ଭାରତ ଏବଂ ସାଉଦି ଆରବ ପାରମ୍ପରିକ ସଂପର୍କରେ ଆବଦ୍ଧ। ଉଭୟ କୌଶଳଗତ ଭାଗିଦାରୀ ଏବଂ ବିଭିନ୍ନ କ୍ଷେତ୍ରରେ ମିଳିତ ହୋଇ କାର୍ଯ୍ୟ କରୁଛନ୍ତି। ଏହି ପୃଷ୍ଠଭୂମିରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସାଉଦ ଆରବକୁ ଦୁଇ ଦିନିଆ ଗସ୍ତ କରିଛନ୍ତି। ଶ୍ରୀ ଡୋଭାଲ ଯୁବରାଜ ମହମ୍ମଦ ବିନ ସଲମାନଙ୍କୁ ସାକ୍ଷାତ କରିଛନ୍ତି ଏବଂ ତାଙ୍କ ସାଉଦି ପ୍ରତିପକ୍ଷ ମୁସାଇଦ ବିନ ଏଇବନଙ୍କ ସହିତ ଆଲୋଚନା କରିଛନ୍ତି। ବୈଠକ କାଳରେ ବିଭିନ୍ନ ଆଞ୍ଚଳିକ, ଆନ୍ତର୍ଜାତୀକ ଏବଂ ଦ୍ୱିପକ୍ଷୀୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ବୈଠକ କାଳରେ ଭାରତ ଏବଂ ସାଉଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଯୁବରାଜ ମହମ୍ମଦ ବିନ ସଲମାନଙ୍କ ସହ ଅଧ୍ୟକ୍ଷତାରେ କୌଶଳଗତ ଭାଗିଦାରୀ ପରିଷଦର ସ୍ଥାପନା ଏବଂ ଢାଞ୍ଚା ଉପରେ ଆଲୋଚନା ହୋଇଛି।
ପ୍ରକାଶ ଥାଉକି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଜାତିସଂଘ ସାଧାରଣ ପରିଷଦର 74ତନ ଅଧିବେଶନରେ ଭାଗନେବାକୁ ଯାଇଥିବାବେଳେ ରିୟାଦ ଦେଇ ଯାଇଥିଲେ । ଜମ୍ମୁ କଶ୍ମୀରରୁ ଧାରା 370 ଉଚ୍ଛେଦକୁ ନେଇ ପାକିସ୍ତାନ ଭାରତ ବିରୁଦ୍ଧରେ ଯେପରି ଅଭିଯାନ ଚଳାଇଚି ସେ ଦୃଷ୍ଟିରୁ ସାଉଦି ଆରବକୁ ଇମରାନଙ୍କ ଗସ୍ତର ଗୁରୁତ୍ୱ ରହିଛି। ଭାରତର ନିଷ୍ପତ୍ତି ଉପରେ ପାକିସ୍ତାନର ଆଭିମୁଖ୍ୟକୁ ସମର୍ଥନ କରିବା ହେଉଛି ଇମରାନଙ୍କ ସାଉଦି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ।
ସୀମାପାର ସନ୍ତ୍ରାସବାଦ ଦ୍ୱାରା ଭାରତ କିପରି ସମସ୍ୟାର ସମ୍ମୁଖୀନ ହେଉଛି ସେ ସଂପର୍କରେ ସାଉଦିକୁ ଅବଗତ କରିବା ଶ୍ରୀ ଡୋଭାଲଙ୍କ ଗସ୍ତର ଲକ୍ଷ୍ୟ ବୋଲି କୁହାଯାଇପାରେ। ସାଉଦି ଆରବ ମଧ୍ୟ ସନ୍ତ୍ରାସବାଦର ସମ୍ମୁଖୀନ ହେଉଛି। ଗତମାସ ଆବକାଇକ ଏବଂ ଖୁରାଇସ ସ୍ଥିତ ଆରାମକୋର ଦୁଇଟି ତେଲ ଖଣି ଉପରେ ୟମେନର ସନ୍ତ୍ରାସବାଦି ସଂଗଠନ ହାଉଥି ଦ୍ବାରା ଡ୍ରୋନ ଆକ୍ରମଣ ହୋଇଥିଲା। ଇରାକ ଏବଂ ସିରିଆରେ ଥିବା ଇସଲାମିକ ଷ୍ଟେଟ ମଧ୍ୟ ସାଉଦି ଆରବ ଉପରେ ଆକ୍ରମଣ ପାଇଁ ଅଧିକ ନଜର ରଖୁଛି।
ଭାରତ ଏବଂ ସାଉଦି ଆରବ ଦକ୍ଷିଣ ଏବଂ ପଶ୍ଚିମ ଏସିଆରେ ସନ୍ତ୍ରାସବାଦ ସହ ଲଢେଇରେ ଆଗୁଆ ରହିଛନ୍ତି। ରିୟାଦ ମୌଳବାଦ ଏବଂ ସନ୍ତ୍ରାସବାଦ ବିରୁଦ୍ଧରେ ମୁସଲମାନ ଦୁନିଆକୁ ପ୍ରଭାବିତ କରିବାରେ ନେତୃତ୍ୱ ନେଉଛି। ଭାରତ ମଧ୍ୟ ସାଉଦି ଆରବର ଏହି ପଦକ୍ଷେପରେ ସହଯୋଗ କରୁଛି ଏବଂ ସମର୍ଥନ କରୁଛି ଫଳରେ ଦୁଇ ଦେଶ ଏ କ୍ଷେତ୍ରରେ ଅଧିକ ନିକଟତର ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ଦୁଇ ଦେଶ ମଧ୍ୟରେ ସୁରକ୍ଷା ସହଯୋଗ ବୃଦ୍ଧି ପାଇଛି।
2019 ଫେବୃୟାରୀରେ ଯୁବରାଜ ବିନ ସଲମାନ ଭାରତ ଗସ୍ତରେ ଆସିଥିବାବେଳେ ସନ୍ତ୍ରାସବାଦ ଆଡ୍ଡା ଏବଂ ସନ୍ତ୍ରାସବାଦ ପାଇଁ ପାଣ୍ଠି ଯୋଗାଣକୁ ଦୃଢ ଭାଷାରେ ତାଙ୍କ ମିଳିତ ବିବୃତ୍ତିରେ କହିଥିଲେ। ଭାରତରେ ହୋଇଥିବା ପୁଲୱାମା ଆକ୍ରମଣ ଏବଂ ପୂର୍ବର ପଠାନକୋଟ ଓ ଉରି ଆକ୍ରମଣକୁ ସାଉଦି ଦୃଢ ନିନ୍ଦା କରିଥିଲା।
ପୁଲୱାମା ଆକ୍ରମଣ ପରେ ଏହାର ଜବାବରେ ଭାରତ ପକ୍ଷରୁ ବାଲାକୋଟ ଆକ୍ରମଣ ପରେ ଦକ୍ଷିଣ ଏସିଆରେ ଦେଖାଦେଇଥିବା ଉତ୍ତେଜନାକୁ ପ୍ରଶମନ କରିବା ପାଇଁ ସାଉଦି କୂଟନୈତିକ ସ୍ତରରେ ଆଲୋଚନା କରିଥିଲା। କଶ୍ମୀର ଉପରେ ଭାରତର ନିଷ୍ପତ୍ତିକୁ ସାଉଦି ଅଗ୍ରାହ୍ୟ କରିନାହିଁ। ଜମ୍ମୁ କଶ୍ମୀରରେ ବିକାଶ ଏବଂ ରାଜନୈତିକ ଓ ଅର୍ଥନୈତିକ ଦୃଷ୍ଟିରୁ ଏହାକୁ ଭାରତର ଅନ୍ୟ ରାଜ୍ୟ ସହ ସମକକ୍ଷ କରିବା ଉଦ୍ଧେଶ୍ୟରେ 370ର ଉଚ୍ଛେଦ ଆମର ସଂପୂର୍ଣ୍ଣ ଆଭ୍ୟନ୍ତରିଣ ମାମଲା ବୋଲି ଭାରତ କହିଆସିଛି।
ଏନଏସଏ ଡୋଭାଲଙ୍କ ସାଉଦି ଗସ୍ତର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ଯେ ଚଳିତମାସରେ ହେବାକୁ ଥିବା ଅର୍ଥନୈତିକ କାର୍ଯ୍ୟାନୁ,୍ଠାନ ଟାସ୍କ ଫୋର୍ସର ଅଧିବେଶନରେ ପାକିସ୍ତାନକୁ କଳାତାଲିକାବୁକ୍ତ କରିବା। 2018ରେ ଟାସ୍କଫୋର୍ସ ପାକିସ୍ତାନକୁ ଗ୍ରେ ତାଲିକା ଭୁକ୍ତ କରିଛି ଏହାର ସନ୍ତ୍ରାସବାଦକୁ ପ୍ରୋତ୍ସାହନ ଦେବା କାରଣରୁ। ପାକିସ୍ତାନ ଏବେ ମଧ୍ୟ ଟାସ୍କଫୋର୍ସକୁ ଦେଇଥିବା ଅଧିକାଂଶ ପ୍ରତିଶୃତି ପାଳନ କରିନାହିଁ । ଟାସ୍କଫୋର୍ସ ବୈଠକରେ ରାଷ୍ଟ୍ର ପ୍ରୋତ୍ସାହିତ ସନ୍ତ୍ରାସବାଦ ବିରୁଦ୍ଧରେ ସାଉଦିର ସମର୍ଥନ ଭାରତ ସାଉଦି ସଂପର୍କକୁ ଆହୁରି ମଜବୁତ କରିପାରେ।
ଗତ କିଛି ବର୍ଷ ମଧ୍ୟରେ ଭାରତ ଏବଂ ସାଉଦି ଆରବ ମଧ୍ୟରେ ସଂପର୍କ ଦୃତଗତିରେ ଉନ୍ନତି କରିଛି। 2016 ଏପ୍ରିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଉଦି ଗସ୍ତ ଦ୍ୱିପକ୍ଷୀୟ ଭାଗିଦାରୀକୁ ମଜବୁତ କରିଛି। ଦୁଇ ଦେଶ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର, ପୁଞ୍ଜିନିବେଶ ଏବଂ ସନ୍ତ୍ରାସବାଦର ମୁକାବିଲା ତଥା ନିରାପତ୍ତା ସଂପର୍କକୁ ମଜବୁତ କରିବା କ୍ଷେତ୍ରରେ ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି।
ଆଲେଖ: ଡକ୍ଟର ମହମ୍ମଦ ମୁଦାସୀର କମର
ଭାବାନୁବାଦ: ରାମଚଂଦ୍ର ନାଥ

Comments
Post a Comment