Skip to main content

ଆଫ୍ରିକାରେ ବୃଦ୍ଧି ପାଉଥିବା ଚୀନର ପୁଞ୍ଜି ନିବେଶ : ଚିନ୍ତାର କାରଣ ପାଲଟିଛି


ଏସିଆରେ ଉଭା ହୋଇଥିବା ଦୁଇଟି କ୍ଷମତାପର୍ଣ୍ଣ ରାଷ୍ଟ୍ର ଚୀନ ଓ ଭାରତ ଆଫ୍ରିକା ମହାଦେଶରେ ନବାଗତ ନୁହଁନ୍ତି | ଆଫ୍ରିକୀୟ ଦେଶ ଗୁଡିକ ସହ ଉଭୟଙ୍କ ଦୀର୍ଘଦିନ ଧରି ଐତିହାସିକ, ରାଜନୈତିକ ଓ ଅର୍ଥନୈତିକ ସମ୍ପର୍କ ରହିଆସିଛି ଏବଂ ନିକଟ ଅତୀତରେ ସେମାନଙ୍କ ଉପସ୍ଥିତି ଅଧିକ ବୃଦ୍ଧି ପାଇଛି | ଚୀନ ଓ ଭାରତ ଆଫ୍ରିକା ସହ ଏପରି ସମୟରେ କଥାବାର୍ତ୍ତା ପୁନଃଆରମ୍ଭ କରିଛନ୍ତି ଯେତେବେଳେ ସମଗ୍ର ଆଫ୍ରିକା ମହାଦେଶରେ ବ୍ୟବସାୟିକ ବାତାବରଣରେ ସୁଧାର ଆସିଛି ଓ ନିବେଶ ଲାଗି ଏକ ଅନୁକୂଳ ସ୍ଥିତି ଉପୁଜିଛି |

ତେବେ, ନିକଟ ଅତୀତରେ ଚୀନ-ଆଫ୍ରିକୀୟ ସମ୍ପର୍କ ଚୀନର ବେଲ୍ଟ ଏଣ୍ଡ ରୋଡ ଇନିସିଏଟିଭ (ବିଆରଆଇ ) ଅଧୀନରେ ଆଫ୍ରିକାର ମୌଳିକଢାଞ୍ଚା ପ୍ରକଳ୍ପରେ ଚୀନର ବିପୁଳ ପୁଞ୍ଜି ନିବେଶ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ ଅଛି | ହେଲେ ଆଫ୍ରିକୀୟ ଦେଶ ଗୁଡିକ ଉପରେ ଏହି ନିବେଶର ଗମ୍ଭୀର ପ୍ରଭାବ ପଡିପାରେ | ବିଆରଆଇ ଅଧୀନରେ ଚୀନ, ସ୍ଥଳ ଓ ସାମୁଦ୍ରିକ ମାର୍ଗ ଜରିଆରେ ଚୀନକୁ ଆଫ୍ରିକା ଓ ୟୁରୋପ ସହିତ ଯୋଡିବା ସହ ପ୍ରାଚୀନ ସିଳ୍କ ରୁଟକୁ ପୁନରୁଜ୍ଜୀବିତ କରିବାକୁ ଚାହୁଁଛି | 2000ରୁ 2017 ମଧ୍ୟରେ ଚୀନର ସରକାର, ଏହାର ଏକ୍ଜିମ ବ୍ୟାଙ୍କ ଓ କମ୍ପାନୀ ଗୁଡିକ ମିଳିତ ଭାବେ ଆଫ୍ରିକାକୁ ପାଖାପାଖି 143 ବିଲିୟନ ଆମେରିକୀୟ ଡଲାର ଋଣ ଆକାରରେ ପ୍ରଦାନ କରିଥିଲା | ଏହାର ଅଧିକାଂଶ ଭାଗ ମୌଳିକଢାଞ୍ଚା ପ୍ରକଳ୍ପ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ଆମେରିକାର ଜନ ହପକିନ୍ସ ବିଶ୍ୱବିଦ୍ୟାଳୟ ର ଚୀନ ଆଫ୍ରିକା ଗବେଷଣା ପ୍ରତିଷ୍ଠାନ (ସିଏଆରଆଇ)ର ରିପୋର୍ଟ ରୁ ଜଣାପଡିଛି | ଚୀନର ବିଆରଆଇ ସହ ଜଡିତ ଅଧିକାଂଶ କାର୍ଯ୍ୟକଳାପ ଚୀନର ବାଣିଜ୍ୟ କାରବାର ଓ ଶକ୍ତି କ୍ଷେତ୍ରକୁ ବିବିଧ କରି ଏହାର ରଣନୈତିକ ଦୁର୍ବଳତାକୁ ହ୍ରାସ କରିବାକୁ ଏକ ପ୍ରୟାସ ମାତ୍ର ବୋଲି ବିବେଚନା କରାଯାଉଥିବା ବେଳେ ଅନ୍ୟ ପକ୍ଷରେ ପୂର୍ବ ଆଫ୍ରିକା ଅଞ୍ଚଳର ଉପକୂଳ ରାଷ୍ଟ୍ର ଗୁଡିକରେ ସମ୍ପ୍ରସାରିତ ବାଣିଜ୍ୟ ଓ ଭିତ୍ତିଭୂମି ପାଇଁ ବିନିଯୋଗ ଜରିଆରେ ଏହାର ରାଜନୈତିକ ପ୍ରଭାବକୁ ବଢାଉଛି | ଚୀନର ଏହି ପ୍ରୟାସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୋଗାଯୋଗ ପାଇଁ ନୂତନ ସାମୁଦ୍ରିକ ପଥ ଖୋଲି ସମଗ୍ର ବିଶ୍ଵର ରଣନୀତିକ ବନ୍ଦରଗୁଡିକର ପ୍ରବେଶକୁ ସୁଗମ କରିବା |

ଏହି ପରିପ୍ରେକ୍ଷୀରେ ପୂର୍ବ ଆଫ୍ରିକୀୟ ଦେଶ ଗୁଡିକ ସାମୁଦ୍ରିକ ସିଳ୍କ ରୋଡରେ ଏକ କେନ୍ଦ୍ରବିନ୍ଦୁ ପାଲଟିଛି ଯାହା ବନ୍ଦର, ପାଇପଲାଇନ, ରେଳବାଇ ଓ ପାୱାର ପ୍ଳାଣ୍ଟ ଦ୍ୱାରା ସଂଯୋଗ ହୋଇଛି | ଏହାକୁ ଚୀନର କମ୍ପାନୀ ଓ ଋଣଦାତା ମାନଙ୍କ ଦ୍ଵାରା ଆର୍ଥିକ ସହଯୋଗରେ ନିର୍ମାଣ କରାଯାଇଛି | ଚୀନ ଏହାର ବେଲ୍ଟ ଏଣ୍ଡ ରୋଡ ଇନିସିଏଟିଭ (ବିଆରଆଇ) ଓ ସାମୁଦ୍ରିକ ସିଳ୍କ ରୁଟ ପ୍ରକଳ୍ପ (ଏମଏସଆର) ଅଧୀନରେ କେନିଆକୁ ଏକ ପ୍ରମୁଖ ସାମୁଦ୍ରିକ ଅକ୍ଷବିନ୍ଦୁ ଭାବେ ଚିହ୍ନଟ କରିଛି ଏବଂ ରେଳ ଆଧୂନିକୀକରଣ, କେନିଆରୁ ଦକ୍ଷିଣ ସୁଦାନ ପର୍ଯ୍ୟନ୍ତ ପାଇପଲାଇନ ନିର୍ମାଣ ଲାଗି କୋଟି କୋଟି ଆମେରିକୀୟ ଡଲାର ନିବେଶ କରିଛି ତଥା ଲାମୁ ବନ୍ଦର ଓ ତତ ସଙ୍କ୍ରାନ୍ତୀୟ ଭିତ୍ତିଭୂମି ନିର୍ମାଣ କରିଛି |

ଏଥିସହିତ ପୂର୍ବ ଆଫ୍ରିକାରେ ଦୂଇଟି ମହାତ୍ୱାକାଙ୍ଖି ବିଆରଆଇ ପ୍ରକଳ୍ପ ପ୍ରତିଷ୍ଠା ଲାଗି ଚୀନ କମ୍ପାନୀ ଗୁଡିକ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି | ମୋମବାସାରୁ ନାଇରୋବିକୁ ସଂଯୋଗ କରୁଥିବା ଏକ ମାନକ ଗଜ ରେଳ ପଥ ପ୍ରତିଷ୍ଠା କାରାଯାଇଥିବା ବେଳେ ଆଡିସ ଆବାବା ଠାରୁ ଜିବୋତି ପର୍ଯ୍ୟନ୍ତ ରେଳପଥର ବିଦ୍ୟୁତିକରଣ କରାଯାଇଛି | ଜିବୋତିଠାରେ ଚୀନ ଏହାର ପ୍ରଥମ ବିଦେଶୀ ନୌବାହିନୀ ଘାଟି ପ୍ରତିଷ୍ଠା କରିଛି |

ବିଆରଆଇ ଅଧୀନରେ ଚୀନ ପ୍ରକଳ୍ପ ଦ୍ୱାରା ଏକ ଦୃଢ ଭିତ୍ତିଭୂମି ନିର୍ମାଣ ଲାଗି ଆଫ୍ରିକୀୟ ଦେଶ ଗୁଡିକୁ ଆଶ୍ଵାସନା ଦିଆଯାଉଥିବା ବେଳେ ଅଧିକାଂଶ ଆଫ୍ରିକୀୟ ଦେଶ ଋଣ ବୋଝରେ ଭାରକ୍ରାନ୍ତ ହୋଇପଡିଥିବା ବିଷୟ ବିଶ୍ଵବ୍ୟାଙ୍କର ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି | କୋଭିଡ-19 ମହାମାରୀ ଯୋଗୁଁ 2020ରେ ଉପ- ସାହାରା ଆଫ୍ରିକା ରାଷ୍ଟ୍ରଗୁଡ଼ିକର ଅଭିବୃଦ୍ଧି ହାର ନେଗେଟିଭ (-5.1 ପ୍ରତିଶତ) କୁ ଖସି ଆସିଛି |

ଚୀନର ଋଣ ବିତରଣ ପ୍ରକ୍ରିୟାରେ ପାରଦର୍ଶିତାର ଅଭାବ ଓ ସର୍ତ୍ତାବଳୀ ଗୁଡିକ ଅନ୍ୟ ଏକ ଉଦବେଗର କାରଣ ପାଲଟିଛି | ତେବେ ଶିକ୍ଷାବିତ ଓ ଆଫ୍ରିକୀୟବିତ ମାନଙ୍କ ମଧ୍ୟରେ ଚୀନ ର ଏକ ‘ଋଣ -ଜନ୍ତା କୂଟନୀତି’ ରଣନୀତିକୁ ନେଇ ତର୍କବିତର୍କ ଚାଲିଛି | ଉଦାହରଣ ସ୍ୱରୂପ ଶ୍ରୀଲଙ୍କା ଓ ପାକିସ୍ତାନ ଚୀନର ଋଣ ଜାଲରେ ଛନ୍ଦି ହୋଇଯାଇଛନ୍ତି ଏବଂ ଉଭୟଙ୍କୁ ହାମାବନ୍ତୋଟା ଏବଂ ଗ୍ଵାଦର ବନ୍ଦର ଭଳି ରଣନୀତିକ ସମ୍ପତିକୁ ଚୀନକୁ ହସ୍ତାନ୍ତର କରିବା ଲାଗି ବାଧ୍ୟ କରାଯାଉଛି | ଏହି ଘଟଣାକ୍ରମ ବାସ୍ତବରେ ଆଫ୍ରିକୀୟ ଦେଶମାନଙ୍କ ଲାଗି ସତର୍କତାର ଘଣ୍ଟି ସ୍ୱରୂପ ହୋଇଛି | ଆଫ୍ରିକୀୟ ବିଶ୍ଳେଷକ ମାନଙ୍କ କହିବାନୁଯାୟୀ ଚୀନ ଋଣ ପରିଶୋଧକୁ ନେଇ ବ୍ୟସ୍ତ ବିବ୍ରତ ହେଉନାହିଁ ବରଂ ଏହା କେବଳ ଦୁର୍ବଳ ଆଫ୍ରିକୀୟ ଦେଶ ମାନଙ୍କ ରଣନୀତିକ ଜାତୀୟ ସମ୍ପତ୍ତିକୁ ବନ୍ଧକ ଭାବେ ରଖି ଏହା ବଦଳରେ ଶସ୍ତା ଓ ସ୍ଥାୟୀ ଋଣ ପ୍ରଦାନ କରିବାକୁ ଅଧିକ ମନବଳାଉଛି | ସମ୍ପ୍ରତ୍ତି ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ଯେ ଜାମ୍ବିଆକୁ ଆର୍ଥିକ ସହାୟତା ପ୍ରଦାନ କରିବା ବଦଳରେ ତାର ତମ୍ବା ଖଣିକୁ ବନ୍ଧକ ଭାବେ ରଖିବାକୁ ଚୀନ ପକ୍ଷରୁ କୁହାଯାଇଛି | ଏହା ଚୀନ-ଆଫ୍ରିକା ମଧ୍ୟରେ ପ୍ରକୃତ ସମ୍ପର୍କର ଅସଲି ରୂପର ସ୍ପଷ୍ଟ ପ୍ରତୀୟମାନ ହେଉଛି |

ଅନ୍ୟ ପକ୍ଷରେ ଭାରତ, ଆଫ୍ରିକୀୟ ଅଞ୍ଚଳକୁ ଏହାର ବିଦେଶୀ ନୀତି କାର୍ଯ୍ୟସୂଚୀରେ ଏକ ‘ସର୍ବୋଚ୍ଚ ପ୍ରାଥମିକତା’ ଭାବେ ଘୋଷଣା କରିଛି | ଏହା ପୂର୍ବ ଆଫ୍ରିକାର ଭାରତ ମହାସାଗର ଉପକୂଳବର୍ତ୍ତୀ ରାଜ୍ୟ ଗୁଡିକୁ ସାମରିକ ସହାୟତା , ଦକ୍ଷତା ବିକାଶ ଏବଂ ପ୍ରଶିକ୍ଷଣ ସହାୟତା ଯୋଗାଇଛି | 2014 ମସିହାରୁ ଭାରତ, ଆଫ୍ରିକୀୟ ଦେଶ ଗୁଡିକ ସହ ଦ୍ଵିପକ୍ଷୀୟ ଓ ବହୁପକ୍ଷୀୟ ସହଯୋଗ ସ୍ଥାପନ କରିଆସୁଛି | ଏହା ସିସେଲ୍ସ ଓ ମରିସସ ଭଳି ଛୋଟ ଛୋଟ ଦ୍ଵିପ ରାଷ୍ଟ୍ର ଗୁଡିକୁ ମଧ୍ୟ ସହାୟତାର ହାତ ବଢାଇଛି | ଭାରତ ‘ମୌଷମ’ ଏବଂ ‘ଏସିଆ ଆଫ୍ରିକା ଗ୍ରୋଥ କରିଡର’ ଆଦି ଦୁଇଟି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ କରିବା ଲାଗି ଯୋଜନା କରୁଛି | ଆଫ୍ରିକୀୟ ଦେଶ ଗୁଡିକ ସହ ଭାରତର ସମ୍ପର୍କ ଓ ବାଣିଜ୍ୟିକ ସମ୍ପର୍କକୁ ଆହୁରି ମଜବୁତ କରିବା ହେଉଛି ଏହି ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ |

ଆଫ୍ରିକାରେ ଭାରତ ପ୍ରତି ଯଥେଷ୍ଟ ସଦ୍ଭାବ ରହିଆସିଛି | ଆଫ୍ରିକା ପାଇଁ ଭାରତର ଏକ ମଜବୁତ ବୈଦେଶିକ ନୀତି ପ୍ରଣାଳୀ ଆରମ୍ଭ କରିବା ଓ ଏହି ଅଞ୍ଚଳରେ କୂଟନୈତିକ ସ୍ତରରେ ସକ୍ରିୟ ହେବାର ସମୟ ଉପନୀତ ହୋଇଯାଇଛି | ଆନ୍ତର୍ଜାତୀୟ ସ୍ତରରେ ଭାରତ ଏକ ପ୍ରମୁଖ ବୈଶ୍ଵିକ ରାଷ୍ଟ୍ର ଭାବେ ଉଭା ହେବା ପାଇଁ ଆଫ୍ରିକାର ଭୂମିକା ଅପରିହାର୍ଜ୍ୟ ଅଟେ |

ମୂଳ ଲେଖା : ପ୍ରଫେସର ଅପରାଜିତା ବିଶ୍ଵାସ, ଆଫ୍ରିକୀୟ ଅଧ୍ୟୟନ କେନ୍ଦ୍ର, ମୁମ୍ବାଇ ବିଶ୍ୱବିଦ୍ୟାଳୟ



Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...