Skip to main content

ମହାମାରୀ ସମୟରେ ମାଳଦ୍ୱୀପକୁ ଭାରତର ବିଶେଷ ସହାୟତା

ବିଶ୍ୱ ମହାମାରୀ ସମୟରେ ଭାରତର ବିକାଶ ସହାୟତା ପଡୋଶୀ ଦେଶମାନଙ୍କୁ ସେମାନଙ୍କର ସାମାଜିକ-ଅର୍ଥନୈତିକ ଆବଶ୍ୟକତାକୁ ପୂରଣ କରିବା ଦିଗରେ ସହାୟକ ସାବ୍ୟସ୍ତ ହୋଇଛି। ଏହି ସପ୍ତାହରେ ମାଳଦ୍ୱୀପର 61 ଦ୍ୱୀପପୁଞ୍ଜ ପାଇଁ ଭାରତ ଆଉଟହୋର ଫିଟନେସ୍ ଉପକରଣ ଯୋଗାଇ ଦେଇଛି | ପ୍ରଦାନ କରାଯାଇଥିବା ଉପକରଣଗୁଡ଼ିକ ମାର୍ଚ୍ଚ 2019 ରେ ରାଷ୍ଟ୍ରପତି ମହମ୍ମଦ ଇବ୍ରାହିମ ସୋଲିହଙ୍କ ଭାରତ ଗସ୍ତ ସମୟରେ ଘୋଷିତ ହୋଇଥିବା ମାଲଦ୍ୱୀପରେ ସାମାଜିକ-ଅର୍ଥନୈତିକ ବିକାଶ ପ୍ରକଳ୍ପ ପାଇଁ ଭାରତର ଅନୁଦାନର ଏକ ଅଂଶ | ସ୍ଥାନୀୟ ସଂସ୍ଥାଗୁଡ଼ିକ ମାଧ୍ୟମରେ ହାଇ ଇମ୍ପାକ୍ଟ କମ୍ୟୁନିଟି ଡେଭଲପମେଣ୍ଟ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ପାଇଁ 55 ଲକ୍ଷ ଆମେରିକୀୟ ଡଲାର ଅନୁଦାନ ତଥା ସାମାଜିକ-ଅର୍ଥନୈତିକ ବିକାଶ ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ 69 ଲକ୍ଷ ଆମେରିକୀୟ ଡଲାରର ନଗଦ ଅନୁଦାନ ପ୍ରଦାନ କରିବାକୁ ଭାରତ ପ୍ରସ୍ତୁତ ରହିଛି।




ଏହି ଅବସରରେ ନିଜ ବକ୍ତବ୍ୟରେ ମାଳଦ୍ୱୀପ ସଂସଦର ବାଚସ୍ପତି ମହମ୍ମଦ ନାସିଦ ଭାରତ ସହ ମାଳଦ୍ୱୀପ ସମ୍ପର୍କର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ ଯଦି ଭାରତ ସହ ଘନିଷ୍ଠ ସମ୍ପର୍କ ନ ରଖିଲେ ମାଳଦ୍ୱୀପ ଉନ୍ନତି ଏବଂ ବିକାଶ ସମ୍ଭବ ନୁହେଁ । ଭାରତ ଭଳି ନିକଟତମ ସହଯୋଗୀ ତଥା ପଡ଼ୋଶୀ ଦେଶ ସମ୍ପର୍କରେ ମତ ରଖୁଥିବାବେଳେ ଅନ୍ୟ ନେତାମାନଙ୍କୁ ସମ୍ବେଦନଶୀଳ ତଥା ବୁଦ୍ଧିମାନ ନିଷ୍ପତ୍ତି ନେବାକୁ ସେ ଅନୁରୋଧ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଅବଦୁଲ୍ଲା ସହିଦ କହିଛନ୍ତି ଯେ “ଏହି ପ୍ରକଳ୍ପ ଦ୍ବୀପମାଳା ମଧ୍ୟରେ ସମ୍ପର୍କର ଦୃଢ଼ବନ୍ଧନକୁ ପୁନର୍ଜୀବିତ କରିବା ଏବଂ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବାରେ ସହାୟକ ହେବ”। ବୃହତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଏହି ପ୍ରକଳ୍ପ ଅଧିକସଂଖ୍ୟକ ହିତାଧିକାରୀଙ୍କୁ ଉପକୃତ କରିବା ସହ ପରିବ୍ୟାପ୍ତ କ୍ଷେତ୍ରରେ ପହଞ୍ଚିବ ଏବଂ ଏହା ଦ୍ବାରା ମାଳଦ୍ୱୀପ ସରକାରଙ୍କ ସହିତ ଭାରତ ମଧ୍ୟ ଦ୍ୱୀପପୁଞ୍ଜର ନାଗରିକଙ୍କ ନିକଟତର ହୋଇପାରିବ। ଅନ୍ୟ ଏକ ପ୍ରୟାସରେ ଚାରିମାସ ମଧ୍ୟରେ ମାଳଦ୍ୱୀପର 68 ଦ୍ୱୀପପୁଞ୍ଜରେ ପିଲାଙ୍କ ପାର୍କ ବିକାଶ କରିବା ଦିଗରେ ଭାରତ ମଧ୍ୟ ସହାୟତା କରିବାକୁ ଯୋଜନା କରୁଛି, ଯାହା ଅଧିକାଂଶ ଦ୍ୱୀପରେ ପହଞ୍ଚିପାରିବ |




ରାଷ୍ଟ୍ରପତି ମହମ୍ମଦ ଇବ୍ରାହିମ ସୋଲିହଙ୍କ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ ଅଟୋଲ୍ସର ସାମାଜିକ-ଅର୍ଥନୈତିକ ବିକାଶ ଦିଗରେ ଭାରତର ଅନୁଦାନ ସହାୟତାରେ ଉଦ୍ୟମ କରାଯାଉଛି। ନଭେମ୍ବର 2018 ରେ ମାଳଦ୍ୱୀପରେ ସରକାର ପରିବର୍ତ୍ତନ ପରେ ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ଏକ ଆଖିଦୃଶିଆ ପରିବର୍ତ୍ତନ ଆସିଛି। ଉଚ୍ଚସ୍ତରୀୟ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ପୁନର୍ଜୀବିତ କରିବାରେ ସାହାଯ୍ୟ କରିଛି | ଭାରତ 14 କୋଟି ଡଲାର ଆର୍ଥିକ ସହାୟତା ଏବଂ 8 କୋଟି ଡଲାର ଋଣ ମାଧ୍ୟମରେ ନୂତନ ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ଘୋଷଣା କରିଛି। ଆଗ୍ରହ ଏବଂ ଦୃଷ୍ଟିକୋଣର ମିଳନ ଦ୍ବାରା ବର୍ତ୍ତମାନର ଦ୍ୱିପାକ୍ଷିକ ସମ୍ପର୍କ ମଜଭୁତ ହୋଇଛି। ବିଶ୍ୱ ମହାମାରୀ ମଧ୍ୟରେ ସହମତି ଭିତ୍ତିକ ପ୍ରକଳ୍ପର କାର୍ଯ୍ୟକାରିତା ମଧ୍ୟ ଦୁଇ ଦେଶ ମଧ୍ୟରେ ଗଭୀର ସମ୍ପର୍କକୁ ପ୍ରତିପାଦିତ କରୁଛି।




କରୋନାଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ମାଳଦ୍ୱୀପ ସଂଗ୍ରାମ କରୁଛି। ମାଳଦ୍ୱୀପରେ 2,800ରୁ ଅଧିକ ସଂକ୍ରମିତ ହେଲେଣି। ଭାରତ ମହାସାଗରରେ ପରିବ୍ୟାପ୍ତ ପ୍ରାୟ 1000 ଦ୍ୱୀପର ଲୋକଙ୍କ ନିକଟରେ ପହଞ୍ଚିବା ଏକ କଷ୍ଟସାଧ୍ୟ କାର୍ଯ୍ୟ ଏବଂ ସ୍ୱାସ୍ଥ୍ୟ ସଙ୍କଟକୁ ନିୟନ୍ତ୍ରଣ କରିବା ପାଇଁ ମାଳଦ୍ୱୀପ ସରକାର ଏଦିଗରେ ସରକାରୀ ତଥା ସାମାଜିକ ସ୍ତରରେ ବିଭିନ୍ନ ପଦକ୍ଷେପ ନେଇଛନ୍ତି। 




ଦ୍ୱୀପପୁଞ୍ଜର ମୁଖ୍ୟ ରାଜସ୍ୱ ଉତ୍ସ ହେଉଛି ପର୍ଯ୍ୟଟନ ସ୍ଥଳୀ | ସେଠାରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଭାରତ ପ୍ରଥମ ସହାୟକ ହୋଇ ରହିଆସିଛି। ଜାନୁୟାରୀ 2020ରେ ଜରୁରୀକାଳୀନ ଭିତ୍ତିରେ ମାଳଦ୍ୱୀପକୁ 30,000 ଡୋଜ ମିଳିମିଳା ଟିକା ପ୍ରଦାନ କରାଯାଇଥିଲା। COVID-19 ସଂକ୍ରମଣ ପରେ ଭାରତ ମେ 2020ରେ ମାଳଦ୍ୱୀପକୁ 600 ଟନ୍ ଖାଦ୍ୟ ଯୋଗାଇବା ସହିତ “ମିଶନ-ସାଗର” ମାଧ୍ୟମରେ ଚିକିତ୍ସା ସହାୟତା ପଠାଇଥିଲା। ସମ୍ମୁଖୀନ ହେଉଥିବା ମହାମାରୀ ବିଷୟରେ ଆଲୋଚନା ପାଇଁ ମାଳଦ୍ବୀପ ଦକ୍ଷିଣ ‘ଏସୀୟ ଆଞ୍ଚଳିକ ସହଯୋଗ ସଂଘ‘ (SAARC) ନେତାଙ୍କ ବୈଠକରେ ଅଂଶଗ୍ରହଣ କରିଛି।




ପର୍ଯ୍ୟଟନ ଏବଂ ରପ୍ତାନି ଉପରେ ନିର୍ଭରଶୀଳ ଦ୍ୱୀପର ଆର୍ଥିକ ଅବସ୍ଥାକୁ ରାଷ୍ଟ୍ରପତି ସୋଲିହ ଗୁରୁତ୍ବ ଦେଇଛନ୍ତି। ବିଶ୍ବ ବାଣିଜ୍ୟ ସଂଗଠନ (WTO) ଆକଳନ କରିଛି ଯେ ବିଶ୍ବ ବାଣିଜ୍ୟ 2020ରେ 13% ରୁ 32%କୁ ହ୍ରାସ ପାଇବ। ବିଶେଷ ଭାବରେ ମାଳଦ୍ୱୀପ ଅର୍ଥନୀତି ବିଶ୍ବ ବାଣିଜ୍ୟରେ ଘଟିବାକୁ ଥିବା ବ୍ୟାଘାତର ଶରବ୍ୟ ହୋଇପାରେ। ତେଣୁ, ଆନ୍ତର୍ଜାତୀୟ ଅର୍ଥ ପାଣ୍ଠି (IMF) ଦ୍ରୁତ ଋଣ ସହାୟତା (RCF) ଅଧୀନରେ 289 ଲକ୍ଷ ଆମେରିକୀୟ ଡଲାର ଅନୁମୋଦନ କରିଛି।




ଭାରତ ମାଳଦ୍ୱୀପ ସହିତ ଏୟାର ବବୁଲ କିମ୍ବା ଏୟାର ଟ୍ରାଭେଲ ବ୍ରିଜ ସ୍ଥାପନ କରିବାର ଯୋଜନା ଅଛି ଯାହା ମାଳଦ୍ୱୀପକୁ ପର୍ଯ୍ୟଟନ ରାଜସ୍ୱରେ ସାହାଯ୍ୟ କରିପାରିବ। ମାଳଦ୍ୱୀପ ଏହାର ଅର୍ଥନୀତିରେ ବିଶ୍ବ ମହାମାରୀର ପ୍ରଭାବକୁ କମ୍ କରିବାକୁ ବୈଦେଶିକ ନୀତିରେ ପରିବର୍ତ୍ତନ ଓ ଉନ୍ନତି କରିବାକୁ ମଧ୍ୟ ବିଚାର କରୁଛି। ବାଣିଜ୍ୟ ଏବଂ ବିନିଯୋଗ ବୃଦ୍ଧି ପାଇଁ ଏହା ଅଧିକ ସୁଯୋଗ ସୃଷ୍ଟି କରିବ। ଭାରତ ଦ୍ବୀପ ରାଷ୍ଟ୍ରରେ ସହମତି ପ୍ରକଳ୍ପର ଶୀଘ୍ର କାର୍ଯ୍ୟାନ୍ୱୟନ କରି ସର୍ବାଧିକ ଲାଭ ଦେବାକୁ ସାହାଯ୍ୟ କରିବ | ବିଶ୍ବର ମହାମାରୀ ପରିସ୍ଥିତି, ବୃହତ ଶକ୍ତି ମଧ୍ୟରେ ମୁହାଁମୁହିଁ ଅବସ୍ଥା ଏବଂ ଭାରତ ଓ ଚୀନ୍ ମଧ୍ୟରେ ଦ୍ୱିପାକ୍ଷିକ ତିକ୍ତତା ଭଳି କେତେକ କାରଣ ଯାହା ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ସହଯୋଗକୁ ନିର୍ଦ୍ଧାରିତ କରିବ।




- ଆଲେଖ୍ୟ: ଡ. ଏମ୍‌ ସାମଥ୍‌, ଭାରତ ମହାସାଗରୀୟ ଅଞ୍ଚଳର ରଣନୀତି ବିଶ୍ଳେଷକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...