Skip to main content

ପୋଲାଣ୍ତ ଏବଂ ହଙ୍ଗେରି ସହିତ ସଂପର୍କର ପୁନଃସ୍ଥାପନ

ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କରଙ୍କ ପୋଲାଣ୍ତ ଏବଂ ହଙ୍ଗେରୀ ଗସ୍ତ ମଧ୍ୟ ଏବଂ ପୂର୍ବ ୟୁରୋପ ସହିତ ଭାରତର ସଂପର୍କକୁ ସଂପ୍ରସାରଣ କରିବାର ଦୂରଦୃଷ୍ଟିକୁ ପ୍ରମାଣିତ କରୁଛି ଏବଂ ଏହା ଗୁରୁତ୍ବପୂର୍ଣ୍ଣ ମଧ୍ୟ। ହଙ୍ଗେରୀ ସହିତ ବିଗତ ଦିନମାନଙ୍କରୁ ଭାରତର ବହୁବିଧ ସଂପର୍କ ରହିଛି। ବୈଦେଶିକ ମନ୍ତ୍ରୀ ତାଙ୍କର ହଙ୍ଗେରୀ ପ୍ରତିପକ୍ଷ ପିଟ୍ରା ସେଜାର୍ତ୍ତୋଙ୍କ ସହିତ ହୋଇଥିବା ଆଲୋଚନାରେ ଫିଲ୍ମ ନିର୍ମାଣ, ଡିଜିଟାଲକରଣ, ଜଳ ପରିଚାଳନା, ସୌର ଶକ୍ତି ଏବଂ ଔଷଧ ଆଦି କ୍ଷେତ୍ର ଉପରେ ଗୁରୁତ୍ବ ଦେଇଛନ୍ତି। ହଙ୍ଗେରୀରେ ଭାରତର ପୁଞ୍ଜିନିବେଶ ପାଇଁ ରହିଥିବା ଅନୁକୂଳ ବାତାବରଣକୁ ନେଇ ଭାରତ ସନ୍ତୋଷ ପ୍ରକାଶ କରିଛି। ଦୁଇ ପକ୍ଷ ଶିକ୍ଷା, ପର୍ଯ୍ୟଟନ ଏବଂ ବିଜ୍ଞାନ କ୍ଷେତ୍ରରେ ଦ୍ବିପକ୍ଷୀୟ ଭାଗିଦାରୀ ବୃଦ୍ଧି କରିବାକୁ ରାଜି ହୋଇଛନ୍ତି। ହଙ୍ଗେରୀ ମଧ୍ୟ ଆନ୍ତର୍ଜାତୀୟ ସୌର ମେଣ୍ଟରେ ଯୋଗ ଦେବାକୁ ନିଷ୍ପତ୍ତି ନେଇ ସୌର ଶକ୍ତିର ବିକାଶରେ ଭାଗିଦାରୀ ହେବାର ଇଛା ପ୍ରକାଶ କରିଛି। ଦୁଇ ପକ୍ଷ ଅର୍ଥନୈତିକ କ୍ଷେତ୍ରରେ ସଂପର୍କ ଦୃଢ କରିବାକୁ ସହମତ ହୋଇଛନ୍ତି।

ଶ୍ରୀ ଜୟଶଙ୍କରଙ୍କ ପୋଲାଣ୍ତ ଗସ୍ତ ହେଉଛି 32 ବର୍ଷ ପରେ ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ପ୍ରଥମ ଗସ୍ତ। ପୋଲାଣ୍ତର ବୈଦେଶିକ ମନ୍ତ୍ରୀ ଜଜେକ କଜାପୁଟୋବିଜ ଜାତିସଂଘ ଏବଂ ଜି-20ରେ ଭାରତର ସକ୍ରିୟ ଭୂମିକା ଉପରେ ଗୁରୁତ୍ବ ଦେଇଛନ୍ତି ତଥା ଦକ୍ଷିଣ ଏସିଆରେ ଭାରତ ଏକ ପ୍ରମୁଖ ଭାଗିଦାର ବୋଲି ଅବିହିତ କରିଛନ୍ତି। ମଧ୍ୟ ୟୁରୋପରେ ଭାରତ ସକ୍ରିୟ ଭାବେ କାର୍ଯ୍ୟକରିବାର ଇଛାକୁ ପୋଲାଣ୍ତ ସ୍ବାଗତ କରିଛି ଏବଂ ଦୁଇ ପକ୍ଷ ବିଭିନ୍ନ ଦ୍ବିପକ୍ଷୀୟ ପ୍ରସଙ୍ଗ ସହିତ ବିଶ୍ବର ସ୍ଥିରତା ପାଇଁ ନିଜର ବଚନବଦ୍ଧତା ଜାହିର କରିଛନ୍ତି। ଦୁଇ ପକ୍ଷ ଅର୍ଥନୀତି, ଶିକ୍ଷା ଏବଂ ସଂସ୍କୃତି ତଥା ରାଜନୈତିକ କ୍ଷେତ୍ରରେ ଦ୍ବିପକ୍ଷୀୟ ସଂପର୍କକୁ ଆହୁରି ସୁଦୃଢ କରିବା ନେଇ ଆଲୋଚନା କରିଛନ୍ତି। ପୋଲାଣ୍ତ ବୈଦେଶିକ ମନ୍ତ୍ରୀ ମଧ୍ୟ ସନ୍ତ୍ରାସବାଦର ମୁକାବିଲା ପାଇଁ ତାଙ୍କ ଦେଶର ସ୍ପଷ୍ଟ ଆବିମୁଖ୍ୟ ଥିବା କହିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଏହା ବ୍ୟତିତ ଭାରତ ପ୍ରସାନ୍ତ ମହାସାଗରୀୟ ତଥା ପଶ୍ଚିମ ଏସିଆ ଅଞ୍ଚଳରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା କ୍ଷେତ୍ରରେ ଥିବା ସମସ୍ୟା, ଗଣ ବିଧ୍ବୋଂସୀ ଅସ୍ତ୍ରର ନିରୋଧ, ସାମୁଦ୍ରିକ ଏବଂ ବିମାନ ଚଳାଚଳର ସୁରକ୍ଷା, ସାଇବର ସୁରକ୍ଷା, ଶକ୍ତି ନିରାପତ୍ତା, ମାନବୀୟ ପ୍ରସଙ୍ଗ, ଶରଣାର୍ଥୀ ପ୍ରସଙ୍ଗ ଏବଂ ମାନବୀୟ ଅଧିକାର ପ୍ରସଙ୍ଗ ଆଦି ବିଷୟ ଉପରେ ଆଲୋଚନା ହୋଇଛି।

ୟୁରୋପୀୟ ସଂଘ- ଭାରତର ଆଭିମୁଖ୍ୟ ପ୍ରତି ପୋଲାଣ୍ତର ବଚନବଦ୍ଧତାକୁ ଭାରତ ପ୍ରଶଂସା କରିଛି ଯାହାକି ଦୁଇ ପକ୍ଷର ହିତସାଧନ କରିବ। ଏହାବ୍ୟତିତ ଏହି ବୈଠକରେ ୱାରସ ଠାରୁ ନୂଆ ଦିଲ୍ଲୀକୁ ସିଧା ବିମାନ ଚଳାଚଳ ଆରମ୍ଭ କରାଯିବା ଘୋଷଣା କରାଯାଇଛି। ଏହିସବୁ ପଦକ୍ଷେପ ଯୋଗୁଁ ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ସଂପର୍କ ଆହୁରି ନିବିଡ଼ ହେବ। ବାଣିଜ୍ୟିକ ଦୃଷ୍ଟିରୁ ପୋଲାଣ୍ତ ହେଉଛି ମଧ୍ୟ ୟୁରୋପରେ ଭାରତର ସବୁଠୁ ବଡ ଭାଗିଦାରୀ । ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ଏବେ ପ୍ରାୟ 3 ବିଲିୟନ ଡଲାର ରହିଛି। ପୋଲାଣ୍ତ ମଧ୍ୟ ଏସିଆ ମହାଦେଶର ଭାରତରେ ହିଁ ସବୁଠୁ ଅଧିକ ପୁଞ୍ଜିବିନିଯୋଗ କରୁଛି। ଶ୍ରୀ ଜୟଶଙ୍କରଙ୍କ ଗସ୍ତ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସଂପର୍କକୁ ଅଧିକ ନିକଟତର କରିଛି।

ଶିତଳ ଯୁଦ୍ଧ ସମୟରେ ପୂର୍ବ ଏବଂ ମଧ୍ୟ ୟୁରୋପୀୟ ଦେଶମାନଙ୍କ ସହ ଭାରତର ସଂପର୍କ ଭଲ ଥିଲା। କିନ୍ତୁ ମଝିରେ ଅନେକ କାଳ ଧରି ମଧ୍ୟ ୟୁରୋପ ସହିତ ଭାରତର ସଂପର୍କରେ ଉଷ୍ମତା ନଥିଲା। କିନ୍ତୁ ବିଗତ ଦିନରେ ପୂର୍ବ, ଦକ୍ଷିଣ ଏବଂ ମଧ୍ୟ ୟୁରୋପକୁ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପ ରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ଗସ୍ତ ଏହି ଅଞ୍ଚଳ ସହିତ ଭାରତର ସଂପର୍କକୁ ପୁନଃସ୍ଥାପିତ କରିଛି। ଭାରତ ମହାସାଗରକୁ ସଂଯୋଗ କରିବା ପାଇଁ ଆନ୍ତର୍ଜାତୀୟ ଉତ୍ତର ଦକ୍ଷିଣ ପରିବହନ କରିଡର କ୍ଷେତ୍ରରେ ହଙ୍ଗେରୀର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା ବେଳେ ଏସିଆରେ ନିଜର କାର୍ଯ୍ୟକ୍ରମ ବୃଦ୍ଧି କରିବାକୁ ପୋଲାଣ୍ତ ଲକ୍ଷ୍ୟ ରଖିଛି। ୟୁରୋପୀୟ ସଂଘର ଦେଶମାନଙ୍କ ମଧ୍ୟରୁ ପୋଲାଣ୍ତ ହେଉଛି ସପ୍ତମ ସର୍ବାଧିକ ଅର୍ଥନୀତି । ଏଣୁ ପୋଲାଣ୍ତ ସହିତ ଆର୍ଥିକ ଦୃଷ୍ଟିରୁ ସଂପର୍କ ଭାରତ ପାଇଁ ଲାଭଦାୟକ ବିଷୟ। ଜାତିସଂଘ ନିରାପତ୍ତା ପରିଷଦରେ ଅଗଷ୍ଟ ପାଇଁ ପୋଲାଣ୍ତ ଅଧ୍ୟକ୍ଷ ଭାବେ ରହି କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ପଦକ୍ଷେପକୁ ରୋକିବାରେ ନିଜର ଭୂମିକା ତୁଲାଇଥିବା ଯୋଗୁଁ ଜୟଶଙ୍କରଙ୍କ ପୋଲାଣ୍ତ ଗସ୍ତକୁ ଗୁରୁତ୍ବପୂର୍ଣ୍ଣ ବୋଲି ଧରାଯାଉଛି।

ଆଲେଖ୍ୟ: ଡକ୍ଟର ସଙ୍ଘମିତ୍ରା ଶର୍ମା

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...