Skip to main content

ଭାରତ-ଆମେରିକା ବ୍ୟବସାୟ ସମ୍ପର୍କ ପ୍ରଗତି ପଥରେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ “ଇଣ୍ଡିଆ ଆଇଡିଆଜ ସମିଟ” ରେ ଉଦବୋଧନ ଦେବା ବେଳେ ଭିତ୍ତିଭୂମି, ବିମାନ ଚଳାଚଳ, ପ୍ରତିରକ୍ଷା ଓ ମହାକାଶ ଗବେଷଣା ସମେତ ବିଭିନ୍ନ କ୍ଷେତ୍ରରେ ଭାରତରେ ନିବେଶ କରିବା ଲାଗି ଆମେରିକାର କମ୍ପାନୀ ଗୁଡିକୁ ଆହ୍ଵାନ ଦେଇଛନ୍ତି | ଏହି ଶିଖର ସମ୍ମିଳନୀ ଆମେରିକା-ଭାରତ ବ୍ୟବସାୟ ପରିଷଦ ଦ୍ଵାରା ଆୟୋଜନ କରାଯାଇଥିଲା | ଏହି ସମ୍ମିଳନୀର ଶୀର୍ଷକ ଥିଲା “ ଏକ ଉତ୍ତମ ଭବିଷ୍ୟତର ଗଠନ “ | କୋଭିଡ-19 ପରବର୍ତ୍ତୀ ସମୟରେ ଭାରତରେ ବିଦେଶୀ ପୁଞ୍ଜି ନିବେଶକୁ ଆକୃଷ୍ଟ କରିବା ଥିଲା ଏହି ସମ୍ମିଳନୀର ମୂଳ ଉଦ୍ଦେଶ୍ୟ | 

ପ୍ରଧାନମନ୍ତ୍ରୀ ଏହି ଅବସରରେ 2020-21ର ପ୍ରଥମ ତ୍ରୟୋମାସରେ ଭାରତରେ 20 ବିଲିୟନ ଆମେରିକୀୟ ଡଲାର ବିଦେଶୀ ପୁଞ୍ଜି ବିନିଯୋଗ ହୋଇଥିବା କଥା ଦର୍ଶାଇ ବ୍ୟବସାୟ ସୁଗମତା ରାଙ୍କିଙ୍ଗରେ ଭାରତର ସ୍ଥାନ ଉପରକୁ ଉଠିଛି ବୋଲି ଜଣାଇଛନ୍ତି | ପୁଞ୍ଜିନିବେଶ ଯୋଗୁଁ ଭାରତର ପ୍ରମୁଖ ବ୍ୟବସାୟ ମୂଲ୍ୟାୟନରେ ମଧ୍ୟ ଆହୁରି ଉନ୍ନତି ପରିଲକ୍ଷିତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି | ଭାରତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ (ଏଫଡ଼ିଆଇ) କ୍ଷେତ୍ରରେ ରେକର୍ଡ ସ୍ତରରେ ପହଞ୍ଚିଛି | ବିଦେଶୀ ପୋର୍ଟଫୋଲିଓ ପୁଞ୍ଜି ନିବେଶ ତୁଳନାରେ ଏଫଡ଼ିଆଇ ଅପେକ୍ଷାକୃତ ଏକ ସ୍ଥିର ନିବେଶ ହୋଇଥିବା ଯୋଗୁଁ ଏଫଆଇଆଇ ପୋର୍ଟଫୋଲିଓ ବିନିଯୋଗରୁ ଏଫଡ଼ିଆଇକୁ ବିଦେଶୀ ପୁଞ୍ଜି ବିନିଯୋଗରେ ପରିବର୍ତ୍ତନ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ | ଏଫଆଇଆଇ ହେଉଛି ‘ହଟ ମନି’ ଏବଂ ଏହା ସୁଧ ହାରର ତଫାତ ଉପରେ ଆଧାର କରି ବିଦେଶୀ ପୁଞ୍ଜିବିନିଯୋଗ ବୃଦ୍ଧି କରିପାରେ | ହଟ ମନିକୁ ସବୁବେଳେ ଉଚ୍ଚ ସୁଧ ହାର ଲାଗି ଦେଣନେଣ କରାଯାଇଥାଏ | 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “ଭାରତର ଉତଥାନ ଅର୍ଥ ହେଉଛି ଏକ ରାଷ୍ଟ୍ର ସହ ବାଣିଜ୍ୟ କାରବାର ସୁଯୋଗରେ ବୃଦ୍ଧି ଘଟିବା, ଯାହା ଉପରେ ପ୍ରଗାଢ ଆସ୍ଥା ଓ ବିଶ୍ଵାସ ରଖାଯାଇପାରିବ , ଖୋଲା ମନୋଭାବ, ପ୍ରତିଦ୍ୱନ୍ଦିତାମୂଳକ ତଥା ବଜାରରେ ପ୍ରବେଶ ସହିତ ଏକ ବୈଶ୍ବିକ ଏକିକରଣ ଦିଗରେ ସଶକ୍ତ ହେବା ଏବଂ କୁଶଳୀ ମାନବ ସମ୍ବଳର ଉପଲବ୍ଧତା ସହ ନିବେଶ ଉପରେ ଆପଣଙ୍କୁ ଉତ୍ତମ ରିଟର୍ଣ୍ଣ ମିଳିବା | ସେ ମଧ୍ୟ 5ଜି ର ଫ୍ରଣ୍ଟିଅର ଟେକ୍ନୋଲୋଜି , ବିଗ ଡାଟା ଆନାଲିଟିକ୍ସ, କ୍ଵାଣ୍ଟମ କମ୍ପ୍ୟୁଟିଙ୍ଗ, ବ୍ଲକ ଚେନ ଓ ଇଣ୍ଟରନେଟ ଅଫ ଥିଙ୍ଗସରେ ସମ୍ଭାବ୍ୟ ପୁଞ୍ଜିନିବେଶ ବିଷୟ ଉଲ୍ଲେଖ କରିଛନ୍ତି | 

ଶ୍ରୀ ମୋଦୀ କହିଛନ୍ତି ଭାରତ ଓ ଆମେରିକା ଏକ ଶକ୍ତିଶାଳୀ ଗଣତାନ୍ତ୍ରିକ ରାଷ୍ଟ୍ର ହେବା ସହ ଏହି ଦୁଇ ଦେଶ ହେଉଛନ୍ତି ପ୍ରକୃତ ଦ୍ଵିପକ୍ଷୀୟ ଭାଗୀଦାର ରାଷ୍ଟ୍ର | କୋଭିଡ-19 ମହାମାରୀର ସଙ୍କଟ କାଳରେ ଆମେରିକା-ଭାରତ ସହଭାଗିତା ସମଗ୍ର ବିଶ୍ଵକୁ ସହାୟତା କରିବାରେ ଏକ ଉଲ୍ଲେଖନୀୟ ଭୂମିକା ନିଭାଇଛି | 

ମହାମାରୀ ସମୟରେ ଦେଶୀୟ ଅର୍ଥନୈତିକ ସାମର୍ଥ୍ୟ ଜରିଆରେ ବୈଶ୍ଵିକ ଅର୍ଥନୀତିକୁ ପ୍ରଭାବୀ ଢଙ୍ଗରେ ଓ ଉତ୍ତମ ଭାବେ ପୂର୍ବାବସ୍ଥାକୁ ଫେରେଇ ଅଣାଯାଇପାରିବ | ଏହି ଅବସରରେ ପ୍ରଧାନମନ୍ତ୍ରୀ “ଆତ୍ମନିର୍ଭର ଭାରତ” ରୂପରେଖ ଉପରେ ଆଲୋକପାତ କରି ଆତ୍ମନିର୍ଭରଶୀଳ ଭାରତ ର ମହତ୍ଵ ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଇଥିଲେ | ମହାମାରୀ ପରବର୍ତ୍ତୀ କାଳରେ ଆନ୍ତର୍ଜାତୀୟ ବାଣିଜ୍ୟର ବିବିଧକରଣ ଓ ଆର୍ଥିକ ବଜାରକୁ ମଜବୁତ କାରିବା ଆଦି ହେଉଛି ବୈଶ୍ଵିକ ନମନୀୟତାର ଅନ୍ୟ ନିର୍ଣ୍ଣୟକାରୀ ପଦକ୍ଷେପ | ତେବେ ନୀତିଗତ ଅନିଶ୍ଚିତତା ପ୍ରଗତିକୁ ମନ୍ଥର କରିପାରେ ବୋଲି ସେ କହିଛନ୍ତି |

ଖାଦ୍ୟ ପ୍ରକ୍ରିୟାକରଣ, ଜୈବ ଉତ୍ପାଦ ଓ ମତ୍ସ୍ୟ ଉତ୍ପାଦନରେ ଏଫଡ଼ିଆଇ ସମେତ କୃଷି କ୍ଷେତ୍ରରେ ନିବେଶ ଲାଗି ଅନେକ ବିକଳ୍ପ ରହିଛି | ସ୍ୱାସ୍ଥ୍ୟ ସେବା ଓ ଫାରମା କ୍ଷେତ୍ରରେ ପୁଞ୍ଜି ବିନିଯୋଗ ଦିଗରେ ଭାରତ ଓ ଆମେରିକା ମଧ୍ୟରେ ଦୃଢ ବ୍ୟବସାୟିକ ସମ୍ପର୍କ ରହିଛି | ଶକ୍ତି କ୍ଷେତ୍ରରେ ଭାରତ ଗ୍ୟାସ ଭିତ୍ତିକ ଅର୍ଥନୀତି ଭାବେ ଆଗକୁ ଅଗ୍ରସର ହେଉଛି | ସ୍ଵଚ୍ଛ ଶକ୍ତି କ୍ଷେତ୍ରରେ ବିପୁଳ ପୁଞ୍ଜିନିବେଶର ସୁଯୋଗ ରହିଛି | ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଗୃହନିର୍ମାଣ, ସଡକ ନିର୍ମାଣ , ରାଜପଥ ଓ ବନ୍ଦର ନିର୍ମାଣ ସମେତ ଭିତ୍ତିଭୂମି ବିକାଶ ଆଦି କ୍ଷେତ୍ରରେ ମଧ୍ୟ ଆମେରିକା – ଭାରତ ବ୍ୟବସାୟ ପୁଞ୍ଜିନିବେଶ ଲାଗି ଅନେକ ସମ୍ଭାବ୍ୟ କ୍ଷେତ୍ର ରହିଛି | 

ବେସାମରିକ ବିମାନ ଚଳାଚଳ କ୍ଷେତ୍ରକୁ ମଧ୍ୟ ସମ୍ଭାବ୍ୟ ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଭାବେ ଚିହ୍ନଟ କରାଯାଇଛି | ପ୍ରଧାନମନ୍ତ୍ରୀ ଭାରତରେ ଆସନ୍ତା 8 ବର୍ଷ ମଧ୍ୟରେ ବିମାନ ଯାତ୍ରୀଙ୍କ ସଂଖ୍ୟା ଦୁଇଗୁଣାରୁ ଅଧିକ ହେବ ବୋଲି ବର୍ଣ୍ଣନା କରି ଆଗାମୀ ଦଶନ୍ଧିରେ ଭାରତର ପ୍ରମୁଖ ବେସରକାରୀ ଏୟାରଲାଇନ୍ସରେ ହଜାରେରୁ ଅଧିକଟି ବିମାନ ସାମିଲ କରିବା ଲାଗି ଯୋଜନା ଚାଲିଛି ବୋଲି କହିଛନ୍ତି | ଭାରତର ପ୍ରତିରକ୍ଷା ଓ ମହାକାଶ କ୍ଷେତ୍ରରେ ଏଫଡ଼ିଆଇର ସୀମା ବୃଦ୍ଧି କରି 74 ପ୍ରତିଶତ କରାଯାଇଥିବା ବେଳେ ବୀମା କ୍ଷେତ୍ର ଲାଗି ଏହା 100 ପ୍ରତିଶତ ରହିଛି | ଭାରତରେ ସ୍ୱାସ୍ଥ୍ୟ ନିଶ୍ଚିତ ଯୋଜନା ‘ଆୟୁଷ୍ମାନ ଭାରତ’, ଫସଲ ବୀମା ଯୋଜନା “ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା” ଓ ଜନ ସୁରକ୍ଷା ଏବଂ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ଯୋଜନା ସମେତ ବହୁ ବୀମା ଯୋଜନାର ଶୁଭାରମ୍ଭ କରାଯାଇଛି | ଶ୍ରୀ ମୋଦୀ କହିଛନ୍ତି ଯେ ବୀମା ପାଇଁ ନୂତନ ମାର୍ଗ ଗୁଡିକ ହେଲା ସ୍ୱାସ୍ଥ୍ୟ, କୃଷି, ବ୍ୟବସାୟ ଏବଂ ଜୀବନବିମା | ଭାରତରେ ଏଫଡ଼ିଆଇ ପ୍ରବାହ ରେକର୍ଡ ସ୍ତରରେ ପହଞ୍ଚିଛି ବୋଲି ପରିସଙ୍ଖ୍ୟାନରୁ ଜଣାପଡିଛି | ପୂର୍ବ ବର୍ଷ ତୁଳନାରେ ଏହା 20 ପ୍ରତିଶତ ବୃଦ୍ଧି ପାଇଛି | 

କୋଭିଡ-19 ମହାମାରୀ ସମୟରେ ମଧ୍ୟ ଭାରତ, ବିଦେଶୀ ପୁଞ୍ଜି ନିବେଶକୁ ଆକୃଷ୍ଟ କରିବାରେ ସକ୍ଷମ ହୋଇଛି | ସବୁଠୁ ବଡ କଥା ହେଲା ବିଦେଶୀ ପୁଞ୍ଜି ନିବେଶ ସହିତ ଦେଶୀୟ ବେସରକାରୀ କର୍ପୋରେଟ ନିବେଶକୁ ମଧ୍ୟ ଆହୁରି ମଜବୁତ କରିବା ଲାଗି ଭାରତର ଆବଶ୍ୟକତା ରହିଛି | ଅଭିଜ୍ଞତାସିଦ୍ଧ ପ୍ରମାଣରୁ ଜଣା ପଡେ ଯେ ସାର୍ବଜନୀକ ଭିତ୍ତିଭୂମି ନିବେଶ ହେଉଛି ଏକ ପ୍ରମୁଖ ନିଷ୍ପତ୍ତିମୂଳକ ପଦକ୍ଷେପ ଯାହାକି ବେସରକାରୀ ନିବେଶକୁ ଆକୃଷ୍ଟ କରିଥାଏ | ପ୍ରଧାନମନ୍ତ୍ରୀ ତାଙ୍କ ସମ୍ଭାଷଣରେ ଭିତ୍ତିଭୂମି ନିବେଶକୁ ଆହୁରି ମଜବୁତ କରିବା ଉପରେ ପ୍ରାଧାନ୍ୟ ଦେଇଥିଲେ | ଏହା ହାସଲ କରିବା ପାଇଁ ଭିତ୍ତିଭୂମି ପ୍ରତିବନ୍ଧକ ଗୁଡିକର ମୁକାବିଲା କରିବା, ନୀତି ନିଶ୍ଚିତତା ସୁନିଶ୍ଚିତ କରିବା ଏବଂ ବୃହତ ଅର୍ଥନୈତିକ ନୀତି ସମନ୍ଵୟ ନିଶ୍ଚିତ କରିବା ଆଦି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ମହାମାରୀ ପରବର୍ତ୍ତୀ ଯୁଗରେ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଅର୍ଥନୀତିରୁ ମୁକୁଳିବା ନିଶ୍ଚିତ କରିବା ଲାଗି ପ୍ରମୁଖ କ୍ଷେତ୍ର ଗୁଡିକରେ ପୁଞ୍ଜି ନିବେଶ, ଅବଶ୍ୟ ଏକାନ୍ତ କାମ୍ୟ | 

ମୂଳ ଲେଖା : ଡଃ ଲେଖା ଚକ୍ରବର୍ତ୍ତୀ, ପ୍ରଫେସର, NIPFP 

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...