Skip to main content

ଭାରତ ଆମେରିକା ସଂପର୍କର ଅଗ୍ରଗତି

ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ଏବେ ଆମେରିକା ଗସ୍ତରୁ ଆସି କହିଛନ୍ତି ଯେ ଭାରତ ଏବଂ ଆମେରିକା ସେମାନଙ୍କ ବାଣିଜ୍ୟିକ ମନୋମାଳିନ୍ୟକୁ ଦୂର କରିବାକୁ ସକ୍ଷମ ଅଛନ୍ତି | ଦୁଇ ଦେଶର ବାଣିଜ୍ୟ କାରବାରର ବାସ୍ତବିକତାକୁ ଅନୁଧ୍ୟାନ କରି ସେ କହିଛନ୍ତି ଯେ ପ୍ରଥମ କଥା ହେଉଛି ଯେ ଏହି ସବୁ ସମସ୍ୟା ପୂର୍ବରୁ ରହିଆସିଛି | ଏବେ ଏହା କେନ୍ଦ୍ରବିନ୍ଦୁ ହେବାର କାରଣ ହେଉଛି ଯେ ବର୍ତ୍ତମାନର ଆମେରିକା ପ୍ରଶାସନ ଏହିସବୁ ପ୍ରସଙ୍ଗକୁ ନେଇ ଏବେ ସକ୍ରିୟ ହୋଇ ଉଠିଛନ୍ତି | ଆମେରିକାର କେତେକ ଉତ୍ପାଦନ ଉପରେ ଭାରତର ଅଧିକ ଶୁଳ୍କକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିକ୍ରୀୟାଶିଳ ହୋଇଛନ୍ତି | ଆମେରିକାର ବାଣିଜ୍ୟ ମନ୍ତ୍ରୀ ୱିଲବର ରୋସ ତାଙ୍କର ଭାରତୀୟ ପ୍ରତିପକ୍ଷ ପିୟୁଷ ଗୋୟଲଙ୍କ ସହିତ ବାଣିଜ୍ୟିକ ପ୍ରସଙ୍ଗକୁ ନେଇ କିଛି ସପ୍ତାହ ମଧ୍ୟରେ ନୂଆଦିଲ୍ଲୀରେ ଆଲୋଚନା କରିବେ | ଆମେରିକା ଭାରତର ଦୁଗ୍ଧ ଉତ୍ପାଦନ ବଜାରରେ ପ୍ରବେଶ ସହିତ ମେଡିକାଲ ଯନ୍ତ୍ରପାତି ଉପରେ ମୂଲ୍ୟ ନିୟନ୍ତ୍ରଣକୁ ହଟାଇବା ତଥା ଆଇସିଟି ଶୁଳ୍କକୁ ଫେରସ୍ତ ହେବାକୁ ନାହୁଁଛି ଏବଂ ଏହା ପ୍ରତିବଦଳରେ ଭାରତ ଆମେରିକାର ବାଣିଜ୍ୟ କାରବାରରେ ଶୁଳ୍କରହିତ ପୁନଃ ପ୍ରବେଶ ଅର୍ଥାତ ଜିଏସପି ଚାହୁଁଛି |


ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପେଓଙ୍କ ସହିତ ବୈଠକ ପରେ ଡକ୍ଟର ଜୟଶଙ୍କର କହିଛନ୍ତି ଯେ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଆଲୋଚନାରେ ଅଗ୍ରଗତି ଘଟିଛି ଏବଂ ଖୁବଶିଘ୍ର ଉଭୟ ପକ୍ଷ ଏକ ରାଜିନାମାରେ ଉପନୀତ ହେବେ ବୋଲି ସେ ଦୃଢ ନିଶ୍ଚୟୀ ଅଛନ୍ତି | ବାଣିଜ୍ୟ ପ୍ରସଙ୍ଗ ଏତେଟା ସହଜ ହୋଇନଥିବାରୁ ଏଥିପାଇଁ କିଛି ସମୟ ଲାଗିବ ବୋଲି ସେ କହିଛନ୍ତି | ଦୁଇ ନେତା ବାଣିଜ୍ୟ ପ୍ରସଙ୍ଗ ବ୍ୟତିତ ଭାରତ ଆମେରିକା ମଧ୍ୟରେ ସାମରିକ ସଂପର୍କ, କଶ୍ମୀର ପ୍ରସଙ୍ଗ ଏବଂ ଆନ୍ତର୍ଜାତୀୟ ପ୍ରସଙ୍ଗ ସମେତ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଛନ୍ତି | ସେମାନେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏକ ମୁକ୍ତ ଏବଂ ଅବାଧ କାରବାରର ଦୃଷ୍ଟିଭଙ୍ଗି ଉପରେ ମଧ୍ୟ ଆଲୋଚନା କରିଛନ୍ତି | ଜାତିସଂଘ ସାଧାରଣ ପରିଷଦ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳ ଗସ୍ତ ସହିତ ଏହି ଦୁଇ ନେତାଙ୍କ ମଧ୍ୟରେ ଏହାକୁ ମିଶାଇ ଚତୁର୍ଥ ବୈଠକ ହୋଇଛି |

ଗସ୍ତ କାଳରେ ବୈଦେଶିକ ମନ୍ତ୍ରୀ ବିଭିନ୍ନ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଭାରତର ଆଭିମୁଖ୍ୟ ରଖିଥିଲେ | ବୈଠକ କାଳରେ ଜମ୍ମୁ କଶ୍ମୀର ପ୍ରସଙ୍ଗ ଆଲୋଚନା ବେଳେ ଡକ୍ଟର ଜୟଶଙ୍କର 370 ଧାରା ଉଚ୍ଛେଦ ଭାରତର ଆଭ୍ୟନ୍ତରିଣ ମାମଲା ବୋଲି କହିବା ସହିତ ଏହା ଜମ୍ମୁ କଶ୍ମୀରର ବିକାଶ ପାଇଁ ସରକାରଙ୍କର ଆଭିମୁଖ୍ୟ ଥିବା ସ୍ପଷ୍ଟ କରିଥିଲେ | ଅଞ୍ଚଳରେ ଶାନ୍ତି ସ୍ଥାପନ ପାଇଁ ପାକିସ୍ତାନକୁ ସୀମାପାର ସନ୍ତ୍ରାସବାଦକୁ ବନ୍ଦ କରିବା ଦରକାର ବୋଲି ଡକ୍ଟର ଜୟଶଙ୍କର କହିଥିଲେ | ଆମେରିକା ବୈଦେଶିକ ମନ୍ତ୍ରୀ ପମ୍ପେଓଙ୍କ ସହିତ ଆଲୋଚନା କାଳରେ ଶ୍ରୀ ଜୟଶଙ୍କର କହିଥିଲେ ଯେ ଏକବିଂଶ ଶତାବ୍ଦିରେ ବିଶ୍ବର ଯେପରି ଦୃଶ୍ୟପଟ୍ଟ ପରିବର୍ତ୍ତନ ହୋଇଚାଲିଛି ସେପରିସ୍ଥଳେ ଭାରତ ଏବଂ ଆମେରିକାର ସଂପର୍କ ଆହୁରି ଘନିଷ୍ଠ ହୋଇଛି | ସେ କହିଥିଲେ ଯେ ଜଳବାୟୁ ପରିବର୍ତ୍ତନ, ସନ୍ତ୍ରାସବାଦ ଏବଂ ସାମଗ୍ରୀକ ବିକାଶ ଉପରେ ଆନ୍ତର୍ଜାତୀୟ ସମୁଦାୟ ଠାରୁ ଭାରତ ସମର୍ଥନ ଲୋଡୁଛି |

ମହାତ୍ମା ଗାନ୍ଧିଙ୍କ 150ତମ ଜନ୍ମ ଶତାବ୍ଦିରେ ୱାସିଙ୍ଗଟନ ଡିସିରେ ଲାଇବ୍ରେରୀ ଅଫ କଂଗ୍ରେସରେ ଉଦବୋଧନ ଦେଇ ବୈଦେସିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଉପରେ ଭାରତ ଯେପରି ଅଗ୍ରାଧିକାର ଦେଉଛି ଯଦି ଆଜି ଗାନ୍ଧିଜୀ ଥାଆନ୍ତେ ତେବେ ସେ ସେଥିପାଇଁ ଆମର ଏହି କାମ ପାଇଁ ଖୁସି ହୋଇଥାନ୍ତେ | ଆଜି ଭାରତ 2022 ମସିହା ସୁଦ୍ଧା 175 ଗିଗା ୱାଟ ନବୀକରଣୀୟ ଶକ୍ତି ଉତ୍ପାଦନ ପାଇଁ ଅଣ୍ଟା ଭିଡିଛି ଏବଂ 2030 ସୁଦ୍ଧା ଭାରତ 450 ଗିଗା ୱାଟ ଶକ୍ତି ଉତ୍ପାଦନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି | ଭାରତ ସ୍ମର୍ଟ ସହର, ସର୍ବସାଧାରଣ ପରିବହନ, ନିରନ୍ତର କୃଷି ଏବଂ ଜଳର ସଦୁପଯୋଗ ଆଦି କ୍ଷେତ୍ରରେ ଲୋକମାନଙ୍କର ଜୀବନଧାରଣ ମାନରେ ପରିବର୍ତ୍ତନ ଆଣିବା ଦିଗରେ ପ୍ରଚେଷ୍ଟା କରାଯାଉଛି |

ଆଲେଖ: ସ୍ତୁତି ବାନାର୍ଜୀ

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...