Skip to main content

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ସଂପର୍କକୁ ସୁଦୃଢ କରିଛି

ଶ୍ରୀଲଙ୍କାର ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ତାୱଙ୍କର ପ୍ରଥମ ସରକାରୀ ବିଦେଶ ଯାତ୍ରା ଭାରତକୁ ହୋଇଥାଏ କହିବା ବାହୁଲ୍ୟ ହେବ। ପୂର୍ବରୁ ଅନେକ ଥର ଏମିତି ହୋଇଛି। ଏବେ ଗୋଟାବାୟା ରାଜପକ୍ଷେ ରାଷ୍ଟ୍ରପତି ହେବାର ମାତ୍ର 10 ଦିନ ମଧ୍ୟରେ ତାଙ୍କର ପ୍ରଥମ ବିଦେଶ ଗସ୍ତ ଭାବରେ  ଭାରତ ଆସିବା ଜରୁରି ମନେ କରିଛନ୍ତି।
ଶ୍ରୀଲଙ୍କା ଏବଂ ଏହାର ଘନିଷ୍ଠ ପଡୋଶୀ ସହିତ ସଂପର୍କ ମଧୁର ଥିଲେ ମଧ୍ୟ ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ବାସ୍ତବିକତା ଅନୁରୂପ କରିବାର ଆବଶ୍ୟକତା ଦୁଇ ପକ୍ଷରୁ ରହିଛି।  ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନ ପରେ ପଥମ ବିଦେଶୀ ପ୍ରତିନିଧି ଭାବେ ସେଠାକୁ ଗସ୍ତ କରି ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ। ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଭାରତକୁ ଆସିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମନ୍ତ୍ରଣ ପତ୍ର ଦେଇଥିଲେ। ଏହାର ପ୍ରତିଉତ୍ତରରେ ଶ୍ରୀଲଙ୍କା ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଶ୍ରୀଲଙ୍କା ଆସିବାକୁ ଆମନ୍ତ୍ରଣ କରିଛନ୍ତି। 
ଦୁଇ ଦେଶ ମଧ୍ୟରେ ସଂପର୍କ ଅତିତର ଅବଧାରଣାକୁ ଯେପରି ସୃଷ୍ଟି ନକରୁ ସେଥିପାଇଁ ଦୁଇ ପକ୍ଷ ପରସ୍ପରର ସଂପର୍କକୁ ସୁଦୃଢ କରିବାର ଆବଶ୍ୟକତା ଅନୁଭବ କରିଛନ୍ତି। ଯେତେବେଳେ ଶ୍ରୀଲଙ୍କା ଏଲଟିଟିଇ ସହିତ ଯୁଦ୍ଧ କରୁଥିଲା ସେତେବେଳେ ଏପରି ଅବଧାରଣା ସୃଷ୍ଟି ହୋଇଥିଲା। ସେତେବେଳେ ମହିନ୍ଦ୍ରା ରାଜପକ୍ଷେ ରାଷ୍ଟ୍ରପତି ଏବଂ ଗୋଟାବାୟା ରାଜପକ୍ଷେ ପ୍ରତିରକ୍ଷା ସଚିବ ଥିଲେ।  ଭାରତ ସେତେବେଳେ ସେହି ଯୁଦ୍ଧରେ ଶ୍ରୀଲଙ୍କାକୁ ସଂପୂର୍ଣ୍ଣ ସମର୍ଥନ କରିଥିଲା ଏବଂ ସେଠାକାର ତାମିଲ ଅଧିବାସୀଙ୍କ ସ୍ୱାର୍ଥକୁ ସୁନିଶ୍ଚିତ କରିବା ପାଇଁ ଅନୁରୋଧ କରିଥିଲା। ସେତେବେଳେ ଶ୍ୀଲଙ୍କା ଏଲଟିଟିଇ ଉପରେ ବିଜୟ ହାସଲ କରିଥିଲା କିନ୍ତୁ ତାମିଲମାନଙ୍କ ପ୍ରସଙ୍ଗ ସେହିପରି ରହିଯାଇଥିଲା ଯାହାକୁ ଭାରତ ନିୟମିତ ଭାବେ ଶ୍ରୀଲହ୍କା ଆଗରେ ରଖିଆସିଛି। ଶ୍ରୀଲଙ୍କା ରାଷ୍ଟ୍ରପତି ଭାରତର ଚିନ୍ତାକୁ ସକରାତ୍ମକ ଭାବେ ଗ୍ରହଣ କରିଛନ୍ତି । ଏପରିକି ତାଙ୍କର ନିକଟରେ ଦେଇଥିବା ବିବୃତ୍ତିରେ କହିଛନ୍ତି ଯେ ସିଂଘଳି ମାନଙ୍କ ଭୋଟ ଯୋଗୁଁ ସେ ବିଜୟୀ ହୋଇଛନ୍ତି ଏଣୁ ସେମାନଙ୍କ ସମସ୍ୟାର ସମାଧାନ କରିବାକୁ ସେ ପ୍ରାଥମିକତା ଦେବେ।
ସେହିପରି ରାଷ୍ଟ୍ରପତି ରାଜପକ୍ଷେ କହିଛନ୍ତି ଯେ ଚିନ ଏବଂ ପାକିସ୍ତାନ ସହ ଶ୍ରୀଲଙ୍କାର ସଂପର୍କ ଦ୍ୱାରା ଭାରତ ସହିତ ରହିଥିବା ସଂପର୍କ କୁ ସେ ଖରାପ ହେବାକୁ ଦେବେନାହିଁ। ସେ ଏକଥା ମଧ୍ୟ ସ୍ୱୀକାର କରିଛନ୍ତି ଯେ ଚିନକୁ ଦିଆଯାଇଥିବା ବିବାଦୀୟ ହମ୍ୱନତୋତା ପ୍ରକଳ୍ପ ଏକ ଭୁଲ ଥିଲା। ଏଥିରୁ ପ୍ରମାଣିତ ହେଉଛି ଯେ ରାଜପକ୍ଷେ ଏକ ଖୋଲାମନରେ ଭାରତ ସହିତ ସଂପର୍କକୁ ମଜବୁତ କରିବାକୁ ଚାହୁଁଛନ୍ତି।
ଦ୍ୱିପକ୍ଷୀୟ ଆଲୋଚନା ସମୟରେ ଭାରତ ଶ୍ରୀଲଙ୍କାକୁ 450 ମିଲିୟନ ଡଲାର ଋଣ ଆକାରରେ ପ୍ରକଳ୍ପ ସହାୟତା ବାବଦରେ ଦେବ ବୋଲି କହିଛି। ଶ୍ରୀଲହ୍କା ମଧ୍ୟ ଭାରତର ସହାୟତା ଅର୍ଥକୁ ସଠିକ ଭାବେ ବିନିଯୋଗ କରିଆସିଛି। ଶ୍ରୀଲଙ୍କା ଏହା ମଧ୍ୟ ଦେଖିଆସିଛି ଯେ ବଡବଡ ପ୍ରକଳ୍ପ ପାଇଁ ନଗଦି ଋଣ ସେଠାକାର ଅର୍ଥନୀତି ପାଇଁ ମଙ୍ଗଳକର ହୋଇନି। ଯାହାର ଉଦାହରଣ ହେଉଛି ହାମ୍ୱାନତୋତା ବନ୍ଦର ପ୍ରକଳ୍ପ ଏବଂ ମାତାଲେ ଆନ୍ତର୍ଜାତୀୟ ବିମାନ ବନ୍ଦର।
ଥରେ ଦୁଇ ପକ୍ଷ ମଧ୍ୟରେ ସମସ୍ୟାର ସମାଧାନ ହୋଇଗଲେ ଉଭୟ ଭାରତ ଏବଂ ଶ୍ରୀଲଙ୍କାର ସଂପର୍କ ଅତ୍ୟନ୍ତ ସୁଦୃଢ ହୋଇଯିବ। ଶ୍ରୀ ରାଜପକ୍ଷେ କହିଛନ୍ତି ଯେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ସଂପର୍କ ସୁଦୂର ପ୍ରସାରୀ ହେଉ ବୋଲି ସେ ଚାହାନ୍ତି। କାରଣ ଦୁଇ ଦେଶ ମଧ୍ୟରେ ଐତିହାସୀକ ତଥା ରାଜନୈତିକ କ୍ଷେତ୍ରରେ ଦୀର୍ଘ ଦିନର ସଂପର୍କ ରହିଆସିଛି। ଏଥିରୁ ପ୍ରମାଣିତ ହେଉଛି ଯେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଭାରତ ସହିତ ସଂପର୍କକୁ ସତେଜ କରିବାକୁ ଚାହୁଁଛନ୍ତି ଯାହାକି ଏକ ସକରାତ୍ମକ ପଦକ୍ଷେପ।
ଆଲେଖ୍ୟ ଏମ.କେ. ଟିକୁ
ଭାଷାନ୍ତର  ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...