Skip to main content

ମଝିରାସ୍ତାରେ ଇରାକ

ଗତ ଦୁଇମାସ ହେଲା ଇରାକର ଯୁବକମାନେ ଦୁର୍ନୀତି, ବେରୋଜଗାରୀ ଏବଂ ଘରୋଇ ରାଜନୀତିରେ ଇରାନ ଓ ଆମେରିକାର ହସ୍ତକ୍ଷେପକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସରକାର ବିରୋଧି ଆନ୍ଦୋଳନ ଏବେ ବ୍ୟାପକ ରୂପ ନେଇ ନଜଫ, କରବଲା, ବସ୍ରା ଏବଂ ବାଗଦାଦ ଆଦି ସହର ପର୍ଯ୍ୟନ୍ତ ବ୍ୟାପି ଯାଇଛି। ଖବର ମିଳୁଛି ଯେ ନିରାପତ୍ତା ବାହିନୀ ଏବଂ ଇରାନ ରିଭୋଲୁସନାରୀ ଗାର୍ଡ କର୍ପ୍ସ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରୁଥିବା ପପୁଲାର ମୋବିଲାଇଜେସନ ଫୋର୍ସ ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନରେ 400ରୁ ଅଧିକ ଲୋକ ପ୍ରାଣ ହରେଇଲେଣି।

ପ୍ରଭାବଶାଳି ସିଆ ଧର୍ମଗୁରୁ ଆୟାତୁଲ୍ଲା ଅଲ୍ଲୀ ଅଲ ସିସତାନୀ ପାଲ୍ରାମେଣ୍ଟରୁ ତାଙ୍କର ସମର୍ଥନ ପ୍ରତ୍ୟାହାର କରିନେବା ପରେ ଗତ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ଅଦେଲ ଅବଦୁଲ ମହଦି ଇସ୍ତଫା ଦେଇଛନ୍ତି। ଦୁଇ ଦିନ ପରେ ପାର୍ଲାମେଣ୍ଟ ତାଙ୍କର ଇସ୍ତଫାକୁ ଗ୍ରହଣ କରି ନୂଆ ପ୍ରଧାନମନ୍ତ୍ରୀ ମନୋନୀତ କରିବାକୁ ରାଷ୍ଟ୍ରପତିଙ୍କୁ କହିଛନ୍ତି। ସେଠାରେ ବିପ୍ଳବ ଏବେ ଜାରି ରହିଛି ଏବଂ ଏହାର ମୁଖ୍ୟ କେନ୍ଦ୍ର ବାଗଦାଦର ତାହରିର ସ୍କୋୟାରକୁ ପହଞ୍ଚି ଯାଇଛି।

ଆର୍ଥିକ ଦୁସ୍ଥିତି ଏବଂ ଦୁର୍ନୀତି ଇରାକର ଯୁବକମାନଙ୍କୁ ବିକ୍ଷୋଭ ପାଇଁ ଇନ୍ଧନ ଯୋଗାଇଛି। 2003ର ଆମେରିକା ଆକ୍ରମଣ ପରଠାରୁ ଇରାକରେ ଗୃହ ଯୁଦ୍ଧ ଏବଂ ଅଶାନ୍ତି ଲାଗି ରହିଛି। ସେଠାରେ ନିୟମିତ ନିର୍ବାଚନ ହେବା ସତ୍ତ୍ୱେ ରାଜନୈତିକ ସ୍ଥିରତା ଆସିପାରି ନାହିଁ। ଇରାକ ପ୍ରମୁଖ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ହେବା ସତ୍ତ୍ୱେ ମଧ୍ୟ ଆର୍ଥିକ ସ୍ଥିତି ମଜବୁତ ହୋଇନାହିଁ। ରାଜନୈତିକ ଲୋକମାନଙ୍କ ପରିଚାଳନାଗତ ତ୍ରୁଟି ଏବଂ ଦୁର୍ନୀତି ଯୋଗୁଁ ସେ ଦେଶ ଆଜି ଆର୍ଥିକ ଅସ୍ଥିରତାର ଶିକାର ହେଉଛି।

2013-14ରେ ଆଇଏସଆଇ ଦ୍ୱାରା ଇରାକର ପ୍ରମୁଖ କେତେକ ଅଞ୍ଚଳକୁ କରଗତ କରାଗଲା ପରେ ସେଠାରେ ପରିସ୍ଥିତି ଆହୁରି ଖରାପ ହୋଇ ପଡିଲା। 2017ରେ ଆଇଏସଆଇର ବିତାଡିତ ପରେ ମଧ୍ୟ ଲୋକମାନଙ୍କର ସମସ୍ୟା କମ ହେବାକୁ ଲାଗିଲା ନାହିଁ।

2018 ମଇରେ ସେଠାରେ ହୋଇଥିବା ସଂସଦୀୟ ନିର୍ବାଚନ ପରେ ଲାଗୁଥିଲା ଇରାକରେ ଏକ ନୂଆ ଯୁଗ ଆରମ୍ଭ ହେବ ଏବଂ ଦେଶରୁ ଦୁର୍ନୀତି, ଅରାଜକତା, ବେରୋଜଗାରୀ ଆଦି ଦୂର ହେବ। କିନ୍ତୁ ନିର୍ବାଚନରେ କାହାକୁ ସଂଖ୍ୟାଗରିଷ୍ଠତା ନମିଳିବାରୁ ସରକାର ଗଠନ ବିଳମ୍ବ ହେଲା ଏବଂ ଅକ୍ଟୋବରରେ ଯାଇ ପ୍ରଧାନମନ୍ତ୍ରୀ ହୋଇଥିବା ଅଦେଲ ଅବଦୁଲ ମହଦି ଲୋକମାନଙ୍କ ଆଶା ଆକାଂକ୍ଷା ପୂରଣ କରିବାରେ ସଫଳ ହୋଇପାରିଲେ ନାହିଁ।

ଯୁବକମାନଙ୍କ ବିପ୍ଳବର ଅନ୍ୟ ଏକ କାରଣ ହେଉଛି ଇରାନ ଦ୍ୱାରା ଇରାକର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ। 2003ରେ ସଦାମ ହୁସେନଙ୍କ ଶାସନ ପରେ ଇରାକରେ ଇରାନର ରାଜନୈତିକ ପ୍ରଭାବ ଏବଂ ଏହାର ସେନାବାହିନୀ ଉପସ୍ଥିତି ଜାରି ରହିଲା। ଇରାନ ସମର୍ଥିତ ସେନାବାହିନୀ ଯୋଗୁଁ ସେଠାରୁ ଆଇଏସଆଇ ବିତାଡିତ ହୋଇଥିଲା। କୁହାଯାଉଛି ଯେ 2018 ନିର୍ବାଚନ ପରେ ମଧ୍ୟ ସରକାର ଗଠନରେ ଯେଉଁ ବିଳମ୍ବ ଘଟିଥିଲା ତା ପଛରେ ଇରାନର ହାତ ଥିଲା।

ଇରାକରେ ଆମେରିକା ଏବଂ ସାଉଦି ଆରବର ମଧ୍ୟ ପ୍ରଭାବ ରହିଲା। ଇରାକର ଲୋକମାନେ ଅନୁଭବ କଲେ ଯେ ଆମେରିକା ଏବଂ ଇରାନର ଅତ୍ୟଧିକ ହସ୍ତକ୍ଷେପ ଇରାକର ଶାସନ ତନ୍ତ୍ରକୁ ପଙ୍ଗୁ କରିଦେଲା। ଏଣୁ ଏହି ଦୁଇ ଗୋଷ୍ଠିଙ୍କ ବିରୁଦ୍ଧରେ ଯୁବକମାନେ ନିଜର ଅଶନ୍ତୋଷକୁ ବିପ୍ଳବ ମାଧ୍ୟମରେ ମଧ୍ୟ ଦର୍ଶାଉଛନ୍ତି।

ବିଶ୍ୱରେ ତୈଳ ରପ୍ତାନକାରୀ ଦେଶ ମଧ୍ୟରେ ଇରାକ ହେଉଛି ଅନ୍ୟତମ ସର୍ବବୃହତ ଦେଶ । ଭାରତ ମଧ୍ୟ 2018 ଠାରୁ ଇରାକରୁ ସର୍ବାଧିକ ତୈଳ ଆମଦାନୀ କରୁଛି । 2018-19ରେ ଭାରତ ଇରାକ ଠାରୁ 22.3 ବିଲିୟନ ଡଲାରର ତୈଳ ଆମଦାନୀ କରିଛି ଯାହାକି ମୋଟ ଆମଦାନୀର ଶତକଡା 13 ଭାଗ। ବର୍ତ୍ତମାନ ସେଠାରେ ଯେପରି ପରିସ୍ଥିତି ଉପୁଜିଛି ଭାରତ ତାକୁ ଅନୁଧ୍ୟାନ କରୁଛି ଏବଂ ସେଥିପ୍ରତି ସତର୍କ ରହିଛି। ଏବେ ଇରାକର ପରିସ୍ଥିତି ଏପରି ହୋଇଛି ଯେପରି ମଝିରାସ୍ତାରେ ଛିଡା ହୋଇଛି। ଗୋଟିଏ ପଟେ ବାହ୍ୟ ପ୍ରଭାବ ଏବଂ ଅନ୍ୟ ପଟେ ଆଭ୍ୟନ୍ତରିଣ ବିଦ୍ରୋହ। ଏପରି ସ୍ଥିତିରେ ଯଦି ଇରାକ ପରିସ୍ଥିତିକୁ ଠିକରେ ସମ୍ଭାଳିବ ନାହିଁ ତେବେ ପରିସ୍ଥିତି ଆହୁରି ଭୟାବହ ହେବ।




ଆଲେଖ୍ୟ: ଡକ୍ଟର ମହମ୍ମଦ ମୁଦାସୀର କମର

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...