Skip to main content

ସାଉଦି ଆରବ ସହିତ ସଂପର୍କକୁ ଆହୁରି ବୃଦ୍ଧି କଲା ଭାରତ

ଭାରତ ଏବଂ ସାଉଦି ଆରବ ପାରମ୍ପରିକ ସଂପର୍କରେ ଆବଦ୍ଧ। ଉଭୟ କୌଶଳଗତ ଭାଗିଦାରୀ ଏବଂ ବିଭିନ୍ନ କ୍ଷେତ୍ରରେ ମିଳିତ ହୋଇ କାର୍ଯ୍ୟ କରୁଛନ୍ତି। ଏହି ପୃଷ୍ଠଭୂମିରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସାଉଦ ଆରବକୁ ଦୁଇ ଦିନିଆ ଗସ୍ତ କରିଛନ୍ତି। ଶ୍ରୀ ଡୋଭାଲ ଯୁବରାଜ ମହମ୍ମଦ ବିନ ସଲମାନଙ୍କୁ ସାକ୍ଷାତ କରିଛନ୍ତି ଏବଂ ତାଙ୍କ ସାଉଦି ପ୍ରତିପକ୍ଷ ମୁସାଇଦ ବିନ ଏଇବନଙ୍କ ସହିତ ଆଲୋଚନା କରିଛନ୍ତି। ବୈଠକ କାଳରେ ବିଭିନ୍ନ ଆଞ୍ଚଳିକ, ଆନ୍ତର୍ଜାତୀକ ଏବଂ ଦ୍ୱିପକ୍ଷୀୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ବୈଠକ କାଳରେ ଭାରତ ଏବଂ ସାଉଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଯୁବରାଜ ମହମ୍ମଦ ବିନ ସଲମାନଙ୍କ ସହ ଅଧ୍ୟକ୍ଷତାରେ କୌଶଳଗତ ଭାଗିଦାରୀ ପରିଷଦର ସ୍ଥାପନା ଏବଂ ଢାଞ୍ଚା ଉପରେ ଆଲୋଚନା ହୋଇଛି।

ପ୍ରକାଶ ଥାଉକି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଜାତିସଂଘ ସାଧାରଣ ପରିଷଦର 74ତନ ଅଧିବେଶନରେ ଭାଗନେବାକୁ ଯାଇଥିବାବେଳେ ରିୟାଦ ଦେଇ ଯାଇଥିଲେ । ଜମ୍ମୁ କଶ୍ମୀରରୁ ଧାରା 370 ଉଚ୍ଛେଦକୁ ନେଇ ପାକିସ୍ତାନ ଭାରତ ବିରୁଦ୍ଧରେ ଯେପରି ଅଭିଯାନ ଚଳାଇଚି ସେ ଦୃଷ୍ଟିରୁ ସାଉଦି ଆରବକୁ ଇମରାନଙ୍କ ଗସ୍ତର ଗୁରୁତ୍ୱ ରହିଛି। ଭାରତର ନିଷ୍ପତ୍ତି ଉପରେ ପାକିସ୍ତାନର ଆଭିମୁଖ୍ୟକୁ ସମର୍ଥନ କରିବା ହେଉଛି ଇମରାନଙ୍କ ସାଉଦି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ।

ସୀମାପାର ସନ୍ତ୍ରାସବାଦ ଦ୍ୱାରା ଭାରତ କିପରି ସମସ୍ୟାର ସମ୍ମୁଖୀନ ହେଉଛି ସେ ସଂପର୍କରେ ସାଉଦିକୁ ଅବଗତ କରିବା ଶ୍ରୀ ଡୋଭାଲଙ୍କ ଗସ୍ତର ଲକ୍ଷ୍ୟ ବୋଲି କୁହାଯାଇପାରେ। ସାଉଦି ଆରବ ମଧ୍ୟ ସନ୍ତ୍ରାସବାଦର ସମ୍ମୁଖୀନ ହେଉଛି। ଗତମାସ ଆବକାଇକ ଏବଂ ଖୁରାଇସ ସ୍ଥିତ ଆରାମକୋର ଦୁଇଟି ତେଲ ଖଣି ଉପରେ ୟମେନର ସନ୍ତ୍ରାସବାଦି ସଂଗଠନ ହାଉଥି ଦ୍ବାରା ଡ୍ରୋନ ଆକ୍ରମଣ ହୋଇଥିଲା। ଇରାକ ଏବଂ ସିରିଆରେ ଥିବା ଇସଲାମିକ ଷ୍ଟେଟ ମଧ୍ୟ ସାଉଦି ଆରବ ଉପରେ ଆକ୍ରମଣ ପାଇଁ ଅଧିକ ନଜର ରଖୁଛି।

ଭାରତ ଏବଂ ସାଉଦି ଆରବ ଦକ୍ଷିଣ ଏବଂ ପଶ୍ଚିମ ଏସିଆରେ ସନ୍ତ୍ରାସବାଦ ସହ ଲଢେଇରେ ଆଗୁଆ ରହିଛନ୍ତି। ରିୟାଦ ମୌଳବାଦ ଏବଂ ସନ୍ତ୍ରାସବାଦ ବିରୁଦ୍ଧରେ ମୁସଲମାନ ଦୁନିଆକୁ ପ୍ରଭାବିତ କରିବାରେ ନେତୃତ୍ୱ ନେଉଛି। ଭାରତ ମଧ୍ୟ ସାଉଦି ଆରବର ଏହି ପଦକ୍ଷେପରେ ସହଯୋଗ କରୁଛି ଏବଂ ସମର୍ଥନ କରୁଛି ଫଳରେ ଦୁଇ ଦେଶ ଏ କ୍ଷେତ୍ରରେ ଅଧିକ ନିକଟତର ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ଦୁଇ ଦେଶ ମଧ୍ୟରେ ସୁରକ୍ଷା ସହଯୋଗ ବୃଦ୍ଧି ପାଇଛି।

2019 ଫେବୃୟାରୀରେ ଯୁବରାଜ ବିନ ସଲମାନ ଭାରତ ଗସ୍ତରେ ଆସିଥିବାବେଳେ ସନ୍ତ୍ରାସବାଦ ଆଡ୍ଡା ଏବଂ ସନ୍ତ୍ରାସବାଦ ପାଇଁ ପାଣ୍ଠି ଯୋଗାଣକୁ ଦୃଢ ଭାଷାରେ ତାଙ୍କ ମିଳିତ ବିବୃତ୍ତିରେ କହିଥିଲେ। ଭାରତରେ ହୋଇଥିବା ପୁଲୱାମା ଆକ୍ରମଣ ଏବଂ ପୂର୍ବର ପଠାନକୋଟ ଓ ଉରି ଆକ୍ରମଣକୁ ସାଉଦି ଦୃଢ ନିନ୍ଦା କରିଥିଲା।

ପୁଲୱାମା ଆକ୍ରମଣ ପରେ ଏହାର ଜବାବରେ ଭାରତ ପକ୍ଷରୁ ବାଲାକୋଟ ଆକ୍ରମଣ ପରେ ଦକ୍ଷିଣ ଏସିଆରେ ଦେଖାଦେଇଥିବା ଉତ୍ତେଜନାକୁ ପ୍ରଶମନ କରିବା ପାଇଁ ସାଉଦି କୂଟନୈତିକ ସ୍ତରରେ ଆଲୋଚନା କରିଥିଲା। କଶ୍ମୀର ଉପରେ ଭାରତର ନିଷ୍ପତ୍ତିକୁ ସାଉଦି ଅଗ୍ରାହ୍ୟ କରିନାହିଁ। ଜମ୍ମୁ କଶ୍ମୀରରେ ବିକାଶ ଏବଂ ରାଜନୈତିକ ଓ ଅର୍ଥନୈତିକ ଦୃଷ୍ଟିରୁ ଏହାକୁ ଭାରତର ଅନ୍ୟ ରାଜ୍ୟ ସହ ସମକକ୍ଷ କରିବା ଉଦ୍ଧେଶ୍ୟରେ 370ର ଉଚ୍ଛେଦ ଆମର ସଂପୂର୍ଣ୍ଣ ଆଭ୍ୟନ୍ତରିଣ ମାମଲା ବୋଲି ଭାରତ କହିଆସିଛି।

ଏନଏସଏ ଡୋଭାଲଙ୍କ ସାଉଦି ଗସ୍ତର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ଯେ ଚଳିତମାସରେ ହେବାକୁ ଥିବା ଅର୍ଥନୈତିକ କାର୍ଯ୍ୟାନୁ,୍ଠାନ ଟାସ୍କ ଫୋର୍ସର ଅଧିବେଶନରେ ପାକିସ୍ତାନକୁ କଳାତାଲିକାବୁକ୍ତ କରିବା। 2018ରେ ଟାସ୍କଫୋର୍ସ ପାକିସ୍ତାନକୁ ଗ୍ରେ ତାଲିକା ଭୁକ୍ତ କରିଛି ଏହାର ସନ୍ତ୍ରାସବାଦକୁ ପ୍ରୋତ୍ସାହନ ଦେବା କାରଣରୁ। ପାକିସ୍ତାନ ଏବେ ମଧ୍ୟ ଟାସ୍କଫୋର୍ସକୁ ଦେଇଥିବା ଅଧିକାଂଶ ପ୍ରତିଶୃତି ପାଳନ କରିନାହିଁ । ଟାସ୍କଫୋର୍ସ ବୈଠକରେ ରାଷ୍ଟ୍ର ପ୍ରୋତ୍ସାହିତ ସନ୍ତ୍ରାସବାଦ ବିରୁଦ୍ଧରେ ସାଉଦିର ସମର୍ଥନ ଭାରତ ସାଉଦି ସଂପର୍କକୁ ଆହୁରି ମଜବୁତ କରିପାରେ।

ଗତ କିଛି ବର୍ଷ ମଧ୍ୟରେ ଭାରତ ଏବଂ ସାଉଦି ଆରବ ମଧ୍ୟରେ ସଂପର୍କ ଦୃତଗତିରେ ଉନ୍ନତି କରିଛି। 2016 ଏପ୍ରିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଉଦି ଗସ୍ତ ଦ୍ୱିପକ୍ଷୀୟ ଭାଗିଦାରୀକୁ ମଜବୁତ କରିଛି। ଦୁଇ ଦେଶ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର, ପୁଞ୍ଜିନିବେଶ ଏବଂ ସନ୍ତ୍ରାସବାଦର ମୁକାବିଲା ତଥା ନିରାପତ୍ତା ସଂପର୍କକୁ ମଜବୁତ କରିବା କ୍ଷେତ୍ରରେ ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି।

ଆଲେଖ: ଡକ୍ଟର ମହମ୍ମଦ ମୁଦାସୀର କମର

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...