଓ ନିବେଶ ଅର୍ଥାତ ଏକାଧିକ କମ୍ପାନୀରେ ନିବେଶ କରିବା ବିନିଯୋଗ ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଦେଶୀ ନିବେଶ ଉପାଦାନ ରହିଛି | ପୋର୍ଟଫୋଲିଓ ନିବେଶ ଲାଗି ବିଦେଶୀ ପୁଞ୍ଜି ଲଗାଣ ତୁଳନାରେ ଏଫଡ଼ିଆଇ ରେ ନିବେଶ ଅପେକ୍ଷାକୃତ ସ୍ଥିର ଅଟେ | କାରଣ ପଶ୍ଚିମ ଦେଶ ଗୁଡିକର ସୁଧ ହାର ଅଧିକ ହେଲେ ବିଦେଶୀ ପୋର୍ଟଫୋଲିଓ ନିବେଶ ଅସ୍ଥିର ହୋଇଯାଇପାରେ | ବିଦେଶୀ ପୋର୍ଟଫୋଲିଓ ନିବେଶର ପ୍ରମୁଖ ଭାଗ ହେଲା ‘ହଟ ମନି’ ଅର୍ଥାତ ମୁଦ୍ରା ଯାହାର ଆର୍ଥିକ ବଜାରରେ ଦ୍ରୁତ ଦେଣ ନେଣ ହୋଇଥାଏ ଓ ଏହା ସୁଧ ହାରର ଅନ୍ତର ରେ ପ୍ରଭାବ ପଡିପାରେ ଯାହାକି “ପୁଞ୍ଜି ଫ୍ଲାଇଟ” ଅର୍ଥାତ ଅନ୍ୟ ଦେଶରେ ବହୁ ମାତ୍ରାରେ ଅର୍ଥ ଗଚ୍ଛିତ କରିବା ବା ନିବେଶ କରିବା ଭଳି ପରିସ୍ଥିତି ଉପୁଜିପାରେ | ତେଣୁ “ଏଫଡ଼ିଆଇ ନୀତି ବ୍ୟବସ୍ଥା” ଉପରେ ପ୍ରାଧାନ୍ୟ ଦେବା ଏକ ସାହସିକ ପଦକ୍ଷେପ ଅଟେ |

ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ଉପରେ ଅଧିକ ପ୍ରାଧାନ୍ୟ ଦିଆଯାଉଥିବାରୁ ଏହାକୁ ବିଦେଶୀ ନିବେଶ ରେ ଏକ ଉତ୍ତମ ନୀତିଗତ ପରିବର୍ତ୍ତନ ବୋଲି କୁହାଯାଉଛି କାରଣ ଏହା ସ୍ଥିର ଓ ସ୍ଥାୟୀ ନିବେଶ ନିଶ୍ଚିତ କରିପାରେ ଏବଂ ଅର୍ଥନୈତିକ ବିକାଶ କୁ ତ୍ୱରାନ୍ୱିତ କରିଥାଏ ଓ ଏଥିରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥାଏ |

ସମ୍ପ୍ରତ୍ତି ଏସଙ୍କ୍ରାନ୍ତରେ ଘୋଷଣା କରି ସରକାର ପ୍ରତିରକ୍ଷା, ପ୍ରସାରଣ, ବେସାମରିକ ବିମାନ ଚଳାଚଳ, ନିର୍ମାଣ ବିକାଶ, ବ୍ୟାପାର, ଫାର୍ମାଶିଉଟିକାଲ୍ସ, ବୀମା, ସମ୍ପତ୍ତି ପୁନର୍ଗଠନ କମ୍ପାନୀ, ପେନସନ ଓ ଅନ୍ୟାନ୍ୟ ଆର୍ଥିକ ସେବା ସମେତ ଅଧିକାଂଶ କ୍ଷେତ୍ର/ କାର୍ଯ୍ୟକଳାପରେ ସ୍ଵୟଂଚାଳିତ ମାର୍ଗରେ ଶହେ ପ୍ରତିଶତ ପର୍ଯ୍ୟନ୍ତ ଏଫଡ଼ିଆଇ ର ଅନୁମତି ଦେଇଛନ୍ତି | ଏଫଡ଼ିଆଇ ଲାଗି ଭାରତକୁ ଅଧିକ ଆକୃଷ୍ଟ କରିବା ପାଇଁ ଅର୍ଥମନ୍ତ୍ରୀ ଙ୍କ ଦ୍ଵାରା 2019-20 କେନ୍ଦ୍ର ବଜେଟ ଉପସ୍ଥାପନା କରିବା ସମୟରେ ଘୋଷିତ ପ୍ରସ୍ତାବ ଅନୁଯାୟୀ ଏହି ଏଫଡ଼ିଆଇ ନୀତି ରେ ସଂଶୋଧନ କରାଯାଇଛି |

ସରକାରୀ ଆକଳନ ଅନୁଯାୟୀ ଭାରତରେ 2009-10 ରୁ 2013-14 ମଧ୍ୟରେ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ 189 ବିଲିୟନ ଆମେରିକୀୟ ଡଲାର ହୋଇଥିବା ବେଳେ 2014-15 ରୁ 2018-19 ପର୍ଯ୍ୟନ୍ତ 286 ବିଲିୟନ ଆମେରିକୀୟ ଡଲାର ପୁଞ୍ଜି ନିବେଶ ହୋଇଛି | ଏକ ଆନୁମାନିକ ଆକଳନ ରୁ ଜଣାପଡିଛି ଯେ 2018-19 ବର୍ଷରେ ଏଫଡ଼ିଆଇ 64.37 ବିଲିୟନ ଆମେରିକୀୟ ଡଲାର ରହିଛି ଯାହାକି କୌଣସି ଆର୍ଥିକ ବର୍ଷ ପାଇଁ ଗ୍ରହଣ କରାଯାଇଥିବା ସବୁଠୁ ଅଧିକ ପ୍ରତ୍ୟକ୍ଷ ବିଦେଶୀ ନିବେଶ |

ସମ୍ପ୍ରତ୍ତି କୋଇଲା ଖନନ କାର୍ଯ୍ୟକଳାପ ପାଇଁ ସ୍ଵୟଂଚାଳିତ ମାର୍ଗ ଅନ୍ତର୍ଗତ ଶତ ପ୍ରତିଶତ ଏଫଡ଼ିଆଇ ଲାଗି ଅନୁମତି ଦେବା ନେଇ ଘୋଷଣା କରାଯାଇଛି | ଏଥିରେ କୋଇଲା ଖଣି (ସ୍ଵତନ୍ତ୍ର ବ୍ୟବସ୍ଥା) ଅଧିନିୟମ 2015 ଓ ସଂଶୋଧିତ ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ଅଧିନିୟମ 1957 ର ଅଧୀନରେ ସମ୍ବନ୍ଧିତ ପ୍ରକ୍ରିୟାକରଣ ଭିତ୍ତିଭୂମି ପାଇଁ ମଧ୍ୟ ଏଫଡ଼ିଆଇ ସାମିଲ ଅଛି | ଏହି ପଦକ୍ଷେପ ମାଧ୍ୟମରେ ଖନନ ରୋୟାଲଟି ରାଜସ୍ୱରେ ବୃଦ୍ଧି ହେବାର ସମ୍ଭାବନା ରହିଥିବାରୁ “ଅଣ-ଶୁଳ୍କ ରାଜସ୍ୱ” ଶ୍ରେଣୀ ଅଧୀନରେ ଏହା ସରକାରଙ୍କ “ଆର୍ଥିକ ସ୍ଥିତି” ସୁଦୃଢ କରିବ |

“ମେକ ଇନ ଇଣ୍ଡିଆ” କାର୍ଯ୍ୟକ୍ରମକୁ ଆହୁରି ସଶକ୍ତ କରିବା ଲକ୍ଷ୍ୟରେ ଭାରତରେ ଚୁକ୍ତି ଭିତ୍ତିକ ମୌଳିକଢାଞ୍ଚା କ୍ଷେତ୍ରରେ ସ୍ଵୟଂଚାଳିତ ମାର୍ଗ ଅଧୀନରେ ଏଫଡ଼ିଆଇ କୁ ଅନୁମତି ଦିଆଯାଇଛି | ସରକାର ମଧ୍ୟ ଏକକ ବ୍ରାଣ୍ଡ ଖୁଚୁରା ବ୍ୟାପାର (ଏସବିଆରଟି) ରେ ଏଫଡ଼ିଆଇ ଲାଗି ସ୍ଥାନୀୟ ମାନଦଣ୍ଡ କୁ ସୁଗମ କରିବା ପାଇଁ ଅନେକ ସଂସ୍କାର ମୂଳକ ପଦକ୍ଷେପ ବିଷୟ ଘୋଷଣା କରିଛନ୍ତି | ଏହା ଉଚ୍ଚ ରପ୍ତାନିକାରୀ କମ୍ପାନୀ ଗୁଡିକ ପାଇଁ ସମାନ ଧରଣର ସୁବିଧା ସୁଯୋଗ ନିଶ୍ଚିତ କରିବ | ଏହା ମଧ୍ୟ ଏକକ ବ୍ରାଣ୍ଡ ଖୁଚୁରା ବ୍ୟାପାର ସଂସ୍ଥା ଗୁଡିକ ପାଇଁ କାରବାର କୁ ଆହୁରି ସୁଗମ ଓ ସରଳୀକରଣ କରିବାରେ ସହାୟତା କରିବ | ଭାରତ ସରକାର, ଇଟା ଓ ମୋର୍ଟାର ଷ୍ଟୋର ଖୋଲିବା ପୂର୍ବରୁ ଅନଲାଇନ ବିକ୍ରି ଲାଗି ମଧ୍ୟ ଅନୁମତି ପ୍ରଦାନ କରିଛନ୍ତି ଓ ବଜାର ର ପ୍ରଚଳିତ ପ୍ରଥା ଅନୁଯାୟୀ ନୀତି ନିର୍ଦ୍ଧାରଣ କରିଛନ୍ତି | ଅନଲାଇନ ବିକ୍ରି ଯୋଗୁଁ ଲଜିଷ୍ଟିକ୍ସ, ଡିଜିଟାଲ ପେମେଣ୍ଟ , ଗ୍ରାହକ ସେବା, ତାଲିମ ଓ ଉତ୍ପାଦ କୁଶଳତା କ୍ଷେତ୍ରରେ ନିଯୁକ୍ତି ବୃଦ୍ଧି ପାଇବ ବୋଲି ସରକାର ଦୃଢୋକ୍ତି ପ୍ରକାଶ କରିଛନ୍ତି |

ଡିଜିଟାଲ ଗଣମାଧ୍ୟମ ମାମଲାରେ ନୂତନ ଘୋଷଣାନାମା ଅନୁଯାୟୀ ସରକାର ‘ସମ୍ବାଦ ଓ କରେଣ୍ଟ ଏଫେୟାର୍ସ‘ ଟିଭି ଚାନେଲ ଗୁଡିକୁ ଅପଲିଙ୍କ କରିବା ପାଇଁ ଅନୁମୋଦନ ଅନୁଯାୟୀ 49 ପ୍ରତିଶତ ଏଫଡ଼ିଆଇ ର ପ୍ରାବଧାନ ରଖିଛନ୍ତି | ସରକାରଙ୍କ ଦ୍ଵାରା ସମ୍ପ୍ରତ୍ତି ଘୋଷଣା କରାଯାଇଥିବା ନୀତି ଅନୁଯାୟୀ ପ୍ରିଣ୍ଟ ଗଣମାଧ୍ୟମ ଭଳି ଡିଜିଟାଲ ଗଣମାଧ୍ୟମ ଜରିଆରେ ସମ୍ବାଦ ଓ କରେଣ୍ଟ ଏଫେୟାର୍ସ ଅପଲୋଡ ଓ ଷ୍ଟ୍ରିମିଂ କରିବା ପାଇଁ ନିୟମ ଅନୁଯାୟୀ ସରକାର 26 ପ୍ରତିଶତ ଏଫଡ଼ିଆଇ ଲାଗି ଅନୁମତି ପ୍ରଦାନ କରିବେ |

ସରକାରଙ୍କ ଦ୍ଵାରା ଘୋଷିତ ନୀତି ଗୁଡିକ ଏଫଡ଼ିଆଇ ପ୍ରବାହରେ ବୈଶ୍ଵିକ ଧାରାରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି କୁହାଯାଉଛି | 2018 ରେ ଆନ୍ତର୍ଜାତୀୟ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ (ଏଫଡ଼ିଆଇ) ର ପ୍ରବାହରେ 13 ପ୍ରତିଶତ ହ୍ରାସ ପାଇଛି ବୋଲି UNCTAD ର ବିଶ୍ଵ ନିବେଶ 2019 ର ରିପୋର୍ଟ ରେ ଉଲ୍ଲେଖ କରାଯାଇଛି | 2018 ରେ ଏଫଡ଼ିଆଇ ପରିମାଣ ହ୍ରାସ ପାଇ 1.3 ଟ୍ରିଲିୟନ ଆମେରିକୀୟ ଡଲାର ରହିଥିବା ବେଳେ ଏହାର ପୂର୍ବ ବର୍ଷ ଏଫଡ଼ିଆଇ ପରିମାଣ 1.5 ଟ୍ରିଲିୟନ ଆମେରିକୀୟ ଡଲାର ରହିଥିଲା | ପ୍ରଚଳିତ ଏଫଡ଼ିଆଇ ନୀତି ବ୍ୟବସ୍ଥା କୁ ଉଦାରିକରଣ ଓ ସରଳୀକରଣ କରି ଘୋଷଣା କରାଯାଇଥିବା ନୂତନ ଏଫଡ଼ିଆଇ ନୀତି ଭାରତରେ ପୁଞ୍ଜି ନିବେଶ କୁ ଆହୁରି ଆକୃଷ୍ଟ କରିବାରେ ସକ୍ଷମ ହେବ ବୋଲି ଆଶା କରାଯାଉଛି |

ମୂଳ ଲେଖା : ଡଃ ଲେଖା ଚକ୍ରବର୍ତ୍ତୀ, ପ୍ରଫେସର, NIPFP
ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...