Skip to main content

ତାସକେଣ୍ତରେ ଏସସିଓର ସରକାରୀ ମୁଖ୍ୟମାନଙ୍କ ପରିଷଦର ବୈଠକ

ସାଙ୍ଘାଇ ସହଯୋଗ ସଂଗଠନ(ଏସସିଓ)ର 18ତମ ସରକାରୀ ମୁଖ୍ୟମାନଙ୍କ ପରିଷଦ ବୈଠକ ଉଜବେକିସ୍ଥାନର ତାସକେଣ୍ତରେ ଗତ ସପ୍ତାହରେ ଅନୁଷ୍ଠିତ ହୋଇଛି। 2017ରେ ଭାରତ ଏହି ସଂଗଠନରେ ଯୋଗ ଦେଇଥିଲା। ତୃତୀୟ ଥର ଭାରତ ଏହି ସରକାରୀ ମୁଖ୍ୟ ପରିଷଦ ବୈଠକରେ ଯୋଗ ଦେଇଛି। ପ୍ରଥମ ବୈଠକ ରୁଷର ସୋଚି ଠାରେ 2017ରେ ଏବଂ ଦ୍ୱିତୀୟ ବୈଠକ ତାଜିକିସ୍ଥାନର ଦୁସାନବେରେ ଅନୁଷ୍ଠିତ ହୋଇଥିଲା।

ଏସିସିଓରେ 8ଟି ସଦସ୍ୟ ରାଷ୍ଟ୍ର ଯଥା ଭାରତ, କାଜାକିସ୍ଥାନ, ଚିନ, କିରଗିଜସ୍ଥାନ, ପାକିସ୍ତାନ, ରୁଷ, ତାଜିକିସ୍ଥାନ ଏବଂ ଉଜବେକିସ୍ଥାନ ରହିଛନ୍ତି। ଏହି ସଂଗଠନରେ 4ଟି ଅବଜର୍ଭର ଏବଂ 6ଟି ଆଲୋଚନାକାରୀ ଭାଗିଦାରୀ ରାଷ୍ଟ୍ର ରହିଛନ୍ତି। ସଂଗଠନରେ ସର୍ବୋଚ୍ଚ ନିଷ୍ପତ୍ତିକାରୀ ହେଉଛି ରାଷ୍ଟ୍ରମୁଖ୍ୟ ପରିଷଦ ଏବଂ ଦ୍ୱିତୀୟ ସର୍ବୋଚ୍ଚ ନିଷ୍ପତ୍ତିକାରୀ ହେଉଛି ସରକାରୀ ମୁଖ୍ୟ ପରିଷଦ। ପ୍ରତିବର୍ଷ ସରକାରୀ ମୁଖ୍ୟ ପରିଷଦର ବୈଠକ ହୋଇଥାଏ। ଏହି ବୈଠକରେ ବାର୍ଷିକ ବଜେଟ, ଆଲୋଚନାର କାର୍ଯ୍ୟସୂଚି, ବହୁବିଧ ସହଯୋଗ ଏବଂ ସଂଗଠନର ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ବିଷୟରେ ଅନୁମୋଦନ କରାଯାଇଥାଏ। ଏଥିରେ ଅର୍ଥନୀତି ଏବଂ ସହଯୋଗ ବିଷୟରେ ମଧ୍ୟ ଆଲୋଚନା ହୋଇଥାଏ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱତନ୍ତ୍ର ପ୍ରତିନିଧି ଭାବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏଥିରେ ଯୋଗ ଦେଇଥିଲେ। ବୈଠକରେ ଶ୍ରୀ ସିଂହ କହିଥିଲେ ସନ୍ତ୍ରାସବାଦ ଏବଂ ମୌଳବାଦର ମୁକାବିଲା ପାଇଁ ଯେତେସବୁ ଆନ୍ତର୍ଜାତୀୟ ନିୟମ ଏବଂ ଆଇନ ଅଛି ସେସବୁର କାର୍ଯ୍ୟକାରୀ ହେବା ଉଚିତ। ସନ୍ତ୍ରାସବାଦ ଆମର ବିକାଶ ଏବଂ ସାମାଜିକ ଶାନ୍ତିରେ ପ୍ରତିବନ୍ଧକ ସୃଷ୍ଟି କରୁଛି ଏଣୁ ଏସସିଓ ସଦସ୍ୟମାନେ ଏଥିପାଇଁ ଆଗେଇ ଆସି ଏହାର ମୁକାବିଲା କରିବା ଦରକାର ବୋଲି ଶ୍ରୀ ସିଂହ ମତବ୍ୟକ୍ତ କରିଛନ୍ତି। ଏହା ବ୍ୟତିତ ବିଶ୍ୱ ଏବେ ଜଳବାୟୁ ପରିବର୍ତ୍ତନ, ଦାରିଦ୍ର, ଅବିକଶିତ ଏବଂ ଅସମାନତା ଆଦି ସହ ସଂଘର୍ଷ କରୁଛି।

ଏସସିଓ ସଂଗଠନର ବ୍ୟାପକ ଅର୍ଥନୈତିକ ଦକ୍ଷତା ରହିଛି କାରଣ ବିଶ୍ୱର 42 ଭାଗ ଜନସଂଖ୍ୟା, ପ୍ରାୟ 20 ଭାଗ ଜିଡିପି ଏବଂ 22 ଭାଗ ଭୁଖଣ୍ତ ଏସସିଓ ଅନ୍ତର୍ଗତ ଆସୁଛି। ଶ୍ରୀ ସିଂହ କିଛନ୍ତି ଯେ ଭାରତରେ ବାଣିଜ୍ୟିକ ଅନୁକୂଳ ବାତାବରଣ ରହିଛି ଏବଂ ସରକାର ପୁଞ୍ଜି ବିନିଯୋଗ ପାଇଁ ଆଇନରେ ସୁଗମ କରିଛନ୍ତି. ମେକ ଇନ ଇଣ୍ତିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ମିଳିତ ଉଦୌଗ ସ୍ଥାପନ କରିବାକୁ ଶ୍ରୀ ସିଂହ ଏସସିଓ ସଦସ୍ୟ ମାନଙ୍କୁ ଭାରତରେ ନିବେଶ କରିବାକୁ ଆହ୍ୱାନ ଦେଇଛନ୍ତି। ଚିନ ପରେ ଭାରତ ହେଉଛି ଏସସିଓର ଦ୍ୱିତୀୟ ବୃହତ୍ତ ଅର୍ଥନୀତି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଭାରତ କୌଶଲ ବିକାଶ କ୍ଷେତ୍ରରେ ନିଜର ଅଭିଜ୍ଞତା ଏବଂ ଦକ୍ଷତା ବିକାଶ ସମେତ ଶିକ୍ଷା, କୃଷି, ଉପଗ୍ରହ, ଔଷଧ, ଟେଲିମେଡିସିନ, ମେଡିକାଲ ଟୁରିଜିମ ଆଦି କ୍ଷେତ୍ରରେ ନିଜର ପାରଙ୍ଗମତା ଅନ୍ୟ ଦେଶ ସହିତ ବାଣ୍ଟିବାକୁ ଚାହୁଁଛି।

ସେ କହିଛନ୍ତି ଏସସିଓ ସଦସ୍ୟମାନଙ୍କ ପାଇଁ ବିସ୍ୱରେ ଅନେକ ସୁବିଧା ରହିଛି ଯଦିଓ କେତେକ ଚ୍ୟାଲେଞ୍ଜ ମଧ୍ୟ ଏହା ସହିତ ରହିଛି। ଏଣୁ ସଦସ୍ୟ ରାଷ୍ଟ୍ରମାନଙ୍କୁ ପରସ୍ପର ସହଯୋଗ କରିବା ଦରକାର। ସେ କହିଛନ୍ତି ଆମର ଅର୍ଥନୈତିକ ବିକାଶ ଲୋକମାନଙ୍କ କଲ୍ୟାଣ ପାଇଁ ହେବା ଦରକାର। ଏସସିଓ ଦେଶ ପ୍ରାକୃତିକ ଦୁର୍ବିପାକ ପ୍ରବଣ ହୋଇଥିବାରୁ ଦୁର୍ବିପାକ ପ୍ରଶମନ ଭିତ୍ତିଭୂମି କ୍ଷେତ୍ରରେ ବିଶ୍ୱ ଭାଗିଦାରୀର ଆବଶ୍ୟକତା ରହିଛି। ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ଏଥିପାଇଁ ଏସସିଓ ଦେଶମାନଙ୍କୁ ଏକତ୍ର ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି।

ଏହି ବୈଠକରେ ଉଜବେକିସ୍ଥାନର ପ୍ରଧାନମନ୍ତ୍ରୀ ଅବଦୁଲ୍ଲା ନିଗମାଟୋଭିଚ ଆରିପୋଭ, ଏସସିଓ ସଦସ୍ୟ ରାଷ୍ଟ୍ରର ମୁଖ୍ୟମାନଙ୍କ ପ୍ରତିନିଧି, ଏସସିଓର ସେକ୍ରେଟାରି ଜେନେରାଲ ବ୍ଲାଦିମୀର ନୋରୋଭ ଏବଂ ଆଞ୍ଚଳିକ ସନ୍ତ୍ରାସବାଦ ନିରୋଧି ଢାଞ୍ଚାର କାର୍ଯ୍ୟନିର୍ବାହି ନିର୍ଦେଶକ ଏହି ବୈଠକରେ ଉପସ୍ଥିତ ଥିଲେ।

ଶ୍ରୀ ରାଜନାଥ ସିଂହ ତାସକେଣ୍ତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ପ୍ରଧାନମନ୍ତ୍ରୀ ସୂର୍ଗତ ଶାସ୍ତ୍ରୀ 1966 ଜାନୁୟାରୀ 11 ତାରିଖରେ ତାସକେଣ୍ତରେ ଇହଲିଳା ସମ୍ୱରଣ କରିଥିଲେ । 1965ର ଭାରତ ପାକିସ୍ତାନ ଯୁଦ୍ଧ ପରେ ତାସକେଣ୍ତ ଠାରେ ଯେଉଁ ଚୁକ୍ତି ହୋଇଥିଲା ସେହି ଚୁକ୍ତିର ଦିନକ ପରେ ଶାସ୍ତ୍ରୀଜୀ ପ୍ରାଣ ହରାଇଥିଲେ। ଶ୍ରୀ ସିଂହ ଶାସ୍ତ୍ରୀଜୀଙ୍କ ସ୍ମୃତିରେ ନିର୍ମିତ ସ୍କୁଲ ମଧ୍ୟ ପରିଦର୍ଶନ କରିଥିଲେ।

ଏସସିଓର ପରବର୍ତ୍ତି ବୈଠକ 2020ରେ ଭାରତରେ ଅନୁଷ୍ଠିତ ହେବ।

ଆଲେଖ: ଅଥର ଜଫର

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...