Skip to main content

ସ୍ଵେଡେନ ରାଜ ଦମ୍ପତ୍ତିଙ୍କ ଭାରତ ଗସ୍ତ

ସ୍ଵେଡେନର ରାଜ ଦମ୍ପତ୍ତି କିଙ୍ଗ କାର୍ଲ ଷୋଡଶ ଗୁସ୍ତାଫ ଏବଂ ରାଣୀ ସିଲଭିଆଙ୍କ ପାଞ୍ଚ ଦିନିଆ ଭାରତ ଗସ୍ତ ସଂପନ୍ନ ହୋଇଛି | ସ୍ଵେଡେନର ବିଦେଶ ମନ୍ତ୍ରୀ ଏନ ଲିଣ୍ତେ ଏବଂ ବାଣିଜ୍ୟ ମନ୍ତ୍ରୀ ଇବ୍ରାହିମ ବେଅଲାନ ମଧ୍ୟ ଏହି ଗସ୍ତରେ ସାମିଲ ଥିଲେ | ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ତଳରେ ପ୍ରାୟ 50ଟି ସ୍ଵେଡେନ କଂପାନୀର ପ୍ରତିନିଧି ଆସିଥିଲେ | 1993 ଏବଂ 2005 ପରେ ଏହା ଥିଲା ସ୍ଵେଡେନ ରାଜାଙ୍କର ତୃତୀୟ ଭାରତ ଗସ୍ତ | ଦୀର୍ଷ ବର୍ଷ ଧରି ଭାରତ ଏବଂ ସ୍ଵେଡେନ ମଧ୍ୟରେ ନିୟମିତ ବାର୍ତ୍ତାଳାଫ ଦୁଇ ଦେଶର ସଂପର୍କକୁ ମଜବୁତ କରିଛି |

କିଙ୍ଗ ଗୁସ୍ତାଫ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ଏବଂ ଇନୋଭେସନ ପଲିସି ଉପରେ ଭାରତ ସ୍ଵେଡେନ ଉଚ୍ଚ ସ୍ତରୀଯ ନୀତି ଆଲୋଚନାର ଉଦଘାଟନ କରିଛନ୍ତି | ଦୁଇ ପକ୍ଷ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ କମ କରିବା ପାଇଁ ବିକଳ୍ପ ଖୋଜିବା ଉପରେ ମଧ୍ୟ ଆଲୋଚନା କରିଛନ୍ତି | କିଙ୍ଗ ଗୁସ୍ତାଫ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ସାକ୍ଷାତ କରିବା ପରେ ତିନୋଟି ବୁଝାମଣା ସ୍ମାରକ ପତ୍ରରେ ସ୍ଵାକ୍ଷର କରିଛନ୍ତି | ସ୍ଵେଡେନର ଶକ୍ତି ସଂସ୍ଥା ଏବଂ ଭାରତର ବିଜ୍ଞାନ ଓ ଜ୍ଞାନକୌଶଳ ବିଭାଗ ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ ହୋଇଛି | ଏହାବ୍ୟତିତ ସ୍ଵେଡେନର ଶିକ୍ଷା ଅନୁସନ୍ଧାନ ମନ୍ତ୍ରଣାଳୟ ତଥା ଭାରତର ଭୂବିଜ୍ଞାନ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ ହୋଇଛି |

ରିସର୍ଚ୍ଚ ପାଇଁ ସ୍ଵେଡେନ ରିସର୍ଚ୍ଚ କାଁଉସିଲ 2 ବର୍ଷ ପାଇଁ ପ୍ରାୟ 10 କୋଟି 51 ଲକ୍ଷ ଟଙ୍କା ଫଣ୍ତିଙ୍ଗ କରିବ | ଦୁଇ ଦେଶ କେଟିଏଚ ରୟାଲ ଇଷ୍ଟିଚୁଟ ଅଫ ଟେକନୋଲୋଜି ଏବଂ ଆଇଆଇଟି, ମଦ୍ରାସ ମଧ୍ୟରେ ଜଏଣ୍ଟ ସେଣ୍ଟର ଅଫ ଏକ୍ସଲେନ୍ସ ଇନ ଇନୋଭେସନ ଏଣ୍ତ ଏଣ୍ଟରପ୍ରିନରସିପର ସ୍ଥାପନ କରିବାକୁ ଘଷଣା କରିଛନ୍ତି | ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ଯ ରାଜ ଦମ୍ପତ୍ତିଙ୍କ ସହ ଆଲୋଚନା କରିଛନ୍ତି | ଦୁଇ ଦେଶ ମଧ୍ୟରେ ପ୍ରଦ୍ୟୋଗୀକ ଅନୁସନ୍ଧାନ ଏବଂ ଡିଜିଟାଲ ସ୍ଵାସ୍ଥ୍ୟ କ୍ଷେତ୍ରରେ ସଂଯୁକ୍ତ କଲ ର ଘୋଷଣା 2020ରେ ମିଳିତ ପ୍ରସ୍ଥାବ ଅନ୍ତର୍ଗତ କରାଯିବ | ସ୍ଵେଡେନର ରାଜା ବୈଜ୍ଞାନିକ ପରାମର୍ଶଦାତା ମୁଖ୍ୟ ବିଜୟ ରାଘବନଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି | ଦୁହେଁ ବାୟୁ ପ୍ରଦୂଷଣ କମ କରିବା ଏବଂ ଉସର୍ଜନ କମ କରିବା ଉପରେ ଆଲୋଚନା କରିଛନ୍ତି |

ଆର୍ଥୀକ ଦୃଷ୍ଟିରୁ ଭାରତ ସ୍ଵେଡେନର 19ତମ ସର୍ବାଧିକ ରପ୍ତାନୀ ବଜାର ଏବଂ ଏସିଆରେ ଚିନ ଓ ଜାପାନ ପରେ ତୃତୀୟ ସର୍ବାଧିକ ବାଣିଜ୍ୟ ଭାଗିଦାର | 2009-10ରେ 2 ବିଲିୟନ ଜଲାର କାରବାର ବଢି 2014-15ରେ 2.4 ବିଲିୟନ ଡଲାର ହୋଇଛି | ଏବେ ଭାରତର ପ୍ରାୟ 70ଟି କଂପାନୀ ସ୍ଵେଡେନରେ କାରବାର କରୁଛନ୍ତି |

ଦୁଇ ଦେଶର ପରସ୍ପରର ସ୍ଵାର୍ଥ ନିମନ୍ତେ ପ୍ରତିବଦ୍ଧ ଏବଂ ମିଳିତ ଭାବେ ଆଗକୁ ବଢିବାକୁ ସଂକଳ୍ପବଦ୍ଧ | ବିଗତ କିଛି ବର୍ଷରେ ଦୁଇ ଦେଶ ଆର୍ଥିକ ଏବଂ ରାଜନୈତିକ କ୍ଷେତ୍ରରେ ଭାଗିଦାରୀ ଭାବେ ପ୍ରଗତି କରିଛନ୍ତି | ସ୍ଵେଡେନର ରାଜ ଦମ୍ପତ୍ତିଙ୍କ ଭାରତ ଗସ୍ତ ଦ୍ଵାରା ଦ୍ଵିପକ୍ଷୀୟ ସଂପର୍କ ଆହୁରି ମଜବୁତ ହେବାର ଆଶା କରାଯାଉଛି |




ଆଲେଖ୍ୟ: ସଂଘମିତ୍ରା ଶର୍ମା

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...