Skip to main content

ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ଲାଗି ମୌଳିକଢାଞ୍ଚା ପ୍ରକଳ୍ପ ଗୁଡିକ ପାଇଁ ବହୁ କୋଟି ଟଙ୍କା ପୁଞ୍ଜି ନିବେଶ କରିବାକୁ ଭାରତର ଘୋଷଣା

କେନ୍ଦ୍ରସରକାର, ରାଜ୍ୟ ସରକାର ଓ ଘରୋଇ କ୍ଷେତ୍ରକୁ ସଂଶ୍ଳିଷ୍ଟ କରି ସରକାର ଏକ ବୃହତ ପୁଞ୍ଜି ନିବେଶ ଘୋଷଣା କରିଛନ୍ତି | 2024-25 ବର୍ଷ ସୁଦ୍ଧା 102 ଲକ୍ଷ କୋଟି ଟଙ୍କା ସମ୍ବଳିତ ମୌଳିକ ଢାଞ୍ଚା ପ୍ରକଳ୍ପ ଗୁଡିକର କାର୍ଯ୍ୟକାରୀ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଜଣେଇଛନ୍ତି | ଏହି ପୁଞ୍ଜି ନିବେଶ ବ୍ୟୟ ସୀମା ଅନୁପାତ ହାର ଯଥାକ୍ରମେ 39: 39 : 22 ସୂତ୍ର ଆଧାରରେ ପ୍ରସ୍ତୁତ କରାଯାଇଛି | ଗତ 6 ବର୍ଷ ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ଭିତ୍ତିଭୂମି ବାବଦରେ ଯେଉଁ 51 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ତାହାକୁ ଆଗକୁ ବଢାଇବା ଦିଗରେ ଏହା ଉପଯୁକ୍ତ ହେବ ବୋଲି ବିବେଚନା କରାଯାଉଛି |

ଦେଶୀୟ ଅର୍ଥନୀତିରେ ଚାହିଦା ହ୍ରାସ ପାଉଥିବା ବେଳେ ଚାହିଦା ବୃଦ୍ଧି ପାଇଁ ସରକାରଙ୍କ ଏହି ପୁଞ୍ଜି ନିବେଶ ଯୋଜନା ପ୍ରଥମ ପଦକ୍ଷେପ ବୋଲି କୁହାଯାଉଛି | ଅନ୍ୟ ଦୁଇଟି ପଦକ୍ଷେପ ହେଲା ସରକାରୀ ଖର୍ଚ୍ଚ ଓ ରପ୍ତାନି ବୃଦ୍ଧି | ଏହାର ଅର୍ଥ ହେଲା ସରକାରଙ୍କ ପୁଞ୍ଜି ବ୍ୟୟ ବୃଦ୍ଧି ଏବଂ କେନ୍ଦ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ରାଜ୍ୟ ସମୂହ ତଥା ଘରୋଇ କ୍ଷେତ୍ର ନିଜର କ୍ଷମତା ଅନୁଯାୟୀ ପୁଞ୍ଜି ନିବେଶ ବ୍ୟୟ ବୃଦ୍ଧି କଲେ ଆର୍ଥିକ ମାନ୍ଦାବସ୍ଥା ସ୍ଥିତି ସୁଧୁରିବ ଏବଂ ପୁଞ୍ଜି ନିବେଶ ବୃଦ୍ଧି ପାଇଲେ ଅଭିବୃଦ୍ଧି ଓ ଉନ୍ନୟନ ସାଧନ ହେବ | 2019 ବର୍ଷ ପାଇଁ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରୁ ଜଣାପଡିଛି ଯେ ମୌଳିକ ଢାଞ୍ଚା ପ୍ରକଳ୍ପ ଗୁଡିକର କଣ୍ଠରୋଧ ସମସ୍ୟା ଦୂର କରିବା ପାଇଁ ସରକାର ଗୁରୁତ୍ଵ ଦେବା ଅତ୍ଯନ୍ତ ମହତ୍ଵପୂର୍ଣ୍ଣ | ବିମାନ ବନ୍ଦର, ସଡକ ପଥ, ଦୁରସଞ୍ଚାର ଓ ଶକ୍ତି ଉତ୍ପାଦ କ୍ଷେତ୍ରରେ ପୁଞ୍ଜି ନିବେଶ କରାଯାଇ ଚାହିଦା ବୃଦ୍ଧି ସକାଶେ ଭାରତ ସରକାର ନେଇଥିବା ପଦକ୍ଷେପ ଗୁଡିକୁ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି |

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସ୍ଵାଧୀନତା ଦିବସ ଉଦବୋଧନରେ 2024-25 ଆର୍ଥିକ ବର୍ଷରେ 5 ଟ୍ରିଲିୟନ ଡଲାର ଅର୍ଥନୀତି ହାସଲ କରିବାଲାଗି ଆଧୁନିକ ମୌଳିକ ଢାଞ୍ଚା କ୍ଷେତ୍ରରେ 100 ଲକ୍ଷ କୋଟି ନିବେଶ କରିବାକୁ ଘୋଷଣା କରିଥିଲେ | ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣାକୁ କାର୍ଯ୍ୟ କରିବାକୁ ଯାଇ ସରକାର ଅବିଳମ୍ବେ ଅର୍ଥନୈତିକ ବ୍ୟାପାର ସଚିବ ଅତନୁ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଅଧିକାରୀ ମାନଙ୍କୁ ନେଇ ଏକ ଟାସ୍କ ଫୋର୍ସ ଗଠନ କରିଥିଲେ | ଜାତୀୟ ମୌଳିକ ଢାଞ୍ଚା ପାଇପଲାଇନ(ଏନଆଇପି) ଅଧୀନରେ 18ଟି ରାଜ୍ୟରେ 102 ଲକ୍ଷ କୋଟି ଟଙ୍କା ବିନିଯୋଗ ଲାଗି ଏହି ଟାସ୍କ ଫୋର୍ସ ଗୋଷ୍ଠୀ ଚିହ୍ନଟ କରିଛି | ଏହି ପ୍ରକଳ୍ପ ଗୁଡିକ ବାବଦରେ ଆହୁରି 3 ଲକ୍ଷ କୋଟି ଟଙ୍କା ଯୋଡାଯିବ ଯାହା ଦ୍ଵାରା ଏନଆଇପି ଅଧୀନରେ ସ୍ଥାନ ପାଇନଥିବା ରାଜ୍ୟ ଗୁଡିକୁ ସାମିଲ କରାଯାଇପାରିବ | ନିର୍ମଳା ସିତାରମଣ କହିଛନ୍ତି କୌଣସି ରାଜ୍ୟକୁ ସାମିଲ ନକରିବା ଏହାର ଲକ୍ଷ ନୁହେଁ କିନ୍ତୁ କେତେକ ନିର୍ଦ୍ଦିଷ୍ଟ ରାଜ୍ୟ ଏପର୍ଯ୍ୟନ୍ତ ସେମାନଙ୍କ ପ୍ରକଳ୍ପ କାର୍ଯ୍ୟକାରିତା କ୍ଷେତ୍ରକୁ ଆଗକୁ ନେଇ ନାହାନ୍ତି |

ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ପାଇଁ ଏକ ନୀତି ସ୍ତମ୍ଭ ଭାବେ ଏନଆଇପିକୁ ଗ୍ରହଣ କରିବାର ଅର୍ଥ ହେଲା ଉନ୍ନତ ମୌଳିକ ଢାଞ୍ଚା ଅର୍ଥନୈତିକ କାର୍ଯ୍ୟସ୍ତରକୁ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ସରକାରଙ୍କ ରାଜସ୍ଵ ଢାଞ୍ଚାରେ ଉନ୍ନତି ଜରିଆରେ ଅତିରିକ୍ତ ଅର୍ଥନୈତିକ ଅଭିବୃଦ୍ଧି ସମେତ ଉତ୍ପାଦନ କ୍ଷେତ୍ରରେ ଉଚ୍ଚମାନର ବ୍ୟୟ ପାଇଁ ପ୍ରାଧାନ୍ୟ ଦେଇଥାଏ | ଏନଆଇପିର ଅନ୍ଯତମ ଲକ୍ଷ୍ୟ ହେଲା ଅଧିକ ମୌଳିକ ଢାଞ୍ଚା ପ୍ରକଳ୍ପ ଗୁଡିକୁ ସମର୍ଥ କରିବା, ବ୍ୟବସାୟ ବୃଦ୍ଧି, ନିଯୁକ୍ତି ସୃଷ୍ଟି ,ବଞ୍ଚିବା ବ୍ୟବସ୍ଥାକୁ ସରଳ କରିବା ଏବଂ ସମାନ ପରିମାଣର ମୌଳିକ ଢାଞ୍ଚା ଉପଲବ୍ଧତା ଦ୍ଵାରା ଅସମାନତାକୁ ଦୂର କରାଯାଇ ସମଷ୍ଟିଗତ ଉନ୍ନୟନ କାର୍ଯ୍ୟକୁ ତ୍ଵାରାନ୍ଵିତ କରାଯାଇପାରିବ |

ସବିଶେଷ ଭାବେ ଉଲ୍ଲେଖ କରାଯାଇଥିବା ତଥ୍ୟ ଅନୁଯାୟୀ ଗ୍ରାମ୍ୟ ମୌଳିକ ଢାଞ୍ଚା ପ୍ରକଳ୍ପ ଗୁଡିକ ସକାଶେ 7.7ଲକ୍ଷ କୋଟି ଟଙ୍କା , ଶିଳ୍ପ ମୌଳିକ ଢାଞ୍ଚା ଲାଗି 3.07 କୋଟି ଟଙ୍କା ଏବଂ କୃଷି ଓ ସାମାଜିକ ମୌଳିକ ଢାଞ୍ଚା ସକାଶେ ବାକି ଅର୍ଥ ବ୍ୟୟ କରାଯିବ|ସଡକ ପଥ ନିର୍ମାଣ ପାଇଁ 19.63 ଲକ୍ଷ କୋଟି ଟଙ୍କା ଏବଂ ରେଳପଥ ପାଇଁ 13.68 ଲକ୍ଷ କୋଟି ଟଙ୍କା ବ୍ୟୟ କରିବାକୁ ଲକ୍ଷ୍ୟ ରଖାଯାଇଛି | ବନ୍ଦର ଉନ୍ନୟନ ପ୍ରକଳ୍ପ ବାବଦରେ 1ଲକ୍ଷ କୋଟି ଟଙ୍କା ଓ ବିମାନ ବନ୍ଦର ଉନ୍ନୟନ ବାବଦରେ 1 ଲକ୍ଷ 43 ହଜାର କୋଟି ଟଙ୍କା ବ୍ୟୟ କରାଯିବ | ସହରାଞ୍ଚଳ ମୌଳିକ ଢାଞ୍ଚା ପ୍ରକଳ୍ପ ଗୁଡିକ ପାଇଁ 16.29 ଲକ୍ଷ କୋଟି ଟଙ୍କା ଓ ଦୁରସଞ୍ଚାର ପ୍ରକଳ୍ପ, ଏକ୍ସପ୍ରେସ, ନେସନାଲ ଗ୍ୟାସ ଗ୍ରୀଡ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (PMAY-ଜି) ପାଇଁ 3.2 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ |

ମୌଳିକଢାଞ୍ଚା ଟାସ୍କ ଫୋର୍ସ ଅଧୀନରେ କାର୍ଯ୍ୟ କରୁଥିବା ବିଭିନ୍ନ କାର୍ଯ୍ୟକାରୀ ଗୋଷ୍ଠୀ ଗୁଡିକର ସଂସ୍କାର ମୂଳକ ସୁପାରିଶ ଗୁଡିକୁ ଅତି ଆନ୍ତରିକତାର ସହ କାର୍ଯ୍ୟକାରି କରାଗଲେ ଏନଆଇପି ର ଲକ୍ଷ୍ୟ ହାସଲକୁ ନିଶ୍ଚିତ କରାଯାଇପାରିବ | ଏଥି ମଧ୍ୟରେ ରହିଛି ସରକାରୀ-ବେସରକାରୀ ଭାଗୀଦାରୀ ପିପିପି ଭିତ୍ତିକ ଠିକା କ୍ଷେତ୍ରରେ ସଂସ୍କାର, ଚୁକ୍ତିର କାର୍ଯ୍ୟକାରୀ ଏବଂ ବିବାଦ ସମାଧାନ ପ୍ରକ୍ରିୟା | ଶ୍ରୀମତୀ ସୀତାରମଣ ଏକଥା ମଧ୍ୟ କହିଛନ୍ତି ଯେ ଏକ ମଜବୁତ ତଦାରଖ ବ୍ୟବସ୍ଥା ପ୍ରତିଷ୍ଠା କରାଯିବ ଯାହାଦ୍ୱାରା ଚଳିତ ବର୍ଷରୁ ମଧ୍ୟବର୍ତ୍ତୀକାଳୀନ ଯୋଜନା ଭାବେ ଏନଆଇପି କୁ ନିର୍ଦ୍ଵନ୍ଦରେ କାର୍ଯ୍ୟକରି କରାଯାଇପାରିବ |

ମୂଳ ଲେଖା : ଜି. ଶ୍ରୀନିବାସନ, ବରିଷ୍ଠ ସାମ୍ବାଦିକ 

ଅନୁବାଦ : ଜଗନ୍ନାଥ ମଲ୍ଲିକ, ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...