Skip to main content

15ତମ ଭାରତ-ଇୟୁ ଶିଖର ସମ୍ମିଳନୀ : ଏକ ନୂତନ ରଣନୀତିକ ରୂପରେଖ 2025 ଉପରେ ସହମତ

15 ତମ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀ ଭିଡିଓ କନଫରେନସିଙ୍ଗ ମାଧ୍ୟମରେ ଅନୁଷ୍ଠିତ ହୋଇଛି | ଭାରତ ଓ ୟୁରୋପୀୟ ସଂଘ ଗଣତନ୍ତ୍ର, ସ୍ଵାଧୀନତା, ଆଇନର ଶାସନ ଓ ମାନବାଧିକାର ପାଇଁ ସମ୍ମାନ ସହ  ଅଗ୍ରସର ହେବା ଭଳି ମୂଲ୍ଯବୋଧରେ ବିଶ୍ଵାସ କରିଆସୁଛନ୍ତି | ୟୁଏନ ଓ ଡବ୍ଲ୍ୟୁଟିଓ ପରିପ୍ରେକ୍ଷୀରେ ଫଳପ୍ରଦ ବହୁପକ୍ଷବାଦ ଓ ଏକ ନିୟମ ଆଧାରିତ ବହୁପକ୍ଷୀୟ ନିର୍ଦ୍ଦେଶନାମା ନେଇ ଉଭୟ ପକ୍ଷ ସେମାନଙ୍କ ପ୍ରତିବଦ୍ଧତା ଦୋହୋରାଇଛନ୍ତି | ଏହି ସମ୍ମିଳନୀରେ ଊଭୟ ପକ୍ଷ ମଧ୍ୟରେ ସମ୍ପର୍କର ସ୍ଥିତି ନେଇ କେବଳ ସମୀକ୍ଷା କରାଯାଇନାହିଁ ବରଂ ଦୁଇ ପକ୍ଷ କରୋନା ମହାମାରୀ ଯୋଗୁଁ ଉପୁଜିଥିବା ସାମାଜିକ-ଆର୍ଥିକ ପ୍ରଭାବ ସନ୍ଦର୍ଭରେ “ ଇୟୁ-ଭାରତ ରଣନୀତିକ ଭାଗୀଦାରୀତା : ଏକ ରୂପରେଖ 2025 “ ପ୍ରସ୍ତୁତ କରିଛନ୍ତି ଯାହାକି ସମ୍ପର୍କକୁ ଆହୁରି ନିବିଡ କରିବାରେ ସହାୟକ ହେବ | ସମ୍ପ୍ରତ୍ତି ଉଭା ହୋଇଥିବା ଚାଲେଞ୍ଜର ମୁକାବିଲା ଲାଗି ଏହି ନୂତନ ରଣନୀତିକ ଭାଗୀଦାରୀତା ରୂପରେଖକୁ  କାର୍ଯ୍ୟକାରୀ କରିବା ଲାଗି ମିଳିତ କ୍ରିୟାନ୍ବୟନକୁ ଆହୁରି ସମ୍ପ୍ରସାରିତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓ ଇୟୁ ପରିଷଦ ସଭାପତି  ଶ୍ରୀ ଚାର୍ଲ୍ସ ମାଇକେଲ ଓ କମିଶନ ସଭାପତି  ସୁଶ୍ରୀ ଉରସୁଲା ଭୋନ ଡେର ଲିୟେନ ସହମତ ହୋଇଛନ୍ତି | 
ଉଭୟ ପକ୍ଷ ସାର୍ବଜନୀନ ସ୍ୱାସ୍ଥ୍ୟ ସମସ୍ଯାର ମୁକାବିଲା ଲାଗି  ବୈଶ୍ଵିକ ସହଯୋଗ ଓ  ଏକତା ଉପରେ ସର୍ବୋଚ୍ଚ ପ୍ରାଥମିକତା  ଦେବା ସହ କୋଭିଡ-19 ଟୀକାକୁ  ସମଗ୍ର ବିଶ୍ଵର ଏକ ଆବଶ୍ୟକୀୟ ସାମଗ୍ରୀ ଭାବେ ବିବେଚନା କରିବା ଲାଗି ଜୋର ଦେଇଛନ୍ତି | ଇୟୁ ହେଉଛି ଭାରତର ସବୁଠୁ ବଡ ବାଣିଜ୍ୟ ଭାଗୀଦାର  ଓ ବର୍ତ୍ତମାନର ଭୌଗୋଳିକ ରାଜନୈତିକ ପରିବେଶରେ ଚୀନର ପ୍ରାଦୁର୍ଭାବ ବିରୁଦ୍ଧରେ ସହଯୋଗ ବୃଦ୍ଧି କରିବାର ଆବଶ୍ୟକତା ରହିଛି  |ଉଭୟ ପକ୍ଷ ବାଣିଜ୍ୟ ପ୍ରତିବନ୍ଧକ ଗୁଡିକୁ ଦୂର କରିବା ଓ  ଏକ ନୂତନ ଉଚ୍ଚ ସ୍ତରୀୟ ବାଣିଜ୍ୟ ଡାଏଲଗ   ପାଇଁ ଆଲୋଚନା  ଲାଗି ରାଜି ହୋଇଛନ୍ତି | ବୈଶ୍ଵିକ ବାଣିଜ୍ୟ ବ୍ୟବସ୍ଥାକୁ ଖୋଲା ରଖିବା ପାଇଁ ସେମାନେ ପ୍ରତିବଦ୍ଧତା ଦୋହୋରାଇଛନ୍ତି | ତେବେ ଏହି ଶିଖର ବୈଠକରେ ନୂଆଦିଲ୍ଲୀ ଓ ବ୍ରସେଲ୍ସ ମଧ୍ୟରେ  ବାଣିଜ୍ୟ ବ୍ୟତିତ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା | ଏହି ବୈଠକରେ ପରିବେଶ ଓ ଜଳବାଯୁ ପରିବର୍ତ୍ତନ , ଖୋଲା ଓ ନିରପେକ୍ଷ ବାଣିଜ୍ୟ, ବୈଦେଶିକ ଓ ସୁରକ୍ଷା ନୀତି, ଡିଜିଟାଲିକରଣ, ମାନବାଧିକାର,  ସ୍ଥାୟୀ ଆଧୂନିକୀକରଣ ଓ ଗବେଷଣା ଏବଂ ଅଭିନବତା ଆଦି ପ୍ରସଙ୍ଗ  ଉପରେ ମୁଖ୍ଯତଃ ଆଲୋଚନା ହୋଇଥିଲା | 
ଭାରତ ଓ ଇୟୁ ମଧ୍ୟରେ ରାଜନୈତିକ କଥାବାର୍ତ୍ତା ବ୍ୟାପକ ହୋଇଛି | 2022ରେ ଜି20 ଶିଖର ବୈଠକରେ ଭାରତର ଅଧ୍ୟକ୍ଷତା ଓ  2021-22 ରେ ଜାତିସଂଘ ସୁରକ୍ଷା ପରିଷଦରେ  ଏହାର ସଦସ୍ୟତା ପ୍ରତି  ବ୍ରସେଲ୍ସ,  ସ୍ଵାଗତ ଜଣାଇଛି  | ଏହା ରାଜନୈତିକ ନେତୃତ୍ଵ ସ୍ତରରେ ନୂଆଦିଲ୍ଲୀର ବୃଦ୍ଧି ପାଉଥିବା କ୍ଷମତାର ଏକ ଦୃଢ ସଂକେତ ଦେଉଛି  | ଅଣୁ ଅସ୍ତ୍ରନିରୋଧ, ନିରସ୍ତ୍ରିକରଣ, ସାମୁଦ୍ରିକ ନିରାପତ୍ତା, ଆତଙ୍କବାଦ ବିରୋଧୀ (ମୌଳବାଦ ବିରୋଧୀ ସମେତ), ଅର୍ଥ ହେରଫେର ବିରୋଧୀ ସନ୍ତ୍ରାସବାଦ ପାଣ୍ଠି ଯୋଗାଣ ଦମନ ଓ ସାଇବର ସୁରକ୍ଷା  ଦିଗରେ ମିଳିମିଶି କାର୍ଯ୍ୟ କରି ସହଯୋଗକୁ ଆହୁରି ମଜବୁତ କରିବା ଲାଗି ସହମତ ପ୍ରକାଶ କରିବା ସହ ବୈଦେଶିକ ଓ ସୁରକ୍ଷା ନୀତି ଉପରେ ରାଜନୈତିକ ସହଯୋଗକୁ ଆହୁରି ନିବିଡ କରିବା ପାଇଁ ଉଭୟେ ଏକମତ ହୋଇଛନ୍ତି|
ଭାରତ ଓ ଇୟୁ, ଇରାନ ଓ ଆଫଗାନିସ୍ତାନ ଭଳି ଆନ୍ତର୍ଜାତୀୟ ଓ ଆଞ୍ଚଳିକ ପ୍ରସଙ୍ଗ ନେଇ ସହଯୋଗ କରିବାକୁ ରାଜି  ହୋଇଛନ୍ତି | ବୈଦେଶିକ ଓ ସୁରକ୍ଷା ନୀତିର ବିଭିନ୍ନ ଦିଗ ଉପରେ ବ୍ୟାପକ  ବିଚାର ବିମର୍ଶ କରିବା, ସେନା ବାହିନୀ ମଧ୍ୟରେ ଯୋଗାଯୋଗ ଓ ଆଦାନ ପ୍ରଦାନକୁ ଆହୁରି ମଜବୂତ କରିବା ଓ  ନିରାପତ୍ତା ସଙ୍କ୍ରାନ୍ତରେ ରୀତିମତ ଯୋଗାଯୋଗ ସ୍ଥାପନ କରିବା ଆଦି ପ୍ରସଙ୍ଗ ରୂପରେଖ 2025ରେ ସ୍ଥାନିତ ଅଛି | ସାମୁଦ୍ରିକ ଦସ୍ୟୁ ସମସ୍ଯା ପ୍ରସଙ୍ଗ ସମେତ ଅନ୍ୟାନ୍ୟ ନିରାପତ୍ତା ସଙ୍କ୍ରାନ୍ତୀୟ ସମସ୍ୟାର  ମୁକାବିଲା ଲାଗି ଏକ ସାମୁଦ୍ରିକ ସୁରକ୍ଷା ଡାଏଲଗ ଆରମ୍ଭ କରିବା ଲାଗି ମଧ୍ୟ  ସହମତି ପ୍ରକାଶ ପାଇଛି |ଆନ୍ତର୍ଜାତୀୟ ସ୍ତରରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ରଣନୀତିକ ମହତ୍ଵ ବୃଦ୍ଧି ପାଉଥିବାରୁ ଏହା ନୂଆଦିଲ୍ଲୀ ଓ ବ୍ରସେଲ୍ସ ପାଇଁ ଏକ ସକାରାତ୍ମକ ବିଷୟ ହୋଇଛି ଓ ଉଭୟ ଭାରତୀୟ ମହାସାଗରରେ ସୁରକ୍ଷା ଓ ସ୍ଥିରତା ବଜାୟ ରଖିବାର ଆବଶ୍ୟକତା ଉପରେ ଅଧିକ ଜୋର ଦିଆଯାଇଛି  |   
ଏଥିସହିତ ଦୁଇ ପକ୍ଷ,  ପ୍ରକଳ୍ପ ଗୁଡିକୁ ପରିବେଶ, ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ସ୍ଥାୟୀ ଏବଂ ବ୍ୟବସାୟ କାରବାରକୁ ସୁଗମ କରିବା   ଲାଗି ଏକ ନିୟମ ଆଧାରିତ ଆଭିମୁଖ୍ଯ ଉପରେ ଗୁରୁତ୍ଵାରୋପ କରିଛନ୍ତି | ପ୍ରଧାନମନ୍ତ୍ରୀ ଏହି ଅବସରରେ ତାଙ୍କ ସମ୍ଭାଷଣରେ କହିଛନ୍ତି ଯେ ଭାରତ-ଇୟୁ ଭାଗୀଦାରୀତା କୋଭିଡ-19 ପରବର୍ତ୍ତୀ କାଳରେ ଅର୍ଥନୈତିକ ପୁନର୍ଗଠନ ଓ ଏକ  ମାନବ କେନ୍ଦ୍ରିକ ବୈଶ୍ବିକରଣ ପ୍ରତିଷ୍ଠା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ | ଉଭୟ ପକ୍ଷ ମଧ୍ୟରେ ସ୍ଥାନାନ୍ତରଣ ଓ ଗତିଶୀଳତା (ସିଏଏମଏମ)ଉପରେ ସାଧାରଣ କାର୍ଯ୍ୟସୂଚୀ ଉପରେ ମିଳିତ ଘୋଷଣାନାମାର କାର୍ଯ୍ୟକାରିତା ଦୃଷ୍ଟିରୁ ଏହା ଯଥେଷ୍ଟ ଗୁରୁତ୍ଵ ବହନ କରୁଛି | ଏହି ଅବସରରେ  ମାନବାଧିକାର ଡାଏଲଗ ଓ ନାଗରିକ ସମାଜ କଥାବାର୍ତ୍ତା ଓ  ଆଦାନ ପ୍ରଦାନର ପୁଣିଥରେ ଆରମ୍ଭ କରିବା ଲାଗି ମଧ୍ୟ ସହମତି ପ୍ରକାଶ ପାଇଛି |
ଏଥିସହିତ ଉଭୟ ପକ୍ଷ  ମଧ୍ୟ ଏକ ବେସାମରିକ  ଆଣବିକ ସହଯୋଗକୁ  ତ୍ୱରାନ୍ୱିତ କରିବା ଲାଗି ସହମତ ହେବା ସହ ରିସୋର୍ସ ଏଫିସିଏନ୍ସି ଓ ସର୍କୁଲାର ଇକୋନୋମି   ଉପରେ ଏକ ମିଳିତ ଘୋଷଣାନାମା  ଜାରି କରିଛନ୍ତି | କୋଭିଡ-19 ମହାମାରୀ ଯୋଗୁଁ ଚଳିତ ବର୍ଷ  ମାର୍ଚ୍ଚ ମାସରେ ହେବାକୁ ଥିବା ଏହି ଶିଖର ବୈଠକକୁ ବାତିଲ କରିବାକୁ ପଡିଥିଲା | ହେଲେ ଅନ୍ୟ ଦୃଷ୍ଟିରୁ କହିବାକୁ ଗଲେ  ଏହି ମହାମାରୀର ପ୍ରଭାବ ଯୋଗୁଁ ଦ୍ଵିପକ୍ଷୀୟ ସହଯୋଗର ଅନେକ କ୍ଷେତ୍ର ଚିହ୍ନଟ କରାଯାଇଛି | ଭାରତ ଓ ଇୟୁ ମଧ୍ୟରେ ରଣନୀତିକ ଭାଗୀଦାରୀତାକୁ ଆହୁରି ସୁଦୃଢ କରିବା ଲାଗି ନୂତନ ରୂପରେଖ 2025 ହେଉଛି ଉଭୟ ପକ୍ଷର ରାଜନୈତିକ ପ୍ରତିବଦ୍ଧତାର ଏକ ବଳିଷ୍ଠ ସୂଚକ |

ମୂଳ ଲେଖା : ପ୍ରଫେସର ଉମୁ ସଲମା ବାଭା, ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...