ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ଏବେ ଆମେରିକା ଗସ୍ତରୁ ଆସି କହିଛନ୍ତି ଯେ ଭାରତ ଏବଂ ଆମେରିକା ସେମାନଙ୍କ ବାଣିଜ୍ୟିକ ମନୋମାଳିନ୍ୟକୁ ଦୂର କରିବାକୁ ସକ୍ଷମ ଅଛନ୍ତି | ଦୁଇ ଦେଶର ବାଣିଜ୍ୟ କାରବାରର ବାସ୍ତବିକତାକୁ ଅନୁଧ୍ୟାନ କରି ସେ କହିଛନ୍ତି ଯେ ପ୍ରଥମ କଥା ହେଉଛି ଯେ ଏହି ସବୁ ସମସ୍ୟା ପୂର୍ବରୁ ରହିଆସିଛି | ଏବେ ଏହା କେନ୍ଦ୍ରବିନ୍ଦୁ ହେବାର କାରଣ ହେଉଛି ଯେ ବର୍ତ୍ତମାନର ଆମେରିକା ପ୍ରଶାସନ ଏହିସବୁ ପ୍ରସଙ୍ଗକୁ ନେଇ ଏବେ ସକ୍ରିୟ ହୋଇ ଉଠିଛନ୍ତି | ଆମେରିକାର କେତେକ ଉତ୍ପାଦନ ଉପରେ ଭାରତର ଅଧିକ ଶୁଳ୍କକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିକ୍ରୀୟାଶିଳ ହୋଇଛନ୍ତି | ଆମେରିକାର ବାଣିଜ୍ୟ ମନ୍ତ୍ରୀ ୱିଲବର ରୋସ ତାଙ୍କର ଭାରତୀୟ ପ୍ରତିପକ୍ଷ ପିୟୁଷ ଗୋୟଲଙ୍କ ସହିତ ବାଣିଜ୍ୟିକ ପ୍ରସଙ୍ଗକୁ ନେଇ କିଛି ସପ୍ତାହ ମଧ୍ୟରେ ନୂଆଦିଲ୍ଲୀରେ ଆଲୋଚନା କରିବେ | ଆମେରିକା ଭାରତର ଦୁଗ୍ଧ ଉତ୍ପାଦନ ବଜାରରେ ପ୍ରବେଶ ସହିତ ମେଡିକାଲ ଯନ୍ତ୍ରପାତି ଉପରେ ମୂଲ୍ୟ ନିୟନ୍ତ୍ରଣକୁ ହଟାଇବା ତଥା ଆଇସିଟି ଶୁଳ୍କକୁ ଫେରସ୍ତ ହେବାକୁ ନାହୁଁଛି ଏବଂ ଏହା ପ୍ରତିବଦଳରେ ଭାରତ ଆମେରିକାର ବାଣିଜ୍ୟ କାରବାରରେ ଶୁଳ୍କରହିତ ପୁନଃ ପ୍ରବେଶ ଅର୍ଥାତ ଜିଏସପି ଚାହୁଁଛି |
ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପେଓଙ୍କ ସହିତ ବୈଠକ ପରେ ଡକ୍ଟର ଜୟଶଙ୍କର କହିଛନ୍ତି ଯେ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଆଲୋଚନାରେ ଅଗ୍ରଗତି ଘଟିଛି ଏବଂ ଖୁବଶିଘ୍ର ଉଭୟ ପକ୍ଷ ଏକ ରାଜିନାମାରେ ଉପନୀତ ହେବେ ବୋଲି ସେ ଦୃଢ ନିଶ୍ଚୟୀ ଅଛନ୍ତି | ବାଣିଜ୍ୟ ପ୍ରସଙ୍ଗ ଏତେଟା ସହଜ ହୋଇନଥିବାରୁ ଏଥିପାଇଁ କିଛି ସମୟ ଲାଗିବ ବୋଲି ସେ କହିଛନ୍ତି | ଦୁଇ ନେତା ବାଣିଜ୍ୟ ପ୍ରସଙ୍ଗ ବ୍ୟତିତ ଭାରତ ଆମେରିକା ମଧ୍ୟରେ ସାମରିକ ସଂପର୍କ, କଶ୍ମୀର ପ୍ରସଙ୍ଗ ଏବଂ ଆନ୍ତର୍ଜାତୀୟ ପ୍ରସଙ୍ଗ ସମେତ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଛନ୍ତି | ସେମାନେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏକ ମୁକ୍ତ ଏବଂ ଅବାଧ କାରବାରର ଦୃଷ୍ଟିଭଙ୍ଗି ଉପରେ ମଧ୍ୟ ଆଲୋଚନା କରିଛନ୍ତି | ଜାତିସଂଘ ସାଧାରଣ ପରିଷଦ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳ ଗସ୍ତ ସହିତ ଏହି ଦୁଇ ନେତାଙ୍କ ମଧ୍ୟରେ ଏହାକୁ ମିଶାଇ ଚତୁର୍ଥ ବୈଠକ ହୋଇଛି |
ଗସ୍ତ କାଳରେ ବୈଦେଶିକ ମନ୍ତ୍ରୀ ବିଭିନ୍ନ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଭାରତର ଆଭିମୁଖ୍ୟ ରଖିଥିଲେ | ବୈଠକ କାଳରେ ଜମ୍ମୁ କଶ୍ମୀର ପ୍ରସଙ୍ଗ ଆଲୋଚନା ବେଳେ ଡକ୍ଟର ଜୟଶଙ୍କର 370 ଧାରା ଉଚ୍ଛେଦ ଭାରତର ଆଭ୍ୟନ୍ତରିଣ ମାମଲା ବୋଲି କହିବା ସହିତ ଏହା ଜମ୍ମୁ କଶ୍ମୀରର ବିକାଶ ପାଇଁ ସରକାରଙ୍କର ଆଭିମୁଖ୍ୟ ଥିବା ସ୍ପଷ୍ଟ କରିଥିଲେ | ଅଞ୍ଚଳରେ ଶାନ୍ତି ସ୍ଥାପନ ପାଇଁ ପାକିସ୍ତାନକୁ ସୀମାପାର ସନ୍ତ୍ରାସବାଦକୁ ବନ୍ଦ କରିବା ଦରକାର ବୋଲି ଡକ୍ଟର ଜୟଶଙ୍କର କହିଥିଲେ | ଆମେରିକା ବୈଦେଶିକ ମନ୍ତ୍ରୀ ପମ୍ପେଓଙ୍କ ସହିତ ଆଲୋଚନା କାଳରେ ଶ୍ରୀ ଜୟଶଙ୍କର କହିଥିଲେ ଯେ ଏକବିଂଶ ଶତାବ୍ଦିରେ ବିଶ୍ବର ଯେପରି ଦୃଶ୍ୟପଟ୍ଟ ପରିବର୍ତ୍ତନ ହୋଇଚାଲିଛି ସେପରିସ୍ଥଳେ ଭାରତ ଏବଂ ଆମେରିକାର ସଂପର୍କ ଆହୁରି ଘନିଷ୍ଠ ହୋଇଛି | ସେ କହିଥିଲେ ଯେ ଜଳବାୟୁ ପରିବର୍ତ୍ତନ, ସନ୍ତ୍ରାସବାଦ ଏବଂ ସାମଗ୍ରୀକ ବିକାଶ ଉପରେ ଆନ୍ତର୍ଜାତୀୟ ସମୁଦାୟ ଠାରୁ ଭାରତ ସମର୍ଥନ ଲୋଡୁଛି |
ମହାତ୍ମା ଗାନ୍ଧିଙ୍କ 150ତମ ଜନ୍ମ ଶତାବ୍ଦିରେ ୱାସିଙ୍ଗଟନ ଡିସିରେ ଲାଇବ୍ରେରୀ ଅଫ କଂଗ୍ରେସରେ ଉଦବୋଧନ ଦେଇ ବୈଦେସିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଉପରେ ଭାରତ ଯେପରି ଅଗ୍ରାଧିକାର ଦେଉଛି ଯଦି ଆଜି ଗାନ୍ଧିଜୀ ଥାଆନ୍ତେ ତେବେ ସେ ସେଥିପାଇଁ ଆମର ଏହି କାମ ପାଇଁ ଖୁସି ହୋଇଥାନ୍ତେ | ଆଜି ଭାରତ 2022 ମସିହା ସୁଦ୍ଧା 175 ଗିଗା ୱାଟ ନବୀକରଣୀୟ ଶକ୍ତି ଉତ୍ପାଦନ ପାଇଁ ଅଣ୍ଟା ଭିଡିଛି ଏବଂ 2030 ସୁଦ୍ଧା ଭାରତ 450 ଗିଗା ୱାଟ ଶକ୍ତି ଉତ୍ପାଦନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି | ଭାରତ ସ୍ମର୍ଟ ସହର, ସର୍ବସାଧାରଣ ପରିବହନ, ନିରନ୍ତର କୃଷି ଏବଂ ଜଳର ସଦୁପଯୋଗ ଆଦି କ୍ଷେତ୍ରରେ ଲୋକମାନଙ୍କର ଜୀବନଧାରଣ ମାନରେ ପରିବର୍ତ୍ତନ ଆଣିବା ଦିଗରେ ପ୍ରଚେଷ୍ଟା କରାଯାଉଛି |
ଆଲେଖ: ସ୍ତୁତି ବାନାର୍ଜୀ
ଭାବାନୁବାଦ: ରାମଚଂଦ୍ର ନାଥ
Comments
Post a Comment