Skip to main content

ଭାରତ-ଚୀନ ସୀମାରେ ଉତ୍ତେଜନା ହ୍ରାସ



ଭାରତ-ଚୀନ ସୀମା ପ୍ରସଙ୍ଗ ନେଇ ଦୁଇ ଦେଶର ସ୍ଵତନ୍ତ୍ର ପ୍ରତିନିଧିଙ୍କ ମଧ୍ୟରେ ଦୀର୍ଘ ଦୁଇ ଘଣ୍ଟା କାଳ ଆଲୋଚନା ହେବା ପରେ ଉଭୟ ଦେଶର ସୀମାଇଲାକାରୁ ସୈନ୍ୟ ଅପସାରଣ ନେଇ ଘୋଷଣା ହୋଇଥିବା ଯୋଗୁଁ ଏକ ବଡ ଆଶ୍ଵସ୍ତି ମିଳିଛି | ମେ 5 ତାରିଖରୁ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା |

ଭାରତର ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ଓ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ମଧ୍ୟରେ ଅନୁଷ୍ଠିତ ଭର୍ଚୁଆଲ ବୈଠକରେ ସୀମାର ପଶ୍ଚିମାଞ୍ଚଳ ସେକ୍ଟରରେ ଦୁଇ ଦେଶର ବାହିନୀକୁ ତୁରନ୍ତ ଅପସାରଣ କରିବା ନେଇ ଆଲୋଚନା ହୋଇଥିଲା | ଆଞ୍ଚଳିକ ବିବାଦର ସମାଧାନ ତଥା ଦୁଇ ଦେଶ ମଧ୍ୟରେ ସାମଗ୍ରିକ ସୁରକ୍ଷା ସଙ୍କ୍ରାନ୍ତୀୟ ସମସ୍ଯାର ଉଚିତ ସମାଧାନ ଲାଗି ଏହି ଦୁଇ ସ୍ଵତନ୍ତ୍ର ପ୍ରତିନିଧିଙ୍କୁ ଦାୟିତ୍ଵ ଦିଆଯାଇଥିଲା | ଏହି ବୈଠକରେ ଚରଣ ବଦ୍ଧ ଭାବେ ପର୍ଯ୍ୟାୟ କ୍ରମେ ସୀମା ଇଲାକାରେ ଉତ୍ତେଜନା ହ୍ରାସ କରିବା ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସହିତ ସୈନ୍ୟ ଅପସାରଣ ଲାଗି ଘୋଷଣା କରା ଯାଇଥିଲା | ଏହି ଅବସରରେ ଉଭୟ ପକ୍ଷ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) କୁ ସମ୍ମାନ ଜଣାଇବା ସହ ସୀମା ଇଲାକାର ଯଥାସ୍ଥିତିକୁ ପରିବର୍ତ୍ତନ କରିବା ପାଇଁ ଏକତରଫା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଉପରେ ଏଥିରେ ପ୍ରମୁଖତାର ସହ ଉଲ୍ଲେଖ କରାଯାଇଥିଲା |

ଏହି ବୈଠକ ଶେଷ ହେବା ପରେ ପରେ ସୀମା ଇଲାକାରେ ସୈନ୍ୟ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ଖବର ମିଳିଥିଲା | ଏହା ଦ୍ଵାରା ଏହି ଅଞ୍ଚଳରେ ଗତ କିଛି ମାସ ହେଲା ଜାରି ରହିଥିବା ତିକ୍ତତା ପରିସ୍ଥିତିରୁ କିଛିଟା ଆଶ୍ଵସ୍ତି ଅନୁଭବ ହୋଇଥିଲା |

ତେବେ ଏହି ଉତ୍ତେଜନା ହ୍ରାସ ଓ ସୈନ୍ୟ ଅପସାରଣ ପ୍ରକ୍ରିୟା ଉପରେ କଡା ନଜର ରଖାଯିବାର ଆବଶ୍ୟକତା ରହିଛି କାରଣ ଅପ୍ରେଲ 2020 ର ଯଥାସ୍ଥିତିକୁ ଫେରାଇଆଣିବା ଲାଗି ଭାରତର ସ୍ପଷ୍ଟ ଆଭିମୁଖ୍ଯ ରହିଛି | | ଚୀନ ବାହିନୀ ବିବାଦୀୟ ଅଞ୍ଚଳର ଗ୍ରେ ଜୋନରେ ପ୍ରବେଶ ଲାଗି ଉଦ୍ୟମ ଚଳେଇଥିବାରୁ ମେ 5 ତାରିଖରୁ ପ୍ରକୃତ ନିୟନ୍ତ୍ରଣ ରେଖାରେ ଉଭୟ ପକ୍ଷ ମଧ୍ୟରେ ତିକ୍ତତା ଲାଗି ରହିଥିଲା |

ଯଥାସ୍ଥିତିକୁ ଫେରିବାକୁ ହେଲେ ଚୀନ ବାହିନୀ କେବଳ ପାଙ୍ଗୋଙ୍ଗ ସୋ ଓ ଫିଙ୍ଗର ପଏଣ୍ଟ 4 ରୁ 8 ପର୍ଯ୍ୟନ୍ତ ଓହରିବା କଥା ନୁହେଁ ବରଂ ଗଲୱାନ ଘାଟିର ପହରା ପଏଣ୍ଟ 14,15 ଓ 17, ଗୋଗ୍ରା-ହଟ ସ୍ପ୍ରିଂସ ଓ ସମ୍ପ୍ରତି ଅନୁପ୍ରବେଶ କରିଥିବା ଦୌଲତ ବେଗ ଓଲ୍ଦି, ଦେପସାଙ୍ଗ ପ୍ଲେନ୍ସ ଓ ଗଲୱାନ ହାଇଟରୁ ମଧ୍ୟ ସେନା ହଟିଯିବା ଉଚିତ | ସୀମା ଇଲାକାର ପଶ୍ଚିମ ସେକ୍ଟରରେ ଥିବା 65 ଟି ପେଟ୍ରୋଲିଂ ପଏଣ୍ଟ ମଧ୍ୟରୁ କରାକୋରାମ ଅଞ୍ଚଳ ଠାରୁ ଆରମ୍ଭ କରି ଲଦାଖର ଦକ୍ଷିଣ ପୂର୍ବ ପର୍ଯ୍ୟନ୍ତ କିଛି ଅଞ୍ଚଳରେ ସମ୍ପ୍ରତ୍ତି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି|

1990 ମସିହାରୁ ବିଶ୍ଵାସ ପ୍ରତିଷ୍ଠା ପଦକ୍ଷେପ (ସିବିଏମଏସ) ପଦ୍ଧତି ଅନୁଯାୟୀ ଦୁଇ ସେନାବାହିନୀ ମଧ୍ୟରେ ସୈନ୍ୟ ଅପସାରଣ ପ୍ରକ୍ରିୟା ବିଷୟ ନେଇ ଆଲୋଚନା ହୋଇଥିଲା | ଜୁନ 6 ଓ ଜୁନ 22 ତାରିଖରେ ସ୍ଥାନୀୟ କମାଣ୍ଡର ସ୍ତରରେ ଆଲୋଚନା ହୋଇଥିଲା କିନ୍ତୁ ଗଲୱାନ ପେଟ୍ରୋଲ ପଏଣ୍ଟ 14 ରେ ଦୁଇ ସେନାବାହିନୀ ମଧ୍ୟରେ ଘଟିଥିବା ସଂଘର୍ଷରେ 20 ଜଣ ଭାରତୀୟ ଯବାନ ଶହୀଦ ହେବା ଓ ଚୀନ ପିଏଲଏର 43 ଜଣ କର୍ମଚାରୀ ପ୍ରାଣହରେଇବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ଖରାପ ହୋଇଯାଇଥିଲା |

ଚଳିତ ମାସ 3 ତାରିଖ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲଦାଖ ଗସ୍ତ ପରେ ଦୁଇ ଦେଶର ସ୍ଵତନ୍ତ୍ର ପ୍ରତିନିଧିଙ୍କ ମଧ୍ୟରେ ବୈଠକ ବସିଥିଲା | ପ୍ରଧାନମନ୍ତ୍ରୀ ଏହି ଗସ୍ତ ସମୟରେ ସେନାବାହିନୀକୁ ପୂର୍ଣ୍ଣ ସମର୍ଥନ ଜଣାଇବା ଲାଗି ପ୍ରତିଶୃତି ଦେଇଥିଲେ ଯେଉଁଥିରୁ ସୀମା ସମସ୍ଯାର ସମାଧାନର ଏକ ଦୃଢ ସଂକେତ ମିଳିଥିଲା |

ଉଭୟ ଦେଶ 1993 “ଶାନ୍ତି ଓ ସ୍ଥିରତା” ରାଜିନାମା, ସାମରିକ କ୍ଷେତ୍ରରେ 1996 ସିବିଏମ , 2005 ଓ 2013 ସୀମା ପ୍ରତିରକ୍ଷା ସହଯୋଗ ରାଜିନାମା (ଯେଉଁଥିରେ ଉଭୟ ପକ୍ଷ ଦ୍ଵାରା ପହରା ନଦେବା ଲାଗି ପରାମର୍ଶ ଦିଆଯାଇଥିଲା ) ଆଦି ଭଳି ସିବିଏମ ବ୍ୟବସ୍ଥା ନେଇ ବ୍ୟାପକ ଆଲୋଚନା କରିଥିଲେ | 2017ରେ ଡୋକଲାମ ଘଟଣା ଓ ବର୍ତ୍ତମାନର ଉତ୍ତେଜନା ପରିସ୍ଥିତି କେବଳ ପଶ୍ଚିମ ସେକ୍ଟରରେ ନୁହେଁ ବରଂ ସିକିମ ସେକ୍ଟରର ନାକୁଲା ଠାରେ ଯେଉଁ ତିକ୍ତତା ବୃଦ୍ଧି ପାଇଛି ସେଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ ବେଜିଂ ଦ୍ଵାରା ସିବିଏମର ଅନୁପାଳନ କରାଯାଉନାହିଁ |

ସୀମା ସ୍ଥିରତା ପ୍ରସଙ୍ଗ ଉପରେ ଦୁଇ ଏସିୟ ପଡୋଶୀ ରାଷ୍ଟ୍ର ସହମତ ହେବା ସ୍ଵାଗତ ଯୋଗ୍ୟ ପଦକ୍ଷେପ ହୋଇଥିବା ବେଳେ ଚୀନ ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଲାଗି ପ୍ରୟାସ କରିବା ସହ ଏହାର ଆଞ୍ଚଳିକ ସାର୍ବଭୌମତ୍ଵକୁ ମଧ୍ୟ ଦୃଢତାର ସହ ସୁରକ୍ଷା ପ୍ରଦାନ କରିବ ବୋଲି ଚୀନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଓ ବିକାଶମୂଳକ ଅବସର ଗୁଡିକ ଉପରେ ଅଧିକ ଧ୍ୟାନ ଦେବା ଲାଗି ଆହ୍ଵାନ ଦିଆଯାଇଛି | ଦୁଇ ଦେଶ ମଧ୍ୟରେ ମତପାର୍ଥକ୍ୟର ଦୂରୀକରଣ ଲାଗି ନିଆଯାଉଥିବା ପଦକ୍ଷେପ ନେଇ ଲୋକ ମାନଙ୍କୁ ଉଚିତ ମାର୍ଗରେ ଅବଗତ କରେଇବା ପାଇଁ ମଧ୍ୟ ଚୀନ ପରାମର୍ଶ ଦେଇଛି |

ଚୀନର ଆପତ୍ତି ଓ ସର୍ତ୍ତମୂଳକ ନୀତି ତଥା ସୀମାରେ ଅଚଳାବସ୍ଥା ନେଇ ଏହି ଦେଶ ସହ ଅତୀତର ଅନୁଭୂତିକୁ ଦୃଷ୍ଟିରେ ରଖି ଆଗାମୀ ସମୟରେ ଏହାର ସୀମା ସୁରକ୍ଷା ଓ ପରିଚାଳନା କ୍ଷେତ୍ରରେ ଭାରତ ତୀକ୍ଷଣ ନଜର ରଖିବାର ଆବଶ୍ୟକତା ରହିଛି |

ମୂଳଲେଖା : ପ୍ରଫେସର ଶ୍ରୀକାନ୍ତ କୋଣ୍ଡାପଲ୍ଲୀ, ଜବାହରଲାଲ ନେହେରୁ ବିଶ୍ଵ ବିଦ୍ୟାଳୟ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...