Skip to main content

ଉଚ୍ଚତାରେ ଭାରତ ଭୁଟାନ ସଂପର୍କ



ଚିଳିତ ସପ୍ତାହରେ 600 ମେଗା ୱାଟ ଖୋଲଙ୍ଗଚୁ ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ ହୋଇଥିବା ଦୁଇ ଦେଶ ମଧ୍ୟରେ ରିହାତିଭିତ୍ତିକ ବୁଝାମଣା ହେଉଛି ଦ୍ଵିପକ୍ଷୀୟ ସଂପର୍କର ଆଉ ଏକ ମାଇଲ ଖୁଣ୍ଟ | ଭୁଟାନର ପୂର୍ବାଞ୍ଚଳରେ ଖୋଲଙ୍ଗଚୁ ନଦୀରେ ଏହି ପ୍ରକଳ୍ପ କରାଯଉଛି | ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଛି ଖୋଲଙ୍ଗଚୁ ହାଇଡ୍ରୋ ଏନର୍ଜୀ ଲିମିଟେଡ, ଯାହାକୁ ଭାରତର ସତଲୁଜ ଜଳ ବିଦ୍ୟୁତ ନିଗମ ଲିମିଟେଡ ଏବଂ ଭୁଟାନର ଡ୍ରକ ଗ୍ରୀନ ପାୱାର କର୍ପୋରେସନର ମିଳିତ ଉଦୌଗ | ଏହି ପ୍ରକଳ୍ପ 2025 ମଧ୍ୟାବଧି ବେଳକୁ ଶେଷ ହେବାର ଆଶା କରାଯାଉଛି | ଏହି ବୁଝାମଣା ଭୁଟାନର ରାଜଧାନୀ ଥିମ୍ପୁରେ ଭିଡିଓ କନଫରେନସିଙ୍ଗ ମାଧ୍ୟମରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ଭୁଟାନର ବୈଦେଶିକ ମନ୍ତ୍ରୀ ତାନ୍ଦି ଦୋର୍ଜୀଙ୍କ ମଧ୍ୟରେ ହୋଇଛି |

ଭୁଟାନ ହେଉଛି ଏକ ଛୋଟିଆ ହିମାଳୟ ରାଷ୍ଟ୍ର ଯାହାର କ୍ଷେତ୍ରଫଳ 38,300 ବର୍ଗ କିଲୋମିଟର ଏବଂ ଏହା ଉତ୍ତରରେ ଚୀନ ଏବଂ ଦକ୍ଷିଣ, ପୂର୍ବ ଓ ପଶ୍ଚିମରେ ଭାରତ ସୀମା ସହ ସଂଲଗ୍ନ | ଏହି ଦେଶ ଏକ ସମୃଦ୍ଧ ସଂସ୍କୃତି ଏବଂ ପ୍ରାକୃତି ବନ୍ୟ ସଂପଦରେ ମହିମାମଣ୍ତିତ | ଦେଶର ମୋଟ ଜନସଂଖ୍ୟା 8 ଲକ୍ଷ ଏବଂ ପ୍ରାୟ 60 ଲକ୍ଷ ଭାରତୀୟ ସେଠାରେ ବସବାସ କରିଥାନ୍ତି | ଭୁଟାନରେ ପ୍ରାୟ 30 ହଜାର ମେଗାୱାଟ ଜଳ ବିଦ୍ୟୁତ ଉତ୍ପନ୍ନ ହୋଇଥାଏ ଯାହାକି ହେଉଛି ଏହାର ରାଜସ୍ଵର ମୁଖ୍ୟ ମାଧ୍ୟମ | ଦେଶର 27 ଭାଗ ରାଜସ୍ଵ ଏବଂ ଜିଡିପିର 14 ଭାଗ ଏହି ଜଳ ବିଦ୍ୟୁତରୁ ଆସିଥାଏ |

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ଵିତୀୟ ଥର ଥିମ୍ପୁ ଗସ୍ତ କରିବା ସମୟରେ 720 ମେଗା ୱାଟ ମାଙ୍ଗଡେଚୁ ପ୍ରକଳ୍ପର ଉଦଘାଟନ କରିଥିଲେ ସେତେବେଳେ ଦେଶର ଜଳ ବିଦ୍ୟୁତ ଉତ୍ପାଦନ କ୍ଷମତା 2100 ମେଗା ୱାଟରେ ପହଞ୍ଚି ଥିଲା | ପ୍ରଧାନ ମନ୍ତ୍ରୀ ମୋଦି 2014 ଜୁନରେ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ବିଦେଶ ଗସ୍ତ ଭାବରେ ଭୁଟାନ ଯାଇଥିଲେ ଯାହା ଭାରତର ପଡୋଶୀ ପ୍ରଥମେ ନୀତିକୁ ଉଦଭାସିତ କରିଥିଲା ବିଶେଷ କରି ଭୁଟାନ ସହିତ ସଂପର୍କକୁ ନେଇ |

ଭାରତର ସହାୟତାରେ ଆଉ ତିନୋଟି ଜଳ ବିଦ୍ୟୁତ ପ୍ରକଳ୍ପ ସ୍ଥାପନ ହୋଇଚି | ସେଗୁଡିକ ହେଉଛି 336 ମେଗା ୱାଟ ଚୁସକା, 60 ମେଗା ୱାଟ କୁରିଚୁ ଏବଂ 1020 ମେଗା ୱାଟ ତାଲା ପ୍ରକଳ୍ପ | ଏହି ତିନୋଟି ପ୍ରକଳ୍ପ ଭୁଟାନର ରାଜସ୍ଵକୁ ବୃଦ୍ଧି କରିଛି | ଏହି ପ୍ରକଳ୍ପରୁ ଉତ୍ପନ୍ନ 75 ଭାଗ ବିଦ୍ୟୁତ ଭାରତ କିଣିଥାଏ | ଏକ ବିଦ୍ୟୁତ କ୍ରୟ ରାଜିନାମା ପ୍ରଧାନମନ୍ତ୍ରୀ ମୋଦିଙ୍କ 2019ଅଗଷ୍ଟ ଗସ୍ତ କାଳରେ ହୋଇଥିଲା |

ଦକ୍ଷିଣ ଏସିଆ ଆଞ୍ଚଳିକ ସହଯୋଗ ସଂଘ ସାର୍କ ଏବଂ ବିମଷ୍ଟେକର ଭୁଟାନ ହେଉଛି ଏକ ଗୁରୁତ୍ଵପୂର୍ଣ୍ଣ ସହଯୋଗୀ ରାଷ୍ଟ୍ର | ଚୀନ ଦ୍ଵାରା 2017 ଏବଂ 2019ରେ ବେଲ୍ଟ ଏବଂ ରୋଡ୍ସ ଇନିସିଏଟିଭ ବି.ଆର.ଆଇ ସମ୍ମିଳନୀରେ ବୁଟାନ ନିଜର ସାର୍ବଭୌମତ୍ଵକୁ ଦୃଷ୍ଟିରେ ରଖି ଯୋଗ ଦେଇ ନଥିଲା |

ଭାରତ ହେଉଛି ଭୁଟାନର ସର୍ବାଧିକ ବାଣିଜ୍ୟିକ ସହଯୋଗୀ ରାଷ୍ଟ୍ର | 2018ରେ ଦୁଇ ଦେଶ ମଧ୍ୟରେ 9227 କୋଟି ଟଙ୍କାର ବାଣିଜ୍ୟ କାରବାର ହୋଇଥିଲା | ଭାରତ ଭୁଟାନକୁ ଅଟୋମୋବାଇଲ୍ସ, ଇଲେକ୍ଟ୍ରିକାଲ ଏବଂ ମେସିନାରୀ ସରଞ୍ଜାମ, ପେଟ୍ରୋଲ, ଡିଜେଲ, କେମିକାଲ୍ସ, ହାଇଡ୍ରୋଲିକ ଟର୍ବାଇନ ଇତ୍ୟାଦି ରପ୍ତାନି କରିଥାଏ ସେହିପରି ଭାରତ ଭୁଟାନରୁ ବିଦ୍ୟୁତ, ଡୋଲୋମାଇଟ, ସିଲିକନ, ସିମେଣ୍ଟ କ୍ଲିଙ୍କର, ବାଉଁଶ ଏବଂ କାଠ ଇତ୍ୟାଦି ବହୁ ମାତ୍ରାରେ ଆମଦାନି କରିଥାଏ |

ବହୁ ସଂଖ୍ୟକ ବୁଟାନ ଛାତ୍ର ଭାରତର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପାଠ ପଢୁଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶକୁ ଭାରତ ପକ୍ଷରୁ ଛାତ୍ରବୃତ୍ତି ଦିଆଯାଉଛି | ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ଆଦାନ ପ୍ରଦାନ ନିୟମିତ ହୋଇଥାଏ ତଥା ଭାରତକୁ ତୀର୍ଥଯାତ୍ରୀ ଭାବେ ଭୁଟାନରୁ ଲୋକେ ଆସିଥାନ୍ତି |

ଏବେ ଚୀନ ମଧ୍ୟ ଭୁଟାନରେ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ପ୍ରବେଶ କରିଛି ଗତ କିଛି ବର୍ଷ ମଧ୍ୟରେ ଭୁଟାନକୁ ଚୀନର ରପ୍ତାନି ଅନେକ ବଢିଛି | 2017 ଡୋକଲାମ ଅଚଳାବସ୍ଥା ଭୁଟାନକୁ ଚୀନର ଚାଲାଖିକୁ ନେଇ ଚିନ୍ତାରେ ପକାଇଥିଲା | ଏହାକୁ ଦେଖି ଭୁଟାନ ଏବେ ଚୀନର ସହାୟତା ନେବାବେଳେ ଅଧିକ ସତର୍କ ରହୁଛି |

ଆଲେଖ୍ୟ : ରତନ ସାଲଦି

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...