Skip to main content

କୃଷି ଏବଂ ପ୍ରତିରକ୍ଷା କ୍ଷେତ୍ର ଆତ୍ମନିର୍ଭରଶୀଳତା ଦିଗରେ ଭାରତ ଅଗ୍ରସର



କୃଷି ଏବଂ ପ୍ରତିରକ୍ଷା ସମେତ ମୂଳ କ୍ଷେତ୍ରଗୁଡିକରେ ଭାରତର ଶକ୍ତି ହେଉଛି ଆତ୍ମନିର୍ଭରଶୀଳତା, ଯାହାର ଉଦ୍ଦେଶ୍ୟ ହେଉଛି ଦେଶକୁ ବିଶ୍ୱ ସ୍ତର​‌େ​‌ର ଶୀର୍ଷରେ ପହଞ୍ଚାଇବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ 1 ଲକ୍ଷ କୋଟି ଟଙ୍କା ଆର୍ଥିକ ସୁବିଧା ଆରମ୍ଭ କରିବା ସହ ଏହା ସ୍ପଷ୍ଟ ହୋଇଯାଇଥିଲା ।

ରକ୍ଷା ମନ୍ତ୍ରୀ ରାଜନାଥ ସିଂ 101 ପ୍ରତିରକ୍ଷା ସାମଗ୍ରୀର ଏକ ତାଲିକା ଘୋଷଣା କରିଛନ୍ତି, ଯାହାର ଆମଦାନି ଉପରେ ଦିଆଯାଇଥିବା ସମୟ ସୀମାଠାରୁ ଅଧିକ ପ୍ରତିବନ୍ଧକ ଲଗାଯିବ । ଏହି ଦୁଇଟି ଭାରତର ବିକାଶ ଲକ୍ଷ୍ୟରେ ଏକ ନୂତନ ପର୍ଯ୍ୟାୟ ଯୋଗ କରିବ ଯାହା ଦ୍ବାରା ଅଧିକ ସମୟ ଅପଚୟ ନ କରି ଦେଶ ଆତ୍ମନିର୍ଭରଶୀଳ ହେବ ଏବଂ ବିଶ୍ବର ଦ୍ରୁତ ବିକାଶଶୀଳ ଅର୍ଥନୈତିକ ଶକ୍ତିରେ ପରିଣତ ହେବ ।

କୃଷି ଭିତ୍ତିଭୂମି ପାଣ୍ଠିର ଲକ୍ଷ୍ୟ ହେଉଛି ଦେଶର କୃଷକ ସମ୍ପ୍ରଦାୟଙ୍କୁ ସେମାନଙ୍କ ଉତ୍ପାଦ ପାଇଁ ଅଧିକ ରୁ ଅଧିକ ମୂଲ୍ୟ ମିଳିବା । କୃଷିଜାତ ଦ୍ରବ୍ୟ ସଂରକ୍ଷଣ କରି ଅଧିକ ମୂଲ୍ୟରେ ବିକ୍ରୟ କରିବା, ଅପଚୟ ହ୍ରାସ କରିବା । ଏହି ପାଣ୍ଠି କୃଷି କ୍ଷେତ୍ରରେ ‘ଷ୍ଟାର୍ଟ ଅପ୍’ ପାଇଁ ମଧ୍ୟ ସୁଯୋଗ ସୃଷ୍ଟି କରି ଅମଳ ପରବର୍ତ୍ତୀ ପରିଚାଳନାରେ ଏକ ଇକୋସିଷ୍ଟମ ସୃଷ୍ଟି କରିବାର ସୁବିଧା ପାଇବେ ।

ଦେଶ​‌େ​‌ର ଜନସଂଖ୍ୟାର ଏକ ବୃହତ ପ୍ରତିଶତ ସେମାନଙ୍କ ବଞ୍ଚିବାର ମାଧ୍ୟମ ଭାବରେ କୃଷି ଉପରେ ନିର୍ଭରଶୀଳ ହୋଇଥିବାରୁ ଗୋଦାମ ଘର, ଶୀତଳ ଭଣ୍ଡାର ଶୃଙ୍ଖଳା ଏବଂ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଏହି କ୍ଷେତ୍ର ପୁଞ୍ଜି ବିନିଯୋଗ ପାଇଁ ଏକ ବଡ଼ ସୁଯୋଗ ପ୍ରଦାନ କରିଥାଏ ।

ଏହି ପରିପ୍ରେକ୍ଷୀରେ, କୃଷି ଭିତ୍ତିଭୂମି ପାଣ୍ଠି ଦ୍ୱାରା ପ୍ରଦାନ କରାଯାଇଥିବା ମଧ୍ୟମ ଏବଂ ଦୀର୍ଘକାଳୀନ ଋଣ ଆର୍ଥିକ ସୁବିଧା ଅମଳ ପରବର୍ତ୍ତୀ ପରିଚାଳନା ଭିତ୍ତିଭୂମି ବିକାଶରେ ଅତ୍ୟନ୍ତ ଉପଯୋଗୀ ହୋଇପାରେ । କୃଷକମାନଙ୍କ ବ୍ୟତୀତ ପ୍ରାଥମିକ କୃଷି କ୍ରେଡିଟ୍ ସୋସାଇଟି (PACS), କୃଷକ ଉତ୍ପାଦକ ସଂଗଠନ ଏବଂ କୃଷି ଉଦ୍ୟୋଗୀମାନେ କୃଷି ଭିତ୍ତିଭୂମି ପାଣ୍ଠିରୁ ଲାଭ ପାଇବେ ।

ସାମଗ୍ରିକ ଲକ୍ଷ୍ୟ ହେଉଛି କୃଷି କ୍ଷେତ୍ରକୁ ଖାଦ୍ୟଶସ୍ୟର ଏକ ପ୍ରମୁଖ ରପ୍ତାନିକାରୀ ହେବାକୁ ଭାରତର ପଦକ୍ଷେପ ଏକ ଉଜ୍ଜ୍ୱଳ ଉଦାହରଣ । ଯେତେବେଳେ ବିଶ୍ୱ କୋଭିଡ -19 ସହିତ ମୁକାବିଲା କରୁଛି ସେତେବେଳେ ଫାର୍ମାସ୍ୟୁଟିକାଲ୍ସ ପରି ଭାରତର କୃଷି କ୍ଷେତ୍ର ରପ୍ତାନି ସହିତ ବିଶ୍ବର ଖାଦ୍ୟ ଯୋଗାଣ ଶୃଙ୍ଖଳାକୁ ବଜାୟ ରଖି ଉପୁଜିଥିବା ଆହ୍ବାନର ମୁକାବିଲା କରିଛି ​​।

ମାର୍ଚ୍ଚ-ଜୁନ୍ 2020 ମଧ୍ୟରେ କୃଷି ରପ୍ତାନି ଗତ ବର୍ଷ ତୁଳନାରେ 23.24 ପ୍ରତିଶତ ବୃଦ୍ଧି ପାଇଛି । ନିଶ୍ଚିତ ଭାବରେ, ଆସନ୍ତା ଦୁଇ ବର୍ଷ ମଧ୍ୟରେ ଭାରତ ଆତ୍ମନିର୍ଭରଶୀଳ ହେବାରେ କୃଷକ ଏବଂ କୃଷି କ୍ଷେତ୍ରର ପ୍ରମୁଖ ଭୂମିକା ରହିଛି ।

ସେହିଭଳି ଉନ୍ନତ ଟେକ୍ନୋଲୋଜିରେ ଆତ୍ମନିର୍ଭରଶୀଳ ହେବା ପାଇଁ ଭାରତର ସଂକଳ୍ପ ଆଧାରରେ 2020 ଏବଂ 2024 ମଧ୍ୟରେ ପର୍ଯ୍ୟାୟକ୍ରମେ 101 ପ୍ରତିରକ୍ଷା ସାମଗ୍ରୀ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ।

ଭାରତ ଇତିହାସରେ ପ୍ରଥମ ଥର ପାଇଁ ସଶସ୍ତ୍ର ବାହିନୀକୁ ସ୍ୱଦେଶୀ ଭାବରେ ପରିକଳ୍ପିତ ତଥା ବିକଶିତ ଯନ୍ତ୍ରପାତି ବ୍ୟବହାର କରି ଉତ୍ତମ ପ୍ରସ୍ତୁତି ପାଇଁ ଏଭଳି ପଦକ୍ଷେପ ନିଆଯାଇଛି।

101ଟି ସାମଗ୍ରୀ ଆମଦାନୀ ଉପରେ ଏହି ପ୍ରତିବନ୍ଧକ ସହିତ ପ୍ରାୟ 4 ଲକ୍ଷ ଟଙ୍କା ମୂଲ୍ୟର ଚୁକ୍ତିନାମା ହୋଇଛି ଯାହା ଆସନ୍ତା ପାଞ୍ଚରୁ ସାତ ବର୍ଷ ମଧ୍ୟରେ ଘରୋଇ ଶିଳ୍ପ ଉପରେ ବିନିଯୋଗ ହେବ । ସେନା ଏବଂ ବାୟୁସେନା ପାଇଁ ପ୍ରତ୍ୟେକଙ୍କୁ 1,30,000 କୋଟି ଆଶା କରାଯାଉଥିବାବେଳେ ସମାନ ଅବଧିରେ ନୌସେନା ପାଇଁ 1,40,000 କୋଟି ଆଶା କରାଯାଉଛି ।

ଏହି ପ୍ରତିବନ୍ଧକ ସାମଗ୍ରୀ କେବଳ ସାଧାରଣ ଯନ୍ତ୍ରାଂଶ ନୁହେଁ ବରଂ ଏଥିରେ ରହିଛି ଆର୍ଟିଲାରି ବନ୍ଧୁକ, ଆକ୍ରମଣକାରୀ ରାଇଫଲ, କର୍ଭେଟ୍ସ, ସୋନାର ସିଷ୍ଟମ, ପରିବହନ ବିମାନ, ହାଲୁକା ଯୁଦ୍ଧ ହେଲିକପ୍ଟର, ରାଡାର ଆଦି କେତେକ ଉଚ୍ଚ ବୈଷୟିକ ଅସ୍ତ୍ର ପ୍ରଣାଳୀ ।

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତାକୁ ପ୍ରତି ଏକ ବଡ଼ ପଦକ୍ଷେପ ଭାବରେ ଦେଖାଯାଏ । ଏହି ପଦକ୍ଷେପ ଭାରତୀୟ ପ୍ରତିରକ୍ଷା ଶିଳ୍ପକୁ ଏକ ସ୍ୱତନ୍ତ୍ର ସୁଯୋଗ ପ୍ରଦାନ କରିବ । ସେମାନେ ନିଜସ୍ୱ ଡିଜାଇନ୍ ଏବଂ ବିକାଶ କ୍ଷମତା ବ୍ୟବହାର କରି କିମ୍ବା ଆଗାମୀ ବର୍ଷରେ ସଶସ୍ତ୍ର ବାହିନୀର ଆବଶ୍ୟକତା ପୂରଣ କରିବା ପାଇଁ ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଦ୍ୱାରା ପରିକଳ୍ପିତ ତଥା ବିକଶିତ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରି ଏହା କରିପାରିବେ ।

ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ହାସଲ କରିବାରେ ସଶସ୍ତ୍ର ବାହିନୀ ସମସ୍ୟାର ସମ୍ମୁଖୀନ ନହେବାକୁ ନିଶ୍ଚିତ କରିବାକୁ, ଯନ୍ତ୍ରପାତି ଉତ୍ପାଦନ ପାଇଁ ସମୟସୀମା ପୂରଣ ହୋଇଛି କି ନାହିଁ ଦେଖିବା ଉଦ୍ଦେଶ୍ୟରେ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ଏହା ସତ୍ତ୍ବେ ଏହି ପଦକ୍ଷେପ ଦ୍ବାରା କେବଳ ଘରୋଇ କ୍ଷେତ୍ର ବୃଦ୍ଧି ପାଇବ ନାହିଁ ବରଂ ଟ୍ରିଲିୟନ ଡଲାରର ଅର୍ଥନୀତି ହେବାର ଲକ୍ଷ୍ୟ ହାସଲ କରିବା ଦିଗରେ ଭାରତକୁ ନିକଟତର କରିବବ ।

ଏହା ସହିତ ଏହା ସ୍ପଷ୍ଟ ହେବା ଆବଶ୍ୟକ ଯେ ଆତ୍ମନିର୍ଭରଶୀଳ ଭାରତର ଅର୍ଥ ନୁହେଁ ଯେ ଦେଶକୁ ଅବଶିଷ୍ଟ ବିଶ୍ବ ଅଲଗା କରିଦେବା । ସରକାର ଏହା ସ୍ପଷ୍ଟ କରିସାରିଛନ୍ତି ଯେ; ଆତ୍ମନିର୍ଭରଶୀଳତା ବିଶ୍ବ ଅର୍ଥନୀତିର ଏକ ବୃହତ ଏବଂ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ପ୍ରତିପାଦିତ ହେବ ।

- ଆଲେଖ୍ୟ : ଶଙ୍କର କୁମାର, ସାମ୍ବାଦିକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...