ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କରଙ୍କ ପୋଲାଣ୍ତ ଏବଂ ହଙ୍ଗେରୀ ଗସ୍ତ ମଧ୍ୟ ଏବଂ ପୂର୍ବ ୟୁରୋପ ସହିତ ଭାରତର ସଂପର୍କକୁ ସଂପ୍ରସାରଣ କରିବାର ଦୂରଦୃଷ୍ଟିକୁ ପ୍ରମାଣିତ କରୁଛି ଏବଂ ଏହା ଗୁରୁତ୍ବପୂର୍ଣ୍ଣ ମଧ୍ୟ। ହଙ୍ଗେରୀ ସହିତ ବିଗତ ଦିନମାନଙ୍କରୁ ଭାରତର ବହୁବିଧ ସଂପର୍କ ରହିଛି। ବୈଦେଶିକ ମନ୍ତ୍ରୀ ତାଙ୍କର ହଙ୍ଗେରୀ ପ୍ରତିପକ୍ଷ ପିଟ୍ରା ସେଜାର୍ତ୍ତୋଙ୍କ ସହିତ ହୋଇଥିବା ଆଲୋଚନାରେ ଫିଲ୍ମ ନିର୍ମାଣ, ଡିଜିଟାଲକରଣ, ଜଳ ପରିଚାଳନା, ସୌର ଶକ୍ତି ଏବଂ ଔଷଧ ଆଦି କ୍ଷେତ୍ର ଉପରେ ଗୁରୁତ୍ବ ଦେଇଛନ୍ତି। ହଙ୍ଗେରୀରେ ଭାରତର ପୁଞ୍ଜିନିବେଶ ପାଇଁ ରହିଥିବା ଅନୁକୂଳ ବାତାବରଣକୁ ନେଇ ଭାରତ ସନ୍ତୋଷ ପ୍ରକାଶ କରିଛି। ଦୁଇ ପକ୍ଷ ଶିକ୍ଷା, ପର୍ଯ୍ୟଟନ ଏବଂ ବିଜ୍ଞାନ କ୍ଷେତ୍ରରେ ଦ୍ବିପକ୍ଷୀୟ ଭାଗିଦାରୀ ବୃଦ୍ଧି କରିବାକୁ ରାଜି ହୋଇଛନ୍ତି। ହଙ୍ଗେରୀ ମଧ୍ୟ ଆନ୍ତର୍ଜାତୀୟ ସୌର ମେଣ୍ଟରେ ଯୋଗ ଦେବାକୁ ନିଷ୍ପତ୍ତି ନେଇ ସୌର ଶକ୍ତିର ବିକାଶରେ ଭାଗିଦାରୀ ହେବାର ଇଛା ପ୍ରକାଶ କରିଛି। ଦୁଇ ପକ୍ଷ ଅର୍ଥନୈତିକ କ୍ଷେତ୍ରରେ ସଂପର୍କ ଦୃଢ କରିବାକୁ ସହମତ ହୋଇଛନ୍ତି।
ଶ୍ରୀ ଜୟଶଙ୍କରଙ୍କ ପୋଲାଣ୍ତ ଗସ୍ତ ହେଉଛି 32 ବର୍ଷ ପରେ ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ପ୍ରଥମ ଗସ୍ତ। ପୋଲାଣ୍ତର ବୈଦେଶିକ ମନ୍ତ୍ରୀ ଜଜେକ କଜାପୁଟୋବିଜ ଜାତିସଂଘ ଏବଂ ଜି-20ରେ ଭାରତର ସକ୍ରିୟ ଭୂମିକା ଉପରେ ଗୁରୁତ୍ବ ଦେଇଛନ୍ତି ତଥା ଦକ୍ଷିଣ ଏସିଆରେ ଭାରତ ଏକ ପ୍ରମୁଖ ଭାଗିଦାର ବୋଲି ଅବିହିତ କରିଛନ୍ତି। ମଧ୍ୟ ୟୁରୋପରେ ଭାରତ ସକ୍ରିୟ ଭାବେ କାର୍ଯ୍ୟକରିବାର ଇଛାକୁ ପୋଲାଣ୍ତ ସ୍ବାଗତ କରିଛି ଏବଂ ଦୁଇ ପକ୍ଷ ବିଭିନ୍ନ ଦ୍ବିପକ୍ଷୀୟ ପ୍ରସଙ୍ଗ ସହିତ ବିଶ୍ବର ସ୍ଥିରତା ପାଇଁ ନିଜର ବଚନବଦ୍ଧତା ଜାହିର କରିଛନ୍ତି। ଦୁଇ ପକ୍ଷ ଅର୍ଥନୀତି, ଶିକ୍ଷା ଏବଂ ସଂସ୍କୃତି ତଥା ରାଜନୈତିକ କ୍ଷେତ୍ରରେ ଦ୍ବିପକ୍ଷୀୟ ସଂପର୍କକୁ ଆହୁରି ସୁଦୃଢ କରିବା ନେଇ ଆଲୋଚନା କରିଛନ୍ତି। ପୋଲାଣ୍ତ ବୈଦେଶିକ ମନ୍ତ୍ରୀ ମଧ୍ୟ ସନ୍ତ୍ରାସବାଦର ମୁକାବିଲା ପାଇଁ ତାଙ୍କ ଦେଶର ସ୍ପଷ୍ଟ ଆବିମୁଖ୍ୟ ଥିବା କହିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଏହା ବ୍ୟତିତ ଭାରତ ପ୍ରସାନ୍ତ ମହାସାଗରୀୟ ତଥା ପଶ୍ଚିମ ଏସିଆ ଅଞ୍ଚଳରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା କ୍ଷେତ୍ରରେ ଥିବା ସମସ୍ୟା, ଗଣ ବିଧ୍ବୋଂସୀ ଅସ୍ତ୍ରର ନିରୋଧ, ସାମୁଦ୍ରିକ ଏବଂ ବିମାନ ଚଳାଚଳର ସୁରକ୍ଷା, ସାଇବର ସୁରକ୍ଷା, ଶକ୍ତି ନିରାପତ୍ତା, ମାନବୀୟ ପ୍ରସଙ୍ଗ, ଶରଣାର୍ଥୀ ପ୍ରସଙ୍ଗ ଏବଂ ମାନବୀୟ ଅଧିକାର ପ୍ରସଙ୍ଗ ଆଦି ବିଷୟ ଉପରେ ଆଲୋଚନା ହୋଇଛି।
ୟୁରୋପୀୟ ସଂଘ- ଭାରତର ଆଭିମୁଖ୍ୟ ପ୍ରତି ପୋଲାଣ୍ତର ବଚନବଦ୍ଧତାକୁ ଭାରତ ପ୍ରଶଂସା କରିଛି ଯାହାକି ଦୁଇ ପକ୍ଷର ହିତସାଧନ କରିବ। ଏହାବ୍ୟତିତ ଏହି ବୈଠକରେ ୱାରସ ଠାରୁ ନୂଆ ଦିଲ୍ଲୀକୁ ସିଧା ବିମାନ ଚଳାଚଳ ଆରମ୍ଭ କରାଯିବା ଘୋଷଣା କରାଯାଇଛି। ଏହିସବୁ ପଦକ୍ଷେପ ଯୋଗୁଁ ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ସଂପର୍କ ଆହୁରି ନିବିଡ଼ ହେବ। ବାଣିଜ୍ୟିକ ଦୃଷ୍ଟିରୁ ପୋଲାଣ୍ତ ହେଉଛି ମଧ୍ୟ ୟୁରୋପରେ ଭାରତର ସବୁଠୁ ବଡ ଭାଗିଦାରୀ । ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ଏବେ ପ୍ରାୟ 3 ବିଲିୟନ ଡଲାର ରହିଛି। ପୋଲାଣ୍ତ ମଧ୍ୟ ଏସିଆ ମହାଦେଶର ଭାରତରେ ହିଁ ସବୁଠୁ ଅଧିକ ପୁଞ୍ଜିବିନିଯୋଗ କରୁଛି। ଶ୍ରୀ ଜୟଶଙ୍କରଙ୍କ ଗସ୍ତ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସଂପର୍କକୁ ଅଧିକ ନିକଟତର କରିଛି।
ଶିତଳ ଯୁଦ୍ଧ ସମୟରେ ପୂର୍ବ ଏବଂ ମଧ୍ୟ ୟୁରୋପୀୟ ଦେଶମାନଙ୍କ ସହ ଭାରତର ସଂପର୍କ ଭଲ ଥିଲା। କିନ୍ତୁ ମଝିରେ ଅନେକ କାଳ ଧରି ମଧ୍ୟ ୟୁରୋପ ସହିତ ଭାରତର ସଂପର୍କରେ ଉଷ୍ମତା ନଥିଲା। କିନ୍ତୁ ବିଗତ ଦିନରେ ପୂର୍ବ, ଦକ୍ଷିଣ ଏବଂ ମଧ୍ୟ ୟୁରୋପକୁ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପ ରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ଗସ୍ତ ଏହି ଅଞ୍ଚଳ ସହିତ ଭାରତର ସଂପର୍କକୁ ପୁନଃସ୍ଥାପିତ କରିଛି। ଭାରତ ମହାସାଗରକୁ ସଂଯୋଗ କରିବା ପାଇଁ ଆନ୍ତର୍ଜାତୀୟ ଉତ୍ତର ଦକ୍ଷିଣ ପରିବହନ କରିଡର କ୍ଷେତ୍ରରେ ହଙ୍ଗେରୀର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା ବେଳେ ଏସିଆରେ ନିଜର କାର୍ଯ୍ୟକ୍ରମ ବୃଦ୍ଧି କରିବାକୁ ପୋଲାଣ୍ତ ଲକ୍ଷ୍ୟ ରଖିଛି। ୟୁରୋପୀୟ ସଂଘର ଦେଶମାନଙ୍କ ମଧ୍ୟରୁ ପୋଲାଣ୍ତ ହେଉଛି ସପ୍ତମ ସର୍ବାଧିକ ଅର୍ଥନୀତି । ଏଣୁ ପୋଲାଣ୍ତ ସହିତ ଆର୍ଥିକ ଦୃଷ୍ଟିରୁ ସଂପର୍କ ଭାରତ ପାଇଁ ଲାଭଦାୟକ ବିଷୟ। ଜାତିସଂଘ ନିରାପତ୍ତା ପରିଷଦରେ ଅଗଷ୍ଟ ପାଇଁ ପୋଲାଣ୍ତ ଅଧ୍ୟକ୍ଷ ଭାବେ ରହି କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ପଦକ୍ଷେପକୁ ରୋକିବାରେ ନିଜର ଭୂମିକା ତୁଲାଇଥିବା ଯୋଗୁଁ ଜୟଶଙ୍କରଙ୍କ ପୋଲାଣ୍ତ ଗସ୍ତକୁ ଗୁରୁତ୍ବପୂର୍ଣ୍ଣ ବୋଲି ଧରାଯାଉଛି।
ଆଲେଖ୍ୟ: ଡକ୍ଟର ସଙ୍ଘମିତ୍ରା ଶର୍ମା
ଭାବାନୁବାଦ: ରାମଚଂଦ୍ର ନାଥ

Comments
Post a Comment