Skip to main content

ଭାରତ ବାଙ୍ଗଲାଦେଶ ରେଳ ସଂଯୋଗରେ ଅଗ୍ରଗତି



ବ୍ରିଟିଶ ଶାସନ କାଳ ସମୟରେ ପୂର୍ବ ବଙ୍ଗ ସହ ପଶ୍ଚିମବଙ୍ଗକୁ ସଂଯୋଗ କରୁଥିବା ରେଳ ନେଟୱାର୍କ ଏକଦା ଜୀବନରେଖା ସଦୃଶ ଥିଲା ହେଲେ ଭାଷାଗତ ଓ ସାଂସ୍କୃତିକ ସମ୍ବନ୍ଧରେ ଆବଦ୍ଧ ହୋଇରହିଥିବା ଲୋକମାନଙ୍କ ଘନିଷ୍ଠ ସମ୍ପର୍କକୁ ଛିନ୍ନ କରିବା ନିମନ୍ତେ 1965 ମସିହାରେ ପାକିସ୍ତାନ ଏହାକୁ ବନ୍ଦ କରିଦେଇଥିଲା | ରେଳଯୋଗାଯୋଗ ବୃଦ୍ଧି କରିବା ଲକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ମଧ୍ୟରେ ଏକ ରାଜିନାମା ସ୍ବାକ୍ଷରିତ ହୋଇଛି | 1965 ମସିହା ପୂର୍ବରୁ ପ୍ରଚଳିତ ଯୋଗାଯୋଗର ପୁନଃସ୍ଥାପନା କରିବା ଓ ଏହାକୁ ଆଗେଇ ନେବା ଲାଗି ଦୁଇ ଦେଶ ଇଚ୍ଛା ପ୍ରକଟ କରିଥିଲେ | ସଂଯୋଗୀକରଣର ଏକ ପେଣ୍ଠସ୍ଥଳୀ ଭାବେ ପରିଣତ ହେବା ଲାଗି ବାଙ୍ଗଲାଦେଶର ଉଚ୍ଚାକାଂକ୍ଷା ଓ ଭାରତ ଏହାର ଉତ୍ତର ପୂର୍ବ ଅଞ୍ଚଳକୁ ନିକଟସ୍ଥ ବନ୍ଦର ସହିତ ଯୋଡି ଏହି ଅଞ୍ଚଳର ଅର୍ଥନୈତିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବା ପାଇଁ ଭାରତର ପ୍ରାଥମିକତା, ଯୋଗାଯୋଗ ପ୍ରକଳ୍ପ ଗୁଡିକୁ ଆଗେଇନେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି |

1965 ମସିହା ପୂର୍ବରୁ ଭାରତ ତଥା ପୂର୍ବର ପୂର୍ବ-ପାକିସ୍ତାନ ମଧ୍ୟରେ 13ଟି ଯାତ୍ରୀବାହି ଟ୍ରେନ ଚଳାଚଳ କରୁଥିଲା | 2008ରେ ଦୁଇ ଦେଶ, କୋଲକାତାକୁ ଢାକା ସହ ସଂଯୋଗ କରୁଥିବା ‘ମୈତ୍ରୀ ଏକ୍ସପ୍ରେସ’ର ଚଳାଚଳ ଆରମ୍ଭ କରିଥିଲେ ଓ 2017ରେ କୋଲକାତା ଓ ଖୁଲନା ମଧ୍ୟରେ ‘ବନ୍ଧନ ଏକ୍ସପ୍ରେସ’ ନାମକ ଆଉ ଏକ ଯାତ୍ରୀବାହି ଟ୍ରେନ ସେବାର ଶୁଭାରମ୍ଭ ହୋଇଥିଲା | 2016-17ରେ ଭାରତ ମଧ୍ୟ 120ଟି ଯାତ୍ରୀ କୋଚ ରପ୍ତାନି କରିଥିଲା |

ଭାରତ ଋଣ ସହାୟତାର ଏକ ଅଂଶ ବିଶେଷ ଭାବେ ବାଙ୍ଗଲାଦେଶରେ 17ଟି ରେଳବାଇ ପ୍ରକଳ୍ପ ଲାଗି ଆର୍ଥିକ ସହାୟତା ପ୍ରଦାନ କରୁଛି | ଭାରତ, ମିଟର ଗେଜ କୁ ବ୍ରଡ ଗେଜରେ ପରିଣତ କରିବା, ସିଗନାଲରେ ସୁଧାର ଆଣିବା ଏବଂ ପୁରାତନ ରେଳବାଇ ବ୍ରିଜର ପୁନଃସ୍ଥାପନ ଓ ନବନିର୍ମାଣ କାର୍ଯ୍ୟ ଲାଗି ମୋଟ 2.44 ବିଲିୟନ ଆମେରିକୀୟ ଡଲାରର ଆର୍ଥିକ ସହାୟତା ଦେବା ଲାଗି ପ୍ରତିଶ୍ରୁତି ଦେଇଛି | ଏହି ପ୍ରକଳ୍ପ ଗୁଡିକ ମଧ୍ୟରୁ ନଟି ପ୍ରକଳ୍ପର କାର୍ଯ୍ୟ ସଫଳତାର ସହ ସମ୍ପର୍ଣ୍ଣ ହୋଇସାରିଥିବା ବେଳେ ବାଙ୍ଗଲାଦେଶର ସାହାବାଜପୁରକୁ ସଂଯୋଗ କରୁଥିବା ଭାରତର କରିମଗଞ୍ଜ/ମହିଷାସନ ରେଳବାଇ ଲାଇନ ଏବଂ ବାଙ୍ଗଲାଦେଶର ଚିଲହାତିକୁ ସଂଯୋଗ କରୁଥିବା ଭାରତର ହଲଦିବାରି ରେଳବାଇ ଲାଇନର ପୁନଃସ୍ଥାପନା କରାଯାଇଛି | ଅଗରତାଲା ରୁ ଆଖାଉରାକୁ ସଂଯୋଗ କରିବା ପାଇଁ ଏକ ନୂତନ ରେଳଲାଇନ ନିର୍ମାଣ ଲାଗି ଉଭୟ ପକ୍ଷ ସହମତ ହୋଇଛନ୍ତି |

ସହଯୋଗ ସ୍ଥାପନର ଅଂଶବିଶେଷ ଭାବେ ଏବଂ ବାଙ୍ଗଲାଦେଶ ରେଳବାଇ ସମ୍ମୁଖୀନ ହେଉଥିବା ମାଲଡବାର ଅଭାବକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ମାଲ ପରିବହନ ପାଇଁ ଏହାର ମାଲଡବା ବ୍ୟବହାର କରୁଛି | ଭାରତ କହିବାନୁଯାୟୀ ପ୍ରତି ବର୍ଷ ରେଳ ଦ୍ଵାରା ପ୍ରାୟ 2 ନିୟୁତ ମେଟ୍ରିକ ଟନ ମାଲ ପରିବହନ କରାଯାଇଥାଏ |

ବାଂଲାଦେଶକୁ ରେଳ ଦ୍ଵାରା ପରିବହନ କରାଯାଉଥିବା 99 ପ୍ରତିଶତ ମାଲ ହେଉଛି ଭାରତରୁ ଆମଦାନୀ ହେଉଥିବା ମାଲ | ଜୁନରେ 100ରୁ ଅଧିକଟି ମାଲବାହୀ ଟ୍ରେନ ବାଙ୍ଗଲାଦେଶକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରିଥିଲା | ଦୁଇ ଦେଶ ମଧ୍ୟରେ ପରିବହନ ସଂଯୋଗୀକରଣକୁ ଆହୁରି ମଜବୁତ କରିବା ଲାଗି ଦୁଇଟି ଘଟଣାକ୍ରମ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି | ପ୍ରଥମଟି ହେଲା ଆନ୍ଧ୍ରପ୍ରଦେଶରୁ 384 ଟନ ଲଙ୍କାମରିଚ ନେଇଥିବା ସ୍ଵତନ୍ତ୍ର ପାର୍ସଲ ଟ୍ରେନ ଜୁଲାଇ 13ରେ ବାଙ୍ଗଲାଦେଶରେ ପହଞ୍ଚିଥିଲା ଏବଂ ସର୍ବ ପ୍ରଥମ କଣ୍ଟେନର ଟ୍ରେନ ଜୁଲାଇ 26ରେ 50 ଟି କଣ୍ଟେନର ନେଇ ଭାରତର ମଜେରହାଟରୁ ବେନାପୋଲରେ ପହଞ୍ଚି ଏକ ଅୟମାରମ୍ଭର ସଂକେତ ଦେଇଥିଲା | ଏହା ଏକ ସ୍ଥାୟୀ ସେବା ହେବାକୁ ଯାଉଛି ଏବଂ ବାଙ୍ଗଲାଦେଶର ବେନାପୋଲ, ଜେସୋର, ସିଙ୍ଘିଆ, ନୋଆପାରା ଏବଂ ବଙ୍ଗବନ୍ଧୁ ସେତୁ ପଶ୍ଚିମ ରେଳ ଷ୍ଟେସନ ସହିତ କନକୋର (କଣ୍ଟେନର କର୍ପୋରେସନ ଅଫ ଇଣ୍ଡିଆ) ର ମନୋନୀତ ଟର୍ମିନାଲକୁ ସଂଯୋଗ କରିବ | କୋଭିଡ-19 ମହାମାରୀ କାଳରେ ବାଙ୍ଗଲାଦେଶକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପଠାଇବା ପାଇଁ ରେଳବାଇ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଭାବେ ଉଭା ହୋଇଛି |

ଏହି ପରିପ୍ରେକ୍ଷୀରେ ବାଙ୍ଗଲାଦେଶକୁ ଉପହାର ସ୍ୱରୂପ ଦିଆଯାଇଥିବା 60 କୋଟି ଟଙ୍କା ମୂଲ୍ୟର 10ଟି ବ୍ରଡ ଗେଜ ଡିଜେଲ ଇଞ୍ଜିନ ବାଙ୍ଗଲାଦେଶ ରେଳବାଇର ଶକ୍ତି ବୃଦ୍ଧି କରିବ | ଦେଶ ସମ୍ମୁଖୀନ ହେଉଥିବା ରେଳ ଇଞ୍ଜିନ ଅଭାବର ଦୂରୀକରଣ ଲାଗି ବାଙ୍ଗଲାଦେଶ ରେଳବାଇ ଦ୍ଵାରା ସେପ୍ଟେମ୍ବର 2012 ରୁ ଡିସେମ୍ବର 2015 ମଧ୍ୟରେ 10 ବ୍ରଡ ଗେଜ ଓ 10 ମିଟର ଗେଜର ରେଳ ଇଞ୍ଜିନ ଚଳାଚଳ ଆରମ୍ଭ କରାଯାଇଥିଲା | ବାଂଲାଦେଶ ରେଳବାଇ ପାଖରେ 178ଟି ମିଟର ଗେଜ (ଏମଜି) ଇଞ୍ଜିନ ରହିଛି ଏଥିମଧ୍ୟରୁ 139ଟି ଏହାର 20 ବର୍ଷର ଆର୍ଥିକ ସମୟ ସୀମା ପୁରା କରିସାରିଛି, ତେଣୁ ଭାରତ ଦ୍ଵାରା ପ୍ରଦତ୍ତ ଉପହାରର ଯଥେଷ୍ଟ ମହତ୍ତ୍ଵ ରହିଛି | 90 ଟି ବିଜି ଇଞ୍ଜିନ ମଧ୍ୟରୁ 55ଟି ଆର୍ଥିକ ସମୟ ସୀମା ପୁରା କରିସାରିଛି |

ରେଳବାଇ ସଂଯୋଗ ସବୁଠୁ ଶସ୍ତା ଓ ଦ୍ରୁତଗାମୀ ଜନ ଗମନାଗମନ ବ୍ୟବସ୍ଥା ଭାବେ କାର୍ଯ୍ୟ ଜାରି ରଖି ଆସିଛି ଯାହା ସାମାଜିକ-ଅର୍ଥନୈତିକ ଢାଞ୍ଚାର ଏକ ଅଂଶବିଶେଷ ହେବା ସହ ଏହାର ଅସ୍ଥିତ୍ଵ ଐତିହାସିକ ଭାବେ ବିଦ୍ୟମାନ ରହିଛି | ସଡକ ନେଟୱାର୍କ ଜରିଆରେ ପରିବହନ ହେଉଥିବା ମାଲ ତୁଳନାରେ ରେଳବାଇ କେବଳ ପରିବହନ ସମୟ ଓ ମୂଲ୍ୟ ହ୍ରାସ କରିନାହିଁ ବରଂ ଏହା ବେନାପୋଲ ବନ୍ଦରରେ ଯାତାୟାତକୁ ସୁଗମ କରିଛି କାରଣ ଦକ୍ଷିଣ ଏସିଆରେ ବାଙ୍ଗଲାଦେଶ ହେଉଛି ଭାରତର ସବୁ ଠାରୁ ବଡ ବାଣିଜ୍ୟ ଭାଗୀଦାରୀ ରାଷ୍ଟ୍ର | ବ୍ରିଟିଶ ଅମଳରୁ ବିଦ୍ୟମାନ ଥିବା ପୁରୁଣା ଯୋଗାଯୋଗ ଢାଞ୍ଚାର ପୁନଃସ୍ଥାପନ ଏହି ଅଞ୍ଚଳର ଅର୍ଥନୀତିକୁ ଆହୁରି ସୁଦୃଢ କରିବ | ଏହା ଦୀର୍ଘ ଶତାବ୍ଦୀ ଧରି ରହିଆସିଥିବା ପ୍ରାଚୀନ ଐତିହାସିକ ତଥା ଏହି ଅଞ୍ଚଳର ଲୋକ ମାନଙ୍କ ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିଥିବା ସମ୍ବନ୍ଧକୁ ଆହୁରି ନିବିଡ କରିବ |

ମୂଳଲେଖା : ଡଃ ସ୍ମୃତି ଏସ ପଟ୍ଟନାୟକ, ଦକ୍ଷିଣ ଏସିଆ ଉପରେ ରଣନୀତିକ ବିଶ୍ଳେଷକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...