Skip to main content

ଅର୍ଥନୈତିକ ସର୍ଭେ 2020

ସଂସଦର ଉଭୟ ସଭାଗୃହ, ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ସହ ପାର୍ଲାମେଣ୍ଟର 2020-21 ବଜେଟ ଅଧିବେଶନ ଆରମ୍ଭ ହୋଇଛି | ଏହାପରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଥିଲେ | ଗୋଟିଏ ଆର୍ଥିକ ବର୍ଷରେ ଦେଶର ବିଭିନ୍ନ ମାନ୍ଦାବସ୍ଥା ତଥା ଅର୍ଥନୈତିକ ଉପଲବ୍ଧି ଗୁଡିକୁ ଦୃଷ୍ଟିରେ ରଖି ଏହି ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ପ୍ରସ୍ତୁତ କରାଯାଇଛି | ନିକଟ କିଛି ମାସ ମଧ୍ୟରେ ଭାରତୀୟ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଯୋଗୁଁ ଅର୍ଥନୈତିକ ସର୍ଭେ 2020କୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି | ସଂସଦରେ ଉପସ୍ଥାପିତ 2019-20 ଅର୍ଥନୈତିକ ସର୍ଭେରେ ଚଳିତ ଆର୍ଥିକ ବର୍ଷରେ ଜିଡ଼ିପି ଅଭିବୃଦ୍ଧି ହାର 5 ପ୍ରତିଶତ ରହିବ ବୋଲି ଅନୁମାନ କରାଯାଇଥିବା ବେଳେ 2020-21ରେ ଏହା 6 ପ୍ରତିଶତରୁ 6.5 ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି | 

ଅର୍ଥନୈତିକ ସର୍ଭେ 2020 କହିଛି ଯେ ଆର୍ଥିକ କ୍ଷେତ୍ରରେ ଭାରତୀୟ ଅର୍ଥନୀତି ଉତ୍ତମ ପ୍ରଦର୍ଶନ କରି 3.3 ପ୍ରତିଶତରେ ସୀମିତ ରହିଥିବା ବେଳେ ମୁଦ୍ରାସ୍ଫୀତି ହାର ନିୟନ୍ତ୍ରଣାଧୀନ ରହି ଖୁଚୁରା ମୁଦ୍ରାସ୍ଫୀତି (ସିପିଆଇ) 4.1 ପ୍ରତିଶତ ଓ ପାଇକାରୀ ମୁଦ୍ରାସ୍ଫୀତି (ଡବ୍ଲ୍ୟୁପିଆଇ) 1.9 ପ୍ରତିଶତ ରହିଛି | ଏହା ବ୍ୟତୀତ ଦେଶର ଅର୍ଥ ପଇଠ ସନ୍ତୁଳନ (ବିଓପି) ଭଲ ସ୍ଥିତିରେ ରହିଛି କାରଣ ଆମଦାନୀ ହ୍ରାସ,ଏଫଡ଼ିଆଇ ଓ ଏଫଆଇଆଇର ନିବେଶ ବୃଦ୍ଧି ତଥା 1.75 କୋଟି ପ୍ରବାସୀ ଭାରତୀୟ ମାନଙ୍କଠାରୁ ଅର୍ଥ ପ୍ରାପ୍ତ ହୋଇଛି | ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ବିଦେଶରୁ ଭାରତକୁ 38.4 ବିଲିଅନ ଡଲାର ଅର୍ଥ ପ୍ରେରଣ ହୋଇଛି | ସର୍ଭେ ଅନୁଯାୟୀ ଚଳିତ ବର୍ଷ ଜାନୁଆରୀ 10 ତାରିଖ ସୁଦ୍ଧା ବୈଦେଶିକ ମୁଦ୍ରା ଭଣ୍ଡାର 461 .2 ବିଲିଅନ ଡଲାର ରେ ପହଞ୍ଚିଛି | 

ଏହି ସର୍ଭେରେ ଭାରତୀୟ ଅର୍ଥନୀତି ନେଇ ଦୁଇଟି ପ୍ରମୁଖ ଉଲ୍ଲେଖନୀୟ ବିଷୟ ଉପରେ କୁହାଯାଇଛି ଯାହା ଭାରତୀୟ ଅର୍ଥନୀତିରେ ଦେଖିବାକୁ ମିଳିଛି | ପ୍ରଥମଟି ହେଲା ଦେଶର ମୋଟ ନିଯୁକ୍ତିରେ ଆନୁଷ୍ଠାନିକ ନିଯୁକ୍ତିର ଅଂଶ ବୃଦ୍ଧି ପାଇଛି, ଯାହା ଗତ 5 ବର୍ଷରେ 17.6 ପ୍ରତିଶତରୁ ବୃଦ୍ଧି ପାଇ 22.5 ପ୍ରତିଶତ ହୋଇଛି | ଏହିପରି ଭାବେ ଏହା ଦେଶର ରୋଜଗାର ପରିଦୃଶ୍ୟରେ ପରିବର୍ତ୍ତନ ଆଣିଛି | ଦ୍ବିତୀୟଟି ହେଲା ଦେଶର ଷ୍ଟକ ବଜାର, ଯାହା ନୂତନ କମ୍ପାନୀ ଗୁଡିକ ପାଇଁ ଏକ ପ୍ଲାଟଫର୍ମ ଭାବେ ଇଭା ହୋଇଛି | ଷ୍ଟକ ବଜାର ଗୁଡିକ ପ୍ରତି ପାଞ୍ଚ ବର୍ଷରେ ଏହାର ତାଲିକାଭୁକ୍ତ କମ୍ପାନୀ ମଧ୍ୟରୁ ଏକ ତୃତୀୟାଂଶ କମ୍ପାନୀ ସ୍ଥାନରେ ନୂଆ ଫାର୍ମ, ପ୍ରଯୁକ୍ତି ଜ୍ଞାନକୌଶଳ ଓ ଉତ୍ପାଦ ଗୁଡିକୁ ତାଲିକାଭୁକ୍ତ କରିଥାଏ | ସର୍ଭେରେ କୁହାଯାଇଛି ଯେ ଉଦାରିକରଣ ପରେ ଷ୍ଟକ ବଜାର ଯୁଗରେ ଏହା ରଚନାତ୍ମକ ପରିବର୍ତ୍ତନ ଅଟେ | ଏହି ସର୍ଭେରେ ଦେଶର ଉଦ୍ୟମିତା ବିକାଶ ବିଷୟରେ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି |

ବିଶ୍ଵ ବ୍ୟାଙ୍କ କହିବାନୁଯାୟୀ ନୂତନ ଫାର୍ମ ଗଠନ କ୍ଷେତ୍ରରେ ଭାରତ ତୃତୀୟ ସ୍ଥାନରେ ରହିଛି | ଭାରତରେ 2014ରେ 70,000 ନୂଆ ଫାର୍ମ ଗଠନ କରାଯାଇଥିବା ବେଳେ 2018ରେ ପ୍ରାୟ 124,000 ନୂଆ ଫାର୍ମ ସୃଷ୍ଟି କରାଯାଇଛି | 2006-14 ମଧ୍ୟରେ ଗଠିତ ନୂଆ ଫାର୍ମ ଗଠନର ହାର 3.8 ପ୍ରତିଶତ ତୁଳନାରେ 2014-18 ରେ ଏହା ବୃଦ୍ଧି ପାଇ 12.2 ପ୍ରତିଶତ ହୋଇଥିଲା | ଅର୍ଥନୈତିକ ସର୍ଭେ 2020 ଏକ ନୂଆଁ ସ୍ଲୋଗାନ ସହ ଉପସ୍ଥାପିତ କରାଯାଇଛି, ତାହା ହେଲା “ ଏସେମ୍ବଲ ଇନ ଇଣ୍ଡିଆ ଫର ଦ ୱର୍ଲ୍ଡ ” | ଏଥିଯୋଗୁଁ 2025 ସୁଦ୍ଧା ରପ୍ତାନି ବଜାରରେ ଭାରତର ଅଂଶଧନ 3.5 ପ୍ରତିଶତ ଓ 2030 ସୁଦ୍ଧା ଶତକଡା 6 ଭାଗ ବୃଦ୍ଧି ହେବାର ଆକଳନ କରାଯାଇଛି | ଭାରତକୁ ଏକ ପ୍ରମୁଖ ରପ୍ତାନିକାରୀ ଭାବେ ପରିଣତ କରିବା ଲାଗି ଏହି ସର୍ଭେରେ “ନେଟୱର୍କ ଉତ୍ପାଦ” ବିଶେଷଜ୍ଞତା ଓ ମାତ୍ରା ବିସ୍ତାର ଉପରେ ଅଧିକ ଧ୍ୟାନ ଦିଆଯାଇଛି |

ଆସନ୍ତା ପାଞ୍ଚ ବର୍ଷରେ ଭାରତର ଅର୍ଥନୀତିକୁ ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବାର ଲକ୍ଷ ହାସଲ ଲାଗି ନରେନ୍ଦ୍ର ମୋଦୀ ସରକାର ପ୍ରତିଶୃତିବଦ୍ଧ ଅଟନ୍ତି | ତେଣୁ ଅର୍ଥନୈତିକ ସର୍ଭେ, ଦେଶରେ ଏକ ନୂତନ ‘ବ୍ୟବସାୟିକ ପ୍ରବଣ’ ପରିବେଶ ସୃଷ୍ଟି ଲାଗି ଏକ ନୂଆଁ ଶୀର୍ଷକ ପ୍ରସ୍ତୁତ କରିଛି | ବ୍ୟବସାୟ ସୁଗମତା କ୍ଷେତ୍ରରେ ମଧ୍ୟ ଭାରତ ପ୍ରଗତି କରିସାରିଛି | କାରଣ ବ୍ୟବସାୟ ସୁଗମତା କ୍ଷେତ୍ରରେ ଭାରତ 2014ରେ 142 ତମ ସ୍ଥାନରେ ରହିଥିବା ବେଳେ ବର୍ତ୍ତମାନ ଅନେକ ସ୍ଥାନ ଉପରକୁ ଉଠି 63 ତମ ସ୍ଥାନରେ ପହଞ୍ଚିଛି| ତେଣୁ ଅର୍ଥନୈତିକ ସର୍ଭେ 2020ରେ ବଜାରକୁ ସକ୍ଷମ କରିବା, ବାଣିଜ୍ୟ ସମର୍ଥକ ନୀତି ଗୁଡିକୁ ପ୍ରୋତ୍ସାହିତ କରିବା ଓ ଭାରତୀୟ ଅର୍ଥବ୍ୟବସ୍ଥାରେ ‘ବିଶ୍ଵାସ’ କୁ ଆହୁରି ମଜବୁତ କରିବା ଉପରେ ଅଧିକ ମହତ୍ଵ ଦିଆଯାଇଛି | 



ମୂଳ ଲେଖା : ମନୋହର ମନୋଜ, ସାମ୍ବାଦିକ 
ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...