Skip to main content

ଇସ୍ରାଏଲର ବସତିଗୁଡିକର ଟ୍ରମ୍ପଙ୍କ ଦ୍ୱାରା ଆଇନସିଦ୍ଧ

ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପମ୍ପେଓଙ୍କ ଦ୍ୱାରା ଅଚାନକ ଓ ଆଶାତିତ ଭାବେ ଅଧିକୃତ ଅଞ୍ଚଳଗୁଡିକରେ ଇସ୍ରାଏଲର ନାଗରୀକମାନଙ୍କ ବସତି ସ୍ଥାପନ ଉପରେ ଘୋଷଣାନାମା ଅନ୍ତର୍ଜାତୀୟ ସହମତିର ବିରୁଦ୍ଧାଚରଣ କରିବା ସଙ୍ଗେସଙ୍ଗେ 1967 ମସିହା ଜୁନ ମାସ ଯୁଦ୍ଧ ପରଠାରୁ ଆମେରିକାର ବିଭାଜନ ନୀତିକୁ ମଧ୍ୟ ବିରୁଦ୍ଧାଚରଣ କରୁଛି। ଆମେରିକାର ନୀତି ସ୍ଥିର ନୁହଁ ବୋଲି ଦର୍ଶାଇ ଶ୍ରୀ ପମ୍ପେଓ କହିଛନ୍ତି ୱେଷ୍ଟ ବ୍ୟାଙ୍କରେ ଇସ୍ରାଏଲ ନାଗରିକମାନଙ୍କ ବସତି ସ୍ଥାପନ ଅନ୍ତର୍ଜାତୀୟ ଆଇନ ପରିପନ୍ଥି ଏବଂ ଏହି ବସତିଗୁଡିକର ସ୍ଥିତାବସ୍ଥା ତଥା ୱେଷ୍ଟବ୍ୟାଙ୍କ ସଂକ୍ରାନ୍ତରେ ଇସ୍ରାଏଲ ଓ ପାଲେଷ୍ଟାଇନର ନାଗରିକମାନଙ୍କ ମଧ୍ୟରେ ଆଲୋଚନାର ଆବଶ୍ୟକତା ରହିଛି।

1967 ମସିହା ଜୁନ ମାସର ଯୁଦ୍ଧ ସମୟରେ ସିନାଇ ଉପଦ୍ୱିପ, ଗୋଲାନ ହାଇଟ୍ସ, ଗାଜା ଟ୍ରିପ ଓ ୱେଷ୍ଟବ୍ୟାଙ୍କ ସମେତ ପୂର୍ବ ଜେରୁଜେଲମରେ ଇସ୍ରାଏଲ ବସତି ସ୍ଥାପନ କରିଥିଲା। ଯୁଦ୍ଧ ପରେପରେ ବସତି ସ୍ଥାପନ କାର୍ଯ୍ୟ ଆରମ୍ଭ ହୋଇଥିଲା । ଯୁଦ୍ଧ ପୂର୍ବରୁ ଜୋଡାନ ଅଧିନରେ ଥିବା ଜେରୁଜେଲମର ପୂର୍ବାଞ୍ଚଳରେ ଇସ୍ରାଏଲ ତାର ଅଧିକାର ସଂପ୍ରସାରଣ କରିଥିଲା। ପ୍ରଥମେ ଗୋଲାନ ହାଇଟ୍ସ ଅଞ୍ଚଳରେ ବସତି ସ୍ଥାପନ ଆରମ୍ଭ କରିବା ପରେ ବାକି ଅଧିକୃତ ଅଞ୍ଚଳଗୁଡିକରେ ବସତି ସ୍ଥାପନ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ୱେଷ୍ଟବ୍ୟାଙ୍କରେ ପାଖାପାଖି 130ଟି ଆଇନସିଦ୍ଧ ବସତି ରହିଛି ଏବଂ ବାକି 100ଟି ଅନଧିକୃତ ବସତିରେ ପାଖାପାଖି 4 ଲକ୍ଷ ଇସ୍ରାଏଲ ଲୋକ ବାସ କରୁଛନ୍ତି। ପୂର୍ବ ଜେରୁଜେଲମର 12ଟି ଜିଉ ଅଧିକୃତ ପଡୋଶୀ ଅଞ୍ଚଳଗୁଡିକରେ ମଧ୍ୟ 2 ଲକ୍ଷ ଇସ୍ରାଏଲି ବାସ କରୁଛନ୍ତି। 1967 ମସିହା ଜୁନ ମାସ ଯୁଦ୍ଧ ପରେ ଏହିସବୁ ଘଟଣା ଘଟିଛି.। ଗୋଲାନ ଅଞ୍ଚଳର 32ଟି ଆବାସୀକ ଅଞ୍ଚଳରେ 22 ହଜାର ଲୋକ ବାସ କରୁଛନ୍ତି।

ଏହି ବସତିଗୁଡିକ ପଡୋଶୀ ଆରବ ରାଷ୍ଟ୍ରଗୁଡିକ ସହ ଇସ୍ରାଏଲର ଶାନ୍ତି ବ୍ୟବସ୍ଥା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। କ୍ୟାମ୍ପ ଡାଭିଡ ରାଜିନାମା ଦ୍ୱାରା ଇଜିପ୍ଟ ନେତୃତ୍ୱରେ ସିନାଇ ଉପଦ୍ୱିପରୁ ଇସ୍ରାଏଲର ନାଗରିକମାନଙ୍କୁ ଖାଲି କରାଯାଇଥିଲା ଏବଂ 1982 ମସିହାରେ ୟାମିତ ଅଞ୍ଚଳରେ ବସତିଗୁଡିକୁ ଭଙ୍ଗା ଯାଇଥିଲା। 2005 ଅଗଷ୍ଟ ମାସରେ ଗାଜା ଟ୍ରିପରୁ ଏକତରଫା ପ୍ରତ୍ୟାହାର ସମୟରେ ମଧ୍ୟ ବସତିଗୁଡିକୁ ଭଙ୍ଗା ଯାଇଥିଲା। ସେତେବେଳେ ଇସ୍ରାଏଲ 21ଟି ବସତିରୁ 8 ହଜାର ଲୋକଙ୍କୁ ପ୍ରତ୍ୟାହାର କରିନେଇଥିଲା। 1990 ମସିହାରେ ଇସ୍ରାଏଲ ବସତି ସ୍ଥାପନ ସଂକ୍ରାନ୍ତୀୟ କଥାବାର୍ତ୍ତାରୁ ଓହରି ଯିବାରୁ ଇସ୍ରାଏଲ ଓ ସିରିୟା ମଧ୍ୟରେ ରାଜିନାମା ବିଫଳ ହୋଇଥିଲା।

ଅଧିକୃତ ଅଞ୍ଚଳଗୁଡିକରେ ବସତି ସଂପ୍ରସାରଣ ପାଇଁ ଇସ୍ରାଏଲର ଅଧିକାଂଶ ରାଜନୈତିକ ଦଳଗୁଡିକର ଅବଦାନ ରହିଛି। ବହୁ ବର୍ଷ ଧରି ସେହି ବସତିଗୁଡିକର ଜନସଂଖ୍ୟା ଇସ୍ରାଏଲର ଦକ୍ଷିଣପନ୍ଥି ରାଜନୈତିକ ଦଳଗୁଡିକ ପାଇଁ ଭିତ୍ତିଭୂମି ପାଲଟିଛି।

ଏହି ବସତିଗୁଡିକୁ ନେଇ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ କଥାବାର୍ତ୍ତା ମଧ୍ୟ ବଡ ଧରଣର ବାଧା ସୃଷ୍ଟି କରିଛି। ଏହାର ଅର୍ଥ ହେଲା ପାଲେଷ୍ଟାଇନର ଜମିଗୁଡିକରେ ବିଦ୍ୟାଳୟ, ଡାକ୍ତରଖାନା, ମଲ ଓ ଅନ୍ୟାନ୍ୟ ନୁଯୁକ୍ତି କେନ୍ଦ୍ର ସମେତ ନିରାପତ୍ତା ବ୍ୟବସ୍ଥା ଓ ବାଇପାସ ରୋଡ ନିର୍ମାଣ ଭଳି ଅନେକ କାର୍ଯ୍ୟ କରାଯାଇଛି। ଆରମ୍ଭରୁ ପାଲେଷ୍ଟାଇନ ଲୋକମାନଙ୍କ ସଂସ୍ଥା ଓ କେନ୍ଦ୍ରଗୁଡିକ ଠାରୁ ଦୂରରେ ଏହିସବୁ କେନ୍ଦ୍ରଗୁଡିକ ଖୋଲାଯାଇଥିଲା କିନ୍ତୁ ଧିରେଧିରେ ସେମାନେ ପାଲେଷ୍ଟାଇନର ଗାଁ ଓ ସହର ନିକଟବର୍ତ୍ତି ଅଞ୍ଚଳ ଗୁଡିକରେ ଏହିସବୁ କେନ୍ଦ୍ର ଖୋଲିବାକୁ ଲାଗିଲେ।

ପାଲେଷ୍ଟାଇନର ଲୋକମାନେ ଭାବୁଥିଲେ ଓସଲୋ ପ୍ରକ୍ରିୟା ଦ୍ୱାରା ବସତି ସ୍ଥାପନ ଅଭିଯାନ ଧିମେଇ ଯିବ ଏବଂ ପଚାଶ ବର୍ଷ ପରେ ବସତିସ୍ଥାପନ ପ୍ରକ୍ରିୟା ଧିରେ ଧିରେ ବନ୍ଦ ହୋଇଯିବ କିନ୍ତୁ ସେମିତି କିଛି ଘଟିଲା ନାହିଁ। ଦିନକୁ ଦିନ ଇସ୍ରାଏଲ ପାଲେଷ୍ଟାଇନର ଅଧିକ ସହର ଓ ଜମି ନିଜର ନିୟନ୍ତ୍ରଣକୁ ନେଲା ଓ ବସତି ସ୍ଥାପନ ବୃଦ୍ଧି କଲା। ଫଳରେ ପାଲେଷ୍ଟାଇନର ସ୍ୱତନତ୍ର ରାଷ୍ଟ୍ର ମାନ୍ୟତା ଧିରେ ଧିରେ କ୍ଷୁର୍ଣ୍ଣ ହେବାକୁ ଲାଗିଲା।

ବହୁ ଦିନ ଧରି ଅନ୍ତର୍ଜାତୀୟ ସମୁଦାୟ ଭାବୁଥିଲା ଚତୁର୍ଥ ଜେନେଭା ରାଜିନାମାକୁ ବସତି ସ୍ଥାପନ ଅଭିଯାନ ଉଲଘଂନ କରୁଛି। 2004 ମସିହାରେ ଅନ୍ତର୍ଜାତୀୟ ଅଦାଲତ ଏହି ବସତିଗୁଡିକୁ ଅବୈଧ ଘୋଷଣା କରିଥିଲା।

ପୂର୍ବରୁ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଜେରୁଜେଲମକୁ ଇସ୍ରାଏଲର ରାଜଧାନୀ ଓ ଗୋଲନ ହାଇଟ୍ସକୁ ଏକ ସାର୍ବଭୌମ ଇସ୍ରାଏଲର ଏକ ସାର୍ବଭୌମ ଅଞ୍ଚଳ ବୋଲି ଘୋଷଣା କରି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନିତ୍ୟାନ୍ୟାହୁଙ୍କୁ ସପକ୍ଷରେ ଜନସମର୍ଥନ ଯୋଗାଡ କରିବାକୁ ପ୍ରୟାସ କରିଥିବାବେଳେ ବର୍ତ୍ତମାନ ଏଭଳି ବିବାଦୀୟ ନୀତି ଘୋଷଣା କରିଛି। ଗତ ଏପ୍ରିଲ ଓ ସେପ୍ଟେମ୍ୱର ମାସରେ ହୋଇଥିବା ନିର୍ବାଚନରେ ଇସ୍ରାଏଲରେ ସରକାର ଗଠନ ସମ୍ଭବ ହୋଇନଥିଲା। ନିତ୍ୟାନ୍ୟାହୁଙ୍କ ବିରୁଦ୍ଧରେ ଦୁର୍ନୀତି ମାମଲା ଚାଲିଥିବା ସତ୍ତ୍ୱେ ବର୍ତ୍ତମାନ ସେ କହୁଛନ୍ତି ଜୋର୍ଡାନ ଉପତ୍ୟକାକୁ ସାମିଲ କରିବା ପାଇଁ ସେ ସରକାର ଗଠନ କରିବାକୁ ଚାହୁଁଛନ୍ତି।

ଟ୍ରମ୍ପ ପ୍ରଶାସନର ଏଭଳି ନିଷ୍ପତ୍ତି ପରେ ଜାତିସଂଘ ସାଧାରଣ ପରିଷଦ ଅଧିବେଶନରେ ପାଲେଷ୍ଟାଇନମାନଙ୍କ ଆତ୍ମ ନିର୍ଧାରଣ ଅଧିକାର ସପକ୍ଷରେ ଏକ ପ୍ରସ୍ଥାବ ଗୃହିତ ହୋଇଛି। ବାରତ ସମେତ 165 ଦେଶ ଏହି ପ୍ରସ୍ଥାବ ସପକ୍ଷରେ ଭୋଟ ଦେଇଥିବା ବେଳେ ଇସ୍ରାଏଲକୁ କେବଳ ଆମେରିକା, ନଉରୁ, ମିକ୍ରୋନେସିଆ ଓ ମାର୍ଶାଲ ଦ୍ୱିପ ସମୁହ ପକ୍ଷରୁ ସମର୍ଥନ ମିଳିଛି।

ପାଲେଷ୍ଟାଇନକୁ ଏକ ସ୍ୱାଧୀନ ରାଷ୍ଟ୍ର ଭାବେ ଭାରତ ସମର୍ଥନ କରିବା ସଙ୍ଗେ ସଙ୍ଗେ ଇସ୍ରାଏଲ ସହ ଶାନ୍ତି ଓ ନିରାପତ୍ତା ସହାବସ୍ଥାନ ପ୍ରତି ସମର୍ଥନ ଜଣାଉଛି। ରାଷ୍ଟ୍ରପତି ଟ୍ରମ୍ପଙ୍କର ଏହି ବସତି ସ୍ଥାପନ ଗୁଡିକରେ ଏହି ନୂଆ ଆଭିମୁଖ୍ୟ ଦ୍ୱାରା ପାଲେଷ୍ଟାଇନ ରାଷ୍ଟ୍ର ଗଠନ ପ୍ରତି ବିପଦ ସୃଷ୍ଟି ହୋଇଛି ଏବଂ ସେହି ଅଞ୍ଚଳରେ ଉତ୍ତେଜନା ଆହୁରି ବୃଦ୍ଧି ପାଇବାର ଆଶଙ୍କା ଦେଖା ଦେଇଛି।

ଆଲେଖ୍ୟ: ପ୍ରଫେସର ପି.ଆର. କୁମାରସ୍ୱାମୀ

ଭାଷାନ୍ତର: ଜଗନ୍ନାଥ ମଲ୍ଲିକ, ରାମଚଂଦ୍ର ନାଥ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...