Skip to main content

ବିକାଶକୁ ପ୍ରୋତ୍ସାହନ ଦେବ ନୂତନ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ନୀତି

ଭାରତ ସରକାର ଅର୍ଥନୈତିକ ଅଭିବୃଦ୍ଧି ଓ ରୋଜଗାର ବୃଦ୍ଧି କରିବା ଲକ୍ଷ୍ୟରେ ବିଭିନ୍ନ କ୍ଷେତ୍ରରେ ଏକ ନୂତନ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ(ଏଫଡ଼ିଆଇ) ନୀତି ଘୋଷଣା କରିଛନ୍ତି | ଏଫଡ଼ିଆଇ ଅଣ-ଋଣ ବିତ୍ତୀୟ ବ୍ୟବସ୍ଥା ର ଏକ ସ୍ରୋତ ଅଟେ | ଏଫଡ଼ିଆଇ ନୀତିକୁ ଉଦାରିକରଣ ଓ ସରଳୀକରଣ କରିବା ଲାଗି ଏଫଡ଼ିଆଇ ନୀତିରେ ଏହି ସଂଶୋଧନ କରାଯାଇଛି | ଏହା ଭାରତରେ “ବ୍ୟବସାୟ ସୁଗମତା” ପ୍ରଦାନ କରିବ |

ଭାରତର ବାହ୍ୟ କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ ଓ ବିଦେଶୀ ପୋର୍ଟଫୋଲିଓ ନିବେଶ ଅର୍ଥାତ ଏକାଧିକ କମ୍ପାନୀରେ ନିବେଶ କରିବା ବିନିଯୋଗ ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଦେଶୀ ନିବେଶ ଉପାଦାନ ରହିଛି | ପୋର୍ଟଫୋଲିଓ ନିବେଶ ଲାଗି ବିଦେଶୀ ପୁଞ୍ଜି ଲଗାଣ ତୁଳନାରେ ଏଫଡ଼ିଆଇ ରେ ନିବେଶ ଅପେକ୍ଷାକୃତ ସ୍ଥିର ଅଟେ | କାରଣ ପଶ୍ଚିମ ଦେଶ ଗୁଡିକର ସୁଧ ହାର ଅଧିକ ହେଲେ ବିଦେଶୀ ପୋର୍ଟଫୋଲିଓ ନିବେଶ ଅସ୍ଥିର ହୋଇଯାଇପାରେ | ବିଦେଶୀ ପୋର୍ଟଫୋଲିଓ ନିବେଶର ପ୍ରମୁଖ ଭାଗ ହେଲା ‘ହଟ ମନି’ ଅର୍ଥାତ ମୁଦ୍ରା ଯାହାର ଆର୍ଥିକ ବଜାରରେ ଦ୍ରୁତ ଦେଣ ନେଣ ହୋଇଥାଏ ଓ ଏହା ସୁଧ ହାରର ଅନ୍ତର ରେ ପ୍ରଭାବ ପଡିପାରେ ଯାହାକି “ପୁଞ୍ଜି ଫ୍ଲାଇଟ” ଅର୍ଥାତ ଅନ୍ୟ ଦେଶରେ ବହୁ ମାତ୍ରାରେ ଅର୍ଥ ଗଚ୍ଛିତ କରିବା ବା ନିବେଶ କରିବା ଭଳି ପରିସ୍ଥିତି ଉପୁଜିପାରେ | ତେଣୁ “ଏଫଡ଼ିଆଇ ନୀତି ବ୍ୟବସ୍ଥା” ଉପରେ ପ୍ରାଧାନ୍ୟ ଦେବା ଏକ ସାହସିକ ପଦକ୍ଷେପ ଅଟେ |

ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ଉପରେ ଅଧିକ ପ୍ରାଧାନ୍ୟ ଦିଆଯାଉଥିବାରୁ ଏହାକୁ ବିଦେଶୀ ନିବେଶ ରେ ଏକ ଉତ୍ତମ ନୀତିଗତ ପରିବର୍ତ୍ତନ ବୋଲି କୁହାଯାଉଛି କାରଣ ଏହା ସ୍ଥିର ଓ ସ୍ଥାୟୀ ନିବେଶ ନିଶ୍ଚିତ କରିପାରେ ଏବଂ ଅର୍ଥନୈତିକ ବିକାଶ କୁ ତ୍ୱରାନ୍ୱିତ କରିଥାଏ ଓ ଏଥିରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥାଏ |

ସମ୍ପ୍ରତ୍ତି ଏସଙ୍କ୍ରାନ୍ତରେ ଘୋଷଣା କରି ସରକାର ପ୍ରତିରକ୍ଷା, ପ୍ରସାରଣ, ବେସାମରିକ ବିମାନ ଚଳାଚଳ, ନିର୍ମାଣ ବିକାଶ, ବ୍ୟାପାର, ଫାର୍ମାଶିଉଟିକାଲ୍ସ, ବୀମା, ସମ୍ପତ୍ତି ପୁନର୍ଗଠନ କମ୍ପାନୀ, ପେନସନ ଓ ଅନ୍ୟାନ୍ୟ ଆର୍ଥିକ ସେବା ସମେତ ଅଧିକାଂଶ କ୍ଷେତ୍ର/ କାର୍ଯ୍ୟକଳାପରେ ସ୍ଵୟଂଚାଳିତ ମାର୍ଗରେ ଶହେ ପ୍ରତିଶତ ପର୍ଯ୍ୟନ୍ତ ଏଫଡ଼ିଆଇ ର ଅନୁମତି ଦେଇଛନ୍ତି | ଏଫଡ଼ିଆଇ ଲାଗି ଭାରତକୁ ଅଧିକ ଆକୃଷ୍ଟ କରିବା ପାଇଁ ଅର୍ଥମନ୍ତ୍ରୀ ଙ୍କ ଦ୍ଵାରା 2019-20 କେନ୍ଦ୍ର ବଜେଟ ଉପସ୍ଥାପନା କରିବା ସମୟରେ ଘୋଷିତ ପ୍ରସ୍ତାବ ଅନୁଯାୟୀ ଏହି ଏଫଡ଼ିଆଇ ନୀତି ରେ ସଂଶୋଧନ କରାଯାଇଛି |

ସରକାରୀ ଆକଳନ ଅନୁଯାୟୀ ଭାରତରେ 2009-10 ରୁ 2013-14 ମଧ୍ୟରେ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ 189 ବିଲିୟନ ଆମେରିକୀୟ ଡଲାର ହୋଇଥିବା ବେଳେ 2014-15 ରୁ 2018-19 ପର୍ଯ୍ୟନ୍ତ 286 ବିଲିୟନ ଆମେରିକୀୟ ଡଲାର ପୁଞ୍ଜି ନିବେଶ ହୋଇଛି | ଏକ ଆନୁମାନିକ ଆକଳନ ରୁ ଜଣାପଡିଛି ଯେ 2018-19 ବର୍ଷରେ ଏଫଡ଼ିଆଇ 64.37 ବିଲିୟନ ଆମେରିକୀୟ ଡଲାର ରହିଛି ଯାହାକି କୌଣସି ଆର୍ଥିକ ବର୍ଷ ପାଇଁ ଗ୍ରହଣ କରାଯାଇଥିବା ସବୁଠୁ ଅଧିକ ପ୍ରତ୍ୟକ୍ଷ ବିଦେଶୀ ନିବେଶ |

ସମ୍ପ୍ରତ୍ତି କୋଇଲା ଖନନ କାର୍ଯ୍ୟକଳାପ ପାଇଁ ସ୍ଵୟଂଚାଳିତ ମାର୍ଗ ଅନ୍ତର୍ଗତ ଶତ ପ୍ରତିଶତ ଏଫଡ଼ିଆଇ ଲାଗି ଅନୁମତି ଦେବା ନେଇ ଘୋଷଣା କରାଯାଇଛି | ଏଥିରେ କୋଇଲା ଖଣି (ସ୍ଵତନ୍ତ୍ର ବ୍ୟବସ୍ଥା) ଅଧିନିୟମ 2015 ଓ ସଂଶୋଧିତ ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ଅଧିନିୟମ 1957 ର ଅଧୀନରେ ସମ୍ବନ୍ଧିତ ପ୍ରକ୍ରିୟାକରଣ ଭିତ୍ତିଭୂମି ପାଇଁ ମଧ୍ୟ ଏଫଡ଼ିଆଇ ସାମିଲ ଅଛି | ଏହି ପଦକ୍ଷେପ ମାଧ୍ୟମରେ ଖନନ ରୋୟାଲଟି ରାଜସ୍ୱରେ ବୃଦ୍ଧି ହେବାର ସମ୍ଭାବନା ରହିଥିବାରୁ “ଅଣ-ଶୁଳ୍କ ରାଜସ୍ୱ” ଶ୍ରେଣୀ ଅଧୀନରେ ଏହା ସରକାରଙ୍କ “ଆର୍ଥିକ ସ୍ଥିତି” ସୁଦୃଢ କରିବ |

“ମେକ ଇନ ଇଣ୍ଡିଆ” କାର୍ଯ୍ୟକ୍ରମକୁ ଆହୁରି ସଶକ୍ତ କରିବା ଲକ୍ଷ୍ୟରେ ଭାରତରେ ଚୁକ୍ତି ଭିତ୍ତିକ ମୌଳିକଢାଞ୍ଚା କ୍ଷେତ୍ରରେ ସ୍ଵୟଂଚାଳିତ ମାର୍ଗ ଅଧୀନରେ ଏଫଡ଼ିଆଇ କୁ ଅନୁମତି ଦିଆଯାଇଛି | ସରକାର ମଧ୍ୟ ଏକକ ବ୍ରାଣ୍ଡ ଖୁଚୁରା ବ୍ୟାପାର (ଏସବିଆରଟି) ରେ ଏଫଡ଼ିଆଇ ଲାଗି ସ୍ଥାନୀୟ ମାନଦଣ୍ଡ କୁ ସୁଗମ କରିବା ପାଇଁ ଅନେକ ସଂସ୍କାର ମୂଳକ ପଦକ୍ଷେପ ବିଷୟ ଘୋଷଣା କରିଛନ୍ତି | ଏହା ଉଚ୍ଚ ରପ୍ତାନିକାରୀ କମ୍ପାନୀ ଗୁଡିକ ପାଇଁ ସମାନ ଧରଣର ସୁବିଧା ସୁଯୋଗ ନିଶ୍ଚିତ କରିବ | ଏହା ମଧ୍ୟ ଏକକ ବ୍ରାଣ୍ଡ ଖୁଚୁରା ବ୍ୟାପାର ସଂସ୍ଥା ଗୁଡିକ ପାଇଁ କାରବାର କୁ ଆହୁରି ସୁଗମ ଓ ସରଳୀକରଣ କରିବାରେ ସହାୟତା କରିବ | ଭାରତ ସରକାର, ଇଟା ଓ ମୋର୍ଟାର ଷ୍ଟୋର ଖୋଲିବା ପୂର୍ବରୁ ଅନଲାଇନ ବିକ୍ରି ଲାଗି ମଧ୍ୟ ଅନୁମତି ପ୍ରଦାନ କରିଛନ୍ତି ଓ ବଜାର ର ପ୍ରଚଳିତ ପ୍ରଥା ଅନୁଯାୟୀ ନୀତି ନିର୍ଦ୍ଧାରଣ କରିଛନ୍ତି | ଅନଲାଇନ ବିକ୍ରି ଯୋଗୁଁ ଲଜିଷ୍ଟିକ୍ସ, ଡିଜିଟାଲ ପେମେଣ୍ଟ , ଗ୍ରାହକ ସେବା, ତାଲିମ ଓ ଉତ୍ପାଦ କୁଶଳତା କ୍ଷେତ୍ରରେ ନିଯୁକ୍ତି ବୃଦ୍ଧି ପାଇବ ବୋଲି ସରକାର ଦୃଢୋକ୍ତି ପ୍ରକାଶ କରିଛନ୍ତି |

ଡିଜିଟାଲ ଗଣମାଧ୍ୟମ ମାମଲାରେ ନୂତନ ଘୋଷଣାନାମା ଅନୁଯାୟୀ ସରକାର ‘ସମ୍ବାଦ ଓ କରେଣ୍ଟ ଏଫେୟାର୍ସ‘ ଟିଭି ଚାନେଲ ଗୁଡିକୁ ଅପଲିଙ୍କ କରିବା ପାଇଁ ଅନୁମୋଦନ ଅନୁଯାୟୀ 49 ପ୍ରତିଶତ ଏଫଡ଼ିଆଇ ର ପ୍ରାବଧାନ ରଖିଛନ୍ତି | ସରକାରଙ୍କ ଦ୍ଵାରା ସମ୍ପ୍ରତ୍ତି ଘୋଷଣା କରାଯାଇଥିବା ନୀତି ଅନୁଯାୟୀ ପ୍ରିଣ୍ଟ ଗଣମାଧ୍ୟମ ଭଳି ଡିଜିଟାଲ ଗଣମାଧ୍ୟମ ଜରିଆରେ ସମ୍ବାଦ ଓ କରେଣ୍ଟ ଏଫେୟାର୍ସ ଅପଲୋଡ ଓ ଷ୍ଟ୍ରିମିଂ କରିବା ପାଇଁ ନିୟମ ଅନୁଯାୟୀ ସରକାର 26 ପ୍ରତିଶତ ଏଫଡ଼ିଆଇ ଲାଗି ଅନୁମତି ପ୍ରଦାନ କରିବେ |

ସରକାରଙ୍କ ଦ୍ଵାରା ଘୋଷିତ ନୀତି ଗୁଡିକ ଏଫଡ଼ିଆଇ ପ୍ରବାହରେ ବୈଶ୍ଵିକ ଧାରାରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି କୁହାଯାଉଛି | 2018 ରେ ଆନ୍ତର୍ଜାତୀୟ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ (ଏଫଡ଼ିଆଇ) ର ପ୍ରବାହରେ 13 ପ୍ରତିଶତ ହ୍ରାସ ପାଇଛି ବୋଲି UNCTAD ର ବିଶ୍ଵ ନିବେଶ 2019 ର ରିପୋର୍ଟ ରେ ଉଲ୍ଲେଖ କରାଯାଇଛି | 2018 ରେ ଏଫଡ଼ିଆଇ ପରିମାଣ ହ୍ରାସ ପାଇ 1.3 ଟ୍ରିଲିୟନ ଆମେରିକୀୟ ଡଲାର ରହିଥିବା ବେଳେ ଏହାର ପୂର୍ବ ବର୍ଷ ଏଫଡ଼ିଆଇ ପରିମାଣ 1.5 ଟ୍ରିଲିୟନ ଆମେରିକୀୟ ଡଲାର ରହିଥିଲା | ପ୍ରଚଳିତ ଏଫଡ଼ିଆଇ ନୀତି ବ୍ୟବସ୍ଥା କୁ ଉଦାରିକରଣ ଓ ସରଳୀକରଣ କରି ଘୋଷଣା କରାଯାଇଥିବା ନୂତନ ଏଫଡ଼ିଆଇ ନୀତି ଭାରତରେ ପୁଞ୍ଜି ନିବେଶ କୁ ଆହୁରି ଆକୃଷ୍ଟ କରିବାରେ ସକ୍ଷମ ହେବ ବୋଲି ଆଶା କରାଯାଉଛି |

ମୂଳ ଲେଖା : ଡଃ ଲେଖା ଚକ୍ରବର୍ତ୍ତୀ, ପ୍ରଫେସର, NIPFP
ଅନୁବାଦ : ରୀତା ଯୋଶୀ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...