Skip to main content

ଅହିଂସା : ବିଶ୍ଵ ଶାନ୍ତି ପାଇଁ ଗାନ୍ଧୀଜୀଙ୍କ ଅମୋଘ ଅସ୍ତ୍ର

ମୋହନଦାସ କରମଚାନ୍ଦ ଗାନ୍ଧୀ ଅହିଂସା ଓ ଶାନ୍ତି ପ୍ରତିଷ୍ଠାର କର୍ଣ୍ଣଧାର ଭାବେ ବିଶ୍ୱବ୍ୟାପି ସର୍ବବିଦିତ | ସେ ଭାରତରେ ଜାତିର ଜନକ ବା ରାଷ୍ଟ୍ରପିତା ଭାବେ ଲୋକପ୍ରିୟ ହୋଇଥିବା ବେଳେ ସମଗ୍ର ବିଶ୍ଵରେ ସେ ମହାତ୍ମା ବା(ମହାନ ଆତ୍ମା) ଭାବେ ବେଶ ପରିଚିତ ଅଟନ୍ତି | ଜାତିସଂଘ ବିଶ୍ଵବ୍ୟାପୀ ଶାନ୍ତି ଓ ଅହିଂସାର ବାର୍ତ୍ତା ପ୍ରଚାର କରିବା ଲାଗି ଅକ୍ଟୋବର 2 ତାରିଖ ମହାତ୍ମା ଗାନ୍ଧୀଙ୍କ 150 ତମ ଜୟନ୍ତୀ ଅବସରରେ “ଆନ୍ତର୍ଜାତୀୟ ଅହିଂସା ଦିବସ” ପାଳନ କରୁଛି | ସେ ସତ୍ୟ ଓ ଅହିଂସାର ମାର୍ଗ ଅନୁସରଣ କରି ଭାରତର ସ୍ଵାଧୀନତା ସଂଗ୍ରାମର ନେତୃତ୍ଵ ନେଇଥିଲେ | ଗାନ୍ଧୀଜୀ କହିଛନ୍ତି ଯେ ଅହିଂସା ହେଉଛି ମାନବ ଜାତିର ସବୁଠୁ ବଡ ଶକ୍ତି ଓ ବିଶ୍ଵ ଶାନ୍ତି ପାଇଁ ଏକ ଅମୋଘ ଅସ୍ତ୍ର | ଏହା ମନୁଷ୍ୟର ଚତୁରତା ଦ୍ଵାରା ପ୍ରସ୍ତୁତ କରାଯାଇଥିବା ବିଧ୍ଵଂସର ସବୁଠୁ ଶକ୍ତିଶାଳୀ ଅସ୍ତ୍ର ଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ ଅଟେ |

ବିଶ୍ଵ ସ୍ତରରେ ବହୁ ନେତା, ରାଷ୍ଟ୍ର ତଥା ସମ୍ପ୍ରଦାୟ ମହାତ୍ମା ଗାନ୍ଧୀଙ୍କ ଦ୍ଵାରା ଅନୁପ୍ରାଣିତ ହୋଇଛନ୍ତି | ସମଗ୍ର ବିଶ୍ଵରେ ଲୋକମାନଙ୍କୁ ଅତ୍ୟାଚାର ବିରୁଦ୍ଧରେ ସ୍ବରଉତ୍ତୋଳନ କରିବାର ଗାନ୍ଧୀବାଦୀ ଆଦର୍ଶନୀତିକୁ ସଫଳତାର ସହ ନିୟୋଜିତ କରାଯାଇଛି | ସଂଯୁକ୍ତ ରାଷ୍ଟ୍ର ଆମେରିକାର ମାର୍ଟିନ ଲୁଥର କିଙ୍ଗ, ଭିଏତନାମ ର କ୍ରାନ୍ତିକାରୀ ନେତା ହୋ ଚି ମିନ ଓ ମିଆଁମାର ର ନେତ୍ରୀ ଅଙ୍ଗ ସାନ ସୁ କୀ ଭଳି ପ୍ରମୁଖ ବ୍ୟକ୍ତି ମାନେ ହେଉଛନ୍ତି ଗାନ୍ଧୀଜୀଙ୍କ ପ୍ରାସଙ୍ଗିକତାର ବଳିଷ୍ଠ ପ୍ରମାଣ |

ପୋଲାଣ୍ଡରେ ‘ଗାନ୍ଧୀବାଦୀ’ ନେତା ଲେକ ୱାଲେସାଙ୍କ ନେତୃତ୍ବରେ ସାମ୍ୟବାଦ ବିରୁଦ୍ଧରେ ସଂଗ୍ରାମ ଅହିଂସା ର ସିଦ୍ଧାନ୍ତ ଉପରେ ଆଧାରିତ ଥିଲା | କାର୍ଡିନାଲ ଜୟମ ସିନଙ୍କ ନେତୃତ୍ଵାଧୀନରେ ଫିଲିପିନୋ ପିପଲ୍ସ ପାୱାର ଆନ୍ଦୋଳନ, ରାଷ୍ଟ୍ରପତି କାମାର୍କୋସଙ୍କ ଏକଛତ୍ରବାଦ ଶାସନକୁ ଧରାଶାୟୀ କରିବାରେ ମହତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲା | ଅହିଂସା ମୂଳକ ସଂଘର୍ଷ ଯୋଗୁଁ ଚେକୋସ୍ଲୋଭାକିଆ ରେ ସୋଭିଏତ ଶାସନର ପତନ ଘଟିଥିଲା |

1990 ମସିହା ପହିଲାରେ ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷମ୍ୟ ବିରୁଦ୍ଧରେ ଅହିଂସକ ପ୍ରତିବାଦ ଓ ଗଣ ପ୍ରତିରୋଧ ଯୋଗୁଁ ନେଲସନ ମାଣ୍ଡେଲାଙ୍କୁ ଖଲାସ କରାଯାଇଥିଲା ଓ ପରେ ସେ ଦେଶର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ | ଗାନ୍ଧୀଜୀଙ୍କ ଅହିଂସା ବାଣୀ ଉପରେ ପ୍ରଗାଢ ବିଶ୍ବାସ ରଖୁଥିବା ମଣ୍ଡେଲାଙ୍କ ନେତୃତ୍ଵ ଦକ୍ଷିଣଆଫ୍ରିକାରୁ ସଫଳତାର ସହ ବର୍ଣ୍ଣବୈଷମ୍ୟର ପରିସମାପ୍ତି ଘଟାଇଥିଲା | ମେକ୍ସିକୋ-ଆମେରିକୀୟ ଶ୍ରମ ଆନ୍ଦୋଳନ ଓ ନାଗରିକ ଅଧିକାର ନେତା ସିଜର ସାବେଜଙ୍ ମଧ୍ୟ ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ | 2011 ର “ଆରବ ସ୍ପ୍ରିଙ୍ଗ” ଆନ୍ଦୋଳନ ସମୟରେ , ଉପସାଗରୀୟ ଅଞ୍ଚଳ, ପଶ୍ଚିମ ଏସିଆ ଓ ମଧ୍ୟପୂର୍ବ ଇତ୍ୟାଦି ରାଷ୍ଟ୍ର ଗୁଡିକରେ ଜାରି ରହିଥିବା ନିରଙ୍କୁଶ ଓ ଦମନମୂଳକ ଶାସନ ର ପରିସମାପ୍ତି ଘଟାଇବା ଲାଗି ପ୍ରଦର୍ଶନକାରୀ ମାନେ ଶାନ୍ତିପୂର୍ଣ୍ଣ ଭାବେ ଏକତ୍ରିତ ହୋଇଥିଲେ | ପ୍ରତିବାଦକାରୀ ମାନେ ପ୍ରମାଣ କରି ଦେଖେଇଥିଲେ ଯେ ଯେକୌଣସି ପ୍ରକାରର ସଂଘର୍ଷ ପୂର୍ଣ୍ଣ ପରିସ୍ଥିତିକୁ ସୁଚାରୁରୂପେ ନିୟନ୍ତ୍ରଣ କରିବାରେ ଶାନ୍ତି ଓ ଅହିଂସାର ମାର୍ଗ ଅଧିକ ଶକ୍ତିଶାଳୀ ଓ ପ୍ରଭାବୀ ହୋଇପାରେ |

ଦଳାଇ ଲାମା କହିଛନ୍ତି ଯେ “ ଅଧୁନା ବିଶ୍ଵ ଶାନ୍ତି ଓ ବିଶ୍ଵ ଯୁଦ୍ଧ ମଧ୍ୟରେ, ମନର ଶକ୍ତି ଓ ଭୌତିକବାଦ ର ଶକ୍ତି ମଧ୍ୟରେ, ଗଣତନ୍ତ୍ର ଓ ସାମୁଦାୟିକବାଦ ମଧ୍ୟରେ ଏକ ବଡ ସଂଘର୍ଷ ଜାରି ରହିଛି |” ବର୍ତ୍ତମାନ ସମୟରେ ଏପରି ବଡ ବଡ ସଂଗ୍ରାମ ବିରୁଦ୍ଧରେ ଲଢିବା ପାଇଁ ଗାନ୍ଧୀଜୀଙ୍କ ଆଦର୍ଶ ଓ ନୀତିର ନିହାତି ଆବଶ୍ୟକତା ରହିଛି |

ତେଣେ ମାର୍ଟିନ ଲୁଥର କିଙ୍ଗ ଜୁନିଅର କହିଛନ୍ତି : “ଯଦି ମାନବତାର ପ୍ରଗତି କରିବାର ଅଛି ତେବେ ଗାନ୍ଧୀଙ୍କ ନୀତିବାଣୀ ଅପରିହାର୍ଜ୍ୟ ଅଟେ | ଶାନ୍ତି ଓ ସଦଭାବନାପୂର୍ଣ୍ଣ ଏକ ବିଶ୍ଵର ବିକଶିତ କରିବା ନେଇ ତାଙ୍କ ଦୂରଦ୍ରୁଷ୍ଟି, ଚିନ୍ତା ଓ କାର୍ଯ୍ୟ ଅତୁଳନୀୟ ଥିଲା ଏବଂ ସେଥିରୁ ସେ ପ୍ରେରିତ ମଧ୍ୟ ହେଉଥିଲେ |”

ମହାତ୍ମା ଗାନ୍ଧୀଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିନଥିଲା ଯଦିଓ ଏହି ପୁରସ୍କାର ପାଇଁ ତାଙ୍କ ନାମ ବହୁ ବାର ମନୋନୀତ ହୋଇଥିଲା | କିନ୍ତୁ ମାର୍ଟିନ ଲୁଥର କିଙ୍ଗ ଜୁନିଅର, ନେଲସନ ମଣ୍ଡେଲା, ଦଲାଇ ଲାମା, ଅଙ୍ଗ ସାନ ସୁ କୀ, ବାରାକ ଓବାମା, ଦେଶମଣ୍ଡ ଟୁଟୁ ଓ ଆର୍ଜେଣ୍ଟିନା ର ଆଡ଼ୋଲ୍ଫୋ ପେରେଜ ଏସ୍କ୍ବିଭେଲ ଆଦି ତାଙ୍କ ଅନୁଗାମୀ ମାନଙ୍କୁ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଥିଲା | ତେବେ ମହାତ୍ମା ଗାନ୍ଧୀ ନୋବେଲ ଶାନ୍ତି ପୁରସ୍କାରରୁ କେତେ ଉର୍ଦ୍ଧ୍ବରେ ତାହା ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି |

ମହାତ୍ମାଗାନ୍ଧିଙ୍କ କହିବାନୁଯାୟୀ ଅହିଂସା ସବୁ ଦୃଷ୍ଟିରେ ସକ୍ରିୟ ପ୍ରେମର ନିରୂପଣ କରିଥାଏ | ଗାନ୍ଧୀଜୀ ଅହିଂସାକୁ ମାନବ ଓ ମାତୃ ପ୍ରକୃତି ମଧ୍ୟରେ ସମ୍ପର୍କକୁ ଦୃଢୀଭୂତ କରୁଥିବା ଜୀବନର ଏକ ବ୍ୟାପକ ପରିବର୍ତ୍ତନ ଭାବେ ରୂପାନ୍ତରିତ କରିଛନ୍ତି |ବର୍ତ୍ତମାନ ସମୟରେ ବିଶ୍ଵ ଶାନ୍ତି ପାଇଁ ମାନବ ଜାତିର ନିଶ୍ଚିହ୍ନ କରିବାରେ ସକ୍ଷମ ପରମାଣୁ ଅସ୍ତ୍ର ର ବିପଦ ରହିଥିବା ବେଳେ ମହାତ୍ମା ଗାନ୍ଧୀଙ୍କ ଶିକ୍ଷା ଓ ପ୍ରେମର ବାଣୀ ତଥା ଅନ୍ୟର ଅଧିକାରକୁ ସମ୍ମାନ ଦେବା ନେଇ ତାଙ୍କ ସନ୍ଦେଶର ଯଥେଷ୍ଟ ପ୍ରାସଙ୍ଗିକତା ରହିଛି|

ଆଲବର୍ଟ ଆଇନଷ୍ଟାଇନ ଓ ଗାନ୍ଧୀ ପରସ୍ପରର ବଡ ପ୍ରଶଂସକ ଥିଲେ ଓ ରୀତିମତ ପତ୍ର ଆଦାନ ପ୍ରଦାନ କରୁଥିଲେ | ଆଇନଷ୍ଟାଇନ, ଗାନ୍ଧୀଜୀଙ୍କୁ ଭବିଷ୍ୟତ ପିଢୀ ପାଇଁ ରୋଲ ମଡେଲ ବା ଏକ ଆଦର୍ଶ ବୋଲି କହୁଥିଲେ | ଆଜି ସମଗ୍ର ଦୁନିଆ ମହାତ୍ମା ଗାନ୍ଧୀଙ୍କ 150 ତମ ଜୟନ୍ତୀ ପାଳନ କରୁଥିବା ଅବସରରେ ଆଇନଷ୍ଟାଇନ ଙ୍କ ସେହି ବକ୍ତବ୍ୟ ମନେ ପଡେ ଯେଉଁଥିରେ ସେ କହିଥିଲେ ଯେ ମହାତ୍ମା ଗାନ୍ଧୀ ତାଙ୍କ ବିରଳ ବ୍ୟକ୍ତିତ୍ବ ପାଇଁ ଦୁନିଆରେ ପ୍ରଶଂସାର ଅଧିକାରୀ ହୋଇଥିଲେ | ନୈତିକତାର ଅଧପତନ ସମୟରେ ସେ ଏକମାତ୍ର ରାଷ୍ଟ୍ରନୀତିଜ୍ଞ ଥିଲେ ଯିଏକି ଲୋକ ମାନଙ୍କ ପାଇଁ ନିଜ ଜୀବନ ଉତ୍ସର୍ଗୀକୃତ କରିଥିଲେ| ଆମେ ଜାଣିବା ଉଚିତ ଯେ ମାନବତାର ଏକ ସ୍ଥାୟୀ ଭବିଷ୍ୟତ ସେତେବେଳେ ଦୃଢୀଭୂତ ହୁଏ ଯେତେବେଳେ ନିର୍ଣ୍ଣୟ ଗୁଡିକ ଆତ୍ମ-ଧାର୍ମିକ ଶକ୍ତି ଉପରେ ପର୍ଯ୍ୟବେଶିତ ନହୋଇ ବରଂ ଆଇନ ଓ ନ୍ୟାୟ ଉପରେ ଆଧାରିତ ହୋଇଥାଏ |

ମୂଳ ଲେଖା : ଡୋମିନିକ ଥୋମାସ, ଭାଷ୍ୟକାର

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...