Skip to main content

ଜମ୍ମୁ କଶ୍ମୀର ଏବଂ ଲଦାଖ ପାଇଁ ଏକ ନୂଆ ଅଧ୍ୟାୟ

ଇତିହାସର ଏକ ଆକସ୍ମିକତାରୁ ସୃଷ୍ଟି ଜମ୍ମୁ କଶ୍ମୀର ଗତ କାଲି ପର୍ଯ୍ୟନ୍ତ ଏକ ରାଜ୍ୟ ଥିଲା। ଡୋଗ୍ରା ଶାସକ ମହାରାଜା ଗୁଲାବ ସିଂହ ଏବଂ ବ୍ରିଟିଶ ଶାସନ ମଧ୍ୟରେ 1846ରେ ହୋଇଥିବା ଅମୃତସର ଚୁକ୍ତି ଅନ୍ତର୍ଗତ ଦକ୍ଷିଣାଞ୍ଚଳ ଜମ୍ମୁ ଏବଂ କଶ୍ମୀର ଉପତ୍ୟକା ଏକତ୍ର ହୋଇଥିଲା। ଜେନେରାଲ ଜୋରାୱର ସିଂହଙ୍କ ଦ୍ୱାରା ଅଧିକୃତ ଲଦାଖ ମଧ୍ୟ ଡୋଗ୍ରା ରାଜ୍ୟର ଅଂଶବିଶେଷ ଥିଲା। ଯାହାକୁ ଲିଟିଲ ତିଦ୍ବତ କୁହାଯାଏ କାରଣ ଏଠାରେ ବୌଦ୍ଧ ଧର୍ମାଲମ୍ୱିମାନେ ଅଧିକ ସଂଖ୍ୟାରେ ରହିଛନ୍ତି। ଏବେ ସଂପୂର୍ଣ୍ଣ ଜମ୍ମୁ କଶ୍ମୀର ଅଞ୍ଚଳକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ବିଭକ୍ତ କରାଯାଇଛି ଯାହାକି 31 ଅକ୍ଟୋବର 2019 ଠାରୁ କାର୍ଯ୍ୟକାରୀ ହୋଇଛି।

ଲଦାଖ ପାଇଁ ଏହା ସେମାନଙ୍କର ଦୀର୍ଘ ଦିନର ଇଛା ପୂରଣ ହୋଇଛି । 1970ରେ ଲଦାଖର ବୌଦ୍ଧ ନେତା ଲାମ୍ୱା ଲୋବଜାଙ୍ଗ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ କରିବାକୁ ଦାବି କରିଥିଲେ। ଯାହାଦ୍ୱାରା ଲଦାଖର ଅନେକ ସମସ୍ୟା ଦୂର ହୋଇପାରିବ। ଏମିତିବି ଜମ୍ମୁ କଶ୍ମୀର ରାଜ୍ୟରେ ରହି ସେମାନଙ୍କ ପ୍ରତି ବୈମାତୃକ ବ୍ୟବହାର କରାଯାଉଥିବା ଲଦାଖର ଲୋକମାନେ ଅଭିଯୋଗ କରୁଥିଲେ। କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା ହେବା ପରେ ଲଦାଖର ଲୋକମାନେ ଏହାକୁ ଉତ୍ସବ ଭାବେ ପାଳନ କରିଛନ୍ତି।

ଅନ୍ୟ ପକ୍ଷରେ ଜମ୍ମୁର ଲୋକମାନେ ସେମାନଙ୍କର ନୂଆ ପରିଚୟକୁ ସ୍ୱାଗତ କରିଛନ୍ତି ଜମ୍ମୁ କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ହୋଇଥିବାରୁ ଯାହାକି ଏକ ଐତିହାସିକ ଆବଶ୍ୟକତା ଥିଲା। ପ୍ରକୃତରେ ପାଞ୍ଚ ଦଶନ୍ଧି ପୂର୍ବରୁ ଜମ୍ମୁର ଲୋକମାନେ ଏଥିପାଇଁ ଦାବି କରୁଥିଲେ। ଜମ୍ମୁର ପ୍ରଜା ପରିଷଦ ପାର୍ଟି ନେତୃତ୍ୱରେ ଆକ ନିଶାନ ଏକ ପ୍ରଧାନ ଆନ୍ଦୋଳନ ଏହି ଚିନ୍ତାଧାରାର ପରିଚାୟକ ଥିଲା।

ଜମ୍ମୁ କଶ୍ମୀରର ପୁନର୍ଗଠନ ହୋଇ ଏହା କେନ୍ଦ୍ର ଶାସିତ ଅଞ୍ଚଳ ହେବା କଶ୍ମୀରର କିଛି ଗୋଷ୍ଠିଙ୍କୁ ପସନ୍ଦ ନୁହେଁ ଯେଉଁମାନେ ନିଜକୁ ସ୍ବତନ୍ତ୍ର ଭାବୁଥିଲେ ଏବଂ ସେମାନଙ୍କର ସ୍ବତନ୍ତ୍ରତା ଲୋପ ହୋଇଯିବ ବୋଲି ଆଶଙ୍କା କରୁଛନ୍ତି। ଏବେ ବିକାଶ ପାଣ୍ଠିର ସଦୁପଯୋଗ କଶ୍ମୀରରେ ହୋଇପାରିବ। ସେଠାରେ ହେଉଥିବା ବ୍ୟାପକ ଦୁର୍ନିତୀ ଏବେ ରୋକା ଯାଇପାରିବ। ବିଶେଷ କରି ବିଚ୍ଛିନ୍ନତାବାଦିମାନେ ଯେପରି ସୁବିଧା ସୁଯୋଗ ହାତଉଥିଲେ ତାହା ଏବେ ବନ୍ଦ ହେବ। ତାଛଡା ମୌଳବାଦିମାନଙ୍କୁ ସଠିକ ଭାବେ ମୁକାବିଲା କରିହେବ। ସୀମାପାର ସନ୍ତ୍ରାସବାଦକୁ ଏବେ ଆହୁରି ସଫଳତାର ସହିତ ମୁକାବିଲା କରାଯିବ।

ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ତାଙ୍କ ପ୍ରତିଶ୍ରୁତିକୁ ଦୋହରାଇ କହିଛନ୍ତ ଯେ ପରିସ୍ଥିତି ସ୍ୱାଭାବିକ ହେବା ପରେ ଭବିଷ୍ୟତରେ ଜମ୍ମୁ କଶ୍ମୀରକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ପୂର୍ବ ପରି ଦିଆଯିବ। କେନ୍ଦ୍ର ଶାସିତ ଅଞ୍ଚଳ କରାଯାଇ କଶ୍ମୀରର ସ୍ୱାୟତତାକୁ କ୍ଷୁର୍ଣ୍ଣ କରାଯାଇନାହିଁ ବରଂ କଶ୍ମୀରର ନିରାପତ୍ତାକୁ ଦୃଷ୍ଟିରେ ରଖି ଏପରି କରାଯାଇଛି। ଆଜି ଦେଶ ଲୌହ ପୁରୁଷ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ 144ତମ ଜନ୍ମ ବାର୍ଷିକୀ ପାଳନ କରୁଥିବାବେଳେ ଗତକାଲି ଜମ୍ମୁ କଶ୍ମୀର ଏବଂ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ କାର୍ଯ୍ୟକାରୀ କରାଯିବା ଗୁରୁତ୍ୱ ବହନ କରୁଛି।



ଆଲେଖ: ଏମ.କେ. ଟିକୁ

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...