Skip to main content

କଶ୍ମୀର ଉପରେ ପାକିସ୍ତାନର ଯୁକ୍ତିହୀନ ଉକ୍ତି

ଯେବେଠାରୁ ଜମ୍ମୁ କଶ୍ମୀରରୁ ସ୍ବତନ୍ତ୍ର ଅଧିକାର ଉଚ୍ଛେଦ କରାଯାଇ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯାଇଛି ସେବେଠାରୁ ପାକିସ୍ତାନର ନେତାମାନେ ରାଗରେ ତାଟିଆ କାମୁଡୁଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଭାରତକୁ ପରମାଣୁ ଯୁଦ୍ଧର ମଧ୍ୟ ଧମକ ଦେବାକୁ ପଛାଉ ନାହାନ୍ତି। ସେ କହିଛନ୍ତି ଯଦି ବିଶ୍ବ କଶ୍ମୀର ପ୍ରସଙ୍ଗରେ ମୁଁହ ନଖୋଲେ ତେବେ ଦୁଇ ଦେଶ ଯୁଦ୍ଧମୁହାଁ ହେବେ। ଯଦିଓ ତାଙ୍କ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେଶି କହୁଛନ୍ତି ଯେ ଯୁଦ୍ଧ କଶ୍ମୀର ସମସ୍ୟାର ସମାଧାନ ନୁହେଁ। ପାକିସ୍ତାନର ରେଳ ମନ୍ତ୍ରୀ ଶେଖ ରସିଦ ଭବିଷ୍ୟଦ୍ରଷ୍ଠା ସାଜି କହୁଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଅକ୍ଟୋବର କିମ୍ବା ନଭେମ୍ବରରେ ଯୁଦ୍ଧ ହେବ। ଏସବୁ ବାଚାଳାମି ପାକିସ୍ତାନର ହତାଶଭାବକୁ ପ୍ରଦର୍ଶିତ କରୁଛି।

କଶ୍ମୀର ଉପରେ ଆନ୍ତର୍ଜାତୀକ ଦୃଷ୍ଟି ଆକର୍ଷଣ କରିବାକୁ ଶତ ଚେଷ୍ଟା କରି ପାକିସ୍ତାନ ଅସଫଳ ହୋଇଛି। ଆମେରିକା, ରୁଷ, ଫ୍ରାନ୍ସ ଏବଂ ବ୍ରିଟେନ ଶ୍ପଷ୍ଟ ଭାବେ କହିଛନ୍ତି ଯେ କଶ୍ମୀର ହେଉଛି ଭାରତର ଆଭ୍ୟନ୍ତରିଣ ମାମଲା ଏଥିରେ ବାହ୍ୟ ହସ୍ତକ୍ଷେପ ଲୋଡା ନାହିଁ। ଏପରିକି ପାକିସ୍ତାନର ବଂଧୁ ଚୀନ ମଧ୍ୟ ଏହି ପ୍ରସଙ୍ଗରେ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରିନାହିଁ। ଏହା ସତ୍ତ୍ବେ ମଧ୍ୟ ଇମରାନ ଖାନ ଗତ ଶୁକ୍ରବାର ଦିନ କଶ୍ମୀର ପ୍ରସଙ୍ଗକୁ ନେଇ ଏକ ଘଣ୍ଟାର ଯେଉଁ କାର୍ଯ୍ୟକ୍ରମ କଲେ ତାହା ମଧ୍ୟ ବିଫଳ ହେଲା କାରଣ ଅଧିକାଂଶ ପାକିସ୍ତାନୀ ଏଥିରେ ସାମିଲ ହେଲେ ନାହିଁ। ଇମରାନ ଖାନ ଏହି ପ୍ରସଙ୍ଗକୁ ଜାତିସଂଘ ଏବଂ ଆନ୍ତର୍ଜାତୀୟ ନ୍ୟାୟାଳୟକୁ ନେବା ପାଇଁ ଘୋଷଣା କରିଛନ୍ତି କିନ୍ତୁ ସେ ଭୁଲିଯାଉଛନ୍ତି ଯେ ଜାତିସଂଘ ନିରାପତ୍ତା ପଗିଷଦର ସ୍ଥାୟୀ ସଦସ୍ୟାମାନେ ଭାରତକୁ ସ୍ପଷ୍ଟ ଭାବେ ସମର୍ଥନ କରିଛନ୍ତି।

ଏହିସବୁ ହତାଶା କାରଣରୁ ପାକିସ୍ତାନର ନେତୃତ୍ବରେ ଭାରତ ସହିତ ଆଲୋଚନା କରିବାକୁ ନେଇ ମତ ପାର୍ଥକ୍ୟ ଦେଖା ଦେଇଛି। ଭାରତ ସହିତ ଆଲୋଚନା କଲେ କୌଣସି ଫଳ ମିଳିବ ନାହିଁ ବୋଲି ଇମରାନ କହୁଥିବାବେଳେ ତାଙ୍କ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟାରେଶି ଭାରତ ସହିତ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି।

ଭାରତ ସ୍ପଷ୍ଟ ଭାବେ କହିଆସିଛି ଯେ ପାକିସ୍ତାନ ଭାରତ ବିରୁଦ୍ଧରେ ସନ୍ତ୍ରାସବାଦ ନୀତି ବନ୍ଦ କଲେ ଯାଇ ତା ସହିତ ଆଲୋଚନା କରାଯାଇ ପାରିବ। ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର କହିଛନ୍ତି ଯେ ଭାରତ କଶ୍ମୀର ପ୍ରସଙ୍ଗକୁ ଛାଡି ଅନ୍ୟ ପ୍ରସଙ୍ଗ ଉପରେ ଅବାଧ ଏବଂ ସନ୍ତ୍ରାସବାଦମୁକ୍ତ ବାତାବରଣରେ ପାକିସ୍ତାନ ସହିତ ଆଲୋଚନା କରିବାକୁ ପ୍ରସ୍ତୁତ ଅଛି।

ଏତେ ସବୁ ସତ୍ତ୍ବେ ପାକିସ୍ତାନ ଇସଲାମିକ ଦେଶ ସମେତ ଅନ୍ୟ ଦେଶମାନଙ୍କର କଶ୍ମୀର ପ୍ରସଙ୍ଗରେ ସମର୍ଥନ ହାସଲ କରିବାରେ ଲାଗିଛି। କଶ୍ମୀରରେ ମାନବିକ ଅଧିକାରର ଲଂଘନ ହେଉଥିବା କହି ପାକିସ୍ତାନ ସାଉଦି ଆରବ ଏବଂ କୁଏତର ସମର୍ଥନ ପାଇଁ କଥା ହୋଇଛି। କିନ୍ତୁ କେତେକ ପ୍ରଭାବଶାଳି ଇସଲାମିକ ଦେଶ କଶ୍ମୀର ଘଟଣା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ମାନିତ କରିଛନ୍ତି। ଶ୍ରୀ ମୋଦିଙ୍କୁ ୟୁଏଇ ସର୍ବୋଚ୍ଚ ବେସାମରିକ ସମ୍ମାନ ଅର୍ଡର ଅଫ ଜାୟେଦରେ ସମ୍ମାନିତ କରିବା ଏହା ସ୍ପଷ୍ଟ ଇଙ୍ଗିତ କରୁଛି ଯେ ଆରବ ଏମିରେଟ ପାକିସ୍ତାନ ବ୍ୟତିତ ଭାରତ ସହିତ ମଧୁର ସଂପର୍କ ରଖିବାକୁ ଏବଂ ଭାରତକୁ ଅଧିକ ଗୁରୁତ୍ବ ଦେବାକୁ ଚାହୁଁଛି। ଇସଲାମିକ ସଂଗଠନର ସଦସ୍ୟ ରାଷ୍ଟ୍ରମାନେ କଶ୍ମୀର ପ୍ରସହ୍ଗ ନେଇ ନିରବ ରହିବା ପାକିସ୍ତାନକୁ ଅତ୍ୟନ୍ତ ମର୍ମାହତ କରିଛି ଯାହାକୁ ପାକିସ୍ତାନ ହଜମ କରିପାରୁ ନାହିଁ।

ପାକିସ୍ତାନ ଅଧିକୃତ କଶ୍ମୀର ଏବଂ ବାଲୋଚିସ୍ତାନ ଓ ଖାଇବର ପଖତନୁୱାରେ ପାକିସ୍ତାନ ଯେପରି ଭାବେ ବର୍ବୋରୋଚିତ କାର୍ଯ୍ୟ ଚଳାଇଥିବା ବେଳେ କଶ୍ମୀରରେ ମାନବିକ ଅଧିକାର ଲଂଘନ ହେଉଥିବା ପରି ମିଥ୍ୟା କଥା ଆଦୌ କହିବା ଅନୁଚିତ। ପାକିସ୍ତାନ ଅଯଥାରେ ନିଜର ସମୟ ଏବଂ ଶକ୍ତି ଅପଚୟ କରିବା ପରିବର୍ତ୍ତେ ବାସ୍ତବତା ପ୍ରତି ଧ୍ୟାନ ଦେଇ ଦୁଇ ଦେଶ ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ପଥ ଖୋଲିବା ଦରକାର ଯାହାଦ୍ବାରା ଦୁଇ ଦେଶ ବନ୍ଧୁତ୍ବପୂର୍ଣ୍ଣ ଭାବେ ରହିପାରିବେ।



ଆଲେଖ୍ୟ: ଅଶୋକ ହାନ୍ଦୁ

ଭାବାନୁବାଦ: ରାମଚଂଦ୍ର ନାଥ



Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...