Skip to main content

ଆଫଗାନିସ୍ଥାନରେ ରାଷ୍ଟ୍ରପତି ନିର୍ବାଚନ: ଫେରିବ କି ଶାନ୍ତି?

ଆଫଗାନିସ୍ଥାନରେ ତାଲିବାନର ପତନ ପରେ ଚତୁର୍ଥ ରାଷ୍ଟ୍ରପତି ନିର୍ବାଚନ ଦୁଇ ଥର ସ୍ଥଗିତ ହେବା ପରେ ହିଂସାକାଣ୍ତ ମଧ୍ୟରେ ପ୍ରବଳ ସୁରକ୍ଷା ବ୍ୟବସ୍ଥା ସହିତ ସେପ୍ଟେମ୍ୱର 28 ତାରିଖରେ ସଂପନ୍ନ ହୋଇଛି। 15 ଜଣ ପ୍ରାର୍ଥୀ ରାଷ୍ଟ୍ରପତି ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି। 90 ଲକ୍ଷ 60 ହଜାର ପଞ୍ଜିକୃତ ମତଦାତାଙ୍କ ପାଇଁ ଦେଶରେ 4,900ଟି ଭୋଟ ଗ୍ରହଣ କେନ୍ଦ୍ର ଖୋଲା ଯାଇଥିଲା। ଗତ ନିର୍ବାଚନରେ 60 ଭାଗ ମତଦାନ ହୋଇଥିବାବେଳେ ଏଥର ମାତ୍ର 20 ଭାଗ ମତଦାନ ହୋଇଛି।ଶାନ୍ତି ପାଇଁ ଯଦି ସମ୍ଭବ ହୁଏ ନୂଆ ରାଷ୍ଟ୍ରପତି ତାଲିବାନ ସହିତ ଶାନ୍ତି ଆଲୋଚନା କରିବେ।

ନିର୍ବାଚନ ଦିନ ରକେଟ ଏବଂ ବୋମା ଆକ୍ରମଣ ସହିତ ପ୍ରାୟ 400ଟି ଆକ୍ରମଣ ହୋଇଛି ଭୋଟରମାନଙ୍କୁ ଭୋଟଦାନରୁ ବଞ୍ଚିତ କରିବା ଉଦ୍ଧେଶ୍ୟରେ। କେତେକ ଭୋଟରମାନଙ୍କ ନାମ ତାଲିକାରେ ନଥିବା ମଧ୍ୟ ଅଭିଯୋଗ ହୋଇଛି। ମୁଖ୍ୟତ ରାଷ୍ଟ୍ରପତି ପାଇଁ ଦୁଇ ଜଣ ତୀବ୍ର ପ୍ରତିଦ୍ୱନ୍ଦିତା କରୁଛନ୍ତି ଜଣେ ବର୍ତ୍ତମାନର ରାଷ୍ଟ୍ରପତି ଅଶରଫ ଘନି ଏବଂ ଅନ୍ୟଜଣେ ହେଉଛନ୍ତି ାଷ୍ଟ୍ରପତିଙ୍କ ସହ କ୍ଷମତା ଭଣ୍ଟନ କରୁଥିବା ମୁଖ୍ୟ କାର୍ଯ୍ୟନିର୍ବାହି ଡକ୍ଟର ଅବଦ୍ଦୁଲା ଅବଦ୍ଦୁଲା। 2014ରେ ବିବାଦୀୟ ନିର୍ବାଚନ ପରେ ଏହି ନିର୍ବାଚନ ହେଉଛି।

2001 ଠାରୁ ଆଫଗାନିସ୍ଥାନରେ ନିର୍ବାଚିତ ପାର୍ଲାମେଣ୍ଟ ସହିତ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ପାଶ୍ଚାତ୍ୟ ଗଣତନ୍ତ୍ର ଢାଞ୍ଚାରେ ହେଉଥିବା ଏହି ନିର୍ବାଚନକୁ ତାଲିବାନ ଆମେରିକାର ଖେଳଣା କହି ସରକାର ସହିତ କୌଣସି ଆଲୋଚନା କରିବାକୁ ମନା କରିଥିଲା। ଦୋହାରେ ଥିବା ତାଲିବାନର ଅଫିସ ମାଧ୍ୟମରେ ଆମେରିକା ସହିତ ତାଲିବାନର ଅନେକ ପର୍ଯ୍ୟାୟରେ ଆଲୋଚନା ହୋଇସାରିଛି। ଆଲୋଚନା ବ୍ୟତିତ ଅନ୍ୟ କେତେକ ବୈଠକରେ ମଧ୍ୟ ତାଲିବାନର ପ୍ରତିନିଧି ଯୋଗ ଦେଇଛନ୍ତି। ରୁଷ ଦ୍ୱାରା ଗତ ବର୍ଷ ହୋଇଥିବା ବହୁପକ୍ଷୀୟ ବୈଠକରେ ରାଷ୍ଟ୍ରପତି ଘନି ତାଙ୍କର ଚାରି ଜଣ ପ୍ରତିନିଧିଙ୍କୁ ଉଚ୍ଚ ଶାନ୍ତି ପରିଷଦକୁ ପଠାଇଥିଲେ। ଚଳିତ ବର୍ଷ ଏପ୍ରିଲରେ ରୁଷ ଆନ୍ତଃ ଆଫଗାନ ସମ୍ମିଳନୀ ମଧ୍ୟ କରିଥିଲା।

ତାଲିବାନ ଚିନ ଏବଂ ପାକିସ୍ତାନ ସହିତ ମଧ୍ୟ ବୈଠକ କରିଛି। ଏହି ମଞ୍ଚରେ ଆଫଗାନ ସରକାରଙ୍କ ସହିତ ତାଲିବାନ ଆଲୋଚନା କରିବାକୁ ଦ୍ୱିଧା କରିନାହିଁ। ଦୋହାରେ ଜୁଲାଇରେ କତ୍ତାର ଏବଂ ଜର୍ମାନ ଦ୍ୱାରା ହୋଇଥିବା ବୈଠକରେ ତାଲିବାନ ପ୍ରତିନିଧି ଆଫଗାନ ସରକାରଙ୍କ 50 ଜଣ ପ୍ରତିନିଧିଙ୍କ ସହିତ ଶାନ୍ତି ପାଇଁ ଆନ୍ତଃ ଆଫଗାନ ସମ୍ମିଳନୀରେ ଆଲୋଚନା କରିଥିଲା। ଏହି ବୈଠକ ତାଲିବାନ ଏବଂ ଆଫଗାନ ସରକାର ମଧ୍ୟରେ ଶାନ୍ତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଥିଲା। ପୂର୍ବରୁ କୌଣସି ଆଲୋଚନା ପାଇଁ ଆଫଗାନିସ୍ଥାନରୁ ବିଦେଶୀ ସୈନ୍ୟ ପ୍ରତ୍ୟାହାର ପାଇଁ ଜିଦ ଧରିଥିଲା କିନ୍ତୁ ଆନ୍ତର୍ଜାତୀୟ ଚାପ ଯୋଗୁଁ ଆଲୋଚନା ପାଇଁ ସମ୍ମତ ହୋଇଥିଲା। ବିଦ୍ରୋହି ତାଲିବାନ ଝିଅମାନଙ୍କ ଶିକ୍ଷା ଏବଂ ମହିଳାମାନଙ୍କ ଅଧିକାର ପାଇଁ ଉତ୍ତରଦାୟୀ ହେବାକୁ ଚେଷ୍ଟା କରୁଛି। ଆଫଗାନିସ୍ଥାନରେ ନାଟୋ ମୁଖ୍ୟାଳୟରେ କାର ବୋମା ଆକ୍ରମଣ ପରେ ଆମେରିକା ତାଲିବାନ ସହିତ ଆଲୋଚନାରୁ ନିଜକୁ ଦୂରେଇ ନେବା ପରେ ଶାନ୍ତି ଆଲୋଚନା ଉପରେ ପ୍ରଶ୍ନବାଚି ଉଠିଛି। ଏଣୁ ଆଲୋଚନା ପୁଣି ଆରମ୍ଭ କରିବାକୁ ଆଫଗାନିସ୍ଥାନର ରାଷ୍ଟ୍ରପତି ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ ଥିଲା।

ନିର୍ବାଚନରେ ହୋଇଥିବା କମ ଭୋଟଦାନ ସରକାର ଗଠନ ଦିଗରେ ପ୍ରଶ୍ନବାଚି ସୃଷ୍ଟି କରିଛି। ଏଠି ପ୍ରଶ୍ନ ଉଠୁଛି ଯେ ଅକ୍ଟୋବର ତୃତୀୟ ସପ୍ତାହରେ ହେବାକୁ ଥିବା ନିର୍ବାଚନ ଫଳାଫଳ ଘୋଷଣାକୁ ସବୁ ଦଳ ମାନିବେ କି ନାହିଁ। ଶାନ୍ତି ପାଇଁ ଆଫଗାନିସ୍ଥାନରେ ନିର୍ବାଚନ ଫଳାଫଳ ଏକ ନୂଆ ଯାତ୍ରାରେ ଅଘ୍ରସର ହେବା ଉଚିତ। ଏହା ବ୍ୟତିତ ଗଣତନ୍ତ୍ରକୁ ବଜାୟ ରଖିବାର ଅନ୍ୟ କୌଣସି ପନ୍ଥା ନାହିଁ।

ଆଲେଖ: ଡକ୍ଟର ସ୍ମୃତି ପଟ୍ଟନାୟକ

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...