Skip to main content

ପାକିସ୍ତାନ ସାମ୍ନା କଲା ଆଭ୍ୟନ୍ତରୀଣ ବିବାଦ



ପାକିସ୍ତାନ ସରକାର ପୁଣି ଥରେ ନିରର୍ଥକ, କୁକାର୍ଯ୍ୟ ଏବଂ ହାସ୍ୟାସ୍ପଦ ପ୍ରୟାସ ଦ୍ଵାରା ନିଜ ଲୋକମାନଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରିଛି | ପାକିସ୍ତାନ ଏକ ନୂଆ ମାନଚ୍ଚିତ୍ର ପ୍ରସ୍ତୁତ କରି ସେଥିରେ ଭାରତର ଜମ୍ମୁ କଶ୍ମୀର, ଲଦାଖ ତଥା ଗୁଜୁରାଟର କେତେକ ଅଞ୍ଚଳକୁ ନିଜର ଭୂଭାଗ ବୋଲି ଦର୍ଶାଇଛି | ତଥାକଥିତ “ମାନଚିତ୍ର” କୁ ପାକିସ୍ତାନ କ୍ୟାବିନେଟ୍ ଅନୁମୋଦନ କରିବା ସହିତ ପରେ ଏହା ଗଣମାଧ୍ୟମ ସମ୍ମୁଖରେ ଉନ୍ମୋଚିତ ହୋଇଥିଲା। ପାକିସ୍ତାନର ନୂତନ ‘ମାନଚିତ୍ର’ ନିଜ ନାଗରିକଙ୍କଠାରୁ ଉପହାସର ସରବ୍ୟ ହୋଇଛି । କ୍ୟାବିନେଟ୍ ଅନୁମୋଦନ ପରେ “ମାନଚିତ୍ର” ଜାରି କରାଯାଇଥିଲା। ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶି ପୂର୍ବରୁ ବିଦେଶ କାର୍ଯ୍ୟାଳୟରେ ଏକ ବୈଠକରେ ମାନଚିତ୍ର ସଂପର୍କରେ ବିରୋଧୀ ଦଳର ବିଧାୟକମାନଙ୍କୁ ସୂଚନା ଦେଇଥିଲେ।

ମାନଚ୍ଚିତ୍ରରେ ପାକିସ୍ତାନର ଦାବିକୁ ଭାରତ ସଂପୂର୍ଣ୍ଣ ଭାବେ ପ୍ରତ୍ୟାକ୍ଷାନ କରିଛି | ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଦ୍ଵାରା ଉନ୍ମୋଚିତ ଏହି ତଥାକଥିତ ମାନଚ୍ଚିତ୍ରକୁ ଭାରତର ବୈଦେଶିକ ମନ୍ତ୍ରଣାଳୟ ପ୍ରଳାପ ବୋଲି କହିଛି | ଗୁଜୁରାଟ ତଥା କେନ୍ଦ୍ରଶାସିତ ଜମ୍ମୁ କଶ୍ମୀର ଅଞ୍ଚଳକୁ ଏହି ମାନଚ୍ଚିତ୍ରରେ ସ୍ଥାନ ଦେଇ ପାକିସ୍ତାନ ରାଜନୈତିକ ଦୂରାବସ୍ଥାର ପରିଚୟ ଦେଇଛି | ଏପରି ପ୍ରୟାସ ସତ୍ୟର ଅପଳାପ ଏବଂ ଆନ୍ତର୍ଜାତୀକ ସ୍ତରରେ ଅଗ୍ରହଣୀୟ | ଏପରି ପ୍ରଚେଷ୍ଠା ସୀମାପାର ସନ୍ତ୍ରାସବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନର ଅସଲ ମୁଖା ଖୋଲି ଦେଇଛି |

ଇତି ମଧ୍ୟରେ ପାକିସ୍ତାନର କେତେକ ଅଞ୍ଚଳରେ ଅସ୍ଥିରତା ଜାରି ରହିଛି | ସରକାର ଗୋଟିଏ ପଟେ ଇତିହାସକୁ ବିକୃତ କରିବାରେ ଲାଗିଥିବା ବେଳେ ଅନ୍ୟପଟେ ସରକାରଙ୍କ ବିରୁଦ୍ଧରେ ବାଲୁଚ ଏବଂ ସିନ୍ଧ ଗୋଷ୍ଠି ଏକତ୍ର ହୋଇଛନ୍ତି | ବିଭିନ୍ନ ବାଲୋଚ ଗୋଷ୍ଠିକୁ ନେଇ ଗଠିତ ବ୍ରାସ ଏବଂ ସିନ୍ଧୁଦେଶ ରିଭୋଲୁସନାରୀ ଆର୍ମି ସ୍ରା ପାକିସ୍ତାନ ବିରୁଦ୍ଧରେ ହାତ ମିଳାଇଛନ୍ତି | ନିକଟରେ ଏହି ମିଳିତ ଗୋଷ୍ଠି ଏକ ଅଜଣା ସ୍ଥାନରେ ବୈଠକ କରିଛନ୍ତି | ଏଥିରେ ଭାଗନେଇଥିବା ପ୍ରତିନିଧିମାନେ ଏକମତ ହୋଇଛନ୍ତି ଯେ ସିନ୍ଧ ଏବଂ ବାଲୋଚ ମଧ୍ୟରେ ରାଜନୈତିକ, ଐତିହାସୀକ ଏବଂ ସାଂସ୍କୃତିକ ସଂପର୍କ ଶହ ଶହ ବର୍ଷରୁ ରହିଆସିଛି | ଏହି ପ୍ରାଚିନ ସଂପର୍କକୁ ମଜବୁତ କରିବା ଦରକାର ବୋଲି ସେମାନେ ସହମତ ହୋଇଛନ୍ତି |

ପାକିସ୍ତାନ ଗଠନ ହେବା ପରଠାରୁ ସିନ୍ଧ ଏବଂ ବାଲୋଚକୁ ଅଣଦେଖା କରି ଆସିଛନ୍ତି ସିନ୍ଧ ଏବଂ ବାଲୋଚ ପ୍ରଦେଶ ଆଜି ଦୁରାବସ୍ଥା ମଧ୍ୟରେ ଗତି କରୁଥିବାରୁ ସେମାନେ ଏହାକୁ ଅଲଗା ରାଷ୍ଟ୍ର କରିବାକୁ ଚାହୁଁଛନ୍ତି |

ମିଳିତ ସାମୁଖ୍ୟ କହିଛି ଯେ ଚୀନର 60 ବିଲିୟନ ଡଲାର ସମ୍ଵଳିତ ସିପିଇସି ପ୍ରକଳ୍ପ ଏହି ଦୁଇ ପ୍ରଦେଶକୁ କ୍ଷତିଗ୍ରସ୍ତ କରିଛି ଏବଂ ଭବିଷ୍ୟତରେ ଚୀନ ଦ୍ଵାରା ପ୍ରତାଡିତ ହେବାର ଆଶଙ୍କା ଜନ୍ମାଇଛି |

ପ୍ରକାଶ ଥାଉକି ସିନ୍ଧ ଏବଂ ବାଲୋଚସ୍ଥାନ ଉଭୟରେ ବିସ୍ତିର୍ଣ୍ଣ ଉପକୂଳ ରହିଛି ଏବଂ ଭାରତ ମହାସାଗର ଦ୍ଵାରା ଲାଗିକି ରହିଛି | ସାମରିକ ଦୃଷ୍ଟିରୁ ଏହି ଉପକୂଳର ଗୁରୁତ୍ଵ ଥିବା ବାଲୋଚ ଏବଂ ସିନ୍ଧ ଅନୁଭବ କରୁଛି |

ଅଜଣା ସ୍ଥାନରେ ହୋଇତିବା ଏହି ବୈଠକରେ ପ୍ରତିନିଧିମାନେ କହିଥିଲେ ଯେ ହଜାର ହଜାର ବର୍ଷ ପୁରାତନ ସିନ୍ଧୁ ଉପତ୍ୟକା ସଭ୍ୟତାର ସଂରକ୍ଷକ ହେଉଛନ୍ତି ସିନ୍ଧି ଅଧିବାସୀ | ସେହିପରି ବାଲୋଚର ମଧ୍ୟ ହଜାର ହଜାର ବର୍ଷର ପ୍ରାଚିନ ଇତିହାସ ରହିଛି | ସେମାନେ ମେହରଗଡ ସଭ୍ୟତାର ସଂରକ୍ଷକ ସିନ୍ଧ ଏବଂ ବାଲୋଚର ଲୋକମାନେ ହଜାର ହଜାର ବର୍ଷ ଧରି ସେମାନଙ୍କର ସଭ୍ୟତାକୁ ଅନେକ ଆକ୍ରମଣ ସତ୍ଵେ ବଂଚାଇ ରଖିଛନ୍ତି |

କିନ୍ତୁ ପାକିସ୍ତାନ ଗଠନ ହେବା ପରେ ସେମାନଙ୍କୁ ଦ୍ଵିତୀୟ ଶ୍ରେଣୀର ନାଗରିକ ଭାବେ ବ୍ୟବହାର କରାଯାଉଛି | ଏକବିଂଶ ଶତାବ୍ଦିରେ ମଧ୍ୟ ପାକିସ୍ତାନର ଅନ୍ୟ ନାଗରିକମାନେ ଯେଉଁ ସୁବିଧା ଉପଭୋଗ କରୁଛନ୍ତି ତାହା ବାଲୋଚ ଏବଂ ସିନ୍ଧ ଅଧିବାସୀମାନେ ପାଉ ନାହାନ୍ତି | ଏହି ଦୁଇ ପ୍ରଦେଶକୁ ସଂପୂର୍ଣ୍ଣ ଅଣଦେଖା କରାଯାଉଛି |

ପାକିସ୍ତାନ ସରକାର ବିରୁଦ୍ଧରେ ମିଳିତ ସଂଗ୍ରମ କରିବାକୁ ଏହି ଗୋଷ୍ଠି ନିଷ୍ପତ୍ତି ନେଇଛି ଏବଂ ଏଥିପାଇଁ ଅନ୍ୟ ଦେଶ ତଥା ଜାତିସଂଘର ସାହାର୍ଯ୍ୟ ନେବାକୁ ମଧ୍ୟ ସ୍ଥିର କରିଛି |

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ନିର୍ବାଚନ ସମୟରେ ଯେଉଁ ନୂଆ ପାକିସ୍ତାନ କଥା କହିଥିଲେ ତାହା ଉପରେ ସମୟ ନଷ୍ଟ ନକରି କାମ କରିବା ଉଚିତ | ଭାବନାତ୍ମକ ମାନଚ୍ଚିତ୍ର ପରିବର୍ତ୍ତେ ସିନ୍ଧ ଏବଂ ବାଲୋଚର କଷ୍ଟକୁ ଦୂର କରିବା ଦରକାର |

ଆଲେଖ୍ୟ : କୌଶୀକ ରାୟ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...