Skip to main content

ଏ ସପ୍ତାହରେ ପାର୍ଲାମେଣ୍ଟ

ଚଳିତ ଶୀତକାଳିନ ଅଧିବେଶନରେ ରାଜ୍ୟ ସଭାରେ ବିଦ୍ୟୁତ ନିଷେଧ ବିଲ 2019, ବିଶେଷ ସୁରକ୍ଷା ସମୁହ ସଂଶୋଧନ ବିଲ 2019 ଏବଂ ଦାଦରା ଓ ନଗର ହାବେଳି ତଥା ଦାମନ ଓ ଡିଉ(କେନ୍ଦ୍ର ଶାସିତ ପ୍ରଦେଶରେ ବିଲୟ) ବିଲ 2019 ପାସ ହୋଇଛି |

ଲୋକସଭାରେ ଦୀର୍ଘ ସମୟ ଧିର ବିତର୍କ ପରେ କରାଧାନ ଆଇନ ସଂଶୋଧନ ବିଲ 2019 ପାସ ହୋଇଛି | ଏହା ଉପରେ ବିତର୍କରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଲେ ଯେ ଏହି ନିଷ୍ପତ୍ତି ପରେ କର୍ପୋରେଟ ଟିକସରେ ହ୍ରାସ ଘଟିବ | ଏହି ସଂଶୋଧନର ଉଦ୍ଦେଶ୍ୟ ଅଧିକରୁ ଅଧିକ ନିବେଶ ଆକୃଷ୍ଟ କରିବା ଏବଂ ରୋଜଗାର ସୃଷ୍ଟି କରିବା | ସେ କହିଲେ ଯେ ଚିନ ଏବଂ ଆମେରିକା ମଧ୍ୟରେ ଜାରି ବାଣିଜ୍ୟ ଯୁଦ୍ଧ ମଧ୍ୟରେ ବହୁରାଷ୍ଟ୍ରୀୟ କଂପାନୀମାନଙ୍କୁ ବିକଳ୍ପ ଭାବେ ଭାରତକୁ ଆକୃଷ୍ଟ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି| ସେ କହିଲେ ଯେ ଅକ୍ଟୋବର 1 ତାରିଖ ପରେ ଗଠିତ କୌଣସି ବି କଂପାନୀ ଉତ୍ପାଦନ କ୍ଷେତ୍ରରେ ନିବେଶ କଲେ ଶତକଡା 15 ଭାଗ ଟିକସ ଦେବାର ସୁବିଧା ଏହି ଯୋଜନାରୁ ପାଇପାରିବେ କିନ୍ତୁ ଉକ୍ତ କଂପାନୀ ଅନ୍ୟ ରିହାତିର ଲାଭ ଯେପରି ନେଇନଥିବେ ଏବଂ 2023 ମାର୍ଚ୍ଚ 31 ସଦ୍ଧା ଉତ୍ପାଦନ ଯେପରି ଆରମ୍ଭ କରିବେ | ଉପକର ଏବଂ ଅଧିଭାର ସହିତ ମୋଟ ଟିକସ ହାର 17 ଭାଗ ହେବ | ଏହା ଭାରତୀୟ କଂପାନୀମାନଙ୍କ ପାଇଁ ଏକ ସକରାତ୍ମକ ଉପାୟ ଭାବରେ ଦେଖାଯାଉଛି |

ଇ-ସିଗାରେଟ ନିଷେଧ ବିଲ 2019 ମଧ୍ୟ ରାଜ୍ୟ ସଭାରେ ପାସ ହୋଇଛି | ଏହାଦ୍ଵାରା ଦେଶରେ ଇ-ସିଗାରେଟର ଉତ୍ପାଦନ, ଭଣ୍ତାରଣ ଏବଂ ବିଜ୍ଞାପନ ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ ଲାଗିଯିବ | ଇ-ସିଗାରେଟ ନିକୋଟିନ ଏବଂ ଅନ୍ୟ ରାସାୟନିକ ପଦାର୍ଥର ଉସର୍ଜନ କରିଥାଏ | ଏହି ଆଇନର ଲଂଘନ କାରୀଙ୍କୁ ଏକ ବର୍ଷ ଜେଲ ଦଣ୍ତ ଏବଂ 10ଲକ୍ଷ ଡଲାର ଜୋରିମାନେ ହୋଇପାରେ |

ରାଜ୍ୟ ସଭାରେ ଗତ ସପ୍ତାହରେ ବିଶେଷ ସୁରକ୍ଷା ସଂଶୋଧନ ବିଲ 2019 ମଧ୍ୟ ପାସ ହୋଇଥିଲା ଯେଉଁଥିରେ କେବଳ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ତତ୍କାଳ ସଂପର୍କୀୟମାନଙ୍କୁ ତଥା ପୂର୍ବ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପରିବାରକୁ ପାଞ୍ଚ ବର୍ଷ ଏସପିଜି ସୁରକ୍ଷା ଦେବାର ପ୍ରସ୍ଥାବ ରହିଛି | ଲୋକସଭା କେନ୍ଦ୍ର ଶାସିତ ପ୍ରଦେଶ ଦାଦରା ଓ ନଗର ହାବେଳିର ବିଲୟ ପାଇଁ ଏକ ବିଲ ପାସ କରିଛି | ଲୋକସଭା ଜାହାଜ ବିଲ 2019 ପାସ କରିଛି | ଏହି ବିଲ ଜାହାଜର ନିର୍ମାଣରେ ପରିବେଶକୁ କ୍ଷତି କରୁଥିବା ସାମଗ୍ରୀର ବ୍ୟବହାରକୁ ପ୍ରତିବନ୍ଧିତ କରିଛି |

କେନ୍ଦ୍ର କ୍ୟାବିନେଟ ନାଗରିକତା ସଂଶୋଧନ ବିଲକୁ ମଧ୍ୟ ମଞ୍ଜୁର କରିଛି ଯାହାକୁ ଆଗାମି ସପ୍ତାହରେ ପାର୍ଲାମେଣ୍ଟରେ ଉପସ୍ଥାପନ ହେବାର ଆଶା କରାଯାଉଛି | ଏହି ବିଲର ଉଦ୍ଦେଶ୍ୟ ଆଫଗାନିସ୍ଥାନ, ବାଙ୍ଗଲାଦେଶ ଏବଂ ପାକିସ୍ତାନରୁ ଆସୁଥିବା ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାର୍ସୀ ଏବଂ ଖ୍ରୀଷ୍ଟୀୟାନମାନଙ୍କୁ ନାଗରିକତା ପ୍ରଦାନ କରାଯିବ | ଏହି ନାଗରିକତା ବିଲ 1955ର ବିପରିତ ଯାହାକି ବିନା ସଠିକ ଯାତ୍ରା କାଗଜପତ୍ର ଏବଂ ଅଧିକ ସମୟ ଯାଏଁ ରହିଲେ ଅବୈଦ୍ଧ ଧରାଯାଉଥିଲା |

କ୍ୟାବିନେଟ ବ୍ୟକ୍ତିଗତ ଡାଟା ସଂରକ୍ଷଣ ବିଲକୁ ମଧ୍ୟ ମଞ୍ଜୁରି ଦେଇଛି ଯାହାକୁ ସରକାର ଚଳିତ ଅଧିବେଶନରେ ଉପସ୍ଥାପନ କରିବେ | ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗୃହରେ କହିଛନ୍ତି ଯେ ସରକାର ଭାରତୀୟ ଦଣ୍ତ ସଂହିତା(ଆଇପିସି) ଏବଂ ଅପରାଧିକ ପ୍ରକ୍ରିୟା ସଂହିତା(ସିଆରପିସି)ରେ ଆବଶ୍ୟକ ସଂଶୋଧନ ପାଇଁ ଏକ କମିଟି ଗଠନ କରିଛନ୍ତି |




ଆଲେଖ୍ୟ: ଯୋଗେଶ ସୁଦ

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...