Skip to main content

ଏକ ସ୍ଵଛ ପରିବେଶ ଲାଗି ଭାରତର ପ୍ରତିଶୃତିବଦ୍ଧତା

ଜାତିର ପିତା ମହାତ୍ମା ଗାନ୍ଧୀଙ୍କର 150 ତମ ଜୟନ୍ତୀ ଅବସରରେ ଦେଶବାସୀ ତାଙ୍କୁ ଭକ୍ତିଭୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି | ଅକ୍ଟୋବର 2 ତାରିଖ ଗାନ୍ଧୀଜୀଙ୍କ ଜନ୍ମବାର୍ଷିକୀ ପାଳନ ଅବସରରେ ସ୍ୱାସ୍ଥ୍ୟ ଓ ପରିବେଶକୁ ନିର୍ମଳ ରଖିବା ପାଇଁ ଥରେ ବ୍ୟବହାର୍ଜ୍ୟ ପ୍ଲାଷ୍ଟିକର ପରିହାର ନିମନ୍ତେ ସଙ୍କଳ୍ପବଦ୍ଧତା ସହ ଅନେକ ସ୍ବଚ୍ଛତା ଅଭିଯାନର ଶୁଭାରମ୍ଭ ହୋଇଛି | ତେବେ ପ୍ଲାଷ୍ଟିକ ବ୍ୟବହାର ଉପରେ ସରକାରଙ୍କ ଦ୍ଵାରା କୌଣସି ନିଷେଧାଦେଶ ଲାଗୁ କରାଯାଇନାହିଁ | ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, 2022 ସୁଦ୍ଧା ଦେଶରୁ ଏକକ ବ୍ୟବହୃତ ପ୍ଲାଷ୍ଟିକର ସଂପୂର୍ଣ୍ଣ ରୂପେ ବର୍ଜନ କରିବା ନେଇ ତାଙ୍କ ସରକାରଙ୍କ ପ୍ରତିଶୃତିବଦ୍ଧତା ବିଷୟ ଦୋହୋରାଇଥିଲେ|

ଆକଳନରୁ ଜଣାପଡିଛି ଯେ ଭାରତରେ ପ୍ରତିବର୍ଷ 62 ନିୟୁତ ଅଳିଆ ଆବର୍ଜନା ସୃଷ୍ଟି ହୋଇଥାଏ |ଏଥିରେ ଅଧିକତର ପ୍ଲାଷ୍ଟିକରୁ ହିଁ ଉତ୍ପର୍ଣ୍ଣ ହୋଇଥାଏ | ସ୍ବଚ୍ଛ ଭାରତ ମିଶନ ଅନୁଯାୟୀ ଅଭିଯାନ ଜାରିରହିଥିବା ଯୋଗୁଁ ଓ ବର୍ଜ୍ୟବସ୍ତୁ ପରିଚାଳନା ଲାଗି ସଂଗଠିତ ବ୍ୟବସ୍ଥା ଉପରେ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଥିବାରୁ ଦେଶରେ ଫିଙ୍ଗା ଯାଉଥିବା ପ୍ଲାଷ୍ଟିକ ସାମଗ୍ରୀ ସମେତ ଅଳିଆ ଆବର୍ଜନା ପରିମାଣ ହ୍ରାସ ପାଇଛି | ତେବେ ମଧ୍ୟ ପ୍ଲାଷ୍ଟିକ ବ୍ୟବହାର ବିରୁଦ୍ଧରେ ଅଭିଯାନ ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି | ଥରେ ବ୍ୟବହୃତ ପ୍ଲାଷ୍ଟିକ ବ୍ୟାଗ, ବୋତଲ ଓ କପ ଆଦି ପ୍ଲାଷ୍ଟିକ ସାମଗ୍ରୀରେ ଥିବା ବିଷାକ୍ତ ପଦାର୍ଥ ମାନବ ଶରୀରରେ ପ୍ରବେଶ କରିଥାଏ ଓ କର୍କଟ ରୋଗ ସମେତ ବିଭିନ୍ନ ଗମ୍ଭୀର ରୋଗର କାରଣ ପାଲଟିଥାଏ |

ପ୍ଲାଷ୍ଟିକ ଜନିତ ପ୍ରଦୂଷଣ ଯୋଗୁଁ ପରିବେଶ ମଧ୍ୟ କଳୁଷିତ ହୋଇଥାଏ | ଏକକ-ବ୍ୟବହାର୍ଜ୍ୟ ପ୍ଲାଷ୍ଟିକ ଜଳବାୟୁ ପରିବର୍ତ୍ତନ ଉପରେ ଘୋର ପ୍ରଭାବ ପକାଉଛି | ଏହା ପରିଚାଳନାରୁ ବିଶୋଧନ କରିବା ତଥା ବର୍ଜ୍ୟବସ୍ତୁ ପରିଚାଳନା କରିବା ପର୍ଯ୍ୟନ୍ତ ଏହାର ଜୀନନଚକ୍ରର ପ୍ରତି ପର୍ଯ୍ୟାୟରେ ସବୁଜ ଗ୍ୟାସ ନିଃସରଣରେ ପ୍ରଭାବ ପକାଇଥାଏ | 2050 ସୁଦ୍ଧା ପୃଥିବୀ ଉପରେ ମୋଟ ଅଙ୍ଗାରକ ମାତ୍ରାର 13 ପ୍ରତିଶତ ପ୍ଲାଷ୍ଟିକ ଯୋଗୁଁ ହେବ ବୋଲି ଏକ ରିପୋର୍ଟରୁ ଜଣାପଡିଛି | ବାସ୍ତବରେ ପ୍ଲାଷ୍ଟିକ ଜୀବନ ଶୈଳୀ ଯୋଗୁଁ ସବୁଜ ଗ୍ଯାସ ନିଃସରଣ ଆନ୍ତର୍ଜାତୀୟ ସମୁଦାୟର କାର୍ଯ୍ୟକୁଶଳତା ପ୍ରଭାବିତ ହେଉଛି ଓ ବୈଶ୍ଵିକ ତାପମାତ୍ରା ବୃଦ୍ଧି 1.5 ଡିଗ୍ରୀ ସେଲସିଆସ ରୁ କମ ରହିବାର ବିପଦ ରହିଛି |

ବ୍ୟାଗ, ବୋତଲ, ପାଉଚ ଭଳି ଫିଙ୍ଗା ଯାଉଥିବା ପ୍ଲାଷ୍ଟିକ ସାମଗ୍ରୀ ଯୋଗୁଁ ନଦୀ ଓ ସମୁଦ୍ର ଭଳି ଜଳସମୂହର ଜଳ ଅବରୋଧ ହେଉଥିବା କାରଣରୁ ନଦୀ ବା ସମୁଦ୍ରର ଇକୋସିଷ୍ଟମରେ ଅସନ୍ତୁଳନତା ସୃଷ୍ଟି ହେଉଛି | ଏହାର ନିରାକରଣ ଲାଗି ଏକମାତ୍ର ସମାଧାନ ର ପନ୍ଥା ହେଉଛି ପ୍ଲାଷ୍ଟିକ ବ୍ୟବହାର ବିରୁଦ୍ଧରେ ପ୍ରତିଷେଧମୁଳକ ପଦକ୍ଷେପ ଗ୍ରହଣ କରିବା | ତେଣୁ ମହାତ୍ମା ଗାନ୍ଧୀଙ୍କ 150 ତମ ଜୟନ୍ତୀ ପାଳନ ଅବସରରେ ଭାରତରେ ଏହା ଉପରେ ଅଧିକ ଜୋର ଦିଆଯାଇଛି |

ଭାରତ ଆସନ୍ତା 3 ବର୍ଷ ମଧ୍ୟରେ ଦେଶରୁ କେବଳ ଥରେ ବ୍ୟବହାର୍ଜ୍ୟ ପ୍ଲାଷ୍ଟିକ ବର୍ଜନ କରିବା ଲାଗି ପ୍ରତିଶୃତିବଦ୍ଧ ନୁହେଁ ବରଂ ଗାନ୍ଧୀଜୀଙ୍କ ସ୍ବଚ୍ଛତାର ସ୍ଵପ୍ନ ସାକାର କରିବା ନିମନ୍ତେ ମଧ୍ୟ ଅଙ୍ଗୀକାରବଦ୍ଧ ଅଟେ | ଦେଶର 99 ପ୍ରତିଶତ ଗାଁ ଖୋଲାରେ ଶୌଚମୁକ୍ତ ହୋଇଥିବା ବିଷୟ ଘୋଷଣା କରିଛନ୍ତି | ଗତ 60 ମାସ ମଧ୍ୟରେ ଦେଶବ୍ୟାପୀ 11 କୋଟି ଶୌଚଳୟ ନିର୍ମାଣ କରାଯାଇଛି | ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସବୁ ଶ୍ରେୟ ଯାଉଛି | କାରଣ 2014ରେ ଏହାର ଉଦଘାଟନ ପରେ ପରେ ପ୍ରଧାନମନ୍ତ୍ରୀ ତାଙ୍କ ସରକାରଙ୍କ ପ୍ରମୁଖ ମିଶନ ମଧ୍ୟରେ ସ୍ବଚ୍ଛତା ଅଭିଯାନ ମଧ୍ୟ ସାମିଲ ଥିଲା | ଏତେ ସଂଖ୍ୟାରେ ଶୌଚଳୟ ନିର୍ମାଣରୁ ଭାରତର ସ୍ବଚ୍ଛତା ପ୍ରତି ସଙ୍କଳବଦ୍ଧତା ସ୍ପଷ୍ଟ ପ୍ରତୀୟମାନ ହେଉଛି |

ଏକ ରିପୋର୍ଟରୁ ଜଣାପଡିଛି ଯେ ଭାରତରେ ପ୍ରତି ବର୍ଷ ଏକ ଲକ୍ଷରୁ ଅଧିକ ପିଲା ଖରାପ ପରିମଳ ଓ ଅସ୍ବଚ୍ଛତା ଜନିତ କାରଣରୁ ମୃତ୍ୟୁ ବରଣ କରୁଛନ୍ତି | ବିଶ୍ଵର ସବୁଠୁ ପୁରୁଣା ଚିକିତ୍ସା ପତ୍ରିକା ଲେନସେଟରେ ଭାରତରେ ଖରାବ ବ୍ୟକ୍ତିଗତ ସ୍ବଚ୍ଛତା ଓ ମାନବ ବା ପଶୁ ମଳ ସହ ଦୂଷିତ ଜଳ ଯୋଗୁଁ ଜୀବାଣୁ ସଂକ୍ରମଣ ହେଉଥିବାରୁ କୁପୋଷଣ ଓ ତରଳ ଝାଡା ବା ଡାଇରିଆ ରୋଗରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି ବୋଲି ଉଲ୍ଲେଖ କରାଯାଇଛି |

ପରିମଳର ଅଭାବ ଯୋଗୁଁ ମଶାର ପ୍ରଜନନ ବୃଦ୍ଧି ପାଇଥାଏ ଓ ମ୍ୟାଲେରିଆ ଏବଂ ଡେଙ୍ଗୁ ଭଳି ମଶା କାମୁଡିବା ସଙ୍କ୍ରାନ୍ତୀୟ ଜ୍ଵର ହୋଇଥାଏ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ବ୍ୟାଧି ମୁକ୍ତ କରିବା ସହ ମୃତ୍ୟୁ ମୁଖରୁ ଲୋକମାନଙ୍କୁ ରକ୍ଷା କରିବା ପାଇଁ ସ୍ବଚ୍ଛତା ପ୍ରତି ବ୍ୟବହାର ପରିବର୍ତ୍ତନ ଉପରେ ବାରମ୍ବାର ଜୋର ଦେଇଆସୁଛନ୍ତି | ସ୍ୱାସ୍ଥ୍ୟ ଓ ସ୍ବଚ୍ଛତା ଦିଗରେ ଭାରତର ପଦକ୍ଷେପ ‘ସ୍ବଚ୍ଛ ଭାରତ ମିଶନ’ ଅଭିଯାନରେ ଅଗ୍ରଣୀ ନେତୃତ୍ଵ ନେଇଥିବା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ସମ୍ପ୍ରତ୍ତି ବିଲ ଓ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ତରଫରୁ ‘ଗ୍ଲୋବାଲ ଗୋଲକିପର ‘ ପୁରସ୍କାରରେ ସମ୍ମାନିତ କରାଯାଇଛି |

ଏହି ଅଭିଯାନ ଅଗଣିତ ଭାରତୀୟଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ଓ ଗରିମା ସହିତ ଅର୍ଥବ୍ୟବସ୍ଥା ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଛି| ୟୁନିସେଫ ର ରିପୋର୍ଟ ଅନୁଯାୟୀ ଭାରତର କଲ୍ୟାଣକାରୀ ଯୋଜନା 75 ଲକ୍ଷ ନିଯୁକ୍ତି ସୃଷ୍ଟି କରିଥିବା ବେଳେ ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ଏହାର 20 ଲକ୍ଷ କୋଟି ଟଙ୍କାର ଅବଦାନ ରହିଛି | ବାସ୍ତବରେ କହିବାକୁ ଗଲେ ସ୍ବଚ୍ଛତା ବିକାଶ ଓ ଅଭିବୃଦ୍ଧି ସହ ସଶକ୍ତିକରଣରେ ମଧ୍ୟ ଏହାର ମହତ୍ବପୂର୍ଣ୍ଣ ଭୂମିକା ରହିଛି | ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଢି ତୋଳିବା ପାଇଁ ସ୍ବଚ୍ଛ ବାତାବରଣ ସୃଷ୍ଟି କରିବା ମହାତ୍ମା ଗାନ୍ଧୀଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ |

ଶଙ୍କର କୁମାର, ବରିଷ୍ଠ ସାମ୍ବାଦିକ

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...