Skip to main content

ପାକିସ୍ତାନ ସାମ୍ନା କଲା ଆଭ୍ୟନ୍ତରୀଣ ବିବାଦ



ପାକିସ୍ତାନ ସରକାର ପୁଣି ଥରେ ନିରର୍ଥକ, କୁକାର୍ଯ୍ୟ ଏବଂ ହାସ୍ୟାସ୍ପଦ ପ୍ରୟାସ ଦ୍ଵାରା ନିଜ ଲୋକମାନଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରିଛି | ପାକିସ୍ତାନ ଏକ ନୂଆ ମାନଚ୍ଚିତ୍ର ପ୍ରସ୍ତୁତ କରି ସେଥିରେ ଭାରତର ଜମ୍ମୁ କଶ୍ମୀର, ଲଦାଖ ତଥା ଗୁଜୁରାଟର କେତେକ ଅଞ୍ଚଳକୁ ନିଜର ଭୂଭାଗ ବୋଲି ଦର୍ଶାଇଛି | ତଥାକଥିତ “ମାନଚିତ୍ର” କୁ ପାକିସ୍ତାନ କ୍ୟାବିନେଟ୍ ଅନୁମୋଦନ କରିବା ସହିତ ପରେ ଏହା ଗଣମାଧ୍ୟମ ସମ୍ମୁଖରେ ଉନ୍ମୋଚିତ ହୋଇଥିଲା। ପାକିସ୍ତାନର ନୂତନ ‘ମାନଚିତ୍ର’ ନିଜ ନାଗରିକଙ୍କଠାରୁ ଉପହାସର ସରବ୍ୟ ହୋଇଛି । କ୍ୟାବିନେଟ୍ ଅନୁମୋଦନ ପରେ “ମାନଚିତ୍ର” ଜାରି କରାଯାଇଥିଲା। ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶି ପୂର୍ବରୁ ବିଦେଶ କାର୍ଯ୍ୟାଳୟରେ ଏକ ବୈଠକରେ ମାନଚିତ୍ର ସଂପର୍କରେ ବିରୋଧୀ ଦଳର ବିଧାୟକମାନଙ୍କୁ ସୂଚନା ଦେଇଥିଲେ।

ମାନଚ୍ଚିତ୍ରରେ ପାକିସ୍ତାନର ଦାବିକୁ ଭାରତ ସଂପୂର୍ଣ୍ଣ ଭାବେ ପ୍ରତ୍ୟାକ୍ଷାନ କରିଛି | ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଦ୍ଵାରା ଉନ୍ମୋଚିତ ଏହି ତଥାକଥିତ ମାନଚ୍ଚିତ୍ରକୁ ଭାରତର ବୈଦେଶିକ ମନ୍ତ୍ରଣାଳୟ ପ୍ରଳାପ ବୋଲି କହିଛି | ଗୁଜୁରାଟ ତଥା କେନ୍ଦ୍ରଶାସିତ ଜମ୍ମୁ କଶ୍ମୀର ଅଞ୍ଚଳକୁ ଏହି ମାନଚ୍ଚିତ୍ରରେ ସ୍ଥାନ ଦେଇ ପାକିସ୍ତାନ ରାଜନୈତିକ ଦୂରାବସ୍ଥାର ପରିଚୟ ଦେଇଛି | ଏପରି ପ୍ରୟାସ ସତ୍ୟର ଅପଳାପ ଏବଂ ଆନ୍ତର୍ଜାତୀକ ସ୍ତରରେ ଅଗ୍ରହଣୀୟ | ଏପରି ପ୍ରଚେଷ୍ଠା ସୀମାପାର ସନ୍ତ୍ରାସବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନର ଅସଲ ମୁଖା ଖୋଲି ଦେଇଛି |

ଇତି ମଧ୍ୟରେ ପାକିସ୍ତାନର କେତେକ ଅଞ୍ଚଳରେ ଅସ୍ଥିରତା ଜାରି ରହିଛି | ସରକାର ଗୋଟିଏ ପଟେ ଇତିହାସକୁ ବିକୃତ କରିବାରେ ଲାଗିଥିବା ବେଳେ ଅନ୍ୟପଟେ ସରକାରଙ୍କ ବିରୁଦ୍ଧରେ ବାଲୁଚ ଏବଂ ସିନ୍ଧ ଗୋଷ୍ଠି ଏକତ୍ର ହୋଇଛନ୍ତି | ବିଭିନ୍ନ ବାଲୋଚ ଗୋଷ୍ଠିକୁ ନେଇ ଗଠିତ ବ୍ରାସ ଏବଂ ସିନ୍ଧୁଦେଶ ରିଭୋଲୁସନାରୀ ଆର୍ମି ସ୍ରା ପାକିସ୍ତାନ ବିରୁଦ୍ଧରେ ହାତ ମିଳାଇଛନ୍ତି | ନିକଟରେ ଏହି ମିଳିତ ଗୋଷ୍ଠି ଏକ ଅଜଣା ସ୍ଥାନରେ ବୈଠକ କରିଛନ୍ତି | ଏଥିରେ ଭାଗନେଇଥିବା ପ୍ରତିନିଧିମାନେ ଏକମତ ହୋଇଛନ୍ତି ଯେ ସିନ୍ଧ ଏବଂ ବାଲୋଚ ମଧ୍ୟରେ ରାଜନୈତିକ, ଐତିହାସୀକ ଏବଂ ସାଂସ୍କୃତିକ ସଂପର୍କ ଶହ ଶହ ବର୍ଷରୁ ରହିଆସିଛି | ଏହି ପ୍ରାଚିନ ସଂପର୍କକୁ ମଜବୁତ କରିବା ଦରକାର ବୋଲି ସେମାନେ ସହମତ ହୋଇଛନ୍ତି |

ପାକିସ୍ତାନ ଗଠନ ହେବା ପରଠାରୁ ସିନ୍ଧ ଏବଂ ବାଲୋଚକୁ ଅଣଦେଖା କରି ଆସିଛନ୍ତି ସିନ୍ଧ ଏବଂ ବାଲୋଚ ପ୍ରଦେଶ ଆଜି ଦୁରାବସ୍ଥା ମଧ୍ୟରେ ଗତି କରୁଥିବାରୁ ସେମାନେ ଏହାକୁ ଅଲଗା ରାଷ୍ଟ୍ର କରିବାକୁ ଚାହୁଁଛନ୍ତି |

ମିଳିତ ସାମୁଖ୍ୟ କହିଛି ଯେ ଚୀନର 60 ବିଲିୟନ ଡଲାର ସମ୍ଵଳିତ ସିପିଇସି ପ୍ରକଳ୍ପ ଏହି ଦୁଇ ପ୍ରଦେଶକୁ କ୍ଷତିଗ୍ରସ୍ତ କରିଛି ଏବଂ ଭବିଷ୍ୟତରେ ଚୀନ ଦ୍ଵାରା ପ୍ରତାଡିତ ହେବାର ଆଶଙ୍କା ଜନ୍ମାଇଛି |

ପ୍ରକାଶ ଥାଉକି ସିନ୍ଧ ଏବଂ ବାଲୋଚସ୍ଥାନ ଉଭୟରେ ବିସ୍ତିର୍ଣ୍ଣ ଉପକୂଳ ରହିଛି ଏବଂ ଭାରତ ମହାସାଗର ଦ୍ଵାରା ଲାଗିକି ରହିଛି | ସାମରିକ ଦୃଷ୍ଟିରୁ ଏହି ଉପକୂଳର ଗୁରୁତ୍ଵ ଥିବା ବାଲୋଚ ଏବଂ ସିନ୍ଧ ଅନୁଭବ କରୁଛି |

ଅଜଣା ସ୍ଥାନରେ ହୋଇତିବା ଏହି ବୈଠକରେ ପ୍ରତିନିଧିମାନେ କହିଥିଲେ ଯେ ହଜାର ହଜାର ବର୍ଷ ପୁରାତନ ସିନ୍ଧୁ ଉପତ୍ୟକା ସଭ୍ୟତାର ସଂରକ୍ଷକ ହେଉଛନ୍ତି ସିନ୍ଧି ଅଧିବାସୀ | ସେହିପରି ବାଲୋଚର ମଧ୍ୟ ହଜାର ହଜାର ବର୍ଷର ପ୍ରାଚିନ ଇତିହାସ ରହିଛି | ସେମାନେ ମେହରଗଡ ସଭ୍ୟତାର ସଂରକ୍ଷକ ସିନ୍ଧ ଏବଂ ବାଲୋଚର ଲୋକମାନେ ହଜାର ହଜାର ବର୍ଷ ଧରି ସେମାନଙ୍କର ସଭ୍ୟତାକୁ ଅନେକ ଆକ୍ରମଣ ସତ୍ଵେ ବଂଚାଇ ରଖିଛନ୍ତି |

କିନ୍ତୁ ପାକିସ୍ତାନ ଗଠନ ହେବା ପରେ ସେମାନଙ୍କୁ ଦ୍ଵିତୀୟ ଶ୍ରେଣୀର ନାଗରିକ ଭାବେ ବ୍ୟବହାର କରାଯାଉଛି | ଏକବିଂଶ ଶତାବ୍ଦିରେ ମଧ୍ୟ ପାକିସ୍ତାନର ଅନ୍ୟ ନାଗରିକମାନେ ଯେଉଁ ସୁବିଧା ଉପଭୋଗ କରୁଛନ୍ତି ତାହା ବାଲୋଚ ଏବଂ ସିନ୍ଧ ଅଧିବାସୀମାନେ ପାଉ ନାହାନ୍ତି | ଏହି ଦୁଇ ପ୍ରଦେଶକୁ ସଂପୂର୍ଣ୍ଣ ଅଣଦେଖା କରାଯାଉଛି |

ପାକିସ୍ତାନ ସରକାର ବିରୁଦ୍ଧରେ ମିଳିତ ସଂଗ୍ରମ କରିବାକୁ ଏହି ଗୋଷ୍ଠି ନିଷ୍ପତ୍ତି ନେଇଛି ଏବଂ ଏଥିପାଇଁ ଅନ୍ୟ ଦେଶ ତଥା ଜାତିସଂଘର ସାହାର୍ଯ୍ୟ ନେବାକୁ ମଧ୍ୟ ସ୍ଥିର କରିଛି |

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ନିର୍ବାଚନ ସମୟରେ ଯେଉଁ ନୂଆ ପାକିସ୍ତାନ କଥା କହିଥିଲେ ତାହା ଉପରେ ସମୟ ନଷ୍ଟ ନକରି କାମ କରିବା ଉଚିତ | ଭାବନାତ୍ମକ ମାନଚ୍ଚିତ୍ର ପରିବର୍ତ୍ତେ ସିନ୍ଧ ଏବଂ ବାଲୋଚର କଷ୍ଟକୁ ଦୂର କରିବା ଦରକାର |

ଆଲେଖ୍ୟ : କୌଶୀକ ରାୟ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...