Skip to main content

ଭାରତର ଆଞ୍ଚଳିକ ଆର୍ଥିକ ନୀତି:2020 ଏବଂ ତତ୍ପଶ୍ଚାତ

ଆମେ 2020 ନୂଆ ବର୍ଷରେ ନୂଆ ପ୍ରସ୍ତୁତି ସହ ପ୍ରବେଶ କରିବାକୁ ଯାଉଛନ୍ତି। ଏକ ସ୍ପଷ୍ଟ ଏବଂ ମଜବୁତ ତଥା ଶକ୍ତିଶାଳି ଭାରତୀୟ କ୍ଷେତ୍ରୀୟ ଆର୍ଥିକ ନୀତିର ପ୍ରାରମ୍ଭିକ ରୂପରେଖ, ଭାରତୀୟ ରାଜନୈତିକ ଗତିବିଧି ମାଧ୍ୟମରେ ସ୍ପଷ୍ଟ ଭାବେ ସୂଚନା ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୁକ୍ତ ବ୍ୟବସାୟିକ ବୁଝାମଣା ଅର୍ଥାତ ଏଫଟିଏ ଠିକଠାକ ରହିନଥିଲେ ମଧ୍ୟ କ୍ଷେତ୍ରୀୟ ଦୃଷ୍ଟିକୋଣରୁ ଏହାକୁ ପ୍ରାସଙ୍ଗିକ ମନେ କରାଯାଉଛି। ଭାରତ ପାଇଁ ଏହାକୁ ଏକମାତ୍ର ବିକଳ୍ପ ବୋଲି ମନେ କରାଯାଇଛି ଯାହାଦ୍ୱାରା ଭାରତ ଏହା ନିଶ୍ଚିତ କରିପାରିବ ଯେ ଏହାପରେ ବ୍ୟବସାୟିକ ସଂପ୍ରଦାୟ ଏଥିପ୍ରତି ଧ୍ୟାନ ଦେଇପାରିବ। ଭାରତରେ ଯେତେବେଳେ କ୍ଷେତ୍ରିୟ ଆର୍ଥିକ ବ୍ୟାପକ ଭାଗିଦାରୀ(ଆରସିଇପି)ରେ ନିଜକୁ ପୃଥକ କରିଦେଇଥିଲା ସେତେବେଳେ ଏହି ଧାରଣା ନାଟକୀୟ ଭାବେ ପରିବର୍ତ୍ତନ ହୋଇଥିଲା। ଏହା ଆମର ବୈଦେଶିକ ଆର୍ଥିକ ନୀତିରେ ଏକ ରଣନୈତିକ ପରିବର୍ତ୍ତନକୁ ପ୍ରଦର୍ଶିତ କଲା ଏବଂ ଏହି ଚିନ୍ତାଧାରାକୁ ସମାପ୍ତ କରିଦେଲା ଯେ କ୍ଷେତ୍ରୀୟ ରୂପେ ପ୍ରାସଙ୍ଗିକ ରଣନୀତିଗୁଡିକୁ ପାଳନ କରିବାକୁ ହେଲେ ସହାନୁଭୁତିପୂର୍ଣ୍ଣ ବ୍ୟାପାର ବୁଝାମଣା ପ୍ରତି କୋହଳ ମନୋଭାବ ପୋଷଣ କରିବାର ଆବଶ୍ୟକତା ରହିଛି।

ଆରସିଇପିରୁ ଓହରି ଯିବା ନିର୍ଣ୍ଣୟ ବ୍ୟାଙ୍କକ ଶୀଖର ବୈଠକରେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଥିଲେ ଅନ୍ୟ କେହି ନେଇନଥିଲେ। ଭାରତ ଯେଉଁ ସନ୍ଦେଶ ପଠାଇଥିଲା ତାହା ବହୁତ ସ୍ପଷ୍ଟ ଏବଂ ବ୍ୟାପକ। ଯଦି ଭାରତୀୟ କୃଷକ ତଥା ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦୌଗଗୁଡିକର ସ୍ୱାର୍ଥ ସାଧନ ଲାଗି ଲାଗୁ ହେଲା ଭଳି ମୂଳ ଦାବିଗୁଡିକୁ ପୂରଣ କରାଯାଇପାରିବ ନାହିଁ ତେଣୁ ଭାରତ ଏହି ଗୋଷ୍ଠିରୁ ହଟିବା ପାଇଁ କୁଣ୍ଠାବୋଧ କରିବ ନାହିଁବୋଲି ସ୍ପଷ୍ଟ ଭାବେ କହିଥିଲା। ଆର୍ଥିକ କୂଟନୀତି ଏବଂ ରାଷ୍ଟ୍ରୀୟ ହିତ ସାଧନ ମଧ୍ୟରେ ସନ୍ତୁଳନତା ରକ୍ଷା କରିବା ଦିଗରେ ଆମର ଗତିବିଧିଗୁଡିକ ସହାୟକ ହେବ। ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଅର୍ଥ ବ୍ୟବସ୍ଥାରେ ଭାରତ ଆସନ୍ତା କେଇ ବର୍ଷ ମଧ୍ୟରେ ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥା ହାସଲ କରିବା ପଛରେ ଆଗେଇ ଚାଲିଛି ଏବଂ ଏହି ଲକ୍ଷ୍ୟ ହାସଲ ପାଇଁ ସେହି ରଣନୀତିଗୁଡିକ ଭାରତର ସ୍ୱାର୍ଥ ରକ୍ଷା ନକଲେ ଏହା ଗ୍ରହଣୀୟ ହେବନାହିଁ। 

ଭାରତର ଅଧିକାଂଶ ବ୍ୟବସାୟିକ କାରବାର ପୂର୍ବ ଏସିଆ ପଡୋଶୀ ଦେଶଗୁଡିକ ସହିତ ରହିଛି ଏବଂ ଏହା ଆମର ଲୁକ ଇଷ୍ଟ ଏବଂ ଆକ୍ଟ ଇଷ୍ଟ ନୀତିର ଏକ ସକରାତ୍ମକ ପରିଣାମ ବୋଲି ବିବେଚିତ କରାଯାଉଛି। ଏହି ବାଣିଜ୍ୟ ରାଜିନାମାଗୁଡିକ ଯୋଗୁଁ ବ୍ୟାପକ ବାଣିଜ୍ୟ ନିଅଣ୍ଟିଆ ଅବସ୍ଥା ସୃଷ୍ଟି ହେଲା ଏବଂ ଭାରତୀୟ ସାମଗ୍ରୀଗୁଡିକ ସିମିତ ପରିମାଣରେ ବଜାରରେ ପହଞ୍ଚିବା ଯୋଗୁଁ ଅତି ନିମ୍ନ ଏଫଟିଏ ମୂଲ୍ୟରେ ବିକ୍ରି ହେଲା। ଏଣୁ ବିଦେଶୀ ରଣନୀତି ଏବଂ ଆର୍ଥିକ ନୀତିର ବିରୋଧାଭାଷୀ ଚାହିଦା ଓ ମହତ୍ତ୍ୱପୂର୍ଣ୍ଣ ସ୍ଥାନିୟ ହିତ ସାଧନ ତଥା କ୍ଷେତ୍ରଗୁଡିକର ରକ୍ଷା ପାଇଁ ରାଜନୈତିକ ନିଶ୍ଚିତ ରୂପରେ ପ୍ରଗତିଶୀଳ ତଥା ସ୍ପଷ୍ଟ ନୀତି ନିର୍ଦେଶର ଆବଶ୍ୟକତା ରହିଛି। ସରକାର ସ୍ପଷ୍ଟ ଭାବେ ଭବିଷ୍ୟତର ମାର୍ଗ ପ୍ରସସ୍ତ କରିଛନ୍ତି ହେଲେ ଭାରତ ନିଜର ବ୍ୟବସାୟ କାରବାର ବା ନିଜର ମହତ୍ତ୍ୱପୂର୍ଣ୍ଣ ଦେଶୀୟ ହିତ ରକ୍ଷା ପାଇଁ ସମର୍ଥ ରହିବ ନାହିଁ। ପାରସ୍ପରିକ ଭାବେ ଲାଭଜନକ ବ୍ୟବସାୟ ପାଇଁ କଥାବାର୍ତ୍ତା ସମାନ ସ୍ତରରେ କରାଯିବ।

ସଂରକ୍ଷଣବାଦି ନୀତି ଆଡକୁ ଅଗ୍ରସର ହେବା ଆଶଙ୍କା ମଧ୍ୟରେ ଭାରତ ବର୍ତ୍ତମାନ ବୁଝାମଣାକୁ ପୁନଃନିରିକ୍ଷଣ ତଥା ଲାଭାଂଶ ଓ ନିସ୍ପକ୍ଷତା ସୁନିଶ୍ଚିତ କରିବା ପାଇଁ ନୂଆ ଦ୍ୱିପକ୍ଷୀୟ ବ୍ୟାପାର ବୁଝାମଣା ଉପରେ ଧ୍ୟାନ କେନ୍ଦ୍ରୀତ କରିବାକୁ ସଂକେତ ଦେଇଛି। ଦକ୍ଷିଣ କୋରିଆ, ଜାପାନ ଏବଂ ଆସିୟାନ ସହିତ ବର୍ତ୍ତମାନ ଏଫଟିଏରେ ସମୀକ୍ଷାର ବ୍ୟବସ୍ଥା ରହିଛି ଯାହାର ଉପଯୋଗ କରିବା ପାଇଁ ଭାରତ ମୂଳ ନିୟମ ଏବଂ ଅଣଶୁଳ୍କ ବାଧା ପରି ବିଷୟକୁ ସମାଧାନ କରିବାକୁ ଚାହୁଁଛି। ଭାରତ ୟୁରୋପୀୟ ସଂଘ ସହିତ ଏକ ବ୍ୟାପକ ବାଣିଜ୍ୟିକ ଏବଂ ନିବେଶ ବୁଝାମଣା ଉପରେ ରହିଯାଇଥିବା କଥାବାର୍ତ୍ତା ପୁଣି ଆରମ୍ଭ କରିବାକୁ ସ୍ୱୀକୃତି ଦେଇଛି। କୃଷି ବଜାର ପର୍ଯ୍ୟନ୍ତ ପହଞ୍ଚିବା, ଶୁଳ୍କ ସଂରଚନା ଏବଂ ବୌଦ୍ଧିକ ସଂପଦ ଅଧିକାର ସହ ଜଡିତ ବିଷୟର ପୁନଃନିରିକ୍ଷଣ ପାଇଁ ଉଭୟ ପକ୍ଷ ସକରାତ୍ମକ ଆଲୋଚନା ପାଇଁ ସହମତ ହୋଇଛନ୍ତି। ଭାରତ ଦ୍ୱିପକ୍ଷୀୟ ବ୍ୟାପାର ବୁଝାମଣା ପାଇଁ ଆମେରିକା ସହିତ ମଧ୍ୟ ସକ୍ରିୟତା ଦେଖାଇଛି। ବ୍ରିଟେନ ସହିତ ବ୍ରିକଜେଟ ପରେ ଏକ ସ୍ୱତନ୍ତ୍ର ବ୍ୟାପାର ବିଷୟରେ ମଧ୍ୟ ଚିନ୍ତା କରାଯାଉଛି। ଇଜରାଇଲ, ଅଷ୍ଟ୍ରେଲିଆ, ନ୍ୟୁଜଲ୍ୟାଣ୍ତ ଏବଂ ୟୁରେସିଆ ଅର୍ଥନୈତିକ ୟୁନିୟନ ସହିତ ମଧ୍ୟ ବାଣିଜ୍ୟିକ ବୁଝାମଣା ଉପରେ ମଧ୍ୟ ଆଲୋଚନା ହୋଇଛି।

ଭାରତ ମୁକ୍ତ ଏବଂ ନିଷ୍ପକ୍ଷ ବ୍ୟାପାର ଏବଂ ନିବେଶକୁ ପ୍ରାଧାନ୍ୟ ଦେଇ ବିଶ୍ୱ ଏବଂ କ୍ଷେତ୍ରୀୟ ହିତର ସଙ୍କେତ ଦେଇଛି। ଭବିଷ୍ୟତରେ ମୁକ୍ତ ବାଣିଜ୍ୟ ବୁଝାମଣା କେବଳ ବସ୍ତୁ ପାଇଁ ନୁହେଁ ସେବା ପାଇଁ ମଧ୍ୟ ଲାଭକାରୀ ହେବ। ଏଣୁ 2020 ନିଶ୍ଚିତ ଭାବେ ଭାରତ ପାଇଁ ଉଜ୍ୱଳ ଆର୍ଥିକ ଅଧ୍ୟାୟର ଆରମ୍ଭ ହେବ।




ଆଲେଖ୍ୟ: ସତ୍ୟଜୀତ ମହାନ୍ତି

ଭାଷାନ୍ତର: ଜଗନ୍ନାଥ ମଲ୍ଲିକ, ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...