Skip to main content

ଇସ୍ରାଏଲର ବସତିଗୁଡିକର ଟ୍ରମ୍ପଙ୍କ ଦ୍ୱାରା ଆଇନସିଦ୍ଧ

ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପମ୍ପେଓଙ୍କ ଦ୍ୱାରା ଅଚାନକ ଓ ଆଶାତିତ ଭାବେ ଅଧିକୃତ ଅଞ୍ଚଳଗୁଡିକରେ ଇସ୍ରାଏଲର ନାଗରୀକମାନଙ୍କ ବସତି ସ୍ଥାପନ ଉପରେ ଘୋଷଣାନାମା ଅନ୍ତର୍ଜାତୀୟ ସହମତିର ବିରୁଦ୍ଧାଚରଣ କରିବା ସଙ୍ଗେସଙ୍ଗେ 1967 ମସିହା ଜୁନ ମାସ ଯୁଦ୍ଧ ପରଠାରୁ ଆମେରିକାର ବିଭାଜନ ନୀତିକୁ ମଧ୍ୟ ବିରୁଦ୍ଧାଚରଣ କରୁଛି। ଆମେରିକାର ନୀତି ସ୍ଥିର ନୁହଁ ବୋଲି ଦର୍ଶାଇ ଶ୍ରୀ ପମ୍ପେଓ କହିଛନ୍ତି ୱେଷ୍ଟ ବ୍ୟାଙ୍କରେ ଇସ୍ରାଏଲ ନାଗରିକମାନଙ୍କ ବସତି ସ୍ଥାପନ ଅନ୍ତର୍ଜାତୀୟ ଆଇନ ପରିପନ୍ଥି ଏବଂ ଏହି ବସତିଗୁଡିକର ସ୍ଥିତାବସ୍ଥା ତଥା ୱେଷ୍ଟବ୍ୟାଙ୍କ ସଂକ୍ରାନ୍ତରେ ଇସ୍ରାଏଲ ଓ ପାଲେଷ୍ଟାଇନର ନାଗରିକମାନଙ୍କ ମଧ୍ୟରେ ଆଲୋଚନାର ଆବଶ୍ୟକତା ରହିଛି।

1967 ମସିହା ଜୁନ ମାସର ଯୁଦ୍ଧ ସମୟରେ ସିନାଇ ଉପଦ୍ୱିପ, ଗୋଲାନ ହାଇଟ୍ସ, ଗାଜା ଟ୍ରିପ ଓ ୱେଷ୍ଟବ୍ୟାଙ୍କ ସମେତ ପୂର୍ବ ଜେରୁଜେଲମରେ ଇସ୍ରାଏଲ ବସତି ସ୍ଥାପନ କରିଥିଲା। ଯୁଦ୍ଧ ପରେପରେ ବସତି ସ୍ଥାପନ କାର୍ଯ୍ୟ ଆରମ୍ଭ ହୋଇଥିଲା । ଯୁଦ୍ଧ ପୂର୍ବରୁ ଜୋଡାନ ଅଧିନରେ ଥିବା ଜେରୁଜେଲମର ପୂର୍ବାଞ୍ଚଳରେ ଇସ୍ରାଏଲ ତାର ଅଧିକାର ସଂପ୍ରସାରଣ କରିଥିଲା। ପ୍ରଥମେ ଗୋଲାନ ହାଇଟ୍ସ ଅଞ୍ଚଳରେ ବସତି ସ୍ଥାପନ ଆରମ୍ଭ କରିବା ପରେ ବାକି ଅଧିକୃତ ଅଞ୍ଚଳଗୁଡିକରେ ବସତି ସ୍ଥାପନ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ୱେଷ୍ଟବ୍ୟାଙ୍କରେ ପାଖାପାଖି 130ଟି ଆଇନସିଦ୍ଧ ବସତି ରହିଛି ଏବଂ ବାକି 100ଟି ଅନଧିକୃତ ବସତିରେ ପାଖାପାଖି 4 ଲକ୍ଷ ଇସ୍ରାଏଲ ଲୋକ ବାସ କରୁଛନ୍ତି। ପୂର୍ବ ଜେରୁଜେଲମର 12ଟି ଜିଉ ଅଧିକୃତ ପଡୋଶୀ ଅଞ୍ଚଳଗୁଡିକରେ ମଧ୍ୟ 2 ଲକ୍ଷ ଇସ୍ରାଏଲି ବାସ କରୁଛନ୍ତି। 1967 ମସିହା ଜୁନ ମାସ ଯୁଦ୍ଧ ପରେ ଏହିସବୁ ଘଟଣା ଘଟିଛି.। ଗୋଲାନ ଅଞ୍ଚଳର 32ଟି ଆବାସୀକ ଅଞ୍ଚଳରେ 22 ହଜାର ଲୋକ ବାସ କରୁଛନ୍ତି।

ଏହି ବସତିଗୁଡିକ ପଡୋଶୀ ଆରବ ରାଷ୍ଟ୍ରଗୁଡିକ ସହ ଇସ୍ରାଏଲର ଶାନ୍ତି ବ୍ୟବସ୍ଥା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। କ୍ୟାମ୍ପ ଡାଭିଡ ରାଜିନାମା ଦ୍ୱାରା ଇଜିପ୍ଟ ନେତୃତ୍ୱରେ ସିନାଇ ଉପଦ୍ୱିପରୁ ଇସ୍ରାଏଲର ନାଗରିକମାନଙ୍କୁ ଖାଲି କରାଯାଇଥିଲା ଏବଂ 1982 ମସିହାରେ ୟାମିତ ଅଞ୍ଚଳରେ ବସତିଗୁଡିକୁ ଭଙ୍ଗା ଯାଇଥିଲା। 2005 ଅଗଷ୍ଟ ମାସରେ ଗାଜା ଟ୍ରିପରୁ ଏକତରଫା ପ୍ରତ୍ୟାହାର ସମୟରେ ମଧ୍ୟ ବସତିଗୁଡିକୁ ଭଙ୍ଗା ଯାଇଥିଲା। ସେତେବେଳେ ଇସ୍ରାଏଲ 21ଟି ବସତିରୁ 8 ହଜାର ଲୋକଙ୍କୁ ପ୍ରତ୍ୟାହାର କରିନେଇଥିଲା। 1990 ମସିହାରେ ଇସ୍ରାଏଲ ବସତି ସ୍ଥାପନ ସଂକ୍ରାନ୍ତୀୟ କଥାବାର୍ତ୍ତାରୁ ଓହରି ଯିବାରୁ ଇସ୍ରାଏଲ ଓ ସିରିୟା ମଧ୍ୟରେ ରାଜିନାମା ବିଫଳ ହୋଇଥିଲା।

ଅଧିକୃତ ଅଞ୍ଚଳଗୁଡିକରେ ବସତି ସଂପ୍ରସାରଣ ପାଇଁ ଇସ୍ରାଏଲର ଅଧିକାଂଶ ରାଜନୈତିକ ଦଳଗୁଡିକର ଅବଦାନ ରହିଛି। ବହୁ ବର୍ଷ ଧରି ସେହି ବସତିଗୁଡିକର ଜନସଂଖ୍ୟା ଇସ୍ରାଏଲର ଦକ୍ଷିଣପନ୍ଥି ରାଜନୈତିକ ଦଳଗୁଡିକ ପାଇଁ ଭିତ୍ତିଭୂମି ପାଲଟିଛି।

ଏହି ବସତିଗୁଡିକୁ ନେଇ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ କଥାବାର୍ତ୍ତା ମଧ୍ୟ ବଡ ଧରଣର ବାଧା ସୃଷ୍ଟି କରିଛି। ଏହାର ଅର୍ଥ ହେଲା ପାଲେଷ୍ଟାଇନର ଜମିଗୁଡିକରେ ବିଦ୍ୟାଳୟ, ଡାକ୍ତରଖାନା, ମଲ ଓ ଅନ୍ୟାନ୍ୟ ନୁଯୁକ୍ତି କେନ୍ଦ୍ର ସମେତ ନିରାପତ୍ତା ବ୍ୟବସ୍ଥା ଓ ବାଇପାସ ରୋଡ ନିର୍ମାଣ ଭଳି ଅନେକ କାର୍ଯ୍ୟ କରାଯାଇଛି। ଆରମ୍ଭରୁ ପାଲେଷ୍ଟାଇନ ଲୋକମାନଙ୍କ ସଂସ୍ଥା ଓ କେନ୍ଦ୍ରଗୁଡିକ ଠାରୁ ଦୂରରେ ଏହିସବୁ କେନ୍ଦ୍ରଗୁଡିକ ଖୋଲାଯାଇଥିଲା କିନ୍ତୁ ଧିରେଧିରେ ସେମାନେ ପାଲେଷ୍ଟାଇନର ଗାଁ ଓ ସହର ନିକଟବର୍ତ୍ତି ଅଞ୍ଚଳ ଗୁଡିକରେ ଏହିସବୁ କେନ୍ଦ୍ର ଖୋଲିବାକୁ ଲାଗିଲେ।

ପାଲେଷ୍ଟାଇନର ଲୋକମାନେ ଭାବୁଥିଲେ ଓସଲୋ ପ୍ରକ୍ରିୟା ଦ୍ୱାରା ବସତି ସ୍ଥାପନ ଅଭିଯାନ ଧିମେଇ ଯିବ ଏବଂ ପଚାଶ ବର୍ଷ ପରେ ବସତିସ୍ଥାପନ ପ୍ରକ୍ରିୟା ଧିରେ ଧିରେ ବନ୍ଦ ହୋଇଯିବ କିନ୍ତୁ ସେମିତି କିଛି ଘଟିଲା ନାହିଁ। ଦିନକୁ ଦିନ ଇସ୍ରାଏଲ ପାଲେଷ୍ଟାଇନର ଅଧିକ ସହର ଓ ଜମି ନିଜର ନିୟନ୍ତ୍ରଣକୁ ନେଲା ଓ ବସତି ସ୍ଥାପନ ବୃଦ୍ଧି କଲା। ଫଳରେ ପାଲେଷ୍ଟାଇନର ସ୍ୱତନତ୍ର ରାଷ୍ଟ୍ର ମାନ୍ୟତା ଧିରେ ଧିରେ କ୍ଷୁର୍ଣ୍ଣ ହେବାକୁ ଲାଗିଲା।

ବହୁ ଦିନ ଧରି ଅନ୍ତର୍ଜାତୀୟ ସମୁଦାୟ ଭାବୁଥିଲା ଚତୁର୍ଥ ଜେନେଭା ରାଜିନାମାକୁ ବସତି ସ୍ଥାପନ ଅଭିଯାନ ଉଲଘଂନ କରୁଛି। 2004 ମସିହାରେ ଅନ୍ତର୍ଜାତୀୟ ଅଦାଲତ ଏହି ବସତିଗୁଡିକୁ ଅବୈଧ ଘୋଷଣା କରିଥିଲା।

ପୂର୍ବରୁ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଜେରୁଜେଲମକୁ ଇସ୍ରାଏଲର ରାଜଧାନୀ ଓ ଗୋଲନ ହାଇଟ୍ସକୁ ଏକ ସାର୍ବଭୌମ ଇସ୍ରାଏଲର ଏକ ସାର୍ବଭୌମ ଅଞ୍ଚଳ ବୋଲି ଘୋଷଣା କରି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନିତ୍ୟାନ୍ୟାହୁଙ୍କୁ ସପକ୍ଷରେ ଜନସମର୍ଥନ ଯୋଗାଡ କରିବାକୁ ପ୍ରୟାସ କରିଥିବାବେଳେ ବର୍ତ୍ତମାନ ଏଭଳି ବିବାଦୀୟ ନୀତି ଘୋଷଣା କରିଛି। ଗତ ଏପ୍ରିଲ ଓ ସେପ୍ଟେମ୍ୱର ମାସରେ ହୋଇଥିବା ନିର୍ବାଚନରେ ଇସ୍ରାଏଲରେ ସରକାର ଗଠନ ସମ୍ଭବ ହୋଇନଥିଲା। ନିତ୍ୟାନ୍ୟାହୁଙ୍କ ବିରୁଦ୍ଧରେ ଦୁର୍ନୀତି ମାମଲା ଚାଲିଥିବା ସତ୍ତ୍ୱେ ବର୍ତ୍ତମାନ ସେ କହୁଛନ୍ତି ଜୋର୍ଡାନ ଉପତ୍ୟକାକୁ ସାମିଲ କରିବା ପାଇଁ ସେ ସରକାର ଗଠନ କରିବାକୁ ଚାହୁଁଛନ୍ତି।

ଟ୍ରମ୍ପ ପ୍ରଶାସନର ଏଭଳି ନିଷ୍ପତ୍ତି ପରେ ଜାତିସଂଘ ସାଧାରଣ ପରିଷଦ ଅଧିବେଶନରେ ପାଲେଷ୍ଟାଇନମାନଙ୍କ ଆତ୍ମ ନିର୍ଧାରଣ ଅଧିକାର ସପକ୍ଷରେ ଏକ ପ୍ରସ୍ଥାବ ଗୃହିତ ହୋଇଛି। ବାରତ ସମେତ 165 ଦେଶ ଏହି ପ୍ରସ୍ଥାବ ସପକ୍ଷରେ ଭୋଟ ଦେଇଥିବା ବେଳେ ଇସ୍ରାଏଲକୁ କେବଳ ଆମେରିକା, ନଉରୁ, ମିକ୍ରୋନେସିଆ ଓ ମାର୍ଶାଲ ଦ୍ୱିପ ସମୁହ ପକ୍ଷରୁ ସମର୍ଥନ ମିଳିଛି।

ପାଲେଷ୍ଟାଇନକୁ ଏକ ସ୍ୱାଧୀନ ରାଷ୍ଟ୍ର ଭାବେ ଭାରତ ସମର୍ଥନ କରିବା ସଙ୍ଗେ ସଙ୍ଗେ ଇସ୍ରାଏଲ ସହ ଶାନ୍ତି ଓ ନିରାପତ୍ତା ସହାବସ୍ଥାନ ପ୍ରତି ସମର୍ଥନ ଜଣାଉଛି। ରାଷ୍ଟ୍ରପତି ଟ୍ରମ୍ପଙ୍କର ଏହି ବସତି ସ୍ଥାପନ ଗୁଡିକରେ ଏହି ନୂଆ ଆଭିମୁଖ୍ୟ ଦ୍ୱାରା ପାଲେଷ୍ଟାଇନ ରାଷ୍ଟ୍ର ଗଠନ ପ୍ରତି ବିପଦ ସୃଷ୍ଟି ହୋଇଛି ଏବଂ ସେହି ଅଞ୍ଚଳରେ ଉତ୍ତେଜନା ଆହୁରି ବୃଦ୍ଧି ପାଇବାର ଆଶଙ୍କା ଦେଖା ଦେଇଛି।

ଆଲେଖ୍ୟ: ପ୍ରଫେସର ପି.ଆର. କୁମାରସ୍ୱାମୀ

ଭାଷାନ୍ତର: ଜଗନ୍ନାଥ ମଲ୍ଲିକ, ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...