ଚିଳିତ ସପ୍ତାହରେ 600 ମେଗା ୱାଟ ଖୋଲଙ୍ଗଚୁ ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ ହୋଇଥିବା ଦୁଇ ଦେଶ ମଧ୍ୟରେ ରିହାତିଭିତ୍ତିକ ବୁଝାମଣା ହେଉଛି ଦ୍ଵିପକ୍ଷୀୟ ସଂପର୍କର ଆଉ ଏକ ମାଇଲ ଖୁଣ୍ଟ | ଭୁଟାନର ପୂର୍ବାଞ୍ଚଳରେ ଖୋଲଙ୍ଗଚୁ ନଦୀରେ ଏହି ପ୍ରକଳ୍ପ କରାଯଉଛି | ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଛି ଖୋଲଙ୍ଗଚୁ ହାଇଡ୍ରୋ ଏନର୍ଜୀ ଲିମିଟେଡ, ଯାହାକୁ ଭାରତର ସତଲୁଜ ଜଳ ବିଦ୍ୟୁତ ନିଗମ ଲିମିଟେଡ ଏବଂ ଭୁଟାନର ଡ୍ରକ ଗ୍ରୀନ ପାୱାର କର୍ପୋରେସନର ମିଳିତ ଉଦୌଗ | ଏହି ପ୍ରକଳ୍ପ 2025 ମଧ୍ୟାବଧି ବେଳକୁ ଶେଷ ହେବାର ଆଶା କରାଯାଉଛି | ଏହି ବୁଝାମଣା ଭୁଟାନର ରାଜଧାନୀ ଥିମ୍ପୁରେ ଭିଡିଓ କନଫରେନସିଙ୍ଗ ମାଧ୍ୟମରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ଭୁଟାନର ବୈଦେଶିକ ମନ୍ତ୍ରୀ ତାନ୍ଦି ଦୋର୍ଜୀଙ୍କ ମଧ୍ୟରେ ହୋଇଛି |
ଭୁଟାନ ହେଉଛି ଏକ ଛୋଟିଆ ହିମାଳୟ ରାଷ୍ଟ୍ର ଯାହାର କ୍ଷେତ୍ରଫଳ 38,300 ବର୍ଗ କିଲୋମିଟର ଏବଂ ଏହା ଉତ୍ତରରେ ଚୀନ ଏବଂ ଦକ୍ଷିଣ, ପୂର୍ବ ଓ ପଶ୍ଚିମରେ ଭାରତ ସୀମା ସହ ସଂଲଗ୍ନ | ଏହି ଦେଶ ଏକ ସମୃଦ୍ଧ ସଂସ୍କୃତି ଏବଂ ପ୍ରାକୃତି ବନ୍ୟ ସଂପଦରେ ମହିମାମଣ୍ତିତ | ଦେଶର ମୋଟ ଜନସଂଖ୍ୟା 8 ଲକ୍ଷ ଏବଂ ପ୍ରାୟ 60 ଲକ୍ଷ ଭାରତୀୟ ସେଠାରେ ବସବାସ କରିଥାନ୍ତି | ଭୁଟାନରେ ପ୍ରାୟ 30 ହଜାର ମେଗାୱାଟ ଜଳ ବିଦ୍ୟୁତ ଉତ୍ପନ୍ନ ହୋଇଥାଏ ଯାହାକି ହେଉଛି ଏହାର ରାଜସ୍ଵର ମୁଖ୍ୟ ମାଧ୍ୟମ | ଦେଶର 27 ଭାଗ ରାଜସ୍ଵ ଏବଂ ଜିଡିପିର 14 ଭାଗ ଏହି ଜଳ ବିଦ୍ୟୁତରୁ ଆସିଥାଏ |
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ଵିତୀୟ ଥର ଥିମ୍ପୁ ଗସ୍ତ କରିବା ସମୟରେ 720 ମେଗା ୱାଟ ମାଙ୍ଗଡେଚୁ ପ୍ରକଳ୍ପର ଉଦଘାଟନ କରିଥିଲେ ସେତେବେଳେ ଦେଶର ଜଳ ବିଦ୍ୟୁତ ଉତ୍ପାଦନ କ୍ଷମତା 2100 ମେଗା ୱାଟରେ ପହଞ୍ଚି ଥିଲା | ପ୍ରଧାନ ମନ୍ତ୍ରୀ ମୋଦି 2014 ଜୁନରେ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ବିଦେଶ ଗସ୍ତ ଭାବରେ ଭୁଟାନ ଯାଇଥିଲେ ଯାହା ଭାରତର ପଡୋଶୀ ପ୍ରଥମେ ନୀତିକୁ ଉଦଭାସିତ କରିଥିଲା ବିଶେଷ କରି ଭୁଟାନ ସହିତ ସଂପର୍କକୁ ନେଇ |
ଭାରତର ସହାୟତାରେ ଆଉ ତିନୋଟି ଜଳ ବିଦ୍ୟୁତ ପ୍ରକଳ୍ପ ସ୍ଥାପନ ହୋଇଚି | ସେଗୁଡିକ ହେଉଛି 336 ମେଗା ୱାଟ ଚୁସକା, 60 ମେଗା ୱାଟ କୁରିଚୁ ଏବଂ 1020 ମେଗା ୱାଟ ତାଲା ପ୍ରକଳ୍ପ | ଏହି ତିନୋଟି ପ୍ରକଳ୍ପ ଭୁଟାନର ରାଜସ୍ଵକୁ ବୃଦ୍ଧି କରିଛି | ଏହି ପ୍ରକଳ୍ପରୁ ଉତ୍ପନ୍ନ 75 ଭାଗ ବିଦ୍ୟୁତ ଭାରତ କିଣିଥାଏ | ଏକ ବିଦ୍ୟୁତ କ୍ରୟ ରାଜିନାମା ପ୍ରଧାନମନ୍ତ୍ରୀ ମୋଦିଙ୍କ 2019ଅଗଷ୍ଟ ଗସ୍ତ କାଳରେ ହୋଇଥିଲା |
ଦକ୍ଷିଣ ଏସିଆ ଆଞ୍ଚଳିକ ସହଯୋଗ ସଂଘ ସାର୍କ ଏବଂ ବିମଷ୍ଟେକର ଭୁଟାନ ହେଉଛି ଏକ ଗୁରୁତ୍ଵପୂର୍ଣ୍ଣ ସହଯୋଗୀ ରାଷ୍ଟ୍ର | ଚୀନ ଦ୍ଵାରା 2017 ଏବଂ 2019ରେ ବେଲ୍ଟ ଏବଂ ରୋଡ୍ସ ଇନିସିଏଟିଭ ବି.ଆର.ଆଇ ସମ୍ମିଳନୀରେ ବୁଟାନ ନିଜର ସାର୍ବଭୌମତ୍ଵକୁ ଦୃଷ୍ଟିରେ ରଖି ଯୋଗ ଦେଇ ନଥିଲା |
ଭାରତ ହେଉଛି ଭୁଟାନର ସର୍ବାଧିକ ବାଣିଜ୍ୟିକ ସହଯୋଗୀ ରାଷ୍ଟ୍ର | 2018ରେ ଦୁଇ ଦେଶ ମଧ୍ୟରେ 9227 କୋଟି ଟଙ୍କାର ବାଣିଜ୍ୟ କାରବାର ହୋଇଥିଲା | ଭାରତ ଭୁଟାନକୁ ଅଟୋମୋବାଇଲ୍ସ, ଇଲେକ୍ଟ୍ରିକାଲ ଏବଂ ମେସିନାରୀ ସରଞ୍ଜାମ, ପେଟ୍ରୋଲ, ଡିଜେଲ, କେମିକାଲ୍ସ, ହାଇଡ୍ରୋଲିକ ଟର୍ବାଇନ ଇତ୍ୟାଦି ରପ୍ତାନି କରିଥାଏ ସେହିପରି ଭାରତ ଭୁଟାନରୁ ବିଦ୍ୟୁତ, ଡୋଲୋମାଇଟ, ସିଲିକନ, ସିମେଣ୍ଟ କ୍ଲିଙ୍କର, ବାଉଁଶ ଏବଂ କାଠ ଇତ୍ୟାଦି ବହୁ ମାତ୍ରାରେ ଆମଦାନି କରିଥାଏ |
ବହୁ ସଂଖ୍ୟକ ବୁଟାନ ଛାତ୍ର ଭାରତର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପାଠ ପଢୁଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶକୁ ଭାରତ ପକ୍ଷରୁ ଛାତ୍ରବୃତ୍ତି ଦିଆଯାଉଛି | ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ଆଦାନ ପ୍ରଦାନ ନିୟମିତ ହୋଇଥାଏ ତଥା ଭାରତକୁ ତୀର୍ଥଯାତ୍ରୀ ଭାବେ ଭୁଟାନରୁ ଲୋକେ ଆସିଥାନ୍ତି |
ଏବେ ଚୀନ ମଧ୍ୟ ଭୁଟାନରେ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ପ୍ରବେଶ କରିଛି ଗତ କିଛି ବର୍ଷ ମଧ୍ୟରେ ଭୁଟାନକୁ ଚୀନର ରପ୍ତାନି ଅନେକ ବଢିଛି | 2017 ଡୋକଲାମ ଅଚଳାବସ୍ଥା ଭୁଟାନକୁ ଚୀନର ଚାଲାଖିକୁ ନେଇ ଚିନ୍ତାରେ ପକାଇଥିଲା | ଏହାକୁ ଦେଖି ଭୁଟାନ ଏବେ ଚୀନର ସହାୟତା ନେବାବେଳେ ଅଧିକ ସତର୍କ ରହୁଛି |
ଆଲେଖ୍ୟ : ରତନ ସାଲଦି
Comments
Post a Comment