Skip to main content

ପ୍ୟାରିସ ରାଜିନାମା ଅନ୍ତର୍ଗତ ଆର୍ଥିକ, ବୈଷୟିକ ସହାୟତା ସମ୍ପ୍ରସାରିତ ଲାଗି ସମୃଦ୍ଧ ଦେଶ ଗୁଡିକୁ ଆହ୍ଵାନ ଜଣାଇଲା ଭାରତ

ଆଜିଠାରୁ ପ୍ରାୟ ପାଞ୍ଚ ମାସ ପରେ ଅର୍ଥାତ ଡିସେମ୍ବର ମାସରେ 197ଟି ଦେଶ ଦ୍ଵାରା ସ୍ବାକ୍ଷରିତ ଐତିହାସିକ ‘ପ୍ୟାରିସ ରାଜିନାମା’ ବୁଝାମଣାର ପାଞ୍ଚ ବର୍ଷ ପୂର୍ତ୍ତି ହେବ | ଏହି ଚୁକ୍ତିନାମାରେ ବିଶ୍ଵ ତାପମାତ୍ରା ବୃଦ୍ଧିକୁ ସୀମିତ ରଖି ପ୍ରାକ ଶିଳ୍ପାଞ୍ଚଳ ସ୍ତରରେ 2 ଡିଗ୍ରୀ ସେଲସିୟସରୁ କମ କରିବା ଓ ପରିଶେଷରେ 1.5 ଡିଗ୍ରୀ ସେଲସିୟସ ବୃଦ୍ଧିକୁ ସୀମିତ ରଖିବା ଲାଗି ସହମତି ପ୍ରକାଶ ପାଇଥିଲା | ଏହି ଲକ୍ଷ ହାସଲ ଲାଗି ସଦସ୍ୟ ରାଷ୍ଟ୍ର ଗୁଡିକ ନିର୍ଗମନ ହ୍ରାସ ପାଇଁ ଲକ୍ଷ ଧାର୍ଯ୍ୟ ଓ ଏହି ଲକ୍ଷ ପୂରଣ ଲାଗି ନିର୍ଦ୍ଧିଷ୍ଟ ମାର୍ଗ ଅବଲମ୍ବନ କରିବା ନେଇ ସେମାନଙ୍କ ଜାତୀୟ ଯୋଜନା ଉପସ୍ଥାପନା କରିଥିଲେ |ଏହି ରାଜିନାମା ଅନୁଯାୟୀ ଜଳବାୟୁ ପରିବର୍ତ୍ତନର ମୁକାବିଲା ଲାଗି ସମୃଦ୍ଧ ତଥା ବିକଶିତ ଦେଶ ଗୁଡିକ ବିକାଶଶୀଳ ଦେଶ ଗୁଡିକୁ ଆର୍ଥିକ ଓ ବୈଷୟିକ ସହାୟତା ପ୍ରଦାନ କରିବାର ବ୍ୟବସ୍ଥା ଥିଲା |

ପ୍ରତି ବର୍ଷ ପ୍ୟାରିସ ରାଜିନାମାର ସଂପୂର୍ଣ୍ଣ କାର୍ଯ୍ୟକାରିତା ,ବୈଶ୍ୱିକ ଜଳବାୟୁ କ୍ରିୟାନ୍ବୟନ ଲାଗି ଜାରି ରହିଥିବା ରାଜନୈତିକ ପ୍ରତିବଦ୍ଧତା ତଥା ଏକ୍ଷେତ୍ରରେ କେତେ କଣ ପ୍ରଗତି ଘଟିଛି ସେ ନେଇ ନିଶ୍ଚିତ କରିବା ଲାଗି ଏକ ବୈଠକ ଅନୁଷ୍ଠିତ ହୋଇଥାଏ | କରୋନା ଭାଇରସ ମହାମାରୀ ଦୃଷ୍ଟିରୁ ଚଳିତ ବର୍ଷର ଚତୁର୍ଥ ଅଧିବେଶନ ବୈଠକ ଏକ ଭର୍ଚୁଆଲ ଫର୍ମାଟରେ ଅନୁଷ୍ଠିତ ହୋଇଥିଲା | ଏହି ବୈଠକରେ ୟୁରୋପୀୟ ସଂଘ, ଚୀନ ଓ କାନାଡା ସହ ଅଧ୍ୟକ୍ଷତା କରିଥିଲେ | 

ଜଳବାୟୁ କ୍ରିୟାନ୍ବୟନ ସଙ୍କ୍ରାନ୍ତୀୟ ଚତୁର୍ଥ ମନ୍ତ୍ରୀସ୍ତରୀୟ ବୈଠକରେ ଜି20 ରାଷ୍ଟ୍ର ସମୂହ ଓ ଜାତିସଂଘ ଜଳବାୟୁ ବୁଝାମଣାରେ ଅନ୍ୟାନ୍ୟ ଅଂଶଗ୍ରହଣକାରୀଙ୍କ ସମେତ ପ୍ରାୟ 30 ଟି ଦେଶର ମନ୍ତ୍ରୀ ତଥା ପ୍ରତିନିଧି ଯୋଗ ଦେଇଥିଲେ | ଏହି ବୈଠକରେ ପ୍ୟାରିସ ରାଜିନାମା ସହ ଅର୍ଥନୈତିକ ଯୋଜନାର କିପରି ତାଳମେଳ ରହିବ ଓ ଲଗାତାର ଜଳବାୟୁ କ୍ରିୟାନ୍ବୟନ ନିଶ୍ଚିତ କରିବା ଲାଗି ଉତ୍ପର୍ଣ୍ଣ ସ୍ଥିତି ନେଇ ବ୍ୟାପକ ଆଲୋଚନା ହୋଇଥିଲା | ଏହି ବୈଠକରେ ‘ଗ୍ରୀନ ରିକଭରୀ’ ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଥିଲା | 


ଏହି ବୈଠକରେ କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭଡେକର ଭାରତର ପ୍ରତିନିଧିତ୍ଵ କରିଥିଲେ | ଏହି ଅବସରରେ ଭାରତ, ୟୁଏନଏଫସିସିସି ଓ ପ୍ୟାରିସ ରାଜିନାମା ଅନ୍ତର୍ଗତ ବିକାଶଶୀଳ ଦେଶ ଗୁଡିକୁ ଆର୍ଥିକ ଓ ବୈଷୟିକ ସହାୟତା ପ୍ରଦାନ କରିବା ଲାଗି ବିକଶିତ ଦେଶ ଗୁଡିକୁ ଆହ୍ଵାନ ଜଣାଇଥିଲା ଓ 2020 ସୁଦ୍ଧା ଏକ ଟ୍ରିଲିୟନ ଆମେରିକୀୟ ଡଲାର ସହାୟତା ଦେବା ଲାଗି ଦିଆଯାଇଥିବା ପ୍ରତିଶୃତି ଏଯାଏଁ ପୂରଣ କରାଯାଇନାହିଁ ବୋଲି ଦର୍ଶାଇଥିଲା | ବିକାଶଶୀଳ ଦେଶ ଗୁଡିକରେ ଜଳବାୟୁ କ୍ରିୟାନ୍ବୟନକୁ ଆହୁରି ମଜବୁତ କରିବା ଲାଗି ପ୍ରତିଶୃତି ଅନୁଯାୟୀ ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଅର୍ଥରାଶି ପ୍ରଦାନ କରାଯିବ ବୋଲି ଭାରତ ଆଶା ପ୍ରକଟ କରିଛି |

ଭାରତ ଏହାର ପ୍ରୟାସ ନେଇ ଉଲ୍ଲେଖ କରିବା ସହ ଏହି ରାଜିନାମା ଦିଗରେ ସହଯୋଗ କରିବା ଲାଗି ଅନ୍ୟ ରାଷ୍ଟ୍ର ମାନଙ୍କୁ ପରାମର୍ଶ ଦେଇଛି | ନୂଆଦିଲ୍ଲୀ ଏହାର ସବୁଜ କ୍ରିୟାନ୍ବୟନ ବିଷୟରେ ବିଶ୍ଵ ପଟଳରେ ଅବଗତ କରାଇଛି | ଭାରତ କହିଛି ଯେ ଏହା 2005 ଓ 2014 ମଧ୍ୟରେ ଏହାର ଜିଡ଼ିପିର 21 ପ୍ରତିଶତ ନିର୍ଗମନ ତୀବ୍ରତା ହ୍ରାସ କରିବା ପାଇଁ ନିଜ ଦ୍ଵାରା ଧାର୍ଯ୍ୟ 2020ର ଲକ୍ଷକୁ ଏହା ପୂର୍ବରୁ ହାସଲ କରିସାରିଛି |

ମାର୍ଚ୍ଚ 2015 ରୁ ମେ 2020 ମଧ୍ୟରେ ବିଦ୍ୟୁତ ଉତ୍ପାଦନର କ୍ଷମତାରେ ଅଣ-ଫସିଲ ଉତ୍ସର ଅଂଶ 7.2 ପ୍ରତିଶତ ବୃଦ୍ଧି ପାଇଛି | ଭାରତ ଅକ୍ଷୟ ଶକ୍ତି କ୍ଷେତ୍ରରେ ଏକ ବୈଶ୍ଵିକ ନେତା ଭାବେ ଉଭା ହୋଇଛି ଓ ଏଥିରେ ଅଧିକରୁ ଅଧିକ ନିବେଶ କରୁଛି | ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତର ଅକ୍ଷୟ ଶକ୍ତି କ୍ଷମତା 226 ପ୍ରତିଶତ ବୃଦ୍ଧି ପାଇଛି | ବର୍ତ୍ତମାନ ଏହା 87 ଗିଗାୱାଟରୁ ଅଧିକ ରହିଛି | ଅକ୍ଷୟ ଶକ୍ତି କ୍ଷମତାକୁ 450 ଗିଗାୱାଟକୁ ବୃଦ୍ଧି କରିବା ଲାଗି ଭାରତ ଲକ୍ଷ ରଖିଛି |

ସରକାର ଲୋକମାନଙ୍କୁ ସ୍ଵଚ୍ଛ ରନ୍ଧନ ଇନ୍ଧନ ଓ ସୁସ୍ଥ ପରିବେଶ ଯୋଗାଉଛନ୍ତି | ଭାରତର ଭୌଗୋଳିକ ଇଲାକାର ପ୍ରାୟ 25 ପ୍ରତିଶତ ପରିସୀମା ଅର୍ଥାତ ମୋଟ 807,000 ବର୍ଗ କିଲୋମିଟରରୁ ଅଧିକ ଅଞ୍ଚଳ ଜଙ୍ଗଲ ଓ ବୃକ୍ଷଲତାରେ ଆଚ୍ଛାଦିତ ରହିଛି | ଉଜ୍ଵଳା (ସୁଲଭ ମୂଲ୍ୟରେ ସମସ୍ତଙ୍କୁ ଏଲଇଡ଼ି ଯୋଗାଇବା) ଯୋଜନା ଅଧୀନରେ 360 ନିୟୁତରୁ ଅଧିକ ଏଲଇଡ଼ି ବଲ୍ବ ବଣ୍ଟନ କରାଯାଇଛି | ଏହା ଦ୍ଵାରା ବର୍ଷକୁ ପ୍ରାୟ 47 ବିଲିୟନ ୟୁନିଟ ବିଦ୍ୟୁତ ସଞ୍ଚୟ ହେବା ସହ ବର୍ଷକୁ 38 ନିୟୁତ ଟନ ଅଙ୍ଗାରକାମ୍ଳ ଗ୍ଯାସ ନିର୍ଗମନ ହ୍ରାସ ପାଇଛି | ପ୍ରତ୍ୟକ୍ଷ ହସ୍ତାନ୍ତରଣ ଏଲପିଜି (ଡ଼ିବିଟିଏଲ) ଯୋଜନା ଅଧୀନରେ ଗ୍ରାମୀଣ ଇଲାକାରେ 80 ନିୟୁତ ଏଲପିଜି ଗ୍ୟାସ ସଂଯୋଗୀକରଣ କରାଯାଇଛି |

ଭାରତ ଏକ ସବୁଜ ପଦକ୍ଷେପ ସ୍ୱରୂପ 400ଟଙ୍କାର ଏକ କୋଇଲା ଟିକସ ଲାଗୁ କରିଥିଲା | ଏହା ବର୍ତ୍ତମାନ ସାମଗ୍ରୀ ଓ ସେବା କରରେ ସମ୍ମିଳିତ ହୋଇଛି | ସ୍ବଚ୍ଛ ଇନ୍ଧନ ବ୍ୟବହାର ଉପରେ ନିଆଯାଇଥିବା ପଦକ୍ଷେପ ବିଷୟରେ ମଧ୍ୟ ଭାରତ ଆଲୋକପାତ କରିଥିଲା | ଭାରତ 1 ଏପ୍ରିଲ 2020 ସୁଦ୍ଧା ଭାରତ ଷ୍ଟେଜ-IV (BS-IV) ରୁ ଭାରତ ଷ୍ଟେଜ- VI (BS –VI ) ନିର୍ଗମନ ମାନଦଣ୍ଡକୁ ଅତିକ୍ରମ କରିଛି | ପୂର୍ବରୁ ଏହାକୁ 2024 ସୁଦ୍ଧା କାର୍ଯ୍ୟକାରୀ କରିବାର ଥିଲା |

ଭାରତ, ସ୍ମାର୍ଟ ସିଟି ମିସନ ଅଧୀନରେ ଜଳବାୟୁ ସ୍ମାର୍ଟ ସିଟି ଆକଳନ ରୂପରେଖ 2019 ଆରମ୍ଭ କରିଛି | ଏହାର ମୂଳ ଲକ୍ଷ ହେଉଛି ପ୍ରଶମନ ଓ ଉପଯୋଗୀକରଣ ପଦକ୍ଷେପ ଗ୍ରହଣ କରି ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ଲାଗି ନଗର ତଥା ଭାରତର ସହରାଞ୍ଚଳ ପାଇଁ ଏକ ସ୍ଵଚ୍ଛ ରୂପରେଖ ପ୍ରଦାନ କରିବା | ଏହି ବୈଠକରେ ପ୍ୟାରିସ ରାଜିନାମା ଅନୁଯାୟୀ ଆନ୍ତର୍ଜାତୀୟ ଅର୍ଥବ୍ୟବସ୍ଥାରେ ସୁଧାର ଆଣିବା ତଥା ଭବିଷ୍ୟତରେ ସମ୍ମୁଖୀନ ହେବାକୁ ଥିବା ସମସ୍ୟା ଗୁଡିକ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା | 


ମୂଳ ଲେଖା : କେ ଭି ଭେଙ୍କଟସୁବ୍ରମନିୟମ, ବରିଷ୍ଠ ସାମ୍ବାଦିକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...