Skip to main content

ଚୀନର ବିସ୍ତାରବାଦୀ ନୀତି ବିରୁଦ୍ଧରେ ଭାରତ ଆମେରିକା ଏକତ୍ର

ଭାରତ ଏବଂ ଆମେରିକା ମଧ୍ୟରେ ସାମରୀକ ଭାଗିଦାରୀ ଗତ ଦୁଇ ଦଶନ୍ଧି ମଧ୍ୟରେ ଅନେକ ଅଗ୍ରଗତି କରିଛି କିନ୍ତୁ ଏହାର ପ୍ରାସଙ୍ଗିକତା ଏବଂ ଉପଯୋଗୀତା ପାଇଁ ବାସ୍ତବିକ ଚ୍ୟାଲେଞ୍ଜ ସେବେ ଦେଖାଦେଲା ଯେବେ ଭାରତ-ଚୀନ ସୀମାରେ ପ୍ରକୃତ ନିୟନ୍ତ୍ରଣ ରେଖାରେ ଚୀନ ନିଜର ଆକ୍ରମଣାତ୍ମକତା ପ୍ରଦର୍ଶନ କଲା |

ଅନେକ ଦେଶ ସହିତ ଭାରତର ସାମରିକ ଭାଗିଦାରୀ ରହିଛି କିନ୍ତୁ ଆମେରିକା ହିଁ ଚୀନର ଆକ୍ରମଣାତ୍ମକ ନୀତି ବିରୁଦ୍ଧରେ ଭାରତକୁ ଖୋଲାଖୋଲି ସମର୍ଥନ ଦେଇଛି ଏବଂ ଏହା ସହିତ ଏମିତି କିଛି ପଦକ୍ଷେପ ମଧ୍ୟ ନେଇଛି ଯାହାଦ୍ଵାରା ଚୀନ ଭାରତର ସେନାବାହିନୀ ଯବାନଙ୍କ ସହିତ ଶାରିରୀକ ବଳ ପ୍ରୟୋଗ କରିବା ସ୍ଥାନରୁ ନିଜର ବେଆଇନ ନିର୍ମାଣକୁ ହଟାଇବାକୁ ବାଧ୍ୟ କରିଛି| ଅବଶ୍ୟ ଏହା ସତ ଯେ ଚୀନ ବିରୁଦ୍ଧରେ ଭାରତ ଆମେରିକା ମଧ୍ୟରେ ସେନାବାହିନୀ ମେଣ୍ଟ ହୋଇନାହିଁ କିମ୍ଵା ଏହା ବିରୁଦ୍ଧରେ ମିଳିତ ମେଣ୍ଟ ଗଠନ କରିନାହିଁ |

କିନ୍ତୁ ସାମରୀକ ଭାଗିଦାରୀର ଭାବନା ଅନୁରୂପ ହ୍ଵାଇଟ ହାଉସ ଏବଂ ବୈଦେଶିକ ବିଭାଗର କିଛି ସାହସୀକ ଘୋଷଣା ତଥା ଦକ୍ଷିଣ ଚୀନ ସାଗରରେ ପେଣ୍ଟାଗନ ଦ୍ଵାରା ଦୁଇଟି ବିମାନ ବାହକ ପଠାଇବା ସଦୃଶ୍ୟ କାର୍ଯ୍ୟାନୁଷ୍ଠାନ ଚୀନକୁ କୌଣସି ପ୍ରକାର ଅନୈତିକ କାର୍ଯ୍ୟରୁ ନିବୃତ କରିବାକୁ ଦୃଢ ସଙ୍କେତ ଦେଇଛି |

ସୀମାରେ ଭାରତୀୟ ସେନାର ସୈନ୍ୟ କୌଶଳର ପ୍ରଦର୍ଶନ ସହିତ ଭାରତ-ଚୀନ ସୀମାରେ ସେନାବାହିନୀର ନୈତିକ ମନୋବଳକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପ୍ରକୃତରେ ଅଦ୍ଭୁତପୂର୍ବ ଥିଲା | ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କରଙ୍କ କୁଶଳ ନେତୃତ୍ଵରେ ବୈଦେଶିକ ମନ୍ତ୍ରଣାଳୟ ଦ୍ଵାରା ପ୍ରଦର୍ଶିତ ଉତକୃଷ୍ଟ କୂଟନୈତିକ କୌଶଳ ଏହାକୁ ଅଧିକ ଫଳପ୍ରଦ କରିଛି | ତଥା କୋଭିଡ-19 ମହାମାରୀ ମଧ୍ୟରେ ଚୀନର ଦାଦାଗିରୀକୁ ଉଚିତ ଉତ୍ତର ଦେଇଛି |

ବୈଦେଶିକ ଶକ୍ତି ସେତେବେଳେ ସହଯୋଗ କରିଥାନ୍ତି ଯେତେବେଳେ କୌଣସି ଦେଶ ନିଜକୁ ରକ୍ଷା କରିବାରେ କ୍ଷମତା ଦେଖାଇଥାଏ | ଭାରତ ସରକାର ଏହାର ମୁକାବିଲା ପାଇଁ ଏକ ଇକୋ ସିଷ୍ଟମ ପ୍ରସ୍ତୁତ କଲେ ଯେଉଁଥିରେ ଅନ୍ୟ ଦେଶ ସମେତ ଆମେରିକା ଚୀନକୁ ମହାଶକ୍ତି ହେବାର ମହତ୍ଵାକାଂକ୍ଷାକୁ ଦବେଇବା ପାଇଁ ଆଗେଇ ଆସିଲା |

ଜୀବନଘାତୀ କୋଭିଡ-19 ମହାମାରୀ ଆଳରେ ଚୀନ ନିଜର ସ୍ଥଳ ଏବଂ ଜଳ ସୀମାକୁ ଅନୈତିକ ଭାବରେ ବିସ୍ତାର କରିବାକୁ ନିଜର ପ୍ରକୃତ ରୂପ ଦେଖାଇଲା | ଗୋଟିଏ ପଟେ ଚୀନ ମହାମାରୀ ସମୟରେ ନିଜର ଆର୍ଥୀକ ଗତିବିଧିକୁ ବଢାଇବା ସହିତ ଅନ୍ୟ ଦେଶମାନେ ମହାମାରୀ ସହିତ ଲଢୁଥିବାବେଳେ ନିଜର ବିସ୍ତାରବାଦି ନୀତି ଅନୁଯାୟୀ ଅନ୍ୟ ଦେଶର ଭୂମିକୁ କବଳିତ କରିବାରେ ଯୋଜନା କରିବାରେ ଲାଗିଗଲା |

ଚୀନର ଶାନ୍ତିପୂର୍ଣ୍ଣ ଉଦୟ ସିଦ୍ଧାନ୍ତ କହୁଥିବା ଚୀନର ଅସଲି ରୂପ ପଦାକୁ ଆସିଗଲା ଯାହା ଚୀନ ଅନ୍ୟମାନଙ୍କୁ ଭ୍ରମରେ ପକାଇ କରିବାକୁ ଚାହୁଁଥିଲା | ଏହା ମଧ୍ୟ ଚୀନର ବ୍ୟବହାରରୁ ସ୍ପଷ୍ଟ ହୋଇଗଲା ଯେ ଚୀନ ସେହିସବୁ ଦେଶକୁ ହଇରାଣ କରିବାକୁ ଚାହୁଁଛି ଯେଉଁସବୁ ଦେଶ ସହ ଆମେରିକାର ନିବିଡ ସଂପର୍କ କିମ୍ଵା ସାମରୀକ ସଂପର୍କ ରହିଛି | ବ୍ୟବସ୍ଥିତ ଭାବେ ଚୀନ, ଜାପାନ, ଭିଏତନାମ, ଭାରତ, ଭୁଟାନ ଏବଂ ଅଷ୍ଟ୍ରେଲିଆ ସହିତ ଳଢିବାକୁ ଆଗଭର ହୋଇଗଲା | ହଙ୍ଗକଙ୍ଗ ସହିତ ଯେପରି ବ୍ୟବହାର ଚୀନ ଦେଖାଇଛି ସେଥିରୁ ବିସ୍ଵର ଧ୍ୟାନ ହଟେଇବାକୁ ଭାରତର ସୀମାରେ ଏପରି କଦର୍ଯ୍ୟ କାର୍ଯ୍ୟ କଲା |

କିନ୍ତୁ ଚୀନର ଅନୁମାନ ଭୁଲ ସାବ୍ୟସ୍ତ ହେଲା ଏବଂ ଭାରତ ସୀମାରୁ ତାକୁ ହଟିବାକୁ ପଡିଲା | ହଙ୍ଗକଙ୍ଗ ପୁଣି ଥରେ ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ ଏବଂ ଅନ୍ୟ ଅନେକ ଦେଶର ନଜରକୁ ଫେରି ଆସିଲା | ଆମେରିକା ସ୍ପଷ୍ଟ ଭାବେ ଚୀନକୁ ଶତୃ ଦେଶ କହିଛି | ଆସିଆନ ରାଷ୍ଟ୍ର ସମୁହ ମଧ୍ୟ ଜାତିସଂଘର ମହାସାଗର ସଂଦ୍ଧି ଅନୁଯାୟୀ ଦକ୍ଷିଣ ଚୀନ ସାଗରରେ ନିୟମ ଅନୁଯାୟୀ ସଂଘର୍ଷ ପ୍ରସ୍ଥାବକୁ ସମର୍ଥନ କଲା | ଚୀନର ବି.ଆର.ଆଇ ଅନେକ ଦେଶକୁ ଆଘାତ ଦେଇଛି |

ଭାରତ ଏବଂ ଆମେରିକା ଦୀର୍ଘ ଦିନ ହେଲା ଏକ ଦୃଷ୍ଟିକୋଣର ପକ୍ଷଧର ରହିଛନ୍ତି ଯାହା ଚୀନକୁ ଅନ୍ତରାଷ୍ଟ୍ରୀୟ ପ୍ରଣାଳିରେ ଏକ ହିତାଧିକାରକ କରିବ | ଭାରତ ଏବଂ ଆମେରିକା ଭାବିଥିଲେ ଯେ ଚୀନ ସହିତ ବାଣିଜ୍ୟିକ ସଂପର୍କ ଏବଂ ନିବେସ ଦ୍ଵାରା ଚୀନ ନିଜର ବିଦେଶୀ ନୀତିକୁ ଅଧିକ ଉଦାର କରିବ କିନ୍ତୁ ଏହି ଧାରଣା ଭୁଲ ଥିଲା | କାରଣ ଚୀନର ବ୍ୟବହାର ସଠିକ ସିଦ୍ଧାନ୍ତ ଅନୁରୂପ ନୁହେଁ | ଏଣୁ ଚୀନ ପ୍ରତି ସର୍ବଦା ସାବଧାନ ଏବଂ ସତର୍କ ରହିବାର ଆବଶ୍ୟକତା ରହିଛି |


ମୂଳ ଲେଖା: ପ୍ରଫେସର ଚିନ୍ତାମଣୀ ମହାପାତ୍ର

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...