କୁଳଭୁଷଣ ଯାଦବ ମାମଲାରେ ଭାରତ 12 ଥର ପାକିସ୍ତାନକୁ ଅନୁରୋଧ କଲାପରେ ଗତ ସପ୍ତାହରେ ଦ୍ଵିତୀୟ ଥର ଦୂତାବାସ ସହାୟତା ଦେବାକୁ ଅନୁମତି ଦେଇଛି ତାହା ପୁଣୁ ଗତ 2019 ସେପ୍ଟେମ୍ଵରର ପ୍ରଥମ ଅନୁମତି ଠାରୁ ଅଧିକ ଛଳନା ଥିଲା | ଭାରତର ଅନୁରୋଧ ପ୍ରକ୍ରିୟାରେ 2020 ମଇରେ ଏକ ଅଧ୍ୟାଦେଶ ଘୋଷଣା ପରେ ପାକିସ୍ତାନ ଅବାଧ ସହାୟତା ଯୋଗାଣ ଉପରେ ଆଶ୍ଵସ୍ତ କରିଥିଲା | 2017ରେ ମିଥ୍ୟା ତଥା ମନଗଢା ମାମଲାରେ କୁଳଭୁଷଣଙ୍କୁ ସେନା ଅଦାଲତ ଦ୍ଵାରା ମୃତ୍ୟୁ ଦଣ୍ତ ଦେବା ଉପରେ ଆନ୍ତର୍ଜାତୀୟ ନ୍ୟାୟାଳୟ ପୁନଃବିଚାର ଏବଂ ସମୀକ୍ଷା ପାଇଁ ଏକ ପ୍ରଭାବଶାଳି ବ୍ୟବସ୍ଥା ସ୍ଥାପନ କରିବା ସଂପର୍କୀୟ 2019 ଜୁଲାଇରେ ଦେଇଥିବା ନିର୍ଦେଶକୁ ପାଳନ କରିବା ପାଇଁ ଏହି ଅଧ୍ୟାଦେଶ ପାକିସ୍ତାନ ଆଣିଥିଲା |
ଆଶା କରାଯାଉଥିଲା ପାକିସ୍ତାନ ନିଜର ଆଶ୍ଵାସନାକୁ ସମ୍ମାନ ଦେବ ଭାରତ ପକ୍ଷରୁ ବିରୋଧ ଦାୟର କଲା ପରେ ମଧ୍ୟ ଭାରତୀୟ ଉଚ୍ଚାୟୁକ୍ତର ଦୁଇ ଜଣ କର୍ମଚାରୀଙ୍କୁ ଭୟଭିତ ଏବଂ ଧମକ ଦିଆଯିବା ସହିତ ପାକିସ୍ତାନ ଅଧିକାରୀଙ୍କ ଉପସ୍ଥିତିରେ ଏହି ସହାୟତାକୁ ଅନୁମତି ଦିଆଗଲା | ବୈଠକର ପୁରା ରେକର୍ଡିଙ୍ଗ ହେଉଥିଲା ତଥା ପାକିସ୍ତାନ ଅଧ୍ୟାଦେଶର ବ୍ୟବସ୍ଥା ଅନୁଯାୟୀ ମାମଲାକୁ ଆଗକୁ ବଢାଇବା ସକାଶେ ଯାଦବଙ୍କ ଦସ୍ତଖତ ନେବା ତଥା ସମୀକ୍ଷା ପାଇଁ ଆବେଦନ କରିବା ସମ୍ଵନ୍ଧୀୟ ତାଙ୍କର ଆଇନ ଅଧିକାରଗୁଡିକ ଉପରେ ତାଙ୍କ ସହିତ ସ୍ଵତନ୍ତ୍ର ଭାବେ କଥାବାର୍ତ୍ତା କରିବା ସମ୍ଭବ ହୋଇ ନଥିଲା |
ଭାରତ କହିଥିଲା ଯେ ଏହି ବ୍ୟବସ୍ଥା ଅର୍ଥପୂର୍ଣ୍ଣ ନଥିଲା କିମ୍ଵା ବିଶ୍ଵସନୀୟ ନଥିଲା ବରଂ ଏହା ବାଧା ସୃଷ୍ଟିକାରୀ ଏବଂ ଛଳନାପୂର୍ଣ୍ଣ ଥିଲା | ଏହା ସତ ଯେ ପାକିସ୍ତାନ ଆନ୍ତର୍ଜାତୀୟ ନ୍ୟାୟାଳୟର ନିଷ୍ପତ୍ତିକୁ କ୍ରିୟାନ୍ଵୟନ କରିବା ପରିବର୍ତ୍ତେ ଏହାକୁ ଏକ ଫାର୍ସ କରିଦେଲା | ଗତ ମାସରେ ପାକିସ୍ତାନର ଅତିରିକ୍ତ ଆଟର୍ଣ୍ଣି ଜେନେରାଲ ଅହମ୍ମଦ ଇରଫାନ ଗଣ ମାଧ୍ୟମକୁ କହିଥିଲେ ଯେ ଯାଦବଙ୍କୁ 17 ଜୁନରେ ପୁନର୍ବିଚାର ଆବେଦନ ଦାୟର କରିବା ପାଇଁ ଡକାଯାଇଥିଲା କିନ୍ତୁ ସେ ନିଜର ଦଣ୍ତ ତଥା ପୁନଃବିଚାରକୁ ଗ୍ରହଣ କରିନଥିଲେ |
ଅଧ୍ୟାଦେଶ ଅନୁଯାୟୀ ଯାଦବଙ୍କୁ 60 ଦିନ ମଧ୍ୟରେ ନିଜର ପୁନଃବିଚାର ଆବେଦନ ଦାୟର କରିବାକୁ ପଡିବ ଯେଉଁ ସମୟ ସୀମା ପୂର୍ବରୁ ଶେଷ ହୋଇ ସାରିଛି | ଅବଶ୍ୟ ଏବେ ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସୀ କୌଣସି ପାକିସ୍ତାନୀ ଅଧିକାରୀଙ୍କ ବିନା ଉପସ୍ଥିତିରେ ତୃତୀୟ ଥର ଦୂତାବାସ ସହାୟତା ପାଇଁ ପ୍ରସ୍ଥାବ ଦେଇଛନ୍ତି | ଭାରତ ବାରମ୍ଵାର କହି ଆସିଛି ଯେ ଦୂତାବାସର ଅଧିକାରୀ ଏବଂ ଯାଦବଙ୍କ ମଧ୍ୟରେ କଥାବାର୍ତା ଏକାନ୍ତରେ ହେବା ଦରକାର ଏବଂ ବିନା ପାକିସ୍ତାନ ଅଧିକାରୀଙ୍କ ଉପସ୍ଥିତିରେ ହେବା ଦରକାର ଏବଂ ପାକିସ୍ତାନ ଏହାର ରେକର୍ଡିଙ୍ଗ ନକରିବା ଦରକାର | ଯାହାଦ୍ଵାରା ଯାଦବ ଭୟ ନକରି ମନ ଖୋଲି କହି ପାରିବେ |
ଇରାନରୁ 2016ରେ ପାକିସ୍ତାନ ସୁରକ୍ଷା ବାହିନୀ ଦ୍ଵାରା ଅପହରଣ କରାଯିବା ପରେ ଜଣେ ଭାରତୀୟ ନାଗରୀକ ଯାଦବ ଚାରି ବର୍ଷ ହେଲା ପାକିସ୍ତାନରେ ବେଆଇନ ବାବେ ବନ୍ଦୀ ଜୀବନ ବିତାଉଛନ୍ତି | ପରେ 2017 ଏପ୍ରିଲ 10 ତାରିଖରେ ଏକ ସେନା ଅଦାଲତ ତାଙ୍କୁ ଫାଶୀ ଦଣ୍ତ ଦେଇଛି | ଏହି ମାମଲାକୁ ଭାରତ ମଇ 8 ତାରିଖରେ ଆନ୍ତର୍ଜାତୀୟ ନ୍ୟାୟାଳୟକୁ ନେଇଥିଲା ତଥା 10 ଦିନ ପରେ ଅଦାଲତ ପାକିସ୍ତାନକୁ ନିର୍ଦେଶ ଦେଲେ ଯେ ପାକିସ୍ତାନ ଏହା ସୁନିଶ୍ଚିତ କରୁ ଯେ ତାଙ୍କୁ ଫାଶୀ ଦିଆ ଯାଇ ନାହିଁ ଏବଂ ନ୍ୟାୟାଳୟ ଦ୍ଵାରା ଅନ୍ତିମ ଆଦେଶ ମିଳିବା ବାକି ଅଛି | ଏହାର ଦୁଇ ବର୍ଷ ପରେ 2019 ଜୁଲାଇ 17 ତାରିଖରେ ନ୍ୟାୟାଳୟ ଭାରତର ଯୁକ୍ତିକୁ ସଠିକ ମାନିଲେ ଏବଂ ପାକିସ୍ତାନ 1963ର ଭିଏନା କନଭେନସନକୁ ଲଂଘନ କରି ଭାରତକୁ କୌଣସି ସୂଚନା ନଦେବା ଏବଂ ଦୂତାବାସ ସହାୟତା ନଦେବା ତଥା ଆଇନଗତ ବିରୋଧ ଦାୟର କରିବାକୁ ସୁଯୋଗ ଦେଇନାହିଁ |
ଯାଦବଙ୍କୁ ତାଙ୍କ ଅଧିକାର ସୂଚିତ କରିବା ଏବଂ ଭାରତୀୟ ଦୂତାବାସର ସହାୟତା ଦେବାକୁ ଆନ୍ତର୍ଜାତୀୟ ନ୍ୟାୟାଳୟ ପାକିସ୍ତାନକୁ ନିର୍ଦେଶ ଦେଲେ | ଏହା ସହିତ ଯାଦବଙ୍କୁ ମନଇଛା ଦଣ୍ତ ଉପରେ ପ୍ରଭାବଶାଳି ଭାବେ ପୁନଃବିଚାର କରିବା ତଥା ସମୀକ୍ଷା କରିବା ପାଇଁ ଆବେଦନ କରିବା ସଂମ୍ଵନ୍ଧୀୟ ଅଧିକାରକୁ ସମ୍ମାନ ଦେବାକୁ ପାକିସ୍ତାନକୁ ନିର୍ଦେଶ ଦେଲେ |
ଗୋଟିଏ ପଟେ ପାକିସ୍ତାନ ମାମଲା ସଂପର୍କୀୟ କୌଣସି ତଥ୍ୟ ଦେଉନଥିବାବେଳେ ଅପରପକ୍ଷେ ପାକିସ୍ତାନ ଓକିଲ ଏକଥା କହିଛନ୍ତି ଯେ ଯାଦବ ମକଦ୍ଧମା ସଂପର୍କୀୟ ସହାୟକ କାଗଜପତ୍ର ବିନା ପୁନଃବିଚାର ଆବେଦନ କରାଯାଇ ପାରିବ ନାହିଁ |
ଏବେ ଆଶା କରିବା ଯେ ପାକିସ୍ତାନ ଭିଏନା କନଭେନସନକୁ ଧ୍ୟାନରେ ରଖି ପାକିସ୍ତାନ ନିଷ୍ଠା ପୂର୍ବକ ଏହି ମାମଲାକୁ ଦେଖିବ |
ମୂଳ ଲେଖା : ଡକ୍ଟର ଅଶୋକ ବେହୁରିଆ

Comments
Post a Comment