Skip to main content

କୁଳଭୁଷଣ ଯାଦବ ମକଦ୍ଧମା ଏବଂ ପାକିସ୍ତାନର ରହସ୍ୟ

କୁଳଭୁଷଣ ଯାଦବ ମାମଲାରେ ଭାରତ 12 ଥର ପାକିସ୍ତାନକୁ ଅନୁରୋଧ କଲାପରେ ଗତ ସପ୍ତାହରେ ଦ୍ଵିତୀୟ ଥର ଦୂତାବାସ ସହାୟତା ଦେବାକୁ ଅନୁମତି ଦେଇଛି ତାହା ପୁଣୁ ଗତ 2019 ସେପ୍ଟେମ୍ଵରର ପ୍ରଥମ ଅନୁମତି ଠାରୁ ଅଧିକ ଛଳନା ଥିଲା | ଭାରତର ଅନୁରୋଧ ପ୍ରକ୍ରିୟାରେ 2020 ମଇରେ ଏକ ଅଧ୍ୟାଦେଶ ଘୋଷଣା ପରେ ପାକିସ୍ତାନ ଅବାଧ ସହାୟତା ଯୋଗାଣ ଉପରେ ଆଶ୍ଵସ୍ତ କରିଥିଲା | 2017ରେ ମିଥ୍ୟା ତଥା ମନଗଢା ମାମଲାରେ କୁଳଭୁଷଣଙ୍କୁ ସେନା ଅଦାଲତ ଦ୍ଵାରା ମୃତ୍ୟୁ ଦଣ୍ତ ଦେବା ଉପରେ ଆନ୍ତର୍ଜାତୀୟ ନ୍ୟାୟାଳୟ ପୁନଃବିଚାର ଏବଂ ସମୀକ୍ଷା ପାଇଁ ଏକ ପ୍ରଭାବଶାଳି ବ୍ୟବସ୍ଥା ସ୍ଥାପନ କରିବା ସଂପର୍କୀୟ 2019 ଜୁଲାଇରେ ଦେଇଥିବା ନିର୍ଦେଶକୁ ପାଳନ କରିବା ପାଇଁ ଏହି ଅଧ୍ୟାଦେଶ ପାକିସ୍ତାନ ଆଣିଥିଲା |

ଆଶା କରାଯାଉଥିଲା ପାକିସ୍ତାନ ନିଜର ଆଶ୍ଵାସନାକୁ ସମ୍ମାନ ଦେବ ଭାରତ ପକ୍ଷରୁ ବିରୋଧ ଦାୟର କଲା ପରେ ମଧ୍ୟ ଭାରତୀୟ ଉଚ୍ଚାୟୁକ୍ତର ଦୁଇ ଜଣ କର୍ମଚାରୀଙ୍କୁ ଭୟଭିତ ଏବଂ ଧମକ ଦିଆଯିବା ସହିତ ପାକିସ୍ତାନ ଅଧିକାରୀଙ୍କ ଉପସ୍ଥିତିରେ ଏହି ସହାୟତାକୁ ଅନୁମତି ଦିଆଗଲା | ବୈଠକର ପୁରା ରେକର୍ଡିଙ୍ଗ ହେଉଥିଲା ତଥା ପାକିସ୍ତାନ ଅଧ୍ୟାଦେଶର ବ୍ୟବସ୍ଥା ଅନୁଯାୟୀ ମାମଲାକୁ ଆଗକୁ ବଢାଇବା ସକାଶେ ଯାଦବଙ୍କ ଦସ୍ତଖତ ନେବା ତଥା ସମୀକ୍ଷା ପାଇଁ ଆବେଦନ କରିବା ସମ୍ଵନ୍ଧୀୟ ତାଙ୍କର ଆଇନ ଅଧିକାରଗୁଡିକ ଉପରେ ତାଙ୍କ ସହିତ ସ୍ଵତନ୍ତ୍ର ଭାବେ କଥାବାର୍ତ୍ତା କରିବା ସମ୍ଭବ ହୋଇ ନଥିଲା |

ଭାରତ କହିଥିଲା ଯେ ଏହି ବ୍ୟବସ୍ଥା ଅର୍ଥପୂର୍ଣ୍ଣ ନଥିଲା କିମ୍ଵା ବିଶ୍ଵସନୀୟ ନଥିଲା ବରଂ ଏହା ବାଧା ସୃଷ୍ଟିକାରୀ ଏବଂ ଛଳନାପୂର୍ଣ୍ଣ ଥିଲା | ଏହା ସତ ଯେ ପାକିସ୍ତାନ ଆନ୍ତର୍ଜାତୀୟ ନ୍ୟାୟାଳୟର ନିଷ୍ପତ୍ତିକୁ କ୍ରିୟାନ୍ଵୟନ କରିବା ପରିବର୍ତ୍ତେ ଏହାକୁ ଏକ ଫାର୍ସ କରିଦେଲା | ଗତ ମାସରେ ପାକିସ୍ତାନର ଅତିରିକ୍ତ ଆଟର୍ଣ୍ଣି ଜେନେରାଲ ଅହମ୍ମଦ ଇରଫାନ ଗଣ ମାଧ୍ୟମକୁ କହିଥିଲେ ଯେ ଯାଦବଙ୍କୁ 17 ଜୁନରେ ପୁନର୍ବିଚାର ଆବେଦନ ଦାୟର କରିବା ପାଇଁ ଡକାଯାଇଥିଲା କିନ୍ତୁ ସେ ନିଜର ଦଣ୍ତ ତଥା ପୁନଃବିଚାରକୁ ଗ୍ରହଣ କରିନଥିଲେ |

ଅଧ୍ୟାଦେଶ ଅନୁଯାୟୀ ଯାଦବଙ୍କୁ 60 ଦିନ ମଧ୍ୟରେ ନିଜର ପୁନଃବିଚାର ଆବେଦନ ଦାୟର କରିବାକୁ ପଡିବ ଯେଉଁ ସମୟ ସୀମା ପୂର୍ବରୁ ଶେଷ ହୋଇ ସାରିଛି | ଅବଶ୍ୟ ଏବେ ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସୀ କୌଣସି ପାକିସ୍ତାନୀ ଅଧିକାରୀଙ୍କ ବିନା ଉପସ୍ଥିତିରେ ତୃତୀୟ ଥର ଦୂତାବାସ ସହାୟତା ପାଇଁ ପ୍ରସ୍ଥାବ ଦେଇଛନ୍ତି | ଭାରତ ବାରମ୍ଵାର କହି ଆସିଛି ଯେ ଦୂତାବାସର ଅଧିକାରୀ ଏବଂ ଯାଦବଙ୍କ ମଧ୍ୟରେ କଥାବାର୍ତା ଏକାନ୍ତରେ ହେବା ଦରକାର ଏବଂ ବିନା ପାକିସ୍ତାନ ଅଧିକାରୀଙ୍କ ଉପସ୍ଥିତିରେ ହେବା ଦରକାର ଏବଂ ପାକିସ୍ତାନ ଏହାର ରେକର୍ଡିଙ୍ଗ ନକରିବା ଦରକାର | ଯାହାଦ୍ଵାରା ଯାଦବ ଭୟ ନକରି ମନ ଖୋଲି କହି ପାରିବେ |

ଇରାନରୁ 2016ରେ ପାକିସ୍ତାନ ସୁରକ୍ଷା ବାହିନୀ ଦ୍ଵାରା ଅପହରଣ କରାଯିବା ପରେ ଜଣେ ଭାରତୀୟ ନାଗରୀକ ଯାଦବ ଚାରି ବର୍ଷ ହେଲା ପାକିସ୍ତାନରେ ବେଆଇନ ବାବେ ବନ୍ଦୀ ଜୀବନ ବିତାଉଛନ୍ତି | ପରେ 2017 ଏପ୍ରିଲ 10 ତାରିଖରେ ଏକ ସେନା ଅଦାଲତ ତାଙ୍କୁ ଫାଶୀ ଦଣ୍ତ ଦେଇଛି | ଏହି ମାମଲାକୁ ଭାରତ ମଇ 8 ତାରିଖରେ ଆନ୍ତର୍ଜାତୀୟ ନ୍ୟାୟାଳୟକୁ ନେଇଥିଲା ତଥା 10 ଦିନ ପରେ ଅଦାଲତ ପାକିସ୍ତାନକୁ ନିର୍ଦେଶ ଦେଲେ ଯେ ପାକିସ୍ତାନ ଏହା ସୁନିଶ୍ଚିତ କରୁ ଯେ ତାଙ୍କୁ ଫାଶୀ ଦିଆ ଯାଇ ନାହିଁ ଏବଂ ନ୍ୟାୟାଳୟ ଦ୍ଵାରା ଅନ୍ତିମ ଆଦେଶ ମିଳିବା ବାକି ଅଛି | ଏହାର ଦୁଇ ବର୍ଷ ପରେ 2019 ଜୁଲାଇ 17 ତାରିଖରେ ନ୍ୟାୟାଳୟ ଭାରତର ଯୁକ୍ତିକୁ ସଠିକ ମାନିଲେ ଏବଂ ପାକିସ୍ତାନ 1963ର ଭିଏନା କନଭେନସନକୁ ଲଂଘନ କରି ଭାରତକୁ କୌଣସି ସୂଚନା ନଦେବା ଏବଂ ଦୂତାବାସ ସହାୟତା ନଦେବା ତଥା ଆଇନଗତ ବିରୋଧ ଦାୟର କରିବାକୁ ସୁଯୋଗ ଦେଇନାହିଁ |

ଯାଦବଙ୍କୁ ତାଙ୍କ ଅଧିକାର ସୂଚିତ କରିବା ଏବଂ ଭାରତୀୟ ଦୂତାବାସର ସହାୟତା ଦେବାକୁ ଆନ୍ତର୍ଜାତୀୟ ନ୍ୟାୟାଳୟ ପାକିସ୍ତାନକୁ ନିର୍ଦେଶ ଦେଲେ | ଏହା ସହିତ ଯାଦବଙ୍କୁ ମନଇଛା ଦଣ୍ତ ଉପରେ ପ୍ରଭାବଶାଳି ଭାବେ ପୁନଃବିଚାର କରିବା ତଥା ସମୀକ୍ଷା କରିବା ପାଇଁ ଆବେଦନ କରିବା ସଂମ୍ଵନ୍ଧୀୟ ଅଧିକାରକୁ ସମ୍ମାନ ଦେବାକୁ ପାକିସ୍ତାନକୁ ନିର୍ଦେଶ ଦେଲେ |

ଗୋଟିଏ ପଟେ ପାକିସ୍ତାନ ମାମଲା ସଂପର୍କୀୟ କୌଣସି ତଥ୍ୟ ଦେଉନଥିବାବେଳେ ଅପରପକ୍ଷେ ପାକିସ୍ତାନ ଓକିଲ ଏକଥା କହିଛନ୍ତି ଯେ ଯାଦବ ମକଦ୍ଧମା ସଂପର୍କୀୟ ସହାୟକ କାଗଜପତ୍ର ବିନା ପୁନଃବିଚାର ଆବେଦନ କରାଯାଇ ପାରିବ ନାହିଁ |

ଏବେ ଆଶା କରିବା ଯେ ପାକିସ୍ତାନ ଭିଏନା କନଭେନସନକୁ ଧ୍ୟାନରେ ରଖି ପାକିସ୍ତାନ ନିଷ୍ଠା ପୂର୍ବକ ଏହି ମାମଲାକୁ ଦେଖିବ |

ମୂଳ ଲେଖା : ଡକ୍ଟର ଅଶୋକ ବେହୁରିଆ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...