କୃଷି ଏବଂ ପ୍ରତିରକ୍ଷା ସମେତ ମୂଳ କ୍ଷେତ୍ରଗୁଡିକରେ ଭାରତର ଶକ୍ତି ହେଉଛି ଆତ୍ମନିର୍ଭରଶୀଳତା, ଯାହାର ଉଦ୍ଦେଶ୍ୟ ହେଉଛି ଦେଶକୁ ବିଶ୍ୱ ସ୍ତରେର ଶୀର୍ଷରେ ପହଞ୍ଚାଇବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ 1 ଲକ୍ଷ କୋଟି ଟଙ୍କା ଆର୍ଥିକ ସୁବିଧା ଆରମ୍ଭ କରିବା ସହ ଏହା ସ୍ପଷ୍ଟ ହୋଇଯାଇଥିଲା ।
ରକ୍ଷା ମନ୍ତ୍ରୀ ରାଜନାଥ ସିଂ 101 ପ୍ରତିରକ୍ଷା ସାମଗ୍ରୀର ଏକ ତାଲିକା ଘୋଷଣା କରିଛନ୍ତି, ଯାହାର ଆମଦାନି ଉପରେ ଦିଆଯାଇଥିବା ସମୟ ସୀମାଠାରୁ ଅଧିକ ପ୍ରତିବନ୍ଧକ ଲଗାଯିବ । ଏହି ଦୁଇଟି ଭାରତର ବିକାଶ ଲକ୍ଷ୍ୟରେ ଏକ ନୂତନ ପର୍ଯ୍ୟାୟ ଯୋଗ କରିବ ଯାହା ଦ୍ବାରା ଅଧିକ ସମୟ ଅପଚୟ ନ କରି ଦେଶ ଆତ୍ମନିର୍ଭରଶୀଳ ହେବ ଏବଂ ବିଶ୍ବର ଦ୍ରୁତ ବିକାଶଶୀଳ ଅର୍ଥନୈତିକ ଶକ୍ତିରେ ପରିଣତ ହେବ ।
କୃଷି ଭିତ୍ତିଭୂମି ପାଣ୍ଠିର ଲକ୍ଷ୍ୟ ହେଉଛି ଦେଶର କୃଷକ ସମ୍ପ୍ରଦାୟଙ୍କୁ ସେମାନଙ୍କ ଉତ୍ପାଦ ପାଇଁ ଅଧିକ ରୁ ଅଧିକ ମୂଲ୍ୟ ମିଳିବା । କୃଷିଜାତ ଦ୍ରବ୍ୟ ସଂରକ୍ଷଣ କରି ଅଧିକ ମୂଲ୍ୟରେ ବିକ୍ରୟ କରିବା, ଅପଚୟ ହ୍ରାସ କରିବା । ଏହି ପାଣ୍ଠି କୃଷି କ୍ଷେତ୍ରରେ ‘ଷ୍ଟାର୍ଟ ଅପ୍’ ପାଇଁ ମଧ୍ୟ ସୁଯୋଗ ସୃଷ୍ଟି କରି ଅମଳ ପରବର୍ତ୍ତୀ ପରିଚାଳନାରେ ଏକ ଇକୋସିଷ୍ଟମ ସୃଷ୍ଟି କରିବାର ସୁବିଧା ପାଇବେ ।
ଦେଶେର ଜନସଂଖ୍ୟାର ଏକ ବୃହତ ପ୍ରତିଶତ ସେମାନଙ୍କ ବଞ୍ଚିବାର ମାଧ୍ୟମ ଭାବରେ କୃଷି ଉପରେ ନିର୍ଭରଶୀଳ ହୋଇଥିବାରୁ ଗୋଦାମ ଘର, ଶୀତଳ ଭଣ୍ଡାର ଶୃଙ୍ଖଳା ଏବଂ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଏହି କ୍ଷେତ୍ର ପୁଞ୍ଜି ବିନିଯୋଗ ପାଇଁ ଏକ ବଡ଼ ସୁଯୋଗ ପ୍ରଦାନ କରିଥାଏ ।
ଏହି ପରିପ୍ରେକ୍ଷୀରେ, କୃଷି ଭିତ୍ତିଭୂମି ପାଣ୍ଠି ଦ୍ୱାରା ପ୍ରଦାନ କରାଯାଇଥିବା ମଧ୍ୟମ ଏବଂ ଦୀର୍ଘକାଳୀନ ଋଣ ଆର୍ଥିକ ସୁବିଧା ଅମଳ ପରବର୍ତ୍ତୀ ପରିଚାଳନା ଭିତ୍ତିଭୂମି ବିକାଶରେ ଅତ୍ୟନ୍ତ ଉପଯୋଗୀ ହୋଇପାରେ । କୃଷକମାନଙ୍କ ବ୍ୟତୀତ ପ୍ରାଥମିକ କୃଷି କ୍ରେଡିଟ୍ ସୋସାଇଟି (PACS), କୃଷକ ଉତ୍ପାଦକ ସଂଗଠନ ଏବଂ କୃଷି ଉଦ୍ୟୋଗୀମାନେ କୃଷି ଭିତ୍ତିଭୂମି ପାଣ୍ଠିରୁ ଲାଭ ପାଇବେ ।
ସାମଗ୍ରିକ ଲକ୍ଷ୍ୟ ହେଉଛି କୃଷି କ୍ଷେତ୍ରକୁ ଖାଦ୍ୟଶସ୍ୟର ଏକ ପ୍ରମୁଖ ରପ୍ତାନିକାରୀ ହେବାକୁ ଭାରତର ପଦକ୍ଷେପ ଏକ ଉଜ୍ଜ୍ୱଳ ଉଦାହରଣ । ଯେତେବେଳେ ବିଶ୍ୱ କୋଭିଡ -19 ସହିତ ମୁକାବିଲା କରୁଛି ସେତେବେଳେ ଫାର୍ମାସ୍ୟୁଟିକାଲ୍ସ ପରି ଭାରତର କୃଷି କ୍ଷେତ୍ର ରପ୍ତାନି ସହିତ ବିଶ୍ବର ଖାଦ୍ୟ ଯୋଗାଣ ଶୃଙ୍ଖଳାକୁ ବଜାୟ ରଖି ଉପୁଜିଥିବା ଆହ୍ବାନର ମୁକାବିଲା କରିଛି ।
ମାର୍ଚ୍ଚ-ଜୁନ୍ 2020 ମଧ୍ୟରେ କୃଷି ରପ୍ତାନି ଗତ ବର୍ଷ ତୁଳନାରେ 23.24 ପ୍ରତିଶତ ବୃଦ୍ଧି ପାଇଛି । ନିଶ୍ଚିତ ଭାବରେ, ଆସନ୍ତା ଦୁଇ ବର୍ଷ ମଧ୍ୟରେ ଭାରତ ଆତ୍ମନିର୍ଭରଶୀଳ ହେବାରେ କୃଷକ ଏବଂ କୃଷି କ୍ଷେତ୍ରର ପ୍ରମୁଖ ଭୂମିକା ରହିଛି ।
ସେହିଭଳି ଉନ୍ନତ ଟେକ୍ନୋଲୋଜିରେ ଆତ୍ମନିର୍ଭରଶୀଳ ହେବା ପାଇଁ ଭାରତର ସଂକଳ୍ପ ଆଧାରରେ 2020 ଏବଂ 2024 ମଧ୍ୟରେ ପର୍ଯ୍ୟାୟକ୍ରମେ 101 ପ୍ରତିରକ୍ଷା ସାମଗ୍ରୀ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ।
ଭାରତ ଇତିହାସରେ ପ୍ରଥମ ଥର ପାଇଁ ସଶସ୍ତ୍ର ବାହିନୀକୁ ସ୍ୱଦେଶୀ ଭାବରେ ପରିକଳ୍ପିତ ତଥା ବିକଶିତ ଯନ୍ତ୍ରପାତି ବ୍ୟବହାର କରି ଉତ୍ତମ ପ୍ରସ୍ତୁତି ପାଇଁ ଏଭଳି ପଦକ୍ଷେପ ନିଆଯାଇଛି।
101ଟି ସାମଗ୍ରୀ ଆମଦାନୀ ଉପରେ ଏହି ପ୍ରତିବନ୍ଧକ ସହିତ ପ୍ରାୟ 4 ଲକ୍ଷ ଟଙ୍କା ମୂଲ୍ୟର ଚୁକ୍ତିନାମା ହୋଇଛି ଯାହା ଆସନ୍ତା ପାଞ୍ଚରୁ ସାତ ବର୍ଷ ମଧ୍ୟରେ ଘରୋଇ ଶିଳ୍ପ ଉପରେ ବିନିଯୋଗ ହେବ । ସେନା ଏବଂ ବାୟୁସେନା ପାଇଁ ପ୍ରତ୍ୟେକଙ୍କୁ 1,30,000 କୋଟି ଆଶା କରାଯାଉଥିବାବେଳେ ସମାନ ଅବଧିରେ ନୌସେନା ପାଇଁ 1,40,000 କୋଟି ଆଶା କରାଯାଉଛି ।
ଏହି ପ୍ରତିବନ୍ଧକ ସାମଗ୍ରୀ କେବଳ ସାଧାରଣ ଯନ୍ତ୍ରାଂଶ ନୁହେଁ ବରଂ ଏଥିରେ ରହିଛି ଆର୍ଟିଲାରି ବନ୍ଧୁକ, ଆକ୍ରମଣକାରୀ ରାଇଫଲ, କର୍ଭେଟ୍ସ, ସୋନାର ସିଷ୍ଟମ, ପରିବହନ ବିମାନ, ହାଲୁକା ଯୁଦ୍ଧ ହେଲିକପ୍ଟର, ରାଡାର ଆଦି କେତେକ ଉଚ୍ଚ ବୈଷୟିକ ଅସ୍ତ୍ର ପ୍ରଣାଳୀ ।
ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତାକୁ ପ୍ରତି ଏକ ବଡ଼ ପଦକ୍ଷେପ ଭାବରେ ଦେଖାଯାଏ । ଏହି ପଦକ୍ଷେପ ଭାରତୀୟ ପ୍ରତିରକ୍ଷା ଶିଳ୍ପକୁ ଏକ ସ୍ୱତନ୍ତ୍ର ସୁଯୋଗ ପ୍ରଦାନ କରିବ । ସେମାନେ ନିଜସ୍ୱ ଡିଜାଇନ୍ ଏବଂ ବିକାଶ କ୍ଷମତା ବ୍ୟବହାର କରି କିମ୍ବା ଆଗାମୀ ବର୍ଷରେ ସଶସ୍ତ୍ର ବାହିନୀର ଆବଶ୍ୟକତା ପୂରଣ କରିବା ପାଇଁ ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଦ୍ୱାରା ପରିକଳ୍ପିତ ତଥା ବିକଶିତ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରି ଏହା କରିପାରିବେ ।
ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ହାସଲ କରିବାରେ ସଶସ୍ତ୍ର ବାହିନୀ ସମସ୍ୟାର ସମ୍ମୁଖୀନ ନହେବାକୁ ନିଶ୍ଚିତ କରିବାକୁ, ଯନ୍ତ୍ରପାତି ଉତ୍ପାଦନ ପାଇଁ ସମୟସୀମା ପୂରଣ ହୋଇଛି କି ନାହିଁ ଦେଖିବା ଉଦ୍ଦେଶ୍ୟରେ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ଏହା ସତ୍ତ୍ବେ ଏହି ପଦକ୍ଷେପ ଦ୍ବାରା କେବଳ ଘରୋଇ କ୍ଷେତ୍ର ବୃଦ୍ଧି ପାଇବ ନାହିଁ ବରଂ ଟ୍ରିଲିୟନ ଡଲାରର ଅର୍ଥନୀତି ହେବାର ଲକ୍ଷ୍ୟ ହାସଲ କରିବା ଦିଗରେ ଭାରତକୁ ନିକଟତର କରିବବ ।
ଏହା ସହିତ ଏହା ସ୍ପଷ୍ଟ ହେବା ଆବଶ୍ୟକ ଯେ ଆତ୍ମନିର୍ଭରଶୀଳ ଭାରତର ଅର୍ଥ ନୁହେଁ ଯେ ଦେଶକୁ ଅବଶିଷ୍ଟ ବିଶ୍ବ ଅଲଗା କରିଦେବା । ସରକାର ଏହା ସ୍ପଷ୍ଟ କରିସାରିଛନ୍ତି ଯେ; ଆତ୍ମନିର୍ଭରଶୀଳତା ବିଶ୍ବ ଅର୍ଥନୀତିର ଏକ ବୃହତ ଏବଂ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ପ୍ରତିପାଦିତ ହେବ ।
- ଆଲେଖ୍ୟ : ଶଙ୍କର କୁମାର, ସାମ୍ବାଦିକ
Comments
Post a Comment