Skip to main content

ପ୍ରଥମ ଭାରତ ଜାପାନ ଟୁ ପ୍ଲସ ଟୁ ମନ୍ତ୍ରୀ ସ୍ତରୀୟ ବୈଠକ

ପ୍ରଥମ ଭାରତ ଜାପାନ ଟୁ ପ୍ଲସ ଟୁ ବୈଦେଶିକ ଏବଂ ପ୍ରତିରକ୍ଷା ମନ୍ତ୍ରୀ ସ୍ତରୀୟ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି | ଜାପାନର ବୈଦେଶିକ ମନ୍ତ୍ରୀ ତୋସିମିଶୁ ମୋତେଗି ଏବଂ ପ୍ରତିରକ୍ଷା ମନ୍ତ୍ରୀ ତାରୋ କୋନୋ ସେମାନଙ୍କର ଭାରତୀୟ ପ୍ରତିପକ୍ଷ ଏସ. ଜୟଶଙ୍କର ଏବଂ ରାଜନାଥ ସିଂହଙ୍କ ସହିତ ଆଲୋଚନା କରିଛନ୍ତି | ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସଂବନ୍ଧୀୟ ସଂପର୍କକୁ ଅଧିକ ମଜୁବତ କରିବା ଲକ୍ଷ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଛି | 2000 ମସିହା ଠାରୁ ଭାରତ ଏବଂ ଜାପାନ ମଧ୍ୟରେ କୌଶଳଗତ ଭାଗିଦାରୀ ରହିଆସିଛି | ଦୁଇ ଦେଶର ମିଳିତ କାର୍ଯ୍ୟକାରୀ ଗୋଷ୍ଠି ମଧ୍ୟରେ ଆଲୋଚନା ଆରମ୍ଭ ହୋଇ 2010ରେ ସଚିବ ସ୍ତରୀୟ ଏବଂ ଏବେ ମନ୍ତ୍ରୀ ସ୍ତରୀୟ ଆଲୋଚନା ପର୍ଯ୍ୟନ୍ତ ପହଞ୍ଚିଛି |

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ଜାପାନର ପ୍ରଧାନମନ୍ତ୍ରୀ ୟୋଶିରୋ ମୋରିଙ୍କ ଦ୍ଵାରା 2000-2001ରେ ଏହି ବୈଠକ ପ୍ରଥମ ଆରମ୍ଭ ହୋଇଥିଲା |

ଏକ ମିଳିତ ବିବୃତ୍ତିରେ ଉଭୟ ଭାରତ ଏବଂ ଜାପାନ କହିଛନ୍ତି ଯେ ପାକିସ୍ତାନରୁ ପରିଚାଳିତ ସନ୍ତ୍ରାସବାଦି କାର୍ଯ୍ୟକଳାପ ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତା ପ୍ରତି ବିପଦ ହୋଇ ଉଭା ହୋଇଛି | ଉଭୟ ପକ୍ଷ ଗଣବିଧ୍ଵୋଂଶକାରୀ ଅସ୍ତ୍ରଶସ୍ତ୍ରକୁ ନଷ୍ଠ କରିବା ତଥା ଜାତିସଂଘ ନିରାପତ୍ତା ପରିଷଦର ପ୍ରସ୍ଥାବ ମୁତାବକ ବାଲେଷ୍ଟିକ କ୍ଷେପଣାସ୍ତ୍ରଗୁଡିକୁ ନଷ୍ଠ କରିବାକୁ ଉତ୍ତର କୋରିଆକୁ କହିଛନ୍ତି |

ଭାରତ ଜାପାନ ବାର୍ଷିକ ବୈଠକରେ ଯୋଗଦେବା ପାଇଁ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଅବେ ଚଳିତ ମାସ ଭାରତ ଆସୁଥିବା ପରିପ୍ରେକ୍ଷୀରେ ଏହି ଟୁ ପ୍ଲସ ଟୁ ବୈଠକ ହୋଇଛି | 2014 ମସିହା ଠାରୁ ଏହି ବାର୍ଷିକ ବୈଠକ ଅନୁଷ୍ଠିତ ହେଉଛି | ପ୍ରଥମ ଥର 2006ରେ ଭାରତ ଜାପାନ ଦ୍ଵିପକ୍ଷୀୟ ସଂପର୍କ ଅଧିକ ବୃଦ୍ଧି ପାଇଥିଲା ଏବଂ 2007ରେ ମିଳିତ ପ୍ରତିରକ୍ଷା ସମରାଭ୍ୟାସ ଅନୁଷ୍ଠିତ ହୋଇଥିଲା | 2015 ପରଠାରୁ ଜାପାନ ମାଲାବର ସାମରିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲୁଛି |

ଗତ ବର୍ଷ ଭାରତ ଏବଂ ଜାପାନର ପଦାତିକ ବାହିନୀ ସନ୍ତ୍ରାସବାଦ ମୁକାବିଲା ଉପରେ ମିଳିତ ଅଭ୍ୟାସ କରିଥିଲେ | ଜାପାନ ଟୁ ପ୍ଲସ ଟୁ ମନ୍ତ୍ରୀ ସ୍ତରୀୟ ବୈଠକରେ 6ଟି ଦେଶ ସହିତ ସାମିଲ ଥିବାବେଳେ ଭାରତ କେବଳ ଆମେରିକା ଏବଂ ଜାପାନ ସହିତ ଏହି ପରି ବୈଠକରେ ସାମିଲ ହୋଇଛି | ମନ୍ତ୍ରୀ ସ୍ତରୀୟ ବୈଠକରେ ବିମାନ ବାହିନୀର ମିଳିତ ସମରାଭ୍ୟାସ ଆଗାମି ଦିନରେ ଖୁବଶିଘ୍ର କରାଯିବାର ଆଶା କରାଯାଉଛି |

କ୍ଵାଦ ଆଲୋଚନା ପାଇଁ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ସହିତ ପ୍ରଥମ ଥର ନ୍ୟୁୟର୍କରେ ବୈଠକ କରିଥିଲେ | ପ୍ରାୟ 15 ଦିନ ପୂର୍ବେ ସମସ୍ତ ଚାରୋଟି ଦେଶ ସନ୍ତ୍ରାସବାଦ ମୁକାବିଲା ଉପରେ ଆଲୋଚନା କରିଛନ୍ତି | ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ଆଣିବା ଏହି ବୈଠକର ପ୍ରମୁଖ ପ୍ରସଙ୍ଗ ଥିଲା | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବ୍ୟାଙ୍କକରେ ଚଳିତ ବର୍ଷ ଭାରତ- ପ୍ରଶାନ୍ତ ମହାସାଗରୀୟ ପଦକ୍ଷେପ ଶାନ୍ତି ଏବଂ ସ୍ଥିରତା ପାଇଁ ଅଭିପ୍ରେତ ବୋଲି କହିଥିଲେ |

ଭାରତ-ଜାପାନ ସଂପର୍କ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପଗୁଡିକ ସହିତ ଅଧିକ ସୁଦୃଢ ହୋଇଚାଲିଛି | ଏହି ସଂପର୍କକୁ ଆହୁରି ସୁଦୃଢ କରିବା ପାଇଁ ଟୁ ପ୍ଲସ ଟୁ ବୈଠକରେ ଉଭୟ ଦେଶ ଇଚା ପ୍ରକାଶ କରିଛନ୍ତି | ଏହି ବୈଠକରେ ଦକ୍ଷିଣ ଚିନ ସାଗର ପ୍ରସଙ୍ଗ ମଧ୍ୟ ଉତ୍ଥାପନ ହୋଇଛି |
ଆଲେଖ୍ୟ: ସୁମନ ଶର୍ମା

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...